ଭିଡିଓ କନଫରେନ୍ସିଂ ଜରିଆରେ ବିହାର ରାଜ୍ୟ ଜୀବିକା ନିଧି ସାଖ ସହକାରୀ ସଂଘ ଲିମିଟେଡର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 02nd, 01:00 pm

ବିହାରର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନିତୀଶ କୁମାର ଜୀ, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଜୀ, ବିଜୟ କୁମାର ସିହ୍ନା ଜୀ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଗଣ, ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ବିହାରର ମୋର ଲକ୍ଷ ଲକ୍ଷ ଭଉଣୀମାନେ, ଆପଣ ସମସ୍ତଙ୍କୁ ନମସ୍କାର।

ବିହାର ରାଜ୍ୟ ଜୀବିକା ନିଧି ସାଖ୍ ସହକାରୀ ସଂଘ ଲିମିଟେଡର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

September 02nd, 12:40 pm

ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିହାର ରାଜ୍ୟ ଜୀବିକା ନିଧି ସାଖ ସହକାରୀ ସଂଘ ଲିମିଟେଡର ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ପବିତ୍ର ମଙ୍ଗଳବାର ଦିନ ଏକ ଅତ୍ୟନ୍ତ ସମ୍ଭାବନାମୟ ପଦକ୍ଷେପ ଆରମ୍ଭ ହେଉଛି। ସେ ଘୋଷଣା କରିଛନ୍ତି ଯେ, ଜୀବିକା ନିଧି ସାଖ ସହକାରୀ ସଂଘ ମାଧ୍ୟମରେ ବିହାରର ମା' ଏବଂ ଭଉଣୀମାନଙ୍କୁ ଏକ ନୂତନ ସୁବିଧା ପ୍ରଦାନ କରାଯାଉଛି। ଏହି ପଦକ୍ଷେପ ଗ୍ରାମାଞ୍ଚଳରେ ଜୀବିକା ନିର୍ବାହ କାର୍ଯ୍ୟରେ ନିୟୋଜିତ ମହିଳାମାନଙ୍କୁ ସହଜରେ ଆର୍ଥିକ ସହାୟତା ପାଇବାକୁ ସକ୍ଷମ କରିବ, ଯାହା ଦ୍ୱାରା ସେମାନଙ୍କୁ ସେମାନଙ୍କର କାମ ଏବଂ ବ୍ୟବସାୟ କରିବାରେ ସାହାଯ୍ୟ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ଖୁସି ବ୍ୟକ୍ତ କରିଛନ୍ତି ଯେ, ଜୀବିକା ନିଧି ବ୍ୟବସ୍ଥା ସମ୍ପୂର୍ଣ୍ଣ ଡିଜିଟାଲ୍, ଯାହା ବ୍ୟକ୍ତିଗତଭାବେ ପରିଦର୍ଶନର ଆବଶ୍ୟକତାକୁ ଦୂର କରିଛି - ବର୍ତ୍ତମାନ ସବୁକିଛି ମୋବାଇଲ୍ ଫୋନ୍ ମାଧ୍ୟମରେ କରାଯାଇପାରିବ। ସେ ଜୀବିକା ନିଧି ସାଖ ସହକାରୀ ସଂଘର ଶୁଭାରମ୍ଭ ପାଇଁ ବିହାରର ମା' ଏବଂ ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଏହି ଉଲ୍ଲେଖନୀୟ ପଦକ୍ଷେପ ପାଇଁ ଶ୍ରୀ ନୀତିଶ କୁମାର ଏବଂ ବିହାର ସରକାରଙ୍କୁ ପ୍ରଶଂସା କରିଥିଲେ।

୨ ସେପ୍ଟେମ୍ବରରେ ବିହାର ରାଜ୍ୟ ଜୀବିକା ନିଧି ସାଖ ସହକାରୀ ସଂଗଠନ ଲିମିଟେଡର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

September 01st, 03:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨ ସେପ୍ଟେମ୍ବର ଦିନ ୧୨:୩୦ ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିହାର ରାଜ୍ୟ ଜୀବିକା ନିଧି ସାଖ ସହକାରୀ ସଂଘ ଲିମିଟେଡ୍‌ର ଶୁଭାରମ୍ଭ କରିବେ । ଏହି ଅବସରରେ, ପ୍ରଧାନମନ୍ତ୍ରୀ ଅନୁଷ୍ଠାନର ବ୍ୟାଙ୍କ ଆକାଉଣ୍ଟରେ ୧୦୫ କୋଟି ଟଙ୍କା ମଧ୍ୟ ସ୍ଥାନାନ୍ତର କରିବେ ।