ବିହାରର କୋକିଳା ଶାରଦା ସିହ୍ନା ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
November 05th, 10:36 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିହାର କୋକିଳା ଶାରଦା ସିହ୍ନା ଜୀଙ୍କୁ ପ୍ରଥମ ମୃତ୍ୟୁ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଲୋକ ଗୀତ ମାଧ୍ୟମରେ ବିହାରର କଳା ଏବଂ ସଂସ୍କୃତିକୁ ଏକ ନୂତନ ପରିଚୟ ଦେଇଥିଲେ, ଯେଉଁଥିପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ। ମହାନ ପର୍ବ ଛଠ୍ ସହିତ ଜଡିତ ତାଙ୍କର ସୁମଧୁର ଗୀତ ସର୍ବଦା ଲୋକଙ୍କ ହୃଦୟରେ ଅଙ୍କିତ ହୋଇ ରହିବ ବୋଲି ଶ୍ରୀ ମୋଦୀ କହିଛନ୍ତି।’’