Congress has always compromised the interests of Assam: PM Modi in Biswanath

April 01st, 11:45 am

PM Modi addressed a massive public rally in Biswanath, Assam. In his speech, the PM launched a sharp attack on Congress, accusing it of being ‘anti-development’ and the ‘root of corruption in independent India.’ Highlighting the BJP-NDA government’s actions, PM Modi said thousands of bighas of land have been freed from illegal encroachment, restoring Assam’s heritage and ecology. Reaffirming BJP’s commitment to Sabka Saath, Sabka Vikas, he urged voters to ensure a record turnout.

BJP-NDA blocked Congress’ ‘unfair’ communal violence bill in Parliament: PM Modi in Gogamukh, Assam

April 01st, 11:30 am

Campaigning for the upcoming Assembly elections, Prime Minister Narendra Modi addressed a massive public gathering in Gogamukh, marking his first rally in Assam after the announcement of polls. The event witnessed an overwhelming turnout, with enthusiastic participation from youth, women and local communities, signaling strong momentum for the BJP-led NDA.

PM Modi sets the tone for Assam polls with high-energy rallies in Gogamukh and Biswanath

April 01st, 11:00 am

Campaigning for the upcoming Assembly elections, Prime Minister Narendra Modi addressed massive public gatherings in Gogamukh and Biswanath, marking his first rallies in Assam after the announcement of polls. The events witnessed an overwhelming turnout, with enthusiastic participation from youth, women and local communities, signaling strong momentum for the BJP-led NDA.

ଆସାମର ଗୌହାଟୀରେ ଭାରତ ରତ୍ନ ଡ. ଭୁପେନ୍ ହଜାରିକାଙ୍କ 100ତମ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 13th, 08:57 pm

ମୁଁ କହିବି, ଭୁପେନ୍ ଦା! ଆପଣମାନେ କହିବେ ଅମର ରହେ! ଅମର ରହେ! ଭୁପେନ୍ ଦା, ଅମର ରହେ! ଅମର ରହେ! ଭୁପେନ୍ ଦା, ଅମର ରହେ! ଅମର ରହେ! ଭୁପେନ୍ ଦା, ଅମର ରହେ! ଅମର ରହେ! ଆସାମର ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଜୀ, ଆସାମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଜୀ, ଅରୁଣାଚଳ ପ୍ରଦେଶର ଯୁବ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ସର୍ବାନନ୍ଦ ସୋନୋୱାଲ ଜୀ, ମଞ୍ଚ ଉପରେ ଉପସ୍ଥିତ ଭୁପେନ ହଜାରିକା ଜୀଙ୍କ ଭାଇ ଶ୍ରୀ ସମର ହଜାରିକା ଜୀ, ଭୂପେନ ହଜାରିକା ଜୀଙ୍କ ଭଉଣୀ ଶ୍ରୀମତୀ କବିତା ବରୁଆ ଜୀ, ଭୁପେନ୍ ଦାଙ୍କ ପୁଅ ଶ୍ରୀ ତେଜ ହଜାରିକା ଜୀ, ମୁଁ ତେଜଙ୍କୁ କହିବି, କେମିତି ଅଛନ୍ତି ! ଉପସ୍ଥିତ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଏବଂ ଆସାମର ମୋର ଭାଇ ଓ ଭଉଣୀମାନେ!

ଭୂପେନ ହାଜାରିକାଙ୍କ ୧୦୦ତମ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

September 13th, 05:15 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୌହାଟୀରେ ଭାରତ ରତ୍ନ ଡ. ଭୂପେନ ହଜାରିକାଙ୍କ ୧୦୦ତମ ଜନ୍ମବାର୍ଷିକୀ ଉପଲକ୍ଷେ ଆୟୋଜିତ ସମାରୋହକୁ ସମ୍ବୋଧିତ କରିଥିଲେ। ସମାବେଶରେ ସେ କହିଥିଲେ ଯେ, ଏହି ଦିନ ଏକ ଉଲ୍ଲେଖନୀୟ ମୁହୂର୍ତ୍ତ ଏବଂ ପ୍ରଦର୍ଶନରେ ଦେଖାଯାଇଥିବା ଉତ୍ସାହ ଏବଂ ସମନ୍ୱୟ ପ୍ରକୃତରେ ହୃଦୟସ୍ପର୍ଶୀ। ସେ ଭୂପେନ ଦାଙ୍କ ସଙ୍ଗୀତର ତାଳ ଉପରେ ଆଲୋକପାତ କରିଥିଲେ, ଯାହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମରେ ପ୍ରତିଧ୍ୱନିତ ହୋଇଥିଲା । ଭୂପେନ ହଜାରିକାଙ୍କ କଥା ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ତାଙ୍କ ଗୀତର କିଛି ଶବ୍ଦ ତାଙ୍କ ମନରେ ପ୍ରତିଧ୍ୱନିତ ହେଉଛି । ଭୂପେନଙ୍କ ସଙ୍ଗୀତର ତରଙ୍ଗ ସର୍ବତ୍ର ଅନନ୍ତକାଳ ପର୍ଯ୍ୟନ୍ତ ପ୍ରବାହିତ ହେଉ ସେ ହୃଦୟରୁ କାମନା କରିଥିଲେ । ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା କଳାକାରମାନଙ୍କୁ ହୃଦୟପୂର୍ଣ୍ଣ ପ୍ରଶଂସା ଏବଂ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ, ଆସାମର ଭାବାନା ଏପରି ଯେ ଏଠାରେ ପ୍ରତ୍ୟେକ କାର୍ଯ୍ୟକ୍ରମ ଏକ ନୂତନ ରେକର୍ଡ ସ୍ଥାପନ କରେ, ଆଜିର ପ୍ରଦର୍ଶନ ଅସାଧାରଣ ପ୍ରସ୍ତୁତିକୁ ପ୍ରତିଫଳିତ କରୁଛି । ସେ ସମସ୍ତ କଳାକାରମାନଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଶଂସା କରିଥିଲେ ।

ଉଦୀୟମାନ ଉତ୍ତର-ପୂର୍ବ ନିବେଶକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

May 23rd, 11:00 am

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଜୀ, ସୁକାନ୍ତା ମଜୂମଦାର ଜୀ, ମଣିପୁରର ରାଜ୍ୟପାଳ ଅଜୟ ଭଲ୍ଲା ଜୀ, ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଜୀ, ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଜୀ, ତ୍ରିପୁରାର ମୁଖ୍ୟମନ୍ତ୍ରୀ ମାଣିକ ସାହା ଜୀ, ମେଘାଳୟର ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ଜୀ, ସିକିମର ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ଜୀ, ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ନେଫିଉ ରିଓ ଜୀ, ମିଜୋରାମର ମୁଖ୍ୟମନ୍ତ୍ରୀ ଲାଲଦୁହୋମା ଜୀ, ସମସ୍ତ ଶିଳ୍ପପତି, ନିବେଶକ, ଭଦ୍ର ମହିଳା ଏବଂ ଭଦ୍ରଲୋକ!

ରାଇଜିଂ ନର୍ଥ ଇଷ୍ଟ ନିବେଶକ ସମ୍ମିଳନୀ ୨୦୨୫କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

May 23rd, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ରାଇଜିଂ ନର୍ଥ ଇଷ୍ଟ ନିବେଶକ ସମ୍ମିଳନୀ ୨୦୨୫କୁ ଉଦଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ ସ୍ୱାଗତ ଜଣାଇ ପ୍ରଧାନମନ୍ତ୍ରୀ ଉତ୍ତର-ପୂର୍ବାଞ୍ଚଳର ଭବିଷ୍ୟତ ପ୍ରତି ଗର୍ବ, ଉତ୍ସାହ ଏବଂ ଅପାର ବିଶ୍ୱାସ ପ୍ରକାଶ କରିଥିଲେ। ଭାରତ ମଣ୍ଡପମରେ ଅନୁଷ୍ଠିତ ଅଷ୍ଟଲକ୍ଷ୍ମୀ ମହୋତ୍ସବକୁ ମନେ ପକାଇ ସେ ଉଲ୍ଲେଖ କରିଥିଲେ ଯେ ଆଜିର କାର୍ଯ୍ୟକ୍ରମ ଉତ୍ତର-ପୂର୍ବରେ ନିବେଶର ଉତ୍ସବ। ପ୍ରଧାନମନ୍ତ୍ରୀ ସମ୍ମିଳନୀରେ ଶିଳ୍ପ ନେତାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଉପସ୍ଥିତିକୁ ଉଲ୍ଲେଖ କରିଥିଲେ ଏବଂ ଏହି କ୍ଷେତ୍ରରେ ସୁଯୋଗ ବିଷୟରେ ସେମାନଙ୍କର ଉତ୍ସାହ ବିଷୟରେ ଆଲୋଚନା କରିଥିଲେ। ସମସ୍ତ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ଏକ ଅନୁକୂଳ ନିବେଶ ପରିବେଶ ସୃଷ୍ଟି କରିବାରେ ସେମାନଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ନିଜର ଶୁଭକାମନା ଜଣାଇ ପ୍ରଧାନମନ୍ତ୍ରୀ ରାଇଜିଂ ନର୍ଥ ଇଷ୍ଟ ନିବେଶକ ସମ୍ମିଳନୀକୁ ପ୍ରଶଂସା କରିଥିଲେ ଏବଂ ଏହି ଅଞ୍ଚଳର ନିରନ୍ତର ଅଭିବୃଦ୍ଧି ଏବଂ ସମୃଦ୍ଧି ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

Even in global uncertainty, one thing is certain - India's rapid growth: PM Modi at Advantage Assam Summit

February 25th, 11:10 am

PM Modi inaugurated the Advantage Assam 2.0 Investment & Infrastructure Summit 2025 in Guwahati, highlighting Assam’s role in India’s growth journey. He emphasized the Northeast’s immense potential and praised Assam’s economic progress, which has doubled to ₹6 lakh crore in six years. Stressing improved connectivity, infrastructure, and investment opportunities, he urged industry leaders to harness Assam’s potential and join the journey towards Viksit Bharat.

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ‘‘ଆଡଭାଣ୍ଟେଜ୍ ଆସାମ ୨.୦ ନିବେଶ ଏବଂ ଭିତ୍ତିଭୂମି ସମ୍ମିଳନୀ ୨୦୨୫" ଉଦଘାଟିତ

February 25th, 10:45 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ଗୌହାଟୀଠାରେ 'ଆଡଭାଣ୍ଟେଜ୍ ଆସାମ ୨.୦ ନିବେଶ ଏବଂ ଭିତ୍ତିଭୂମି ସମ୍ମିଳନୀ ୨୦୨୫' କୁ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ କହିଛନ୍ତି, ପୂର୍ବ ଭାରତ ଏବଂ ଉତ୍ତର-ପୂର୍ବ ଭାରତ ଆଜି ଭବିଷ୍ୟତର ଏକ ନୂତନ ଯାତ୍ରା ଆରମ୍ଭ କରୁଛନ୍ତି ଏବଂ ଆସାମର ଅବିଶ୍ୱସନୀୟ ସମ୍ଭାବନା ଓ ପ୍ରଗତିକୁ ବିଶ୍ୱ ସହିତ ଯୋଡ଼ିବା ପାଇଁ ଆଡଭାଣ୍ଟେଜ୍ ଆସାମ ଏକ ବୃହତ ପଦକ୍ଷେପ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତର ସମୃଦ୍ଧିରେ ପୂର୍ବ ଭାରତର ପ୍ରମୁଖ ଭୂମିକା ଇତିହାସର ସାକ୍ଷୀ ଅଟେ। ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରି କହିଥିଲେ, ଆଜି ଯେତେବେଳେ ଆମେ ବିକଶିତ ଭାରତ ଦିଗରେ ଅଗ୍ରସର ହେଉଛୁ, ସେତେବେଳେ ପୂର୍ବ ଭାରତ ଏବଂ ଉତ୍ତର-ପୂର୍ବ କ୍ଷେତ୍ର ନିଜର ପ୍ରକୃତ ସାମର୍ଥ୍ୟ ପ୍ରଦର୍ଶନ କରିବେ। ସେ କହିଥିଲେ ଯେ ଆଡଭାଣ୍ଟେଜ୍ ଆସାମ ସେହି ଭାବନାର ପ୍ରତିନିଧିତ୍ୱ କରୁଛି ଏବଂ ଏଭଳି ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେ ଆସାମ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ୨୦୧୩ ମସିହାର ତାଙ୍କ ବକ୍ତବ୍ୟଗୁଡ଼ିକୁ ମନେ ପକାଇଥିଲେ, ଯେତେବେଳେ ସେ କହିଥିଲେ ଯେ 'ଏ ଫର୍ ଆସାମ’ ଯେବେ ପ୍ରଚଳିତ ହେବ ତାହା ବେଶୀ ଦୂର ନୁହେଁ।

ଗୌହାଟୀରେ ବିହୁ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

April 14th, 06:00 pm

ଆଜିର ଏହି ଦୃଶ୍ୟ, ଟିଭିରେ ଦେଖାଯିବାକୁ ଅଛି, ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା କେବେ ମଧ୍ୟ ମୁଁ ଜୀବନରେ ଭୁଲିପାରିବି ନାହିଁ । ଏହା ଅବିସ୍ମରଣୀୟ ଅଟେ, ଅଦ୍ଭୁତ ଅଟେ, ଅଦ୍ଭୁତପୂର୍ବ ଅଟେ, ଏହା ଆସାମ । ଆକାଶରେ ଗୁଞ୍ଜରିତ ହେଉଥିବା ଢୋଲ, ପେପା ଅରୁ ଗାଙ୍ଗୋନା ଏହାର ସ୍ୱର ଆଜି ସମଗ୍ର ଭାରତବର୍ଷ ଶୁଣୁଛି । ଆସାମର ହଜାର ହଜାର କଳାକାର ଏହି ପରିଶ୍ରମ, କଠିନ ପରିଶ୍ରମ, ଏହି ତାଳମେଳ ଆଜି ଦେଶ ଏବଂ ଦୁନିଆ ବଡ଼ ଗର୍ବର ସହିତ ଦେଖୁଛନ୍ତି । ପ୍ରଥମତଃ ଏହି ଅବସର ଏତେ ବଡ଼ ଅଟେ, ଉତ୍ସବ ଏତେ ବଡ଼ ଅଟେ, ଦ୍ୱିତୀୟରେ ଆପଣଙ୍କର ଉତ୍ସାହ ଏବଂ ଆପଣଙ୍କର ଉଦ୍ଦୀପନା ମଧ୍ୟ ଆଶ୍ଚର୍ଯ୍ୟଜନକ ଅଟେ । ମୋର ମନେ ଅଛି, ଯେତେବେଳେ ମୁଁ ବିଧାନସଭା ନିର୍ବାଚନ ସମୟରେ ଏଠାକୁ ଆସିଥିଲି, ସେତେବେଳେ ମୁଁ କହିଥିଲି ଯେ ସେ ଦିନ ଆଉ ଦୂର ନାହିଁ । ଯେତେବେଳେ ଲୋକମାନେ ‘ଏ’ରେ ଆସାମ କହିବେ । ଆଜି ସତରେ ଆସାମ, ଏ-ୱାନ ପ୍ରଦେଶ ହୋଇପାରିଛି । ମୁଁ ଆସାମର ଲୋକମାନଙ୍କୁ, ଦେଶର ଲୋକମାନଙ୍କୁ ବିହୁର ବହୁତ ବହୁତ ଶୁଭକାମନା ଜଣାଉଛି ।

ଆସାମର ଗୌହାଟୀ ସ୍ଥିତ ସାରୁସାଜାଇ ଷ୍ଟାଡିୟମରେ ୧୦,୯୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ଉଦ୍‍ଘାଟନ ଓ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ

April 14th, 05:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ଗୌହାଟୀ ସ୍ଥିତ ସାରୁସାଜାଇ ଷ୍ଟାଡିୟମରେ ୧୦,୯୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ଉଦ୍‍ଘାଟନ ଓ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ବ୍ରହ୍ମପୁତ୍ର ନଦୀରେ ପାଲାଶବରୀ ଏବଂ ସୁଆଲକୁଚିକୁ ସଂଯୋଗ କରୁଥିବା ଏକ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ, ସିଭସାଗରରେ ରଙ୍ଗ ଘର ସୌନ୍ଦର୍ଯ୍ୟକରଣର ପାଇଁ ଏକ ପ୍ରକଳ୍ପ, ନାମରୂପରେ ୫୦୦ ଟିପିଡି ମେଥାନୋଲ ପ୍ଲାଣ୍ଟର ଉଦଘାଟନ ଏବଂ ଦେଶକୁ ପାଞ୍ଚଟି ରେଳ ପ୍ରକଳ୍ପ ଉତ୍ସର୍ଗ କରାଯାଇଛି । ଦଶ ହଜାରରୁ ଅଧିକ ବିହୁ ନୃତ୍ୟଶିଳ୍ପୀଙ୍କ ଦ୍ୱାରା ପ୍ରଦର୍ଶିତ ଏକ ରଙ୍ଗୀନ ବିହୁ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ମଧ୍ୟ ଦେଖିଛନ୍ତି ।

ଆସାମର ସୋନିତପୁରରେ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

February 07th, 11:41 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ସୋନିଟପୁରର ଢେକିଆଜୁଲିରେ ଥିବା ଦୁଇଟି ଡାକ୍ତରଖାନାର ଶିଳାନ୍ୟାସ ସହିତ ରାଜ୍ୟ ରାଜପଥ ଏବଂ ପ୍ରମୁଖ ଜିଲ୍ଲା ସଡକ ଯୋଜନା ‘ଆସୋମ ମାଳା' ନାମକ ଏକ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି । ଏହି ଅବସରରେ ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାମେଶ୍ୱର ତେଲି, ଆସାମ ସରକାରଙ୍କ ମନ୍ତ୍ରୀ ତଥା ବୋଡୋଲ୍ୟାଣ୍ଡ ଆଞ୍ଚଳିକ କ୍ଷେତ୍ରର ମୁଖ୍ୟ ଶ୍ରୀ ପ୍ରମୋଦ ବୋରୋ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ଆସାମରେ ‘ଆସୋମ ମାଳା'ର ଉଦଘାଟନ ଏବଂ ଦୁଇଟି ନୂତନ ଡାକ୍ତରଖାନାର ଶିଳାନ୍ୟାସ କରିଛନ୍ତି

February 07th, 11:40 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ସୋନିଟପୁରର ଢେକିଆଜୁଲିରେ ଥିବା ଦୁଇଟି ଡାକ୍ତରଖାନାର ଶିଳାନ୍ୟାସ ସହିତ ରାଜ୍ୟ ରାଜପଥ ଏବଂ ପ୍ରମୁଖ ଜିଲ୍ଲା ସଡକ ଯୋଜନା ‘ଆସୋମ ମାଳା' ନାମକ ଏକ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି । ଏହି ଅବସରରେ ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାମେଶ୍ୱର ତେଲି, ଆସାମ ସରକାରଙ୍କ ମନ୍ତ୍ରୀ ତଥା ବୋଡୋଲ୍ୟାଣ୍ଡ ଆଞ୍ଚଳିକ କ୍ଷେତ୍ରର ମୁଖ୍ୟ ଶ୍ରୀ ପ୍ରମୋଦ ବୋରୋ ପ୍ରମୁଖ ଉପସ୍ଥିତ ଥିଲେ ।

ଆସାମର ଶିବସାଗରରେ ଜମି ଆବଣ୍ଟନକାରୀଙ୍କୁ ପ୍ରମାଣପତ୍ର ବଣ୍ଟନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

January 23rd, 11:57 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ଶିବସାଗର ଠାରେ ଭୂମିହୀନ ଆଦିବାସୀମାନଙ୍କୁ ଜମି ଆବଣ୍ଟନ ପ୍ରମାଣପତ୍ର ବଣ୍ଟନ କରିଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ଏବଂ ଆସାମ ସରକାରଙ୍କ ମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ରାମେଶ୍ୱର ତେଲି ଏହି ଅବସରରେ ଉପସ୍ଥିତ ଥିଲେ ।

ଆସାମର ଶିବସାଗର ଠାରେ ଆବଣ୍ଟନ ପ୍ରମାଣପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

January 23rd, 11:56 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ଶିବସାଗର ଠାରେ ଭୂମିହୀନ ଆଦିବାସୀମାନଙ୍କୁ ଜମି ଆବଣ୍ଟନ ପ୍ରମାଣପତ୍ର ବଣ୍ଟନ କରିଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ଏବଂ ଆସାମ ସରକାରଙ୍କ ମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ରାମେଶ୍ୱର ତେଲି ଏହି ଅବସରରେ ଉପସ୍ଥିତ ଥିଲେ ।

Previous government had made corruption a state of normalcy but we are uprooting this menace from the society: PM in Assam

February 09th, 01:44 pm

Prime Minister Narendra Modi addressed a huge public meeting in Amingaon, Assam today. Addressing the huge crowd of supporters, PM Modi said, “My government stands totally committed towards the welfare and progress of the Assamese people. We will ensure that the rights of the people and tribes of Assam are always protected.”

ଆସାମକୁ ତୈଳ ଓ ପ୍ରାକୃତିକ ଗ୍ୟାସ କେନ୍ଦ୍ରରେ ପରିଣତ କରାଯିବ : ପ୍ରଧାନମନ୍ତ୍ରୀ;

February 09th, 01:43 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳ, ଆସାମ ଏବଂ ତ୍ରିପୁରାକୁ ଗସ୍ତ କାଳରେ ଗୌହାଟୀରେ ପହଁଚିଥିଲେ । ସେ ଉତ୍ତର-ପୂର୍ବ ଗ୍ୟାସ ଗ୍ରୀଡର ଶିଳାନ୍ୟାସ କରିଥିଲେ । ପ୍ରଧାନମନ୍ତ୍ରୀ ରାଜ୍ୟର ଅନ୍ୟ କେତେକ ବିକାଶମୂଳକ ପ୍ରକଳ୍ପର ଅନାବରଣ କରିଥିଲେ ।

Infrastructure is extremely important for development: PM Modi

May 26th, 12:26 pm

PM Narendra Modi inaugurated India’s longest bridge – the 9.15 km long Dhola-Sadiya Bridge built over River Brahmaputra in Assam. The Prime Minister said that infrastructure was extremely important for development. He added that the bridge would enhance connectivity between Assam and Arunachal Pradesh, and open the door for economic development on a big scale.

ଆସାମରେ ଦେଶର ଦୀର୍ଘତମ ସେତୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ

May 26th, 12:25 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସାମରେ ଆଜି ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ 9.15 କିଲୋମିଟର ଦୀର୍ଘର ଢୋଲା-ସାଦିଆ ସେତୁକୁ ଉଦ୍ଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଭାବେ ଶପଥ ଓ ଦାୟିତ୍ଵ ଗ୍ରହଣ କରିବାର 3 ବର୍ଷ ପୂର୍ତ୍ତି ପାଳନ ଅବସରରେ ଏହା ଥିଲା ଶ୍ରୀ ମୋଦୀଙ୍କର ପ୍ରଥମ ଆନୁଷ୍ଠାନିକ କାର୍ଯ୍ୟକ୍ରମ ।ନବନିର୍ମିତ ଢୋଲା-ସାଦିଆ ସେତୁ ଆସାମ ଓ ଅରୁଣାଚଳ ପ୍ରଦେଶ ମଧ୍ୟରେ ଯାତାୟାତ ସମୟକୁ ଅନେକାଂଶରେ ହ୍ରାସ କରିବ ଏବଂ ସଡକ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବ ।