ଗୌହାଟିରେ ଏକ ପାରମ୍ପରିକ ବୋଡୋ ସାଂସ୍କୃତିକ କାର୍ଯ୍ୟକ୍ରମ ବାଗୁରୁମ୍ବା ଦୋହୋ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ।
January 17th, 06:30 pm
କଣ ଖବର ? ମାଘ ବିହୁ ଏବଂ ମାଘ ଦୋମାଶିର ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଆପଣମାନଙ୍କୁ ମୋର ଅନେକ ଅନେକ ଅଭିନନ୍ଦନ ଜଣାଉଛି।ଆସାମର ଗୌହାଟୀଠାରେ ଆୟୋଜିତ ବାଗୁରୁମ୍ବା ଡାହୌ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 17th, 06:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୌହାଟିର ସରୁସଜାଇ ଷ୍ଟାଡିୟମରେ ବୋଡୋ ସମ୍ପ୍ରଦାୟର ସମୃଦ୍ଧ ଐତିହ୍ୟକୁ ପାଳନ କରୁଥିବା ଐତିହାସିକ ସାଂସ୍କୃତିକ କାର୍ଯ୍ୟକ୍ରମ 'ବାଗୁରୁମ୍ବା ଡାହୌ'କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆସାମର ସଂସ୍କୃତି ଏବଂ ବୋଡୋ ସମ୍ପ୍ରଦାୟର ପରମ୍ପରାକୁ ନିକଟରୁ ଦେଖିବା ତାଙ୍କ ସୌଭାଗ୍ୟର ବିଷୟ। କୌଣସି ପ୍ରଧାନମନ୍ତ୍ରୀ ତାଙ୍କ ପରି ଏତେ ଥର ଆସାମ ଗସ୍ତ କରିନାହାନ୍ତି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ, ଆସାମର କଳା ଏବଂ ସଂସ୍କୃତିକୁ ଏକ ବଡ଼ ମଞ୍ଚ ପ୍ରଦାନ ଏବଂ ମହାନ ଉତ୍ସବ ମାଧ୍ୟମରେ ଦେଶ ଏବଂ ବିଶ୍ୱରେ ସ୍ୱୀକୃତି ମିଳିବା ତାଙ୍କର ନିରନ୍ତର ଇଚ୍ଛା ରହିଆସିଛି। ବୃହତ୍ ବିହୁ ଉତ୍ସବ, ଜୁମୈର ବିନୋଦିନୀ ପ୍ରକାଶନ, ଦେଢ଼ ବର୍ଷ ପୂର୍ବେ ନୂଆଦିଲ୍ଲୀରେ ଆୟୋଜିତ ମେଗା ବୋଡୋ ମହୋତ୍ସବ ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଉଦାହରଣ ଦେଇ ସେ କହିଥିଲେ ଯେ ଏ ନେଇ ନିରନ୍ତର ଉଦ୍ୟମ କରାଯାଉଛି। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ସେ ଆସାମର କଳା ଏବଂ ସଂସ୍କୃତିର ଅନନ୍ୟ ଆନନ୍ଦ ଅନୁଭବ କରିବାର କୌଣସି ସୁଯୋଗକୁ କେବେ ହାତଛଡ଼ା କରନ୍ତି ନାହିଁ। ସେ କହିଥିଲେ ଯେ ପୁଣି ଥରେ ବାଗୁରୁମ୍ବା ମହୋତ୍ସବ ଆୟୋଜନ କରାଯାଉଛି, ଏହାକୁ ବୋଡୋ ପରିଚୟର ଏକ ଚମତ୍କାର ଉତ୍ସବ ଏବଂ ଆସାମର ଐତିହ୍ୟକୁ ଏକ ଶ୍ରଦ୍ଧାଞ୍ଜଳି ଭାବରେ ବର୍ଣ୍ଣନା କରାଯାଉଛି। ଶ୍ରୀ ମୋଦୀ ଏହି କାର୍ଯ୍ୟକ୍ରମ ସହିତ ଜଡିତ ସମସ୍ତଙ୍କୁ, ବିଶେଷକରି କଳାକାରମାନଙ୍କୁ ତାଙ୍କର ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଥିଲେ।BJP government is not only developing Assam but also serving the ‘Tea Tribe’ community: PM Modi in Guwahati
February 24th, 06:40 pm
PM Modi participated in the Jhumoir Binandini 2025, a Mega Jhumoir programme in Guwahati. PM Modi praised the impressive preparations by all the artists of the Jhumoir. PM also spoke about the pride of Assam, the brave warrior Lachit Borphukan. He exclaimed Assamese language being granted the status of a classical language and Charaideo Moidam being included in the UNESCO World Heritage list, as significant achievements of their Government. PM assured their Government is developing Assam and serving the 'Tea Tribe' community as well.ଆସାମର ଗୁଆହାଟୀ ଠାରେ ଝୁମୋଇର ବିନାନ୍ଦିନୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
February 24th, 06:39 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ଗୁଆହାଟୀ ଠାରେ ଏକ ମେଗା ଝୁମୋଇର କାର୍ଯ୍ୟକ୍ରମ, ଝୁମୋଇର ବିନାନ୍ଦିନୀ ୨୦୨୫ ରେ ଅଂଶଗ୍ରହଣ କରିଛନ୍ତି । ସଭାକୁ ସମ୍ବୋଧିତ କରି ସେ କହିଥିଲେ ଯେ ଏହି କାର୍ଯ୍ୟକ୍ରମରେ ଖୁସି, ଉତ୍ସାହ ଓ ଉଦ୍ଦୀପନାଭରା ବାତାବରଣ ସୃଷ୍ଟି ହୋଇଥିଲା। ଝୁମୋଇର ପରିବେଷଣ କରୁଥିବା ସମସ୍ତ କଳାକାରଙ୍କ ଚମତ୍କାର ପ୍ରସ୍ତୁତି ବିଷୟରେ ସେ ଉଲ୍ଲେଖ କରିଥିଲେ, ଯାହା ଚା' ବଗିଚାର ସୁଗନ୍ଧ ଏବଂ ସୌନ୍ଦର୍ଯ୍ୟକୁ ପ୍ରତିଫଳିତ କରିଥିଲା । ଝୁମୋଇର ଓ ଚା' ବଗିଚା ସଂସ୍କୃତି ସହିତ ଯେମିତି ଲୋକମାନଙ୍କର ବିଶେଷ ସମ୍ପର୍କ ରହିଛି, ସେହିଭଳି ତାଙ୍କର ମଧ୍ୟ ସମାନ ସମ୍ପର୍କ ରହିଛି ବୋଲି ସେ ଉଲ୍ଲେଖ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ଏତେ ସଂଖ୍ୟକ କଳାକାର ଝୁମୋଇର ନୃତ୍ୟ ପରିବେଷଣ କରି ରେକର୍ଡ ସୃଷ୍ଟି କରିବେ। ୨୦୨୩ ମସିହାରେ ଆସାମ ଗସ୍ତକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେହି ସମୟରେ ୧୧,୦୦୦ କଳାକାର ବିହୁ ନୃତ୍ୟ ପରିବେଷଣ କରି ଏକ ରେକର୍ଡ ସୃଷ୍ଟି କରିଥିବା ବେଳେ ଏହା ତାଙ୍କ ପାଇଁ ଏକ ଅବିସ୍ମରଣୀୟ ମୁହୂର୍ତ ହୋଇ ରହିଯାଇଛି ଏବଂ ସେ ଅନୁରୂପ ଆକର୍ଷଣୀୟ ପ୍ରଦର୍ଶନ ଆଶା କରୁଛନ୍ତି । ଏକ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେ ଆସାମ ସରକାର ଏବଂ ଏହାର ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ ଉଲ୍ଲେଖ କରିଥିଲେ ଯେ. ଆଜି ଆସାମ ପାଇଁ ଏକ ଗୌରବର ଦିନ, ଚା' ସମ୍ପ୍ରଦାୟ ଏବଂ ଆଦିବାସୀ ଲୋକମାନେ ଏହି ଉତ୍ସବରେ ଅଂଶଗ୍ରହଣ କରୁଛନ୍ତି। ଏହି ସ୍ୱତନ୍ତ୍ର ଦିନରେ ସେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ।ପିଏମ-ଜନମନ ଅଧୀନରେ ପିଏମଏୱାଇ (ଜି)ର ୧ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଜାରି କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 15th, 12:15 pm
ଶୁଭେଚ୍ଛା! ଉତ୍ତରାୟଣ, ମକର ସଂକ୍ରାନ୍ତି, ପୋଙ୍ଗଲ ଓ ବିହୁ ଭଳି ଉତ୍ସବ କୁ ନେଇ ଏବେ ସମଗ୍ର ଦେଶରେ ଉତ୍ସବର ବାତାବରଣ ରହିଛି। ଅନେକ ପର୍ବପର୍ବାଣୀର ଉତ୍ସାହ ଆମକୁ ଚତୁଃପାର୍ଶ୍ବରେ ଭରି ରହିଛି। ଆଜିର ଏହି କାର୍ଯ୍ୟକ୍ରମ ଉତ୍ସାହରେ ପରିପୂର୍ଣ୍ଣ ବହୁତ ଉଚ୍ଚକୋଟିର ଏବଂ ଜୀବନ୍ତ କରିଦେଇଛି। ଏହି ଅବସରରେ ଆପଣମାନଙ୍କ ସହ କଥାବାର୍ତ୍ତା କରିବା ମୋ ପାଇଁ ଏକ ଉତ୍ସବ ପରି ମନେ ହେଉଛି। ବର୍ତ୍ତମାନ ଅଯୋଧ୍ୟାରେ ପ୍ରତିଷ୍ଠା ଉତ୍ସବ ପାଳନ ହେଉଥିବା ବେଳେ ମୋ ପରିବାରର ଅଂଶ ଭାବରେ ବିବେଚିତ ଏକ ଲକ୍ଷ ଅତ୍ୟନ୍ତ ପଛୁଆ ଆଦିବାସୀ ଭାଇ ଭଉଣୀ ନିଜ ନିଜ ଘରେ ଖୁସିରେ ଉତ୍ସବ ପାଳନ କରୁଛନ୍ତି । ଏହା ମୋତେ ଅତ୍ୟନ୍ତ ଆନନ୍ଦ ଦେଉଛି। ଆଜି ସେମାନଙ୍କ ପକ୍କା ଘର ନିର୍ମାଣ ହେବା ପାଇଁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଛି। ମୁଁ ଏହି ସମସ୍ତ ପରିବାରକୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ଏବଂ ସେମାନଙ୍କୁ ମକର ସଂକ୍ରାନ୍ତିର ଶୁଭକାମନା ଜଣାଉଛି। ଏହି ମହାନ ପ୍ରୟାସରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ସୁଯୋଗ ମୋ ଜୀବନକୁ ବହୁତ ଆନନ୍ଦ ଆଣି ଦେଇଥାଏ।ପିଏମ୍ - ଜନମନ ଯୋଜନା ଅଧୀନରେ ୧ ଲକ୍ଷ ପିଏମଏୱାଇ (ଜି) ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ
January 15th, 12:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଜନଜାତି ନ୍ୟାୟ ମହା ଅଭିଯାନ (ଜନମନ) ଅଧୀନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା - ଗ୍ରାମୀଣ (ପିଏମଏୱାଇ - ଜି)ର ୧ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ପିଏମ୍ - ଜନମନର ହିତାଧିକାରୀ ମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।ନୂଆଦିଲ୍ଲୀରେ ପୋଙ୍ଗଲ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 14th, 12:00 pm
ପୋଙ୍ଗଲର ପବିତ୍ର ଦିନରେ ତାମିଲନାଡୁର ପ୍ରତ୍ୟେକ ଘରୁ ପୋଙ୍ଗଲ ଧାରା ପ୍ରବାହିତ ହୋଇଥାଏ । ମୁଁ କାମନା କରୁଛି ଯେ ସେହିଭଳି ଆପଣଙ୍କ ଜୀବନରେ ସୁଖ, ସମୃଦ୍ଧି ଏବଂ ସନ୍ତୋଷର ଧାରା ନିରନ୍ତର ପ୍ରବାହିତ ହେଉ । ଗତକାଲି ଦେଶରେ ଲୋହରୀ ପର୍ବ ଧୁମଧାମରେ ପାଳିତ ହୋଇଥିଲା । ଆଜି କିଛି ଲୋକ ମକର ସଂକ୍ରାନ୍ତି-ଉତ୍ତରାୟଣ ପାଳନ କରୁଛନ୍ତି, କିଛି ଲୋକ ଆସନ୍ତାକାଲି ପାଳନ କରିବେ। ମାଘ ବିହୁ ପାଖେଇ ଆସୁଛି । ଏହି ପର୍ବ ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ଶୁଭେଚ୍ଛା ଜଣାଉଛି ।ନୂଆଦିଲ୍ଲୀରେ ପୋଙ୍ଗଲ ଉତ୍ସବରେ ଅଂଶଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ
January 14th, 11:30 am
ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ପୋଙ୍ଗଲ ଅବସରରେ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ ତାମିଲନାଡୁର ପ୍ରତ୍ୟେକ ଘରୁ ଉତ୍ସବର ଉତ୍ସାହ ଦେଖିବାକୁ ମିଳୁଛି। ସମସ୍ତ ନାଗରିକଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ସନ୍ତୋଷର ଧାରାର ନିରନ୍ତର ପ୍ରବାହ ପାଇଁ ଶ୍ରୀ ମୋଦୀ କାମନା କରିଛନ୍ତି। ସେହିପରି ଗତକାଲି ହେଉଥିବା ଲୋହରୀ ଉତ୍ସବ, ଆଜି ମକର ଉତ୍ତରାୟଣର ପର୍ବ, ଆସନ୍ତାକାଲି ମକର ସଂକ୍ରାନ୍ତି ଏବଂ ଖୁବ୍ ଶୀଘ୍ର ମାଘ ବିହୁ ର ଶୁଭାରମ୍ଭ ହେବ ବୋଲି ସେ ଉଲ୍ଲେଖ କରିଥିଲେ। ଦେଶରେ ଚାଲିଥିବା ପର୍ବପର୍ବାଣୀ ପାଇଁ ଶ୍ରୀ ମୋଦୀ ସମସ୍ତ ନାଗରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।କାତିବିହୁ ଅବସରରେ ଆସାମବାସୀଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି
October 18th, 10:47 pm
କାତିବିହୁ ଶୁଭ ଅବସରରେ ଆସାମବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।କାଶୀ ବିଶ୍ୱନାଥ ଓ ବିହୁ ସମାରୋହ ସମ୍ପର୍କରେ ନାଗରିକମାନଙ୍କ ମତର ପ୍ରତ୍ୟୁତ୍ତର ଦେଲେ ପ୍ରଧାନମନ୍ତ୍ରୀ
April 16th, 10:04 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କାଶୀ ବିଶ୍ୱନାଥ ଓ ବିହୁ ସମାରୋହ ଭଳି ପ୍ରସଙ୍ଗରେ ନାଗରିକମାନଙ୍କ ମତର ପ୍ରତ୍ୟୁତ୍ତର ଦେଇଛନ୍ତି ।ଗୌହାଟୀରେ ବିହୁ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
April 14th, 06:00 pm
ଆଜିର ଏହି ଦୃଶ୍ୟ, ଟିଭିରେ ଦେଖାଯିବାକୁ ଅଛି, ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା କେବେ ମଧ୍ୟ ମୁଁ ଜୀବନରେ ଭୁଲିପାରିବି ନାହିଁ । ଏହା ଅବିସ୍ମରଣୀୟ ଅଟେ, ଅଦ୍ଭୁତ ଅଟେ, ଅଦ୍ଭୁତପୂର୍ବ ଅଟେ, ଏହା ଆସାମ । ଆକାଶରେ ଗୁଞ୍ଜରିତ ହେଉଥିବା ଢୋଲ, ପେପା ଅରୁ ଗାଙ୍ଗୋନା ଏହାର ସ୍ୱର ଆଜି ସମଗ୍ର ଭାରତବର୍ଷ ଶୁଣୁଛି । ଆସାମର ହଜାର ହଜାର କଳାକାର ଏହି ପରିଶ୍ରମ, କଠିନ ପରିଶ୍ରମ, ଏହି ତାଳମେଳ ଆଜି ଦେଶ ଏବଂ ଦୁନିଆ ବଡ଼ ଗର୍ବର ସହିତ ଦେଖୁଛନ୍ତି । ପ୍ରଥମତଃ ଏହି ଅବସର ଏତେ ବଡ଼ ଅଟେ, ଉତ୍ସବ ଏତେ ବଡ଼ ଅଟେ, ଦ୍ୱିତୀୟରେ ଆପଣଙ୍କର ଉତ୍ସାହ ଏବଂ ଆପଣଙ୍କର ଉଦ୍ଦୀପନା ମଧ୍ୟ ଆଶ୍ଚର୍ଯ୍ୟଜନକ ଅଟେ । ମୋର ମନେ ଅଛି, ଯେତେବେଳେ ମୁଁ ବିଧାନସଭା ନିର୍ବାଚନ ସମୟରେ ଏଠାକୁ ଆସିଥିଲି, ସେତେବେଳେ ମୁଁ କହିଥିଲି ଯେ ସେ ଦିନ ଆଉ ଦୂର ନାହିଁ । ଯେତେବେଳେ ଲୋକମାନେ ‘ଏ’ରେ ଆସାମ କହିବେ । ଆଜି ସତରେ ଆସାମ, ଏ-ୱାନ ପ୍ରଦେଶ ହୋଇପାରିଛି । ମୁଁ ଆସାମର ଲୋକମାନଙ୍କୁ, ଦେଶର ଲୋକମାନଙ୍କୁ ବିହୁର ବହୁତ ବହୁତ ଶୁଭକାମନା ଜଣାଉଛି ।ଆସାମର ଗୌହାଟୀ ସ୍ଥିତ ସାରୁସାଜାଇ ଷ୍ଟାଡିୟମରେ ୧୦,୯୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ଉଦ୍ଘାଟନ ଓ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ
April 14th, 05:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ଗୌହାଟୀ ସ୍ଥିତ ସାରୁସାଜାଇ ଷ୍ଟାଡିୟମରେ ୧୦,୯୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ଉଦ୍ଘାଟନ ଓ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ବ୍ରହ୍ମପୁତ୍ର ନଦୀରେ ପାଲାଶବରୀ ଏବଂ ସୁଆଲକୁଚିକୁ ସଂଯୋଗ କରୁଥିବା ଏକ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ, ସିଭସାଗରରେ ରଙ୍ଗ ଘର ସୌନ୍ଦର୍ଯ୍ୟକରଣର ପାଇଁ ଏକ ପ୍ରକଳ୍ପ, ନାମରୂପରେ ୫୦୦ ଟିପିଡି ମେଥାନୋଲ ପ୍ଲାଣ୍ଟର ଉଦଘାଟନ ଏବଂ ଦେଶକୁ ପାଞ୍ଚଟି ରେଳ ପ୍ରକଳ୍ପ ଉତ୍ସର୍ଗ କରାଯାଇଛି । ଦଶ ହଜାରରୁ ଅଧିକ ବିହୁ ନୃତ୍ୟଶିଳ୍ପୀଙ୍କ ଦ୍ୱାରା ପ୍ରଦର୍ଶିତ ଏକ ରଙ୍ଗୀନ ବିହୁ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ମଧ୍ୟ ଦେଖିଛନ୍ତି ।14 ଏପ୍ରିଲରେ ଆସାମ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ
April 12th, 09:45 am
ମଧ୍ୟାହ୍ନ ପ୍ରାୟ 12 ଟା ସମୟରେ ପ୍ରଧାନମନ୍ତ୍ରୀ ଏମ୍ସ ଗୌହାଟିରେ ପହଞ୍ଚି ଏହାର ନୂତନ ନିର୍ମିତ କ୍ୟାମ୍ପସକୁ ଅନୁଧ୍ୟାନ କରିବ। ପରବର୍ତ୍ତୀ ସମୟରେ ଏକ ସାର୍ବଜନୀନ କାର୍ଯ୍ୟରେ ସେ ଏମସ ଗୌହାଟି ଏବଂ ଅନ୍ୟ ତିନୋଟି ମେଡିକାଲ କଲେଜକୁ ଦେଶକୁ ଉତ୍ସର୍ଗ କରିବେ। ସେ ଆସାମ ଆଡଭାନ୍ସଡ ହେଲଥ କେୟାର ଇନୋଭେସନ୍ ଇନଷ୍ଟିଚ୍ୟୁଟ୍ (ଏଏଏଚଆଇଆଇ) ର ଶିଳାନ୍ୟାସ କରି ଯୋଗ୍ୟ ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ) କାର୍ଡ ବଣ୍ଟନ କରି ‘ଆପକେ ଦ୍ୱାର ଆୟୁଷ୍ମାନ’ ଅଭିଯାନ ଆରମ୍ଭ କରିବେ।ବୋହାଗ ବିହୁ ଅବସରରେ ଆସାମବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
April 14th, 09:54 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ବୋହାଗ ବିହୁ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।