ସମ୍ବିଧାନ ହତ୍ୟା ଦିବସରେ ଗଣତନ୍ତ୍ରର ରକ୍ଷାକର୍ତ୍ତାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

June 25th, 09:32 am

ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର ୫୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ଇତିହାସର ସବୁଠାରୁ କଳା ଅଧ୍ୟାୟ ମଧ୍ୟରୁ ଗୋଟିଏ ସମୟରେ ଗଣତନ୍ତ୍ରର ରକ୍ଷା ପାଇଁ ଠିଆ ହୋଇଥିବା ଅଗଣିତ ଭାରତୀୟଙ୍କୁ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଇଗ୍ନାଇଟିଙ୍ଗ୍ କଲେକ୍ଟିଭ୍ ଗୁଡନେସ୍ : ମନ୍ କୀ ବାତ୍ @100 - ମନ୍ କୀ ବାତ୍ ର ଗୌରବମୟ ଯାତ୍ରା

October 22nd, 11:41 am

2014 ରେ ବିଜୟା ଦଶମୀରେ ଆରମ୍ଭ ହୋଇଥିବା ଲୋକପ୍ରିୟ ରେଡିଓ ଶୋ' 'ମନ୍ କୀ ବାତ୍' ର ଯାତ୍ରାର 100ଟି ଏପିସୋଡର ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ପାଳନ କରିବା ପାଇଁ ଏକ ପୁସ୍ତକ ସଂକଳନ କରାଯାଇଛି। ପୁସ୍ତକ 'ଇଗ୍ନାଇଟିଙ୍ଗ୍ କଲେକ୍ଟିଭ୍ ଗୁଡନେସ୍ : ମନ୍ କୀ ବାତ୍ @100' ଏହି ପ୍ରେରଣାଦାୟକ ଯାତ୍ରା ପାଇଁ ଏକ ଶ୍ରଦ୍ଧାଞ୍ଜଳି, ଯେଉଁଥିରେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଲିଖିତ ଏକ ସ୍ୱତନ୍ତ୍ର ପ୍ରବନ୍ଧ ଅନ୍ତର୍ଭୁକ୍ତ । ଏହା ଏବେ ଅନଲାଇନରେ ଉପଲବ୍ଧ । ଏହି ପୁସ୍ତକ କେବଳ ଟ୍ରାନ୍ସକ୍ରିପ୍ଟ ବା ଅତୀତର ପ୍ରତିଫଳନ ନୁହେଁ, ବରଂ ଏହା ଭାରତର ପ୍ରଗତି କାହାଣୀର ଏକ ଐତିହାସିକ ଦସ୍ତାବିଜ ।