ହିନ୍ଦୁସ୍ଥାନ ଟାଇମ୍ସ ନେତୃତ୍ୱ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

December 06th, 08:14 pm

ହିନ୍ଦୁସ୍ଥାନ ଟାଇମ୍ସର ଏହି ନେତୃତ୍ୱ ସମ୍ମିଳନୀରେ ଦେଶ ବିଦେଶରୁ ବହୁ ମାନ୍ୟ ଗଣ୍ୟ ଅତିଥି ଯୋଗ ଦେଇଛନ୍ତି । ଆୟୋଜକ ତଥା ନିଜ ମତ ରଖିଥିବା ସମସ୍ତ ମହାନୁଭବଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଏବେ ଶୋଭନାଜୀ ଦୁଇଟି କଥା କହିଲେ ଯାହା ମୁଁ ଅନୁଧ୍ୟାନ କରିଛି । ଗୋଟିଏ ହେଲା, ଗତଥର ମୋଦୀ ଆସିଥିଲେ ଓ ଏହି ପ୍ରସ୍ତାବ ଦେଇଥିଲେ । ଏହି ଦେଶରେ ମିଡିଆ ହାଉସକୁ କେହି କିଛି କାମ କହିବାକୁ ସାହାସ କରନ୍ତିନି । କିନ୍ତୁ ମୁଁ କରିଲି । ମୋ ପାଇଁ ଏହା ଏକ ଶୁଭ ଖବର ଯେ, ଶୋଭନାଜୀ ଓ ତାଙ୍କ ଟିମ ଅତି ଆଗ୍ରହର ସହ ଏହି କାମ ସମ୍ପନ୍ନ କରିଛନ୍ତି । ମୁଁ ପ୍ରଦର୍ଶନୀ ଦେଖି ଆସିବା ପରେ ସମସ୍ତେ ଏହା ଦେଖିବା ଲାଗି ମୁଁ ଅନୁରୋଧ କରିବି । ଫଟୋଗ୍ରାଫର ବନ୍ଧୁମାନେ ସ୍ମୃତି ସବୁକୁ ଏମିତି ଜାବୁଡି ଧରି ରଖିପାରିଛନ୍ତି ଯେ ସେହି ମୁହୂର୍ତ ସବୁ ଅମରତ୍ୱ ଲାଭ କରିପାରିଛି । ଦେଶ ମାତୃକାର ସେବା ଆଗକୁ ଏମିତି ଜାରି ରଖିବା ନେଇ ହିନ୍ଦୁସ୍ଥାନ ଟାଇମ୍ସ କହିବା ପରେ ମୁଁ ବିଶେଷ ଭାବରେ ଏନେଇ ଧନ୍ୟବାଦ ଜଣାଉଛି ।

ନୂଆଦିଲ୍ଲୀରେ ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ଶିଖର ସମ୍ମିଳନୀ 2025ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ

December 06th, 08:13 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ଶିଖର ସମ୍ମିଳନୀ 2025ରେ ଉଦବୋଧନ ଦେଇଛନ୍ତି । ସମ୍ମିଳନୀରେ ଭାରତ ଏବଂ ବିଦେଶରୁ ଅନେକ ବିଶିଷ୍ଟ ଅତିଥିଙ୍କ ଉପସ୍ଥିତିକୁ ସେ ସ୍ୱାଗତ କରିବା ସହିତ ଆୟୋଜକ ଏବଂ ନିଜର ମତାମତ ବାଣ୍ଟିଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଶ୍ରୀ ମୋଦୀ କହିଥିଲେ, ଶୋଭନା ଜୀ ଦୁଇଟି ବିନ୍ଦୁ ଉଲ୍ଲେଖ କରିଥିଲେ ଯାହାକୁ ସେ ଭଲଭାବେ ହୃଦୟଙ୍ଗମ କରିଛନ୍ତି। ପ୍ରଥମଟି ଥିଲା ତାଙ୍କର ପୂର୍ବ ଗସ୍ତର ଉଲ୍ଲେଖ, ଯେତେବେଳେ ସେ ଏକ ପରାମର୍ଶ ଦେଇଥିଲେ, ଯାହା ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସହିତ ବହୁତ କମ୍ କରାଯାଇଥାଏ, କିନ୍ତୁ ସେ ତାହା କରିଥିଲେ। ଶୋଭନା ଜୀ ଏବଂ ତାଙ୍କ ଦଳ ଏହାକୁ ଉତ୍ସାହର ସହିତ କାର୍ଯ୍ୟକାରୀ କରିଥିବାରୁ ପ୍ରଧାନମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ। ଶ୍ରୀ ମୋଦୀ କହିଥିଲେ, ପ୍ରଦର୍ଶନୀ ପରିଦର୍ଶନ କରିବା ସମୟରେ ସେ ଦେଖିଥିଲେ ଯେ ଫଟୋଗ୍ରାଫରମାନେ ଏପରି ମୁହୂର୍ତ୍ତଗୁଡ଼ିକୁ କ୍ୟାମେରାରେ କଏଦ କରିଛନ୍ତି ଯାହା ଅମର ହୋଇଯାଇଛି । ସମସ୍ତଙ୍କୁ ଏହା ଦେଖିବାକୁ ସେ ଅନୁରୋଧ କରିଥିଲେ। ଶୋଭନା ଜୀଙ୍କ ଦ୍ୱିତୀୟ ବିନ୍ଦୁ ଉପରେ ପ୍ରଧାନମନ୍ତ୍ରୀ ମତ ରଖିଥିଲେ। ସେ କହିଥିଲେ, ଦେଶର ସେବା କରିବା କେବଳ ତାଙ୍କର ଇଚ୍ଛା ନୁହେଁ ବରଂ ହିନ୍ଦୁସ୍ତାନ ଟାଇମ୍ସ ମଧ୍ୟ ଚାହୁଁଛି ଯେ ସେ ଏହି ସେବା କରିବା ଜାରି ରଖିବା ଆବଶ୍ୟକ। ଏଥିପାଇଁ ପ୍ରଧାନମନ୍ତ୍ରୀ ବିଶେଷ ଭାବେ କୃତଜ୍ଞତା ପ୍ରକଟ କରିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଋଷ ରାଷ୍ଟ୍ରପତିଙ୍କ ସହଯୋଗୀ

November 18th, 09:02 pm

ଋଷ ସାମୁଦ୍ରିକ ବୋର୍ଡର ଅଧ୍ୟକ୍ଷ ତଥା ରାଷ୍ଟ୍ରପତିଙ୍କ ସହଯୋଗୀ ମାନ୍ୟବର ନିକୋଲାଇ ପାତ୍ରୁଶେଭ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।

ନଭେମ୍ବର ୩ରେ ଉଦୀୟମାନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ନବାଚାର ସମ୍ମିଳନୀ ୨୦୨୫ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

November 02nd, 09:29 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩ ନଭେମ୍ବର ସକାଳ ପ୍ରାୟ ୯:୩୦ ସମୟରେ ନୂଆଦିଲ୍ଲୀର ଭାରତ ମଣ୍ଡପରେ ଉଦୀୟମାନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ନବାଚାର ସମ୍ମିଳନୀ (ଇଏସ୍‌ଟିଆଇସି) ୨୦୨୫ର ଉଦ୍‌ଘାଟନ କରିବେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।

ନୌବାଣିଜ୍ୟ ନେତାଙ୍କ ମୁମ୍ବାଇ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 29th, 04:09 pm

ମହାରାଷ୍ଟ୍ର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଜୀ, କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଜୀ, ଶାନ୍ତନୁ ଠାକୁରଜୀ, କୀର୍ତିବର୍ଦ୍ଧନ ସିଂହ ଜୀ, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଜୀ, ଅଜିତ ପାୱାର ଜୀ, ସିପିଂ ଓ ଅନ୍ୟାନ୍ୟ ବିଭାଗ ସହ ଜଡିତ ନେତା, ଭଦ୍ରମଣ୍ଡଳୀ ।

ମୁମ୍ବାଇଠାରେ ଇଣ୍ଡିଆ ମେରିଟାଇମ୍ ୱିକ୍‌ 2025ରେ ମେରିଟାଇମ୍ ଲିଡର୍ସ କନକ୍ଲେଭକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

October 29th, 04:08 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ମୁମ୍ବାଇଠାରେ ଇଣ୍ଡିଆ ମେରିଟାଇମ୍ ୱିକ୍‌ ବା ଭାରତ ସାମୁଦ୍ରିକ ସପ୍ତାହ 2025 କାର୍ଯ୍ୟକ୍ରମ ଅନ୍ତର୍ଗତ ମେରିଟାଇମ୍ ଲିଡର୍ସ କନକ୍ଲେଭ (ସାମୁଦ୍ରିକ ନେତୃବର୍ଗଙ୍କ ସମ୍ମିଳନୀ)କୁ ସମ୍ବୋଧିତ କରିଛନ୍ତି । ସେ ମଧ୍ୟ ବିଶ୍ୱ ସାମୁଦ୍ରିକ କ୍ଷେତ୍ରର ବରିଷ୍ଠ ପଦାଧିକାରୀଙ୍କୁ ନେଇ ଆୟୋଜିତ ମଞ୍ଚ ଗ୍ଲୋବାଲ୍ ମେରିଟାଇମ୍ ସିଇଓ ଫୋରମର ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଗ୍ଲୋବାଲ୍ ମେରିଟାଇମ୍ ଲିଡର୍ସ କନକ୍ଲେଭରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିଥିଲେ। ସେ କହିଥିଲେ, ଏହି କାର୍ଯ୍ୟକ୍ରମ 2016ରେ ମୁମ୍ବାଇରେ ଆରମ୍ଭ ହୋଇଥିଲା। ଏହା ବର୍ତ୍ତମାନ ଏକ ବିଶ୍ୱସ୍ତରୀୟ ଶିଖର ସମ୍ମିଳନୀରେ ପରିଣତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ। 85ରୁ ଅଧିକ ଦେଶର ଅଂଶଗ୍ରହଣ ଏକ ଦୃଢ଼ ବାର୍ତ୍ତା ଦେଉଛି ବୋଲି ଶ୍ରୀ ମୋଦୀ ଆଲୋକପାତ କରି କହିଥିଲେ। ସେ କାର୍ଯ୍ୟକ୍ରମରେ ଏକତ୍ରିତ ହୋଇଥିବା ପ୍ରମୁଖ ଜାହାଜ କମ୍ପାନୀ, ଷ୍ଟାର୍ଟଅପ୍, ନୀତି ନିର୍ଦ୍ଧାରକ ଏବଂ ନବସୃଜନକାରୀଙ୍କ ସିଇଓଙ୍କ ଉପସ୍ଥିତି ବିଷୟରେ ଉଲ୍ଲେଖ କରିଥିଲେ। ସେ କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ରର ପ୍ରତିନିଧିମାନଙ୍କ ଉପସ୍ଥିତିକୁ ପ୍ରଶଂସା କରି କହିଥିଲେ, ସେମାନଙ୍କର ସାମୂହିକ ଦୃଷ୍ଟିକୋଣ ଶିଖର ସମ୍ମିଳନୀର ସମନ୍ୱୟ ଏବଂ ଶକ୍ତିକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିଛି।

ଅକ୍ଟୋବର ୨୯ରେ ମୁମ୍ବାଇ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

October 27th, 10:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୯ ଅକ୍ଟୋବରରେ ମୁମ୍ବାଇ ଗସ୍ତ କରିବେ । ଅପରାହ୍ନ ପ୍ରାୟ ୪ଟା ସମୟରେ ମୁମ୍ବାଇର ନେସ୍କୋ ପ୍ରଦର୍ଶନୀ କେନ୍ଦ୍ରରେ ଅନୁଷ୍ଠିତ ‘ଇଣ୍ଡିଆ ମାରିଟାଇମ ୱିକ୍-୨୦୨୫’ରେ ସେ ମାରିଟାଇମ ଲିଡର୍ସ କନକ୍ଲେଭକୁ ସମ୍ବୋଧିତ କରିବା ସହ ଗ୍ଲୋବାଲ ମାରିଟାଇମ ସିଇଓ ଫୋରମରେ ଅଧ୍ୟକ୍ଷତା କରିବେ ।

୨୨ତମ ଆସିଆନ-ଭାରତ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

October 26th, 02:20 pm

ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କୁ ତାଙ୍କ ସଫଳ ଆସିଆନ ଅଧ୍ୟକ୍ଷତା ପାଇଁ ମୁଁ ସହୃଦୟତାର ସହିତ ଅଭିନନ୍ଦନ ଜଣାଉଛି। ମୁଁ ଫିଲିପାଇନ୍ସର ରାଷ୍ଟ୍ରପତି ମାର୍କୋସଙ୍କୁ ଭାରତର ଦେଶ ସଂଯୋଜକ ହିସାବରେ ଦକ୍ଷତାର ସହିତ କାର୍ଯ୍ୟ ସମ୍ପାଦନ କରିଥିବାରୁ ଧନ୍ୟବାଦ ଜଣାଉଛି। ମୁଁ ଆସିଆନ୍‌ର ନୂତନ ସଦସ୍ୟ ଭାବରେ ତିମୋର-ଲେଷ୍ଟେଙ୍କୁ ସ୍ୱାଗତ ଜଣାଉଛି।

କୁଆଲାଲମ୍ପୁରରେ ୨୨ତମ ଆସିଆନ-ଭାରତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ

October 26th, 02:06 pm

୨୨ତମ ଆସିଆନ-ଭାରତ ଶିଖର ସମ୍ମିଳନୀ ୨୬ ଅକ୍ଟୋବର ୨୦୨୫ରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ୍ ମାଧ୍ୟମରେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ଏବଂ ଆସିଆନ ନେତାମାନେ ମିଳିତ ଭାବେ ଆସିଆନ-ଭାରତ ସମ୍ପର୍କରେ ହେଉଥିବା ଅଗ୍ରଗତିର ସମୀକ୍ଷା କରିଥିଲେ ଏବଂ ବ୍ୟାପକ ରଣନୈତିକ ସହଭାଗୀତାକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରିଥିଲେ। ଏହା ଥିଲା ଭାରତ-ଆସିଆନ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କର ଦ୍ୱାଦଶ ଅଂଶଗ୍ରହଣ।

ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

August 23rd, 10:10 pm

ମୁଁ ୱାର୍ଲ୍ଡ ଲିଡର୍ସ ଫୋରମକୁ ଆସିଥିବା ସମସ୍ତ ଅତିଥିଙ୍କୁ ଅଭିନନ୍ଦନ କରୁଛି । ଏହା ଫୋରମର ଉଚିତ ସମୟ, ତେଣୁ ଆପଣମାନଙ୍କୁ ପ୍ରଶଂସା କରୁଛି । ଏହି ଗତ ସପ୍ତାହରେ ମୁଁ ଲାଲକିଲ୍ଲାରୁ ପରବର୍ତ୍ତୀ ପିଢ଼ି ସଂସ୍କାର ବିଷୟ କହିଥିଲି, ଏବେ ଏହି ଫୋରମ ସେହି ଉଚ୍ଛ୍ୱାସକୁ ବହୁମୁଖୀ ଭୂମିକାରେ କାର୍ଯ୍ୟକାରୀ କରୁଛି ।

ନୂଆଦିଲ୍ଲୀରେ ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

August 23rd, 05:43 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଇକୋନୋମିକ ଟାଇମ୍ସ ଓ୍ବାର୍ଲ୍ଡ ଲିଡର୍ସ ଫୋରମରେ ଉଦବୋଧନ ଦେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଓ୍ବାର୍ଲ୍ଡ ଲିଡର୍ସ ଫୋରମରେ ଯୋଗ ଦେଇଥିବା ସମ୍ମାନିତ ଅତିଥିମାନଙ୍କୁ ସ୍ବାଗତ କରିଥିଲେ । ଏକ ପ୍ରକୃଷ୍ଟ ସମୟରେ ଏହି ଫୋରମର ଆୟୋଜନ ହୋଇଥିବା ପ୍ରକାଶ କରି ଶ୍ରୀ ମୋଦୀ ଏହାର ଆୟୋଜକମାନଙ୍କୁ ପ୍ରସଂଶା କରିଥିଲେ । ସେ କହିଥିଲେ ଯେ ଗତ ସପ୍ତାହରେ ସେ ଲାଲକିଲ୍ଲାରୁ ପରବର୍ତ୍ତି ପିଢିର ସଂସ୍କାର କଥା କହିଥିଲେ ଓ ଏହି ଫୋରମ ଉକ୍ତ ଚିନ୍ତାଧାରାର ଶକ୍ତିକୁ ବହୁଗୁଣିତ କରିବା ଲାଗି କାମ କରୁଛି ।

ତାମିଲନାଡ଼ୁର ରାମେଶ୍ୱରମରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

April 06th, 02:00 pm

ତାମିଲନାଡ଼ୁର ରାଜ୍ୟପାଳ, ଶ୍ରୀ ଆର୍. ଏନ୍. ରବି ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ, ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ, ଡକ୍ଟର ଏଲ୍. ମୁରୁଗାନ ଜୀ, ତାମିଲନାଡ଼ୁ ସରକାରଙ୍କ ମନ୍ତ୍ରୀଗଣ, ସାଂସଦଗଣ, ଅନ୍ୟ ବିଶିଷ୍ଟ ଅତିଥିଗଣ, ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ! ]

ତାମିଲନାଡୁର ରାମେଶ୍ୱରମ ଠାରେ ୮,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

April 06th, 01:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର ରାମେଶ୍ୱରମ ଠାରେ ୮,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ଓ ସଡ଼କ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ସେ ଭାରତର ପ୍ରଥମ ଭର୍ଟିକାଲ ଲିଫ୍ଟ ସମୁଦ୍ର ସେତୁ, ନୂଆ ପମ୍ବନ ରେଳ ସେତୁକୁ ଉଦଘାଟନ କରିଥିଲେ ଏବଂ ସଡକ ସେତୁରୁ ଏକ ଟ୍ରେନ ଓ ଜାହାଜକୁ ପତାକା ଦେଖାଇ ଶୁଭାରମ୍ଭ କରିଥଲେ ଏବଂ ସେତୁର ପରିଚାଳନାକୁ ନିରୀକ୍ଷଣ କରିଥିଲେ। ରାମେଶ୍ୱରମସ୍ଥିତ ରାମନାଥସ୍ୱାମୀ ମନ୍ଦିରରେ ମଧ୍ୟ ସେ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ ଯେ ଆଜି ଶ୍ରୀରାମ ନବମୀର ପବିତ୍ର ଅବସର। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଆଜି ସକାଳେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ସୂର୍ଯ୍ୟର ଦିବ୍ୟ କିରଣ ରାମଲାଲାଙ୍କୁ ଭବ୍ୟ ତିଳକରେ ସଜ୍ଜିତ କରିଥିଲା।

Our vision for the Global South will go beyond SAGAR-it will be MAHASAGAR: PM Modi

March 12th, 12:30 pm

During his visit to Mauritius, PM Modi emphasized the deep-rooted ties between the two nations, announcing an 'Enhanced Strategic Partnership' with PM Ramgoolam. India will assist in building a new Parliament, modernizing infrastructure, and strengthening security. With a focus on digital innovation, trade, and cultural ties, PM Modi reaffirmed India’s commitment to regional growth and cooperation.

ସିଲଭାସାରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 07th, 03:00 pm

ଆପଣମାନେ ସମସ୍ତେ କେମିତି ଅଛନ୍ତି। ଆଜିର ଏହି କାର୍ଯ୍ୟକ୍ରମ ବହୁତ ଉତ୍ସାହ ରହିଛି ଓ ଭଲ ଲାଗୁଛି। ମୁଁ କେନ୍ଦ୍ର ଶାସିତ ଅଞ୍ଚଳର ସମସ୍ତ କର୍ମୀଙ୍କୁ ଧନ୍ୟବାଦ ଜଣାଉଛି, ଯେଉଁମାନେ ମୋତେ ଆପଣମାନଙ୍କ ଠାରୁ ଊର୍ଦ୍ଧ୍ୱକୁ ଉଠିବାର ସୁଯୋଗ ଦେଇଛନ୍ତି। ଆଜି ଅନେକ ପରିଚିତ ବ୍ୟକ୍ତିମାନଙ୍କୁ ଅଭିନନ୍ଦନ ଜଣାଇବାର ସୁଯୋଗ ପାଇଛି।

PM Modi inaugurates and launches various development works worth over ₹2580 crore in Silvassa

March 07th, 02:45 pm

PM Modi launched various development works worth over ₹2580 crore in Silvassa. He also inaugurated the Namo Hospital in Silvassa earlier to the event. PM highlighted the significance of healthcare projects launched in Silvassa on Jan Aushadhi Diwas. He remarked that developments like the Ram Setu, Namo Path, Tent City in Daman, and the popular Night Market are enhancing the region's appeal.

କେନ୍ଦ୍ର ବଜେଟ୍ ଉପରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 01st, 03:00 pm

ଆଜି ଭାରତର ବିକାଶ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ! ଏହା 140 କୋଟି ଭାରତୀୟଙ୍କ ଆକାଂକ୍ଷାର ବଜେଟ୍, ପ୍ରତ୍ୟେକ ଭାରତୀୟଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଏହା ଏକ ବଜେଟ୍। ଆମେ ଯୁବକମାନଙ୍କ ପାଇଁ ଅନେକ କ୍ଷେତ୍ର ଉନ୍ମୁକ୍ତ କରିଛୁ। ସାଧାରଣ ନାଗରିକ ବିକଶିତ ଭାରତର ଅଭିଯାନକୁ ଆଗେଇ ନେବାକୁ ଯାଉଛନ୍ତି। ଏହି ବଜେଟ୍ ବହୁ ଶକ୍ତି ଗୁଣକ। ଏହି ବଜେଟ୍ ସଞ୍ଚୟ ବୃଦ୍ଧି କରିବ, ନିବେଶ ବୃଦ୍ଧି କରିବ, ଉପଭୋଗ ବୃଦ୍ଧି କରିବ ଏବଂ ଅଭିବୃଦ୍ଧିକୁ ମଧ୍ୟ ତ୍ୱରାନ୍ୱିତ କରିବ। ମୁଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ଜୀ ଏବଂ ତାଙ୍କ ସମଗ୍ର ଟିମକୁ ଏହି ଜନତା ଜନାର୍ଦନଙ୍କ ବଜେଟ୍, ପିପୁଲ୍ସ ବଜେଟ୍ ପାଇଁ ବହୁତ ବହୁତ ଅଭିନନ୍ଦନ ଜଣାଉଛି।

କେନ୍ଦ୍ର ବଜେଟ୍ ୨୦୨୫-୨୬ ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ

February 01st, 02:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ କେନ୍ଦ୍ର ବଜେଟ୍ ୨୦୨୫-୨୬ ଉପରେ ନିଜର ମନ୍ତବ୍ୟ ଦେଇଛନ୍ତି। ଆଜି ଭାରତର ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟକୁ ଚିହ୍ନିତ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଏହି ବଜେଟରେ ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା ପ୍ରତିଫଳିତ ହୋଇଛି ଏବଂ ପ୍ରତ୍ୟେକ ନାଗରିକଙ୍କ ସ୍ୱପ୍ନ ପୂରଣ ହୋଇଛି। ସେ ଦର୍ଶାଇଛନ୍ତି ଯେ ଯୁବକମାନଙ୍କ ପାଇଁ ବଜେଟରେ ଅନେକ କ୍ଷେତ୍ର ଓ ସୁଯୋଗ ଖୋଲାଯାଇଛି ଏବଂ ସାଧାରଣ ନାଗରିକଙ୍କୁ ଏହା ବିକଶିତ ଭାରତ ଯାତ୍ରାରେ ସାମିଲ କରିବ । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଏହି ବଜେଟ୍ ହେଉଛି ଏକ ବୃହତ ଶକ୍ତି, ଯାହା ସଞ୍ଚୟ, ବିନିଯୋଗ, ବ୍ୟବହାର ଏବଂ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବ। ସେ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏବଂ ତାଙ୍କ ଟିମ୍‍କୁ ଏହି ‘ଲୋକଙ୍କ ବଜେଟ୍’ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ଭାରତୀୟ ପାଣିପାଗ ବିଭାଗ ୧୫୦ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 14th, 10:45 am

କେନ୍ଦ୍ର ମନ୍ତ୍ରୀ ପରିଷଦରେ ମୋର ସହଯୋଗୀ ଡକ୍ଟର ଜିତେନ୍ଦ୍ର ସିଂହ ଜୀ, ଡବ୍ଲୁଏମଓ ର ମହାସଚିବ ପ୍ରଫେସର ସେଲେସ୍ତେ ସାଓଲୋ ଜୀ, ବିଦେଶରୁ ଆସିଥିବା ଆମର ଅତିଥିବୃନ୍ଦ, ଆର୍ଥ ସାଇନ୍ସ ମନ୍ତ୍ରଣାଳୟର ସଚିବ ଡକ୍ଟର ଏମ୍ ରବିଚନ୍ଦ୍ରନ୍ ଜୀ, ଆଇଏମଡିର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଜୀ, ଅନ୍ୟ ମହାନୁଭବ, ସମସ୍ତ ବୈଜ୍ଞାନିକ ଓ ବିଭିନ୍ନ ବିଭାଗ ଏବଂ ସଂସ୍ଥାନର ଅଧିକାରୀ, ସଜ୍ଜନ ମଣ୍ଡଳୀ …

ଭାରତୀୟ ପାଣିପାଗ ବିଭାଗର ୧୫୦ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 14th, 10:30 am

ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ୧୫୦ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶଗ୍ରହଣ କରିଛନ୍ତି । ଉତ୍ସବରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସମ୍ପୃକ୍ତ ବିଭାଗର ଦେଢ ଶହତମ ଯାତ୍ରା କେବଳ ବିଭାଗର ସଫଳ ଯାତ୍ରାକୁ ବଖାଣୁନାହିଁ ବରଂ ଏହା ଭାରତୀୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ସଫଳ ଗାଥା ପ୍ରକାଶ କରୁଛି । ଏତେ ଦିନ ଭିତରେ ଆଇଏମଡି ଲକ୍ଷ ଲକ୍ଷ ଭାରତୀୟଙ୍କ ସେବା କରିଆସିଛି ଓ ଏହା ବିଜ୍ଞାନର ଅଗ୍ରଗତିର ଏକ ପ୍ରତୀକ । ଆଇଏମଡିର ସଫଳତା ପାଇଁ ଏହି ଅବସରରେ ଏକ କଏନ ଓ ପୋଷ୍ଟାଲ ଷ୍ଟାମ୍ପ ଉନ୍ମୋଚିତ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ୨୦୪୭ରେ ଭାରତର ଶହେତମ ବର୍ଷ ପୂର୍ତି ଉପଲକ୍ଷେ ଆଇଏମଡିର ଭବିଷ୍ୟତ ରୂପରେଖ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଏହି ଅବସରରେ ସାରା ଦେଶର ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ଅଭିବାଦନ ଜଣାଇଥିଲେ ।