Our relationship carries the permanence of platinum and the shine of silver: PM Modi at India-Germany CEOs Forum
January 12th, 01:35 pm
Addressing the India-Germany CEOs Forum, PM Modi remarked that the partnership between the two countries is a seamless one, built on shared values and mutual trust. The PM highlighted several important decisions taken, such as deeper cooperation in strategic sectors, critical and emerging technologies, and AI. He invited German precision and innovation to connect with India’s scale and speed.India is driving not only its own growth but also the world's growth: PM Modi at India Energy Week
February 11th, 11:37 am
At India Energy Week, PM Modi highlighted India's energy ambitions based on resources, innovation, economic strength, strategic geography and sustainability. He emphasised India's rapid progress in renewables, biofuels and green energy, policy reforms and investment opportunities, reaffirming the country's commitment to driving global growth and energy transformation.ଭାରତ ଶକ୍ତି ସପ୍ତାହ ୨୦୨୫ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ
February 11th, 09:55 am
ଏକବିଂଶ ଶତାବ୍ଦୀ ଭାରତର ବୋଲି ବିଶ୍ୱବ୍ୟାପୀ ବିଶେଷଜ୍ଞମାନେ କହୁଥିବା ଦର୍ଶାଇ ଶ୍ରୀ ମୋଦୀ କହିଥିଲେ, ଭାରତ କେବଳ ଏହାର ଅଭିବୃଦ୍ଧି ନୁହେଁ ବରଂ ବିଶ୍ୱର ଅଭିବୃଦ୍ଧିକୁ ମଧ୍ୟ ତ୍ୱରାନ୍ୱିତ କରୁଛି ଏବଂ ଶକ୍ତି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ଭାରତର ଶକ୍ତି ଆକାଂକ୍ଷା ପାଞ୍ଚଟି ସ୍ତମ୍ଭ ଉପରେ ନିର୍ମିତ: ସମ୍ବଳର ଉପଯୋଗ, ମେଧାବୀ ମାନସିକତା ମଧ୍ୟରେ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା, ଅର୍ଥନୈତିକ ଶକ୍ତି ଏବଂ ରାଜନୈତିକ ସ୍ଥିରତା, ରଣନୈତିକ ଭୌଗୋଳିକ ଶକ୍ତି ବାଣିଜ୍ୟକୁ ଆକର୍ଷଣୀୟ ଏବଂ ସହଜ କରିବା ତଥା ବିଶ୍ୱସ୍ଥାୟୀତ୍ବ ପ୍ରତି ପ୍ରତିବଦ୍ଧତା । ଏହି କାରଣଗୁଡ଼ିକ ଭାରତର ଶକ୍ତି କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରୁଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।ଏଏସପିଆଇର କ୍ରିଟିକାଲ ଟେକ୍ନୋଲୋଜି ଟ୍ରାକରରେ ଶ୍ରେଷ୍ଠ 5 ରାଷ୍ଟ୍ର ମଧ୍ୟରେ ଭାରତର ସ୍ଥାନକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
October 03rd, 07:35 pm
ଏଏସପିଆଇ କ୍ରିଟିକାଲ ଟେକ୍ନୋଲୋଜି ଟ୍ରାକର ଅନୁଯାୟୀ 64ଟି ଟେକ୍ନୋଲୋଜି ମଧ୍ୟରୁ 45ଟି ରେ ଭାରତ ଏବେ ଶ୍ରେଷ୍ଠ ପାଞ୍ଚଟି ଦେଶ ମଧ୍ୟରେ ସ୍ଥାନ ପାଇଛି। ବୈଜ୍ଞାନିକ ଏବଂ ଗବେଷଣା ସଫଳତା ପାଇଁ ଦୌଡ଼ ଏବଂ ବିଶ୍ୱସ୍ତରୀୟ ପ୍ରତିଭାକୁ ବଜାୟ ରଖିବାର କ୍ଷମତା ସମେତ ଗୁରୁତ୍ୱପୂର୍ଣ୍ଣ ଜ୍ଞାନକୌଶଳର ବିକାଶ ଉପରେ ଏହି ଅଧ୍ୟୟନ ନଜର ରଖିଛି । ଏହି ଅଧ୍ୟୟନରେ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜ୍ଞାନକୌଶଳର ବିକାଶ ଏବଂ ନିୟନ୍ତ୍ରଣ ଏବଂ ଏହା କିପରି ଏକ ଦେଶର ଅର୍ଥନୈତିକ ଦକ୍ଷତା ଉପରେ ମାପ କରେ ତାହାକୁ ମଧ୍ୟ ଦସ୍ତାବିଜ କରାଯାଇଛି ।ଜାମାଇକା ପ୍ରଧାନମନ୍ତ୍ରୀଙ୍କ ସହ ସଂଯୁକ୍ତ ପ୍ରେସ୍ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ ବିବୃତି
October 01st, 12:00 pm
ପ୍ରଧାନମନ୍ତ୍ରୀ ହୋଲନେସ୍ ଓ ତାଙ୍କ ପ୍ରତିନିଧିଦଳଙ୍କୁ ଭାରତରେ ସ୍ୱାଗତ କରି ମୁଁ ବହୁତ ଖୁସି ହେଉଛି । ଜାମାଇକାର ପ୍ରଧାନମନ୍ତ୍ରୀ ପ୍ରଥମ ଥର ଆଜି ଦ୍ୱିପାକ୍ଷିକ ଗସ୍ତରେ ଆସିଛନ୍ତି । ତେଣୁ ଏହି ଯାତ୍ରା ଆମ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ।ପ୍ରଥମ ଅନ୍ତରାଷ୍ଟ୍ରୀୟ ସୌର ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତା
September 05th, 11:00 am
ସମ୍ମାନାସ୍ପଦ ପ୍ରତିନିଧିବୃନ୍ଦ, ବିଶିଷ୍ଟ ଅତିଥିଗଣ ଏବଂ ମୋର ପ୍ରିୟ ବନ୍ଧୁଗଣ, ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ମୋର ଭବ୍ୟ ସ୍ୱାଗତ ଜ୍ଞାପନ କରୁଛି । ମୁଁ ଆପଣମାନଙ୍କ ପ୍ରଥମ ଅନ୍ତରାଷ୍ଟ୍ରୀୟ ସୌର ଉତ୍ସବକୁ ସ୍ୱାଗତ କରିବା ଅବସରରେ ଖୁବ୍ ଆନନ୍ଦ ଅନୁଭବ କରୁଛି । ଏଭଳି ଏକ ଅଭିନବ ଉପକ୍ରମ ନିମନ୍ତେ ମୁଁ ଅନ୍ତରାଷ୍ଟ୍ରୀୟ ସୌର ସଂଗଠନକୁ ମଧ୍ୟ ଅଭିନନ୍ଦନ ଜଣାଉଛି ।Cabinet approves Amendment in Pradhan Mantri JI-VAN Yojana
August 09th, 10:21 pm
To keep pace with the latest developments in the field of biofuels and to attract more investment, the Union Cabinet, chaired by the Prime Minister Shri Narendra Modi, today approved the modified Pradhan Mantri JI-VAN Yojana.ଅଷ୍ଟ୍ରିଆର ଚାନ୍ସେଲରଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ୍ ବିବୃତି
July 10th, 02:45 pm
ମୁଁ ଚାନ୍ସେଲର ନେହମାରଙ୍କୁ ଉଦାର ସ୍ୱାଗତ ଏବଂ ଆତିଥେୟତା ପାଇଁ ଧନ୍ୟବାଦ ଦେଇ ନିଜ ବକ୍ତବ୍ୟ ଆରମ୍ଭ କରିବାକୁ ଚାହୁଁଛି । ମୁଁ ଖୁସି ଯେ ମୋର ତୃତୀୟ କାର୍ଯ୍ୟକାଳ ଆରମ୍ଭରେ ମୁଁ ଅଷ୍ଟ୍ରିଆ ଗସ୍ତ କରିବାର ସୁଯୋଗ ପାଇଲି । ମୋ ଗସ୍ତ ଐତିହାସିକ ତଥା ସ୍ୱତନ୍ତ୍ର । ୪୧ ବର୍ଷ ପରେ ପ୍ରଥମ ଥର ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଅଷ୍ଟ୍ରିଆ ଗସ୍ତ କରିଛନ୍ତି। ଏହା ମଧ୍ୟ ଖୁସିର କଥା ଯେ ଏହି ଗସ୍ତ ଏପରି ଏକ ସମୟରେ ହେଉଛି ଯେତେବେଳେ ଆମ ପାରସ୍ପରିକ ସମ୍ପର୍କକୁ ୭୫ ବର୍ଷ ପୂରିଛି ।ବିଶ୍ୱ ସରକାର ମହା ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 14th, 02:30 pm
ବିଶ୍ୱ ସରକାର ମହା ସମ୍ମିଳନୀକୁ ସମ୍ବୋଧନ କରିବା ମୋ ପକ୍ଷରେ ଏକ ବହୁତ ବଡ ସମ୍ମାନ । ଏଭଳି ଏକ ସୌଭାଗ୍ୟ ମୋତେ ଦ୍ୱିତୀୟ ଥର ପାଇଁ ମିଳିଛି । ମହାନୁଭବ ଶେଖ ମହମ୍ମଦବିନ୍ ରସିଦଙ୍କର ଆମନ୍ତ୍ରଣ ଏବଂ ଆନ୍ତରିକତା ସହିତ ମୋତେ ଉଚ୍ଛ୍ୱସିତ ସ୍ୱାଗତ କରାଯାଇଥିବାରୁ ମୁଁ କୃତଜ୍ଞ । ମୁଁ ମୋର ଭ୍ରାତୃ ପ୍ରତୀମ ମହାନୁଭବ ଶେଖ ମହମ୍ମଦ ବିନ୍ ଜାୟତଙ୍କ ନିକଟରେ କୃତଜ୍ଞତା ବ୍ୟକ୍ତ କରୁଛି । ଏହି ଅଳ୍ପ କିଛିଦିନ ମଧ୍ୟରେ ତାଙ୍କ ସହିତ ଅନେକ ଥର ସାକ୍ଷାତର ସୁଯୋଗ ମିଳିଛି । ସେ କେବଳ ଦୃଷ୍ଟିଭଙ୍ଗୀର ନେତା ନୁହଁନ୍ତି ବରଂ ସମାଧାନର ନେତା ଏବଂ ପ୍ରତିଶ୍ରୁତି ପାଳନର ମଧ୍ୟ ନେତା ଅଟନ୍ତି ।ବିଶ୍ୱ ସରକାର ଶିଖର ସମ୍ମିଳନୀ ୨୦୨୪ରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ
February 14th, 02:09 pm
ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ତଥା ଦୁବାଇର ଶାସକ ଶେଖ୍ ମହମ୍ମଦ ବିନ୍ ରସିଦ ଅଲ୍ ମକ୍ତୁମଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୪ ଫେବୃଆରୀ ୨୦୨୪ରେ ଦୁବାଇରେ ଅନୁଷ୍ଠିତ ବିଶ୍ୱ ସରକାର ଶିଖର ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି। ସେ ଏହି ଶିଖର ସମ୍ମିଳନୀର ବିଷୟବସ୍ତୁ - ‘‘ଭବିଷ୍ୟତ ସରକାର ଗଠନ’’ ଉପରେ ବିଶେଷ ବକ୍ତବ୍ୟ ଦେଇଥିଲେ । ପ୍ରଧାନମନ୍ତ୍ରୀ ୨୦୧୮ରେ ମଧ୍ୟ ବିଶ୍ୱ ସରକାର ଶିଖର ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥର ଶିଖର ସମ୍ମିଳନୀରେ ବିଭିନ୍ନ ରାଷ୍ଟ୍ରର ୧୦ ଜଣ ରାଷ୍ଟ୍ରପତି ଓ ୧୦ ଜଣ ପ୍ରଧାନମନ୍ତ୍ରୀଙ୍କ ସମେତ ବିଶ୍ୱର ୨୦ ଜଣ ନେତା ଅଂଶଗ୍ରହଣ କରିଥିଲେ । ଏହି ବିଶ୍ୱ ସମାବେଶରେ ୧୨୦ରୁ ଅଧିକ ଦେଶର ସରକାରୀ ପଦାଧିକାରୀ ଓ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।Whatever BJP promises, it delivers: PM Modi in Telangana
November 25th, 03:30 pm
Ahead of the Telangana assembly election, PM Modi addressed an emphatic public meeting in Kamareddy today. He said, “Whenever I come to Telangana, I see a wave of hope among the people here. This wave is the wave of expectation. It is the wave of change. It is the wave of the sentiment that Telangana should achieve the height of development that it deserves.”PM Modi addresses public meetings in Telangana’s Kamareddy & Maheshwaram
November 25th, 02:15 pm
Ahead of the Telangana assembly election, PM Modi addressed emphatic public meetings in Kamareddy and Maheshwaram today. He said, “Whenever I come to Telangana, I see a wave of hope among the people here. This wave is the wave of expectation. It is the wave of change. It is the wave of the sentiment that Telangana should achieve the height of development that it deserves.”ଜି-୨୦ ୟୁନିଭର୍ସିଟି କନେକ୍ଟ ସମାପନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 26th, 04:12 pm
ଆସନ୍ତୁ ଗୋଟିଏ ମୁହୂର୍ତ୍ତ ପାଇଁ ଚିନ୍ତା କରିବା; ଆମେ ସେହି ଲୋକ ଯେଉଁମାନେ ଦେଶ ପାଇଁ ଜୀବନ ବଳିଦାନ ଦେବାର ସୁଯୋଗ ପାଇନାହୁଁ । ଭଗତ ସିଂହ, ସୁଖଦେବ, ଚନ୍ଦ୍ରଶେଖର ଓ ଆଜାଦଙ୍କୁ ଯେଉଁ ଭାଗ୍ୟ ମିଳିଥିଲା, ତାହା ଆମକୁ ମିଳିନଥିଲା। କିନ୍ତୁ ଆମେ ଭରତଙ୍କ ପାଇଁ ବଞ୍ଚିବାର ସୁଯୋଗ ପାଇଛୁ। ୧୦୦ ବର୍ଷ ପୁରୁଣାକୁ ଦେଖନ୍ତୁ ଏବଂ ୧୯୧୯, ୧୯୨୦, ୧୯୨୨, ୧୯୨୩, ୧୯୨୫ ମସିହାକୁ କଳ୍ପନା କରନ୍ତୁ । ସେହି ସମୟରେ ଯୁବକମାନେ ସ୍ଥିର କରିଥିଲେ ଯେ ଦେଶକୁ ମୁକ୍ତ କରିବା ପାଇଁ ଯାହା ବି କରିବାକୁ ପଡ଼ିବ ସେମାନେ କରିବେ। ସେମାନେ ଯାହା ବାଟ ପାଇବେ ତାହାକୁ ବ୍ୟବହାର କରିବେ। ଆଉ ସେହି ସମୟର ଯୁବକମାନେ ସେମାନଙ୍କ ଯାତ୍ରା ଆରମ୍ଭ କରିଥିଲେ । ସେମାନେ ସେମାନଙ୍କ ବହିଗୁଡ଼ିକୁ ଆଲମାରୀରେ ବନ୍ଦ କରି ଦେଉଥିଲେ ଏବଂ ସେମାନେ ଜେଲ୍ ଯିବାକୁ ପସନ୍ଦ କରୁଥିଲେ। ସେମାନେ ଫାଶୀ ଦଣ୍ଡ ଭୋଗିବାକୁ ପସନ୍ଦ କରୁଥିଲେ। ସେମାନେ ନିଜ ପାଇଁ ଯାହା ବି ରାସ୍ତା ପାଊଥିଲେ, ସେହି ରାସ୍ତାରେ ଚାଲୁଥିଲେ। ପ୍ରାୟ ୧୦୦ ବର୍ଷ ପୂର୍ବେ ସାହସିକତା ଚରମ ସୀମାରେ ପହଞ୍ଚିଥିଲା; ବଳିଦାନର ବାତାବରଣ ସୃଷ୍ଟି ହେଲା; ମାତୃଭୂମି ପାଇଁ ମରିବାର ଇଚ୍ଛା ଦୃଢ଼ ହୋଇଗଲା; ଏବଂ ୨୫ ବର୍ଷ ମଧ୍ୟରେ ଦେଶ ସ୍ୱାଧୀନ ହେଲା । ଏହା ଘଟିଲା କି ନାହିଁ ସାଥୀମାନେ, ସେମାନଙ୍କ ପ୍ରୟାସ ଯୋଗୁଁ ଏହା ଘଟିଛି କି ନାହିଁ? ସେହି ୨୫ ବର୍ଷ ମଧ୍ୟରେ ଯେଉଁ ଦେଶବ୍ୟାପୀ ଉତ୍ସାହ ସୃଷ୍ଟି ହୋଇଥିଲା ତାହା ୧୯୪୭ମସିହାରେ ଦେଶକୁ ସ୍ୱାଧୀନତା ଦେଇଥିଲା।ଜି - ୨୦ ବିଶ୍ୱବିଦ୍ୟାଳୟ କନେକ୍ଟ ଫିନାଲେକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
September 26th, 04:11 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଜି -୨୦ ବିଶ୍ୱବିଦ୍ୟାଳୟ କନେକ୍ଟ ଫିନାଲେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ଭାରତର ଯୁବବର୍ଗଙ୍କ ମଧ୍ୟରେ ଭାରତର ଜି - ୨୦ ଅଧ୍ୟକ୍ଷତା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ବିଭିନ୍ନ ଜି-୨୦ କାର୍ଯ୍ୟକ୍ରମରେ ସେମାନଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଜି-୨୦ ବିଶ୍ୱବିଦ୍ୟାଳୟ ସଂଯୋଗ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ଜି-୨୦ ଭାରତ ଅଧ୍ୟକ୍ଷତାର ବୃହତ୍ ସଫଳତା : ଦୂରଦର୍ଶୀ ନେତୃତ୍ୱ, ଅନ୍ତର୍ଭୁକ୍ତି ଆଭିମୁଖ୍ୟ , ଭାରତର ଜି -୨୦ ଅଧ୍ୟକ୍ଷତା: ବସୁଧୈବ କୁଟୁମ୍ବକମ୍; ଜି-୨୦ ବିଶ୍ୱବିଦ୍ୟାଳୟ ସଂଯୋଗ କାର୍ଯ୍ୟକ୍ରମର ସଂକଳନ; ଏବଂ ଜି-୨୦ରେ ଭାରତୀୟ ସଂସ୍କୃତି ପ୍ରଦର୍ଶନ ଶୀର୍ଷକ ୪ଟି ପ୍ରକାଶନକୁ ଉନ୍ମୋଚନ କରିଥିଲେ ।ଗ୍ଲୋବାଲ ବାୟୋଫୁଏଲ୍ ଆଲାଏନ୍ସ(ଜିବିଏ) ଗଠନ
September 09th, 10:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସିଙ୍ଗାପୁର, ବାଂଲାଦେଶ, ଇଟାଲୀ, ଆମେରିକା, ବ୍ରାଜିଲ, ଆର୍ଜେଣ୍ଟିନା, ମରିସସ୍ ଏବଂ ୟୁଏଇ ନେତାମାନଙ୍କ ସହ ନୂଆଦିଲ୍ଲୀରେ ଜି-୨୦ ସମ୍ମିଳନୀ ଅବସରରେ ୨୦୨୩ ସେପ୍ଟେମ୍ବର ୯ରେ ଗ୍ଲୋବାଲ ବାୟୋଫୁଏଲ ଆଲାଏନ୍ସ ବା ବୈଶ୍ୱିକ ଜୈବ ଇନ୍ଧନ ମିଳିତମଞ୍ଚର ଶୁଭାରମ୍ଭ କରିଛନ୍ତି ।ଏନପିଡିଆରଆର ର ତୃତୀୟ ବୈଠକ ଏବଂ ଶୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର-2023 ପ୍ରଦାନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
March 10th, 09:43 pm
ସର୍ବ ପ୍ରଥମେ ମୁଁ ବିପର୍ଯ୍ୟୟ ହ୍ରାସ ଏବଂ ବିପର୍ଯ୍ୟୟ ପରିଚାଳନା ସହିତ ଜଡିତ ସମସ୍ତ ସାଥୀମାନଙ୍କୁ ଶୁଭେଚ୍ଛା ଜଣାଉଛି । କାରଣ କାର୍ଯ୍ୟ ହେଉଛି ଏଭଳି ଯେ, ଆପଣ ଅନେକ ଥର ନିଜ ଜୀବନକୁ ବିପଦରେ ପକାଇ ମଧ୍ୟ ଅନ୍ୟମାନଙ୍କର ଜୀବନ ବଂଚାଇବା ପାଇଁ ବହୁତ ଭଲ କାର୍ଯ୍ୟ କରିଥାନ୍ତି । ନିକଟରେ ତୁର୍କୀ ଏବଂ ସିରିଆରେ ଭାରତୀୟ ଦଳର ପ୍ରୟାସକୁ ସମଗ୍ର ବିଶ୍ୱ ପ୍ରଶଂସା କରିଛି ଆଉ ଏହି କଥା ହେଉଛି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗୌରବର ବିଷୟ । ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସହିତ ଜଡିତ ମାନବ ସମ୍ବଳ ଏବଂ ବୈଷୟିକ ଦକ୍ଷତାକୁ ଭାରତ ଯେଭଳି ଭାବେ ବୃଦ୍ଧି କରିଛି, ତାହାଦ୍ୱାରା ଦେଶରେ ମଧ୍ୟ ଭିନ୍ନ- ଭିନ୍ନ ବିପର୍ଯ୍ୟୟ ସମୟରେ ଅନେକ ଗୁଡିଏ ଲୋକଙ୍କର ଜୀବନ ବଂଚାଇବାରେ ସହାୟତା ମିଳିଛି । ବିପର୍ଯ୍ୟୟ ପରିଚାଳନା ସହିତ ଜଡିତ ବ୍ୟବସ୍ଥା ସଶକ୍ତ ହେଉ, ଏଥିପାଇଁ ପ୍ରୋତ୍ସାହନ ମିଳୁ, ଏବଂ ସାରା ଦେଶରେ ଏକ ସୁସ୍ଥ ପ୍ରତିଯୋଗିତାର ବାତାବରଣ ସୃଷ୍ଟି ହେଉ, ଏହି କାର୍ଯ୍ୟ ଲାଗି ଏବଂ ଏଥିପାଇଁ ଏକ ସ୍ୱତନ୍ତ୍ର ପୁରସ୍କାରର ମଧ୍ୟ ଘୋଷଣା କରାଯାଇଛି । ଆଜି ଏଠାରେ ଦୁଇଟି ସଂସ୍ଥାନକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର ଦିଆଯାଇଛି । ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(Odisha State Disaster Management Authority), ବାତ୍ୟାଠାରୁ ନେଇ ସୁନାମୀ ପର୍ଯ୍ୟନ୍ତ, ବିଭିନ୍ନ ବିପର୍ଯ୍ୟୟ ସମୟରେ ବହୁତ ଭଲ କାର୍ଯ୍ୟ କରୁଛି । ସେହିଭଳି ମିଜୋରମର ଲୁଙ୍ଗଲେଇ ଅଗ୍ନିଶମ କେନ୍ଦ୍ର ଜଙ୍ଗଲରେ ଲାଗିଥିବା ନିଆଁ ଲିଭାଇବାରେ କଠିନ ପରିଶ୍ରମ କରିଛି, ସମଗ୍ର ଅଂଚଳକୁ ବଂଚାଇଲା ଏବଂ ନିଆଁ ବ୍ୟାପିବାକୁ ରୋକିଲା । ମୁଁ ଏହି ସଂସ୍ଥାନରେ କାର୍ଯ୍ୟ କରୁଥିବା ସମସ୍ତ ସାଥୀମାନଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ।ଜାତୀୟ ବିପର୍ଯ୍ୟୟ ଭୟ ହ୍ରାସ ମଞ୍ଚର ତୃତୀୟ ଅଧିବେଶନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ
March 10th, 04:40 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ବିପର୍ଯ୍ୟୟ ହ୍ରାସ ମଂଚ (ନ୍ୟାସନାଲ ପ୍ଲାଟଫର୍ମପର ଡିଜାଷ୍ଟର ରିକ୍ସ ରିଡକ୍ସନ ବା ଏନ୍ଡିପିଆର୍ଆର)ର ତୃତୀୟ ଅଧିବେଶନକୁ ଉଦ୍ଘାଟନ କରିଛନ୍ତି । ଏହି ମଂଚରେ ତୃତୀୟ ଅଧିବେଶନର ମୁଖ୍ୟ ବିଷୟବସ୍ତୁ ଥିଲା “ଜଳବାୟୁ ପରିବର୍ତ୍ତନରେ ସ୍ଥାନୀୟ ମୁକାବିଲା ପ୍ରସ୍ତୁତି ।”ଜର୍ମାନୀର ଚାନ୍ସଲରଙ୍କ ଭାରତ ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ୍ ବକ୍ତବ୍ୟ
February 25th, 01:49 pm
ମୁଁ ମୋର ମିତ୍ର ସୋଲ୍ଜ ଏବଂ ତାଙ୍କର ଡେଲିଗେସନଙ୍କୁ ଭାରତରେ ସ୍ବାଗତ କରୁଛି। ଚାନ୍ସଲର ସୋଲ୍ଜ ଅନେକ ବର୍ଷ ପରେ ଭାରତକୁ ପରିଦର୍ଶନ କରୁଛନ୍ତି। 2012 ରେ ତାଙ୍କର ଭାରତ ଯାତ୍ରା, ହିମବର୍ଗର କୌଣସି ମେୟରଙ୍କ ପ୍ରଥମ ଭାରତ ଯାତ୍ରା ଥିଲା। ଏହା ସ୍ପଷ୍ଟ ଯେ ସେ ଭାରତ-ଜର୍ମାନୀ ସମ୍ପର୍କର ସମ୍ଭାବନାକୁ ବହୁତ ପୂର୍ବରୁ ବୁଝି ସାରିଥିଲେ।ବଜେଟ ପରବର୍ତ୍ତୀ ‘ସବୁଜ ଅଭିବୃଦ୍ଧି’ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମର୍ମାନୁବାଦ
February 23rd, 10:22 am
୨୦୧୪ ମସିହା ପରଠାରୁ ଭାରତର ସମସ୍ତ ବଜେଟରେ ଗୋଟିଏ ଲେଖାଏଁ ଢାଞ୍ଚା ରହିଛି । ସେବେଠାରୁ ଆମ ସରକାରଙ୍କ ପ୍ରତ୍ୟକ ବଜେଟରେ ନୂତନ ବର୍ଷର ସଂସ୍କାର ସହ ବର୍ତ୍ତମାନର ଆହ୍ୱାନଗୁଡ଼ିକର ମୁକାବିଲା ନେଇ ମଧ୍ୟ ବ୍ୟବସ୍ଥା ରହିଛି । ଭାରତୀୟ ସବୁଜ ଅଭିବୃଦ୍ଧି ଓ ଶକ୍ତିର ଅବସ୍ଥାନ୍ତର ଦେଇ ତିନିଟି ମୁଖ୍ୟ ସ୍ତମ୍ଭ ରହିଛି । ପ୍ରଥମ ହେଲା ଅକ୍ଷୟ ଶକ୍ତି ଉତ୍ପାଦନ ବୃଦ୍ଧି, ଦ୍ୱିତୀୟରେ ଆମ ଅର୍ଥନୀତିରେ ଜୀବାଶ୍ମ ଇନ୍ଧନ ବ୍ୟବହାର ହ୍ରାସ ଓ ତୃତୀୟତରେ ଦେଶ ମଧ୍ୟରେ ଦ୍ରୁତ ଗତିରେ ଗ୍ୟାସଭିତ୍ତିକ ଅର୍ଥନୀତି ସହ ଆଗକୁ ବଢ଼ିବା । ସେ ଇଥାନଲ ମିଶ୍ରଣ ହେଉ ବା ପିଏମ କୁସୁମ ଯୋଜନା, ସୌର ଶକ୍ତି ପାଇଁ ପ୍ରୋତ୍ସାହନ, ଛାତ ଉପରେ ସୌର ଶକ୍ତି ଯୋଜନା, କୋଇଲା ବାଷ୍ପୀକରଣ ବା ବ୍ୟାଟେରୀ ଭଣ୍ଡାରଣ ଏହି ରଣନୀତି ସ୍ୱରୂପ ପରସ୍ପର ବଜେଟରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା ମାନ ହୋଇଛି । ଚଳିତ ବର୍ଷର ବଜେଟରେ ମଧ୍ୟ ଶିଳ୍ପ ପାଇଁ ସବୁଜ ଋଣ ଓ ଚାଷୀମାନଙ୍କ ନିମନ୍ତେ ପିଏମ ପ୍ରଣାମ ଯୋଜନାର ପରିକଳ୍ପନା କରାଯାଇଛି । ଗ୍ରାମାଞ୍ଚଳ ନିମନ୍ତେ ଗୋବର୍ଦ୍ଧନ ଯୋଜନା କରାଯାଇଥିବା ବେଳେ ସହରାଞ୍ଚଳ ନିମନ୍ତେ ରଦି ଯାନବାହନ ନୀତି ଘୋଷଣା କରାଯାଇଛି । ସବୁଜ ଉଦଜାନ ଓ ଆର୍ଦ୍ରଭୂମି ସଂରକ୍ଷଣ ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ଚଳିତ ବର୍ଷ ବଜେଟରେ ସବୁଜ ଅଭିବୃଦ୍ଧି ପାଇଁ ବ୍ୟବସ୍ଥା ଗୋଟିଏ ପକ୍ଷରେ କହିବାକୁ ଗଲେ ଆମ ଭାବୀ ବଂଶଧରମାନଙ୍କ ପାଇଁ ଏକ ଉନ୍ନତ ଭବିଷ୍ୟତର ଭିତ୍ତିଭୂମି ରଖିବ ।ସବୁଜ ଅଭିବୃଦ୍ଧି ସଂକ୍ରାନ୍ତ ବଜେଟ ପରବର୍ତ୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
February 23rd, 10:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ଗ୍ରୀନ ଗ୍ରୋଥ ବା ସବୁଜ ଅଭିବୃଦ୍ଧି ସଂକ୍ରାନ୍ତ ଏକ ବଜେଟ୍ ପରବର୍ତ୍ତୀ ୱେବିନାରରେ ଉଦ୍ବୋଧନ ଦେଇଛନ୍ତି । ଚଳିତ ବର୍ଷର ବଜେଟ ଉପରେ ସରକାର ଯେଉଁ ୧୨ଟି ୱେବିନାର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସେ ଶୃଙ୍ଖଳାରେ ଏହା ପ୍ରଥମ । ୨୦୨୩ ବଜେଟ୍ରେ ଯେଉଁ ସବୁ ପ୍ରସ୍ତାବନା ରହିଛି ସେ ସମ୍ପର୍କରେ ବିଚାର ଆଲୋଚନା କରିବା ସହିତ ସେସବୁର ସଫଳ ରୂପାୟନ କରିବା ନିମନ୍ତେ ଏହି ୱେବିନାର ଶୃଙ୍ଖଳାର ପରିକଳ୍ପନା କରାଯାଇଛି ।