ପ୍ରଧାନମନ୍ତ୍ରୀଙ୍କ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତ
July 03rd, 08:42 pm
ଇଣ୍ଡୋନେସିଆର ରାଷ୍ଟ୍ରପତି ଶ୍ରୀ ପ୍ରବୋବୋ ସୁବିୟାନ୍ତୋଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୬-୮ ଜୁଲାଇ, ୨୦୨୬ରେ ଇଣ୍ଡୋନେସିଆ ଗସ୍ତ କରିବେ। ପ୍ରଧାନମନ୍ତ୍ରୀଙ୍କର ଏହା ଚତୁର୍ଥ ଇଣ୍ଡୋନେସିଆ ଗସ୍ତ ହେବ ଏବଂ ମେ’ ୨୦୧୮ ରେ ଭାରତ-ଇଣ୍ଡୋନେସିଆ ସମ୍ପର୍କ 'ବ୍ୟାପକ ରଣନୀତିକ ସହଭାଗିତା' ସ୍ତରକୁ ଉନ୍ନୀତ ହେବା ପରେ ଏହା ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ ହେବ। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ପ୍ରବୋବୋଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ଏବଂ ଏହି ସହଭାଗିତା ଅଧିନରେ ହୋଇଥିବା ପ୍ରଗତିର ସମୀକ୍ଷା କରିବେ। ଜାକର୍ତ୍ତାଠାରେ ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟଙ୍କ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିବେ। ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଐତିହାସିକ ତଥା ସୌହାର୍ଦ୍ଦ୍ୟପୂର୍ଣ୍ଣ ଜନ-ସମ୍ପର୍କ ରହିଛି। ଏହି ବିଶେଷ ସମ୍ପର୍କକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଇଣ୍ଡୋନେସିଆର ଏକ ପ୍ରମୁଖ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ଯୋଗ୍ୟାକର୍ତ୍ତାସ୍ଥିତ 'ପ୍ରାମ୍ବନନ ମନ୍ଦିର' ପରିସର ପରିଦର୍ଶନ କରିବେ।ସେଶେଲ୍ସର ନ୍ୟାସନାଲ ଆସେମ୍ବ୍ଲିରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
June 28th, 05:00 pm
ଏହି ଜାତୀୟ ସଭାକୁ ସମ୍ବୋଧିତ କରିବା ଏକ ବିରଳ ସୌଭାଗ୍ୟ। ଏହି ସ୍ୱତନ୍ତ୍ର ସମ୍ମାନ ପାଇଁ ଧନ୍ୟବାଦ। ଏହି ଅଷ୍ଟମ ଜାତୀୟ ସଭାର ନବନିର୍ବାଚିତ ସଦସ୍ୟମାନଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ । ଏହି ଗରିମାମୟ ଗୃହର ପ୍ରଥମ ମହିଳା ବାଚସ୍ପତି ହୋଇଥିବାରୁ ମାନ୍ୟବର ବାଚସ୍ପତି, ମୁଁ ଆପଣଙ୍କୁ ମଧ୍ୟ ମୋର ଅଭିନନ୍ଦନ ଜଣାଉଛି।ସେଶେଲ୍ସର ସ୍ୱତନ୍ତ୍ର ରାଷ୍ଟ୍ରପତି ସମ୍ମାନ ‘ଗାର୍ଡିଆନ୍ ଅଫ୍ ଦି ବ୍ଲୁ ହରାଇଜନ୍’ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ
June 28th, 03:07 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେଶେଲ୍ସର ସ୍ୱତନ୍ତ୍ର ରାଷ୍ଟ୍ରପତି ସମ୍ମାନ ‘ଗାର୍ଡିଆନ୍ ଅଫ୍ ଦି ବ୍ଲୁ ହରାଇଜନ୍’ରେ ସମ୍ମାନିତ ହୋଇଛନ୍ତି । ସେଶେଲ୍ସ ରାଷ୍ଟ୍ରପତି ମହାମହିମ ଡକ୍ଟର ପାଟ୍ରିକ୍ ହାର୍ମିନି ଆଜି ଏକ ସ୍ୱତନ୍ତ୍ର ଉତ୍ସବରେ ଶ୍ରୀ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ସବୁଜ ଶକ୍ତି କ୍ଷେତ୍ରରେ ନେତୃତ୍ୱ, ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ହିତରକ୍ଷା ପାଇଁ ପ୍ରୟାସ, ନୀଳ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ, ଜଳବାୟୁ ପରିବର୍ତ୍ତନର ସମାଧାନ, ସାମୁଦ୍ରିକ ସମ୍ପଦର ଦୀର୍ଘସ୍ଥାୟୀ ପରିଚାଳନା ଏବଂ ବିକାଶଶୀଳ କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ରଗୁଡ଼ିକର ବିକାଶମୂଳକ ଆକାଂକ୍ଷାକୁ ସମର୍ଥନ କରିବା କ୍ଷେତ୍ରରେ ତାଙ୍କର ନିରନ୍ତର ପ୍ରତିବଦ୍ଧତାକୁ ସ୍ୱୀକୃତି ସ୍ୱରୂପ ଏହି ସମ୍ମାନ ପ୍ରଦାନ କରାଯାଇଛି। ପ୍ରଥମ ଥର ପାଇଁ ଏହି ବିଶେଷ ସମ୍ମାନ ପ୍ରଦାନ କରାଯାଇଛି।ସେଚେଲ୍ସ ରାଷ୍ଟ୍ରପତିଙ୍କ ସହ ମିଳିତ ପ୍ରେସ୍ ବିବୃତ୍ତି ସମୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତ୍ତି
June 28th, 02:02 pm
ତାଙ୍କ ଦ୍ୱାରା “Guardian of the Blue Horizon” ସମ୍ମାନରେ ସମ୍ମାନିତ ହେବା ମୋ ପାଇଁ ଏବଂ ୧୪୦ କୋଟି ଭାରତବାସୀଙ୍କ ପାଇଁ ଅତ୍ୟନ୍ତ ଆନନ୍ଦର ବିଷୟ। ମୁଁ ଏହି ସମ୍ମାନକୁ ନମ୍ରତାର ସହ ଗ୍ରହଣ କରି, ସେହି ସମସ୍ତ ଦେଶକୁ ସମର୍ପିତ କରୁଛି, ଯେଉଁମାନେ ଜଳବାୟୁ ପରିବର୍ତ୍ତନର ଆହ୍ୱାନ ବିରୋଧରେ ଲଢୁଛନ୍ତି ଏବଂ ପରିବେଶ ସୁରକ୍ଷାକୁ ଆଗାମୀ ପିଢ଼ି ପ୍ରତି ନିଜର ଦାୟିତ୍ୱ ବୋଲି ମନେ କରୁଛନ୍ତି।କଲମ୍ବିଆର ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ଆବେଲାର୍ଡୋ ଡି ଲା ଏସ୍ପ୍ରିଏଲାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
June 26th, 10:47 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କଲମ୍ବିଆର ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ଆବେଲାର୍ଡୋ ଡି ଲା ଏସ୍ପ୍ରିଏଲାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ଫ୍ରାନ୍ସର ଏଭିୟନଠାରେ ଜି-୭ ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
June 18th, 05:04 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷର ଅନ୍ତ ଘଟାଇବା ସହିତ ଏକ ବ୍ୟାପକ କ୍ଷେତ୍ରରେ ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ପାଇଁ ହୋଇଥିବା ଚୁକ୍ତିରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି । ସେ ହର୍ମୁଜ୍ ପ୍ରଣାଳୀରେ ମୁକ୍ତ ନୌପରିବହନ ଏବଂ ବାଧାମୁକ୍ତ ବାଣିଜ୍ୟ ବଜାୟ ରଖିବା ତଥା ନାବିକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ।India and Slovakia are moving forward in close coordination on the global stage: PM Modi at the India-Slovakia Joint Press Meet
June 15th, 03:00 pm
At the joint press meet in Bratislava, PM Modi and Slovak Prime Minister Robert Fico announced the elevation of India-Slovakia ties to a Comprehensive Partnership. PM Modi highlighted growing cooperation in trade, technology, defence, space, digital innovation and mobility, saying the upgraded partnership reflects shared priorities, shared trust and a shared vision for the future.ଫଳାଫଳ ତାଲିକା: ସାଇପ୍ରସ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ଶ୍ରୀ ନିକୋସ୍ କ୍ରିଷ୍ଟୋଡୋଲାଇଡସଙ୍କ ଭାରତ ଗସ୍ତ
May 22nd, 04:11 pm
୧. ଆତଙ୍କବାଦୀ ବିରୋଧୀ ମିଳିତ କାର୍ଯ୍ୟଗୋଷ୍ଠୀ ପ୍ରତିଷ୍ଠା ପାଇଁ ବୁଝାମଣାପତ୍ରସାଇପ୍ରସ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ ବିବୃତ୍ତି
May 22nd, 01:00 pm
ସାଇପ୍ରସର ରାଷ୍ଟ୍ରପତି ମହୋଦୟ ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ ଭାରତରେ ସ୍ୱାଗତ କରି ମୋତେ ବହୁତ ଖୁସି ଲାଗୁଛି। ରାଷ୍ଟ୍ରପତି ମହାଶୟ, ଗତ ବର୍ଷ, ଆପଣ ସାଇପ୍ରସରେ ଆମକୁ ଅତ୍ୟନ୍ତ ଭାବପୂର୍ଣ୍ଣ ସ୍ୱାଗତ ଜଣାଇଥିଲେ। ଭାରତ ପ୍ରତି ବିଶେଷ ସମ୍ମାନ ପ୍ରଦର୍ଶନ କରି, ଆପଣ ମୋତେ ସାଇପ୍ରସର ସର୍ବୋଚ୍ଚ ନାଗରିକ ପୁରସ୍କାରରେ ସମ୍ମାନିତ କରିଥିଲେ।‘No compromise, no double standards on terrorism’: PM Modi at Nordic Summit
May 19th, 04:25 pm
Attending the joint press meet with Nordic leaders, PM Modi highlighted the growing India-Nordic partnership across trade, investment, green technology and innovation. He said both sides decided to shape India-Nordic ties into a Green Technology and Innovation Strategic Partnership and underlined a shared resolve against terrorism, with a clear message of “No compromise. No double standards.ସ୍ୱିଡେନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା
May 18th, 12:10 am
ନେତାମାନେ ଭାରତ - ସ୍ୱିଡେନ ସମ୍ପର୍କର ପୂର୍ଣ୍ଣ ସମୀକ୍ଷା କରିଥିଲେ। ବାଣିଜ୍ୟ ଏବଂ ନିବେଶ, ନବସୃଜନ, ସବୁଜ ପରିବର୍ତ୍ତନ, ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା ଏବଂ ସୁରକ୍ଷା, ଡିଜିଟାଲାଇଜେସନ୍, ଏସଏମଇ, ମହାକାଶ, ଗବେଷଣା, ଶିକ୍ଷା, ସଂସ୍କୃତି ଏବଂ ଲୋକ - ଲୋକ ଆଦାନପ୍ରଦାନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କରେ ବୃଦ୍ଧି ପାଉଥିବା ଗତିକୁ ସ୍ୱୀକାର କରିଥିଲେ। ସେମାନେ ସହଭାଗୀ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଆଧାରିତ ଏବଂ ନବସୃଜନ, ସ୍ଥାୟୀତ୍ୱ ଏବଂ ଗବେଷଣା ଏବଂ ବିକାଶ ସଂଯୋଗ ଦ୍ୱାରା ପରିଚାଳିତ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ସେମାନଙ୍କର ସହଭାଗୀ ପ୍ରତିବଦ୍ଧତାକୁ ପୁନଃସ୍ଥାପିତ କରିଥିଲେ। ବ୍ୟାପକ ସହଭାଗୀତାକୁ ମାର୍ଗଦର୍ଶନ କରିବା ପାଇଁ ନିୟମିତ ଉଚ୍ଚସ୍ତରୀୟ ରାଜନୈତିକ ସମ୍ପର୍କ ଏବଂ ସଂସ୍ଥାଗତ ଆଲୋଚନା ବଜାୟ ରଖିବାର ଆବଶ୍ୟକତା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ।Prime Minister interacts with select Swedish Business leaders
May 17th, 11:16 pm
PM Modi interacted with select Swedish business leaders and invited deeper collaboration under initiatives like Make in India. He encouraged Swedish companies to expand their presence in sectors including clean energy, defence, semiconductors, innovation and advanced manufacturing.ପ୍ରଧାନମନ୍ତ୍ରୀଙ୍କ ଆଫସ୍ଲୁଇଟଡିଜକ୍ ଡ୍ୟାମ୍ ପରିଦର୍ଶନ
May 17th, 03:38 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମହାମହିମ ରବ ଜେଟେନଙ୍କ ସହିତ, ନେଦରଲ୍ୟାଣ୍ଡର ପ୍ରତୀକାତ୍ମକ ଜଳ ପରିଚାଳନା ସରଞ୍ଚନା ଆଫସ୍ଲୁଇଟଡିଜକ୍ ପରିଦର୍ଶନ କରିଛନ୍ତି।ଭାରତ ପ୍ରଧାନମନ୍ତ୍ରୀଙ୍କ ନେଦରଲ୍ୟାଣ୍ଡ ଗସ୍ତ ସମ୍ପର୍କରେ ଭାରତ-ନେଦରଲ୍ୟାଣ୍ଡ ମିଳିତ ବିବୃତ୍ତି
May 17th, 03:45 am
ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ରବ ଜେଟେନଙ୍କ ନିମନ୍ତ୍ରଣ କ୍ରମେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬-୧୭ ମେ ୨୦୨୬ ରେ ନେଦରଲ୍ୟାଣ୍ଡକୁ ସରକାରୀ ଗସ୍ତ କରିଥିଲେ। ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ନେଦରଲ୍ୟାଣ୍ଡକୁ ଦ୍ୱିତୀୟ ଗସ୍ତ ଥିଲା।ଭାରତ-ନେଦରଲ୍ୟାଣ୍ଡ ରଣନୀତିକ ଭାଗିଦାରୀର ରୋଡମ୍ୟାପ୍ [୨୦୨୬-୨୦୩୦]
May 17th, 03:15 am
ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଶ୍ରୀ ରବ୍ ଜେଟେନ୍ ମେ’୧୬ ତାରିଖରେ ଦି ହେଗ୍ଠାରେ ଅନୁଷ୍ଠିତ ସେମାନଙ୍କ ବୈଠକ ଅବସରରେ, ଲକ୍ଷ୍ୟଭିତ୍ତିକ, ସମୟବଦ୍ଧ ପଦକ୍ଷେପ ଏବଂ ମିଳିତ କାର୍ଯ୍ୟପନ୍ଥା ଅନୁସରଣ କରି ଭାରତ-ନେଦରଲ୍ୟାଣ୍ଡ ଦ୍ୱିପାକ୍ଷିକ ସମ୍ପର୍କକୁ ଏକ 'ରଣନୀତିକ ଭାଗିଦାରୀ' ସ୍ତରକୁ ଉନ୍ନୀତ କରିବା ପାଇଁ ସହମତ ହୋଇଛନ୍ତି। ଏହି ଉଦ୍ଦେଶ୍ୟରେ, ଭାରତ ଏବଂ ନେଦରଲ୍ୟାଣ୍ଡ ଆଗାମୀ ୫ ବର୍ଷ ପାଇଁ ଭାରତ-ନେଦରଲ୍ୟାଣ୍ଡ ରଣନୀତିକ ଭାଗିଦାରୀର ରୋଡମ୍ୟାପ୍କୁ ଗ୍ରହଣ କରିଛନ୍ତି। ଉଭୟ ପକ୍ଷ ସହମତ ହୋଇଥିବା ବିଷୟଗୁଡ଼ିକୁ ନିମ୍ନରେ ଉଲ୍ଲେଖ କରାଗଲା।ନେଦରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆନୁଷ୍ଠାନିକ ଆଲୋଚନା
May 17th, 02:35 am
ଆଜି ହେଗରେ ଡଚ୍ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ (କ୍ୟାଟସୁଇସ୍) ଠାରେ ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀଯୁକ୍ତ ରବ ଜେଟେନଙ୍କ ସହ ଆନୁଷ୍ଠାନିକ ଆଲୋଚନା କରିଛନ୍ତି।ଡଚ୍ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ
May 16th, 10:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ରବ ଜେଟେନ ଆଜି ଶକ୍ତି, ବନ୍ଦର, ସ୍ୱାସ୍ଥ୍ୟ, କୃଷି ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ଭଳି ବିଭିନ୍ନ କ୍ଷେତ୍ରର ପ୍ରମୁଖ ଡଚ୍ କମ୍ପାନୀଗୁଡ଼ିକର କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) ମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଉଦ୍ୟୋଗ ଜଗତର ନେତୃତ୍ଵମାନେ ତିନୋଟି କ୍ଲଷ୍ଟର, ଯଥା : ସେମିକଣ୍ଡକ୍ଟର, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ; ଭିତ୍ତିଭୂମି, ଲଜିଷ୍ଟିକ୍ସ ଏବଂ ସାମୁଦ୍ରିକ; ଏବଂ ସ୍ଥିରତା, ଶକ୍ତି ଏବଂ କୃଷି; ଉପରେ ତାଙ୍କର ବିଚାରଧାରାକୁ ଉପସ୍ଥାପନା କରିଥିଲେ। ଏହା ସହିତ ଭାରତ ପାଇଁ ସେମାନଙ୍କର ରଣନୀତି ସମ୍ପର୍କରେ ଉଲ୍ଲେଖ କରିଥିଲେ ।ଇରାକର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ଅଲି ଫାଲିହ କାଧିମ ଅଲ-ଜୈଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
May 16th, 01:35 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇରାକ୍ର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ଫାଲିହ କାଧିମ ଅଲ-ଜୈଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଭାରତ ଇରାକ ସହିତ ନିଜର ଦୀର୍ଘକାଳୀନ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଗୁରୁତ୍ୱ ଦେଇଥାଏ ଏବଂ ସମସ୍ତ କ୍ଷେତ୍ରରେ ଆମର ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲାଗି ଦୃଢ଼ ଭାବେ ପ୍ରତିବଦ୍ଧ।Just as the Netherlands is known for tulips, India is known for the lotus: PM Modi in The Hague
May 16th, 01:30 pm
Addressing a massive community programme in The Hague, Netherlands, PM Modi praised the Indian diaspora for its contributions to Dutch society and for serving as a living bridge between India and the Netherlands. He highlighted the sporting linkages that contribute to close people-to-people ties between the two countries. He also called upon the diaspora to actively contribute to India's journey towards Viksit Bharat.ନେଦରଲ୍ୟାଣ୍ଡରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
May 16th, 01:20 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହେଗରେ ଏକ ଭାରତୀୟ ସମ୍ପ୍ରଦାୟର ସ୍ୱାଗତ ସମାରୋହରେ ଯୋଗଦେଇଥିଲେ। ସେଠାରେ ପହଞ୍ଚିବା ପରେ, ନେଦରଲ୍ୟାଣ୍ଡରେ ବସବାସ କରୁଥିବା ଭାରତୀୟ ପ୍ରବାସୀ ଓ ଭାରତର ବନ୍ଧୁମାନଙ୍କର ଏକ ବିଶାଳ ସମାବେଶ ତାଙ୍କୁ ଭବ୍ୟ ଓ ଉତ୍ସାହପୂର୍ଣ୍ଣ ସ୍ୱାଗତ ଜଣାଇଥିଲା।