ବାରାଣସୀରେ ଚାରୋଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 08th, 08:39 am
ଉତ୍ତର ପ୍ରଦେଶର କର୍ମଠ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସାଥୀ ତଥା ବିକଶିତ ଭାରତର ମଜବୁତ୍ ଭିତ୍ତି ରଖିବା ପାଇଁ ଯେଉଁ ଟେକ୍ନୋଲୋଜି କ୍ଷେତ୍ରରେ ଆଜି ଉତ୍ତମ କାର୍ଯ୍ୟ ହେଉଛି, ତାହାର ନେତୃତ୍ୱ ନେଉଥିବା ଅଶ୍ୱିନୀ ବୈଷ୍ଣବ ଜୀ, ଟେକ୍ନୋଲୋଜି ଜରିଆରେ ଆମ ସହିତ ଏର୍ଣ୍ଣାକୁଲମରୁ ଏହି କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିବା କେରଳର ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ଆର୍ଲେକର ଜୀ, କେନ୍ଦ୍ରରେ ମୋର ସାଥୀ ସୁରେଶ ଗୋପୀ ଜୀ ଏବଂ ଜର୍ଜ କୁରିଏନ ଜୀ, କେରଳରେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟ ସମସ୍ତ ମନ୍ତ୍ରୀ, ଜନପ୍ରତିନିଧିଗଣ, ଫିରୋଜପୁରରୁ ଯୋଡ଼ି ହୋଇଥିବା କେନ୍ଦ୍ରରେ ମୋର ସାଥୀ, ପଞ୍ଜାବର ନେତା ରବନୀତ ସିଂ ବିଟ୍ଟୁ ଜୀ, ସେଠାରେ ଉପସ୍ଥିତ ସମସ୍ତ ଜନପ୍ରତିନିଧି, ଲକ୍ଷ୍ନୌରୁ ଯୋଡ଼ି ହୋଇଥିବା ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଜୀ, ଅନ୍ୟ ମହାନୁଭବ ଏବଂ ଏଠାରେ ଉପସ୍ଥିତ କାଶୀର ମୋର ପରିବାରଜନ ।ବାରାଣସୀରୁ ଚାରୋଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
November 08th, 08:15 am
୦୮.୧୧.୨୦୨୫ : ଭାରତର ଆଧୁନିକ ରେଳ ଭିତ୍ତିଭୂମିକୁ ବିସ୍ତାର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣସୀରୁ ଚାରୋଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ ସମସ୍ତ ସମ୍ମାନନୀୟ ବ୍ୟକ୍ତିଙ୍କୁ ସ୍ୱାଗତ କରିଥିଲେ ଏବଂ ବାବା ବିଶ୍ୱନାଥଙ୍କ ପବିତ୍ର ନଗରୀ ବାରାଣସୀର ସମସ୍ତ ପରିବାରକୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ସେ ଦେବ ଦୀପାବଳି ଉତ୍ସବ ବିଷୟରେ ମତାମତ ଦେଇଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ, ଆଜି ଏକ ଶୁଭ ଅବସର ଏବଂ ବିକାଶର ଏହି ପର୍ବ ପାଇଁ ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ।ଚଳିତ ସପ୍ତାହରେ ଭାରତ ଉପରେ ବିଶ୍ଵ
April 22nd, 12:27 pm
କୂଟନୈତିକ ଫୋନ୍ କଲ୍ ଠାରୁ ଆରମ୍ଭ କରି ବୈଜ୍ଞାନିକ ଆବିଷ୍କାର ପର୍ଯ୍ୟନ୍ତ, ଚଳିତ ସପ୍ତାହରେ ବିଶ୍ୱ ସ୍ତରରେ ଭାରତର ଉପସ୍ଥିତି ସହଯୋଗ, ଉଦ୍ଭାବନ ଏବଂ ସାଂସ୍କୃତିକ ଗୌରବ ଦ୍ୱାରା ପରିଚିତ ଥିଲା ।୨୨ ଏବଂ ୨୩ ଫେବୃଆରୀରେ ଗୁଜରାଟ ଓ ଉତ୍ତରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
February 21st, 11:41 am
ଫେବୃଆରୀ ୨୨ ପୂର୍ବାହ୍ନ ପ୍ରାୟ ୧୦ଟା ୪୫ରେ ଅହମଦାବାଦରେ ପ୍ରଧାନମନ୍ତ୍ରୀ ଗୁଜରାଟ ସହକାରୀ ଦୁଗ୍ଧ ବିପଣନ ମହାସଂଘ (ଜିସିଏମ୍ଏମ୍ଏଫ୍)ର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଭାଗ ନେବେ । ଅପରାହ୍ନ ପ୍ରାୟ ୧୨ଟା ୪୫ରେ ପ୍ରଧାନମନ୍ତ୍ରୀ ମହେସଣା ପହଞ୍ଚିବେ ଏବଂ ବଲୀନାଥ ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା ସହ ଦର୍ଶନ କରିବେ । ଅପରାହ୍ନ ପ୍ରାୟ ୧ଟାରେ ପ୍ରଧାନମନ୍ତ୍ରୀ ତରଭ, ମହେସଣାରେ ଏକ ସାର୍ବଜନିକ ସମାରୋହରେ ଭାଗ ନେଇ ସେଠାରେ ୮,୩୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ । ଅପରାହ୍ନ ପ୍ରାୟ ୪ଟା ୧୫ରେ ପ୍ରଧାନମନ୍ତ୍ରୀ ନବସାରୀ ପହଞ୍ଚିବେ । ସେଠାରେ ସେ ପ୍ରାୟ ୧୭,୫୦୦ କୋଟି ଟଙ୍କା ବ୍ୟୟରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିବେ । ସନ୍ଧ୍ୟା ପ୍ରାୟ ୬ଟା ୧୫ରେ ପ୍ରଧାନମନ୍ତ୍ରୀ କାକ୍ରାପାର ପରମାଣୁ ଶକ୍ତି ଷ୍ଟେସନ ଗସ୍ତ କରି ସେଠାରେ ଦୁଇ ନୂଆ ପ୍ରେସରାଇଜ୍ଡ ହେଭି ୱାଟର ରିଆକ୍ଟର୍ସ (ପିଏଚ୍ଡବ୍ଲ୍ୟୁଏସ୍)କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।