From Gangotri to Gangasagar… the lotus is blooming everywhere: PM Modi from BJP HQ
May 04th, 07:01 pm
PM Modi addressed the karyakartas at the BJP HQ following resounding victories in West Bengal, Assam and Puducherry, calling the moment historic, emotional and a powerful affirmation of trust in democracy and performance-driven governance. Dressed in traditional Bengali attire with a dhoti, the Prime Minister’s appearance reflected a deep cultural connect and symbolised the significance of Bengal’s landmark mandate.PM Modi addresses at the BJP HQ after sweeping victories across states
May 04th, 07:00 pm
PM Modi addressed the karyakartas at the BJP HQ following resounding victories in West Bengal, Assam and Puducherry, calling the moment historic, emotional and a powerful affirmation of trust in democracy and performance-driven governance. Dressed in traditional Bengali attire with a dhoti, the Prime Minister’s appearance reflected a deep cultural connect and symbolised the significance of Bengal’s landmark mandate.କଂଗ୍ରେସ ସବୁବେଳେ ଆସାମର ସ୍ୱାର୍ଥ ସହ ସାଲିସ କରିଛି: ବିଶ୍ୱନାଥରେ ପ୍ରଧାନମନ୍ତ୍ରୀ ମୋଦୀ
April 01st, 11:45 am
ଆସାମର ବିଶ୍ୱନାଥ ଠାରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କଂଗ୍ରେସକୁ 'ବିକାଶ ବିରୋଧୀ' ଏବଂ 'ସ୍ୱାଧୀନ ଭାରତରେ ଦୁର୍ନୀତିର ମୂଳ' ବୋଲି ଅଭିଯୋଗ କରି କଂଗ୍ରେସ ଉପରେ ତୀବ୍ର ଆକ୍ରମଣ କରିଥିଲେ। ବିଜେପି-ଏନଡିଏ ସରକାରଙ୍କ କାର୍ଯ୍ୟକଳାପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ହଜାର ହଜାର ବିଘା ଜମିକୁ ବେଆଇନ ଜବରଦଖଲରୁ ମୁକ୍ତ କରାଯାଇଛି, ଯାହା ଆସାମର ଐତିହ୍ୟ ଏବଂ ପରିବେଶକୁ ପୁନଃସ୍ଥାପିତ କରିଛି। ସବକା ସାଥ, ସବକା ବିକାଶ ପାଇଁ ବିଜେପିର ପ୍ରତିବଦ୍ଧତାକୁ ଦୋହରାଇ ସେ ରେକର୍ଡ ମତଦାନ ସୁନିଶ୍ଚିତ କରିବା ଲାଗି ଭୋଟରମାନଙ୍କୁ ଅନୁରୋଧ କରିଥିଲେ ।ବିଜେପି-ଏନଡିଏ ସଂସଦରେ କଂଗ୍ରେସର ଅନ୍ୟାୟ ସାମ୍ପ୍ରଦାୟିକ ହିଂସା ବିଲକୁ ରୋକିଛି: ପ୍ରଧାନମନ୍ତ୍ରୀ ମୋଦୀ
April 01st, 11:30 am
ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଗାମୁଖରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି, ଯାହା ନିର୍ବାଚନ ଘୋଷଣା ପରେ ଆସାମରେ ତାଙ୍କର ପ୍ରଥମ ରାଲି। ଏହି କାର୍ଯ୍ୟକ୍ରମରେ ଯୁବକ, ମହିଳା ଏବଂ ସ୍ଥାନୀୟ ସମ୍ପ୍ରଦାୟର ଉତ୍ସାହଜନକ ଅଂଶଗ୍ରହଣ ସହିତ ବିଜେପି ନେତୃତ୍ୱାଧୀନ ଏନଡିଏ ପାଇଁ ଦୃଢ ଗତିର ସଙ୍କେତ ଦେଇଥିଲା।ପ୍ରଧାନମନ୍ତ୍ରୀ ମୋଦୀ ଗୋଗାମୁଖ ଏବଂ ବିଶ୍ୱନାଥରେ ଉଚ୍ଚ-ଶକ୍ତି ରାଲି ସହିତ ଆସାମ ନିର୍ବାଚନ ପାଇଁ ସ୍ୱର ସ୍ଥିର କରିଛନ୍ତି
April 01st, 11:00 am
ଆସାମ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ଘୋଷଣା ପରେ ଆସାମରେ ତାଙ୍କର ପ୍ରଥମ ରାଲି ଭାବରେ ଗୋଗାମୁଖ ଏବଂ ବିଶ୍ୱନାଥରେ ବିଶାଳ ଜନସମାବେଶକୁ ସମ୍ବୋଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୁବ, ମହିଳା ଏବଂ ସ୍ଥାନୀୟ ସମ୍ପ୍ରଦାୟର ଉତ୍ସାହୀ ଅଂଶଗ୍ରହଣ ସହିତ ବିପୁଳ ଜନସମାବେଶ ଦେଖିବାକୁ ମିଳିଥିଲା, ଯାହା ବିଜେପି ନେତୃତ୍ୱାଧୀନ ଏନଡିଏ ପାଇଁ ଏକ ଦୃଢ଼ ଗତିକୁ ସୂଚିତ କରିଥିଲା।No matter how many challenges there are, we have 140 crore solutions: PM Modi in Rajya Sabha
February 05th, 05:35 pm
PM Modi replied to the Motion of Thanks on the President’s Address in the Rajya Sabha. In his address, he highlighted that the President articulated the strength of every section and expressed faith in India’s bright future. Listing the government’s achievements over the past decade, he noted that while Congress viewed people as problems, the present government sees 140 crore Indians as the solution, with a focus on achieving a developed India by 2047.ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉତ୍ତର
February 05th, 05:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ନିଜର ଉତ୍ତର ରଖିଛନ୍ତି। ଗୃହକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କ ଅଭିଭାଷଣ ଲାଗି କୃତଜ୍ଞତା ଜଣାଇଥିଲେ ଓ କହିଥିଲେ ଯେ ଧନ୍ୟବାଦ ପ୍ରସ୍ତାବକୁ ସମର୍ଥନ କରିବା ତାଙ୍କ ପାଇଁ ଗର୍ବର ବିଷୟ। ସେ କହିଥିଲେ ଯେ ଗତ ଏକ ବର୍ଷରେ ବିକଶିତ ଭାରତ ଅଭିମୁଖୀ ଯାତ୍ରାରେ ଦ୍ରୁତ ପ୍ରଗତି ହୋଇଛି ଓ ପ୍ରତ୍ୟେକ କ୍ଷେତ୍ରରେ ଏବଂ ସମାଜର ସମସ୍ତ ବର୍ଗରେ ପରିବର୍ତ୍ତନ ଦୃଶ୍ୟମାନ ହୋଇଛି। ଦେଶ ସଠିକ୍ ଦିଗରେ ବହୁତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ରାଷ୍ଟ୍ରପତି ଏହି ବିଷୟଗୁଡ଼ିକୁ ସମ୍ବେଦନଶୀଳତା ଏବଂ ସ୍ପଷ୍ଟତାର ସହିତ ଉପସ୍ଥାପନ କରିଥିଲେ ବୋଲି ଶ୍ରୀ ମୋଦୀ କହିଥିଲେ।ଆସାମର କାଜିରଙ୍ଗା ଏଲିଭେଟେଡ୍ କରିଡର ପ୍ରକଳ୍ପର ଭୂମି ପୂଜନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 18th, 11:30 am
ପାଗ ଥଣ୍ଡା ଅଛି, ଗାଁଗୁଡ଼ିକ ଏଠାରୁ ବହୁତ ଦୂରରେ ଅଛି । ତଥାପି ଯେତେ ଦୂର ପର୍ଯ୍ୟନ୍ତ ମୋର ଦୃଷ୍ଟି ପହଞ୍ଚୁଛି, ମତେ କେବଳ ଲୋକମାନେ ହିଁ ଦେଖାଯାଉଛନ୍ତି । ଆପଣମାନେ ଏତେ ବିପୁଳ ସଂଖ୍ୟାରେ ଆମକୁ ଆଶୀର୍ବାଦ ଦେବା ପାଇଁ ଆସିଲେ, ଏଥିପାଇଁ ମୁଁ ଆପଣମାନଙ୍କ ନିକଟରେ ଅତ୍ୟନ୍ତ କୃତଜ୍ଞ ।ଆସାମର କାଲିଆବରଠାରେ ୬୯୫୦ କୋଟି ଟଙ୍କାର କାଜିରଙ୍ଗା ଏଲିଭେଟେଡ୍ କରିଡର ପ୍ରକଳ୍ପର ଭୂମିପୂଜା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
January 18th, 11:00 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର କାଲିଆବୋରଠାରେ ୬୯୫୦ କୋଟି ଟଙ୍କା ମୂଲ୍ୟର କାଜିଲଙ୍ଗା ଏଲେଭେଟେଡ୍ କରିଡର ପ୍ରକଳ୍ପ (ଜାତୀୟ ରାଜପଥ-୭୧୫ର କାଲିଆବୋର-ନୁମାଲିଗଡ଼ ସେକ୍ସନର ୪-ଲେନକରଣ)ର ଭୂମିପୂଜା କରିଛନ୍ତି। ଏହି ଅବସରରେ ସମବେତ ଜନତାଙ୍କୁ ଉଦବୋଧନ ଦେଇ ସେ କହିଥିଲେ ଯେ ଏତେ ଅଧିକ ସଂଖ୍ୟକ ଲୋକ ତାଙ୍କୁ ଆଶୀର୍ବାଦ ଦେବାକୁ ଆସିଥିବାରୁ ସେ ଅତ୍ୟନ୍ତ କୃତଜ୍ଞ। ସେ କହିଥିଲେ ଯେ, କାଜିରଙ୍ଗା ପହଞ୍ଚିବା ପରେ ତାଙ୍କର ପୂର୍ବ ସ୍ମତି ତାଜା ହୋଇଯାଇଥିଲା, ଦୁଇବର୍ଷ ତଳେ ସେ କାଜିରଙ୍ଗାରେ ହାସଲ କରିଥିବା ସ୍ମୃତି ତାଙ୍କ ଜୀବନର ସବୁଠାରୁ ଅମୂଲ୍ୟ ସ୍ମୃତି ମଧ୍ୟରେ ଅନ୍ୟତମ। ସେ ଉଲ୍ଲେଖ କରିଥିଲେ ଯେ ସେହି ଗସ୍ତ କାଳରେ ତାଙ୍କୁ କାଜିରଙ୍ଗା ଜାତୀୟ ପାର୍କରେ ଏକ ରାତି କଟାଇବାକୁ ସୁଯୋଗ ମିଳିଥିଲା ଓ ପରବର୍ତ୍ତି ସକାଳରେ ଏକ ହାତୀ ସଫାରୀ ସମୟରେ ସେ ଏହାର ପ୍ରାକୃତିକ ଶୋଭାକୁ ନିକଟରୁ ଦେଖିପାରିଥିଲେ।ଗୌହାଟିରେ ଏକ ପାରମ୍ପରିକ ବୋଡୋ ସାଂସ୍କୃତିକ କାର୍ଯ୍ୟକ୍ରମ ବାଗୁରୁମ୍ବା ଦୋହୋ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ।
January 17th, 06:30 pm
କଣ ଖବର ? ମାଘ ବିହୁ ଏବଂ ମାଘ ଦୋମାଶିର ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଆପଣମାନଙ୍କୁ ମୋର ଅନେକ ଅନେକ ଅଭିନନ୍ଦନ ଜଣାଉଛି।ଆସାମର ଗୌହାଟୀଠାରେ ଆୟୋଜିତ ବାଗୁରୁମ୍ବା ଡାହୌ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 17th, 06:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୌହାଟିର ସରୁସଜାଇ ଷ୍ଟାଡିୟମରେ ବୋଡୋ ସମ୍ପ୍ରଦାୟର ସମୃଦ୍ଧ ଐତିହ୍ୟକୁ ପାଳନ କରୁଥିବା ଐତିହାସିକ ସାଂସ୍କୃତିକ କାର୍ଯ୍ୟକ୍ରମ 'ବାଗୁରୁମ୍ବା ଡାହୌ'କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆସାମର ସଂସ୍କୃତି ଏବଂ ବୋଡୋ ସମ୍ପ୍ରଦାୟର ପରମ୍ପରାକୁ ନିକଟରୁ ଦେଖିବା ତାଙ୍କ ସୌଭାଗ୍ୟର ବିଷୟ। କୌଣସି ପ୍ରଧାନମନ୍ତ୍ରୀ ତାଙ୍କ ପରି ଏତେ ଥର ଆସାମ ଗସ୍ତ କରିନାହାନ୍ତି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ, ଆସାମର କଳା ଏବଂ ସଂସ୍କୃତିକୁ ଏକ ବଡ଼ ମଞ୍ଚ ପ୍ରଦାନ ଏବଂ ମହାନ ଉତ୍ସବ ମାଧ୍ୟମରେ ଦେଶ ଏବଂ ବିଶ୍ୱରେ ସ୍ୱୀକୃତି ମିଳିବା ତାଙ୍କର ନିରନ୍ତର ଇଚ୍ଛା ରହିଆସିଛି। ବୃହତ୍ ବିହୁ ଉତ୍ସବ, ଜୁମୈର ବିନୋଦିନୀ ପ୍ରକାଶନ, ଦେଢ଼ ବର୍ଷ ପୂର୍ବେ ନୂଆଦିଲ୍ଲୀରେ ଆୟୋଜିତ ମେଗା ବୋଡୋ ମହୋତ୍ସବ ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଉଦାହରଣ ଦେଇ ସେ କହିଥିଲେ ଯେ ଏ ନେଇ ନିରନ୍ତର ଉଦ୍ୟମ କରାଯାଉଛି। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ସେ ଆସାମର କଳା ଏବଂ ସଂସ୍କୃତିର ଅନନ୍ୟ ଆନନ୍ଦ ଅନୁଭବ କରିବାର କୌଣସି ସୁଯୋଗକୁ କେବେ ହାତଛଡ଼ା କରନ୍ତି ନାହିଁ। ସେ କହିଥିଲେ ଯେ ପୁଣି ଥରେ ବାଗୁରୁମ୍ବା ମହୋତ୍ସବ ଆୟୋଜନ କରାଯାଉଛି, ଏହାକୁ ବୋଡୋ ପରିଚୟର ଏକ ଚମତ୍କାର ଉତ୍ସବ ଏବଂ ଆସାମର ଐତିହ୍ୟକୁ ଏକ ଶ୍ରଦ୍ଧାଞ୍ଜଳି ଭାବରେ ବର୍ଣ୍ଣନା କରାଯାଉଛି। ଶ୍ରୀ ମୋଦୀ ଏହି କାର୍ଯ୍ୟକ୍ରମ ସହିତ ଜଡିତ ସମସ୍ତଙ୍କୁ, ବିଶେଷକରି କଳାକାରମାନଙ୍କୁ ତାଙ୍କର ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଥିଲେ।ଆସାମର ନାମରୂପରେ ୟୁରିଆ ପ୍ଲାଣ୍ଟର ଭୂମି ପୂଜନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 21st, 04:25 pm
ଆସାମର ରାଜ୍ୟପାଳ ଶ୍ରୀ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ, ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା, କେନ୍ଦ୍ର ସରକାରରେ ମୋର ସାଥୀ ଏବଂ ଏଠାରେ ଉପସ୍ଥିତ ଆପଣମାନଙ୍କର ପ୍ରତିନିଧି, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ଆସାମ ସରକାରଙ୍କ ମନ୍ତ୍ରୀଗଣ, ସାଂସଦଗଣ, ବିଧାୟକବୃନ୍ଦ, ଅନ୍ୟ ମହାନୁଭବଗଣ, ଏବଂ ବିଶାଳ ସଂଖ୍ୟାରେ ଆମକୁ ଆଶୀର୍ବାଦ ଦେବା ପାଇଁ ଆସିଥିବା ମୋର ସମସ୍ତ ଭାଇ ଓ ଭଉଣୀମାନେ । ମୁଁ ସେଠାରେ ଏହାଠାରୁ ଅଧିକ ଉତ୍ସାହୀ ଲୋକମାନଙ୍କୁ ଦେଖିପାରୁଛି ।ଆସାମ ଭ୍ୟାଲି ଫର୍ଟିଲାଇଜର ଆଣ୍ଡ କେମିକାଲ କମ୍ପାନୀ ଲିମିଟେଡର ଆମୋନିଆ-ୟୁରିଆ ସାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
December 21st, 12:00 pm
ଶ୍ରୀ ମୋଦୀ କହିଥିଲେ ଯେ ସେ ଦେଖୁଛନ୍ତି ଯେ, ଆଗକୁ ବହୁ ସଂଖ୍ୟାରେ ଲୋକମାନେ ଏକାଠି ହୋଇ ସେମାନଙ୍କ ଭଲପାଇବାକୁ ବଢାଉଛନ୍ତି । ସେ ବିଶେଷ କରି ମାଆ ଏବଂ ଭଉଣୀମାନଙ୍କ ଉପସ୍ଥିତି ଉପରେ ଆଲୋକପାତ କରି କହିଥିଲେ ଯେ ସେମାନେ ଆଣିଥିବା ପ୍ରେମ ଏବଂ ଆଶୀର୍ବାଦ ଅସାଧାରଣ ଥିଲା। ସେ କହିଥିଲେ ଯେ ଅନେକ ଭଉଣୀ ଆସାମର ଚା' ବଗିଚାର ସୁଗନ୍ଧ ନେଇ ଆସିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସୁଗନ୍ଧ ଆସାମ ସହିତ ତାଙ୍କର ସମ୍ପର୍କରେ ଏକ ଅନନ୍ୟ ଅନୁଭବ ସୃଷ୍ଟି କରିଥାଏ। ସେ ଉପସ୍ଥିତ ସମସ୍ତଙ୍କୁ ପ୍ରଣାମ କରିଥିଲେ ଏବଂ ସେମାନଙ୍କ ସ୍ନେହ ଓ ଭଲପାଇବା ପାଇଁ କୃତଜ୍ଞତା ବ୍ୟକ୍ତ କରିଥିଲେ।ଓମାନରେ ଭାରତୀୟ ଛାତ୍ର ଏବଂ ଭାରତୀୟ ସମ୍ପ୍ରଦାୟକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
December 20th, 03:20 pm
ଆସାମର ମାଟି ସହିତ ମୋର ସଂଲଗ୍ନତା, ଏଠାକାର ଲୋକମାନଙ୍କର ସ୍ନେହ ତଥା ପ୍ରେମ ଏବଂ ବିଶେଷକରି ଆସାମ ଏବଂ ଉତ୍ତର-ପୂର୍ବର ମାଆ ଓ ଭଉଣୀମାନଙ୍କ ଭଲପାଇବା ମୋତେ ସବୁବେଳେ ପ୍ରେରିତ କରିଥାଏ ଏବଂ ଉତ୍ତର ପୂର୍ବାଞ୍ଚଳର ବିକାଶ ପାଇଁ ଆମର ସଂକଳ୍ପକୁ ଅଧିକ ଦୃଢ଼ କରିଥାଏ । ମୁଁ ଦେଖୁଛି ଯେ, ଆଜି ପୁଣି ଥରେ ଆସାମର ବିକାଶରେ ଏକ ନୂଆ ଅଧ୍ୟାୟ ଯୋଡା ହେଉଛି, ଏବଂ ଏପରି ସମୟରେ ଭାରତ ରତ୍ନ ଭୁପେନ ଦା’ଙ୍କ ପଙ୍କ୍ତି ଉପଯୁକ୍ତ ମନେ ହେଉଛି । ଲୁଇଦୋର ପାର ଜିଲିକାଇ ଟୁଲିବୋଲୋଇ, ଆମି ପ୍ରୋତିଜ୍ଞାବୋଦ୍ଧ! ଆମି ହୋନˆଲ୍ପବୋଦ୍ଧ! ଅର୍ଥାତ୍ ଲୁଇତ୍ ନଦୀର କୂଳ ଉଜ୍ଜ୍ୱଳ ହେବ, ଅନ୍ଧକାର ପ୍ରତ୍ୟେକ କାନ୍ଥ ଭାଙ୍ଗିବ ଏବଂ ଏହା ନିଶ୍ଚିତ ଭାବରେ ଘଟିବ, ଏହା ଆମର ସଂକଳ୍ପ, ଏହା ଆମର ପ୍ରତିଶୃତି ।ଆସାମର ଗୌହାଟୀରେ ଲୋକପ୍ରିୟ ଗୋପୀନାଥ ବାର୍ଦୋଲୋଇ ଅନ୍ତର୍ଜାତୀୟ ବିମାନବନ୍ଦରର ନୂତନ ଟର୍ମିନାଲ ବିଲ୍ଡିଂ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
December 20th, 03:10 pm
୨୦.୧୨.୨୨୫ : ଆସାମର ସଂଯୋଗୀକରଣ, ଆର୍ଥିକ ବିସ୍ତାର ଏବଂ ବିଶ୍ୱସ୍ତରୀୟ ସମ୍ପର୍କ କ୍ଷେତ୍ରରେ ଏକ ପରିବର୍ତ୍ତନମୂଳକ ମାଇଲଖୁଣ୍ଟ ଭାବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୌହାଟୀରେ ଲୋକପ୍ରିୟ ଗୋପୀନାଥ ବର୍ଦୋଲୋଇ ଅନ୍ତର୍ଜାତୀୟ ବିମାନବନ୍ଦରର ନୂତନ ଟର୍ମିନାଲ କୋଠା ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଛନ୍ତି ଯେ ଆଜି ଆସାମ ଏବଂ ଉତ୍ତର-ପୂର୍ବାଞ୍ଚଳର ବିକାଶ ଏବଂ ପ୍ରଗତି ପର୍ବ। ସେ ଆଲୋକପାତ କରିଛନ୍ତି ଯେ, ଯେତେବେଳେ ପ୍ରଗତିର ଆଲୋକ ଲୋକଙ୍କ ପାଖରେ ପହଞ୍ଚେ, ଜୀବନର ପ୍ରତ୍ୟେକ ପଥ ନୂତନ ଉଚ୍ଚତା ଛୁଇଁବା ଆରମ୍ଭ କରେ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଆସାମ ଭୂମି ପ୍ରତି ତାଙ୍କର ଗଭୀର ଆସକ୍ତି, ଏହାର ଲୋକଙ୍କ ପ୍ରେମ ଏବଂ ସ୍ନେହ, ଏବଂ ବିଶେଷକରି ଆସାମ ଏବଂ ଉତ୍ତର-ପୂର୍ବାଞ୍ଚଳର ମା' ଓ ଭଉଣୀମାନଙ୍କ ଆତିଥ୍ୟ ଏବଂ ଆତ୍ମୀୟତା ତାଙ୍କୁ ନିରନ୍ତର ଅନୁପ୍ରାଣିତ କରେ ଏବଂ ଏହି ଅଞ୍ଚଳର ବିକାଶ ପାଇଁ ସାମୂହିକ ସଂକଳ୍ପକୁ ମଜବୁତ କରେ। ଯେ ଆଜି ପୁଣି ଥରେ ଆସାମର ବିକାଶରେ ଏକ ନୂତନ ଅଧ୍ୟାୟ ଯୋଡା ହେଉଛି। ଭାରତରତ୍ନ ଭୂପେନ ହଜାରିକାଙ୍କ ଧାଡ଼ିକୁ ଉଲ୍ଲେଖ କରି ଶ୍ରୀ ମୋଦୀ ଜୋର ଦେଇ କହିଛନ୍ତି ଯେ ଏହାର ଅର୍ଥ ହେଉଛି ମହାଶକ୍ତିଶାଳୀ ବ୍ରହ୍ମପୁତ୍ର ନଦୀର କୂଳ ଉଜ୍ଜ୍ୱଳ ହେବ, ଅନ୍ଧାରର ପ୍ରତ୍ୟେକ ପ୍ରାଚୀର ଭାଙ୍ଗିଯିବ, ଏବଂ ଏହା ନିଶ୍ଚିତ ଭାବରେ ଘଟିବ କାରଣ ଏହା ଦେଶର ସଂକଳ୍ପ ଏବଂ ଗମ୍ଭୀର ପ୍ରତିଜ୍ଞା।ମନ୍ କୀ ବାତ୍ ସେପ୍ଟେମ୍ବର 2025
September 28th, 11:00 am
ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କ ସହିତ ଯୋଡିହେବା, ଆପଣ ସମସ୍ତଙ୍କଠାରୁ ଶିଖିବା, ଦେଶର ଲୋକଙ୍କ ଉପଲବ୍ଧି ବିଷୟରେ ଜାଣିବା, ପ୍ରକୃତରେ ମୋତେ ବହୁତ ସୁଖଦ ଅନୁଭୂତି ପ୍ରଦାନ କରିଥାଏ । ପରସ୍ପର ସହିତ ନିଜ କଥା ବାଣ୍ଟି, ନିଜ ମନର କଥା କହିବା ଭିତରେ ଜଣାପଡ଼ିଲାନି ଯେ, ଏହି କାର୍ଯ୍ୟକ୍ରମ ୧୨୫ ଅଧ୍ୟାୟ ପୂରଣ କରିସାରିଲାଣି । ଆଜି ହେଉଛି ଏହି କାର୍ଯ୍ୟକ୍ରମର ୧୨୬ତମ ଅଧ୍ୟାୟ ଏବଂ ଆଜିର ଦିନ ସହିତ କିଛି ବିଶେଷ କଥା ମଧ୍ୟ ଯୋଡ଼ି ହୋଇ ରହିଛି । ଆଜି ହେଉଛି ଭାରତର ଦୁଇ ମହାନ ବ୍ୟକ୍ତିଙ୍କ ଜୟନ୍ତୀ । ମୁଁ କହୁଛି ଶହୀଦ ଭଗତ ସିଂ ଏବଂ ଲତା ଦିଦିଙ୍କ କଥା ।ଆସାମର ଦରାଙ୍ଗରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
September 14th, 11:30 am
ଅହୋମର ବିକାଶ ଯାତ୍ରାର ଏଇ ଐତିହାସିକ ଦିନଟୁତ ଦରଙ୍ଗବାସିର ଲାଁଗତେ, ହମାଁଗ୍ର ଅଁହୋମବାସିକ ମୟ ଆନ୍ତରିକ ଓଲୋଗ ଆରୁ ଅଭିନୋନ୍ଦୋନ ଜୋନାଇଶୁ।ଆସାମର ଦରାଙ୍ଗରେ ପ୍ରାୟ ୬୫୦୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
September 14th, 11:00 am
ଆଜି, ସମଗ୍ର ଦେଶ ଏକ ବିକଶିତ ଭାରତ ନିର୍ମାଣ ପାଇଁ ଏକତ୍ରିତ ଭାବରେ ଆଗକୁ ବଢ଼ୁଛି; ବିଶେଷକରି ଆମର ଯୁବ ନାଗରିକମାନଙ୍କ ପାଇଁ, ଏକ ବିକଶିତ ଭାରତ ଏକ ସ୍ୱପ୍ନ ଏବଂ ଏକ ସଂକଳ୍ପ, ଏହି ସଂକଳ୍ପ ପୂରଣ କରିବାରେ ଉତ୍ତର-ପୂର୍ବର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି: ପ୍ରଧାନମନ୍ତ୍ରୀଆସାମର ଗୌହାଟୀରେ ଭାରତ ରତ୍ନ ଡ. ଭୁପେନ୍ ହଜାରିକାଙ୍କ 100ତମ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 13th, 08:57 pm
ମୁଁ କହିବି, ଭୁପେନ୍ ଦା! ଆପଣମାନେ କହିବେ ଅମର ରହେ! ଅମର ରହେ! ଭୁପେନ୍ ଦା, ଅମର ରହେ! ଅମର ରହେ! ଭୁପେନ୍ ଦା, ଅମର ରହେ! ଅମର ରହେ! ଭୁପେନ୍ ଦା, ଅମର ରହେ! ଅମର ରହେ! ଆସାମର ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଜୀ, ଆସାମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଜୀ, ଅରୁଣାଚଳ ପ୍ରଦେଶର ଯୁବ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ସର୍ବାନନ୍ଦ ସୋନୋୱାଲ ଜୀ, ମଞ୍ଚ ଉପରେ ଉପସ୍ଥିତ ଭୁପେନ ହଜାରିକା ଜୀଙ୍କ ଭାଇ ଶ୍ରୀ ସମର ହଜାରିକା ଜୀ, ଭୂପେନ ହଜାରିକା ଜୀଙ୍କ ଭଉଣୀ ଶ୍ରୀମତୀ କବିତା ବରୁଆ ଜୀ, ଭୁପେନ୍ ଦାଙ୍କ ପୁଅ ଶ୍ରୀ ତେଜ ହଜାରିକା ଜୀ, ମୁଁ ତେଜଙ୍କୁ କହିବି, କେମିତି ଅଛନ୍ତି ! ଉପସ୍ଥିତ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଏବଂ ଆସାମର ମୋର ଭାଇ ଓ ଭଉଣୀମାନେ!ଭୂପେନ ହାଜାରିକାଙ୍କ ୧୦୦ତମ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
September 13th, 05:15 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୌହାଟୀରେ ଭାରତ ରତ୍ନ ଡ. ଭୂପେନ ହଜାରିକାଙ୍କ ୧୦୦ତମ ଜନ୍ମବାର୍ଷିକୀ ଉପଲକ୍ଷେ ଆୟୋଜିତ ସମାରୋହକୁ ସମ୍ବୋଧିତ କରିଥିଲେ। ସମାବେଶରେ ସେ କହିଥିଲେ ଯେ, ଏହି ଦିନ ଏକ ଉଲ୍ଲେଖନୀୟ ମୁହୂର୍ତ୍ତ ଏବଂ ପ୍ରଦର୍ଶନରେ ଦେଖାଯାଇଥିବା ଉତ୍ସାହ ଏବଂ ସମନ୍ୱୟ ପ୍ରକୃତରେ ହୃଦୟସ୍ପର୍ଶୀ। ସେ ଭୂପେନ ଦାଙ୍କ ସଙ୍ଗୀତର ତାଳ ଉପରେ ଆଲୋକପାତ କରିଥିଲେ, ଯାହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମରେ ପ୍ରତିଧ୍ୱନିତ ହୋଇଥିଲା । ଭୂପେନ ହଜାରିକାଙ୍କ କଥା ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ତାଙ୍କ ଗୀତର କିଛି ଶବ୍ଦ ତାଙ୍କ ମନରେ ପ୍ରତିଧ୍ୱନିତ ହେଉଛି । ଭୂପେନଙ୍କ ସଙ୍ଗୀତର ତରଙ୍ଗ ସର୍ବତ୍ର ଅନନ୍ତକାଳ ପର୍ଯ୍ୟନ୍ତ ପ୍ରବାହିତ ହେଉ ସେ ହୃଦୟରୁ କାମନା କରିଥିଲେ । ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା କଳାକାରମାନଙ୍କୁ ହୃଦୟପୂର୍ଣ୍ଣ ପ୍ରଶଂସା ଏବଂ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ, ଆସାମର ଭାବାନା ଏପରି ଯେ ଏଠାରେ ପ୍ରତ୍ୟେକ କାର୍ଯ୍ୟକ୍ରମ ଏକ ନୂତନ ରେକର୍ଡ ସ୍ଥାପନ କରେ, ଆଜିର ପ୍ରଦର୍ଶନ ଅସାଧାରଣ ପ୍ରସ୍ତୁତିକୁ ପ୍ରତିଫଳିତ କରୁଛି । ସେ ସମସ୍ତ କଳାକାରମାନଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଶଂସା କରିଥିଲେ ।