Our government is making the vision of women-led development the axis of development: PM Modi in Bhopal, Madhya Pradesh
May 31st, 11:00 am
PM Modi participated in the Devi Ahilyabai Mahila Sashaktikaran Mahasammelan and launched multiple projects in Bhopal, Madhya Pradesh. Quoting Devi Ahilyabai, he reiterated that true governance means serving the people and improving their lives. Emphasising the government’s commitment to increasing women's participation in policymaking, the PM highlighted the progressive steps taken over the past decade.ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପ୍ରଦେଶର ଭୋପାଳ ଠାରେ ଲୋକମାତା ଦେବୀ ଅହିଲ୍ୟାବାଇ ହୋଲକରଙ୍କ 300ତମ ଜନ୍ମବାର୍ଷିକୀ ଅବସରରେ ମହିଳା ସଶକ୍ତୀକରଣ ମହାସମ୍ମେଳନକୁ ସମ୍ବୋଧିତ କରିଛନ୍ତି
May 31st, 10:27 am
ଲୋକମାତା ଦେବୀ ଅହିଲ୍ୟାବାଇ ହୋଲକରଙ୍କ 300ତମ ଜନ୍ମବାର୍ଷିକୀ ଅବସରରେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଭୋପାଳରେ ଲୋକମାତା ଦେବୀ ଅହିଲ୍ୟାବାଇ ମହିଳା ସଶକ୍ତୀକରଣ ମହାସମ୍ମେଳନକୁ ସମ୍ବୋଧିତ କରିଥିଲେ। ସେ ଭୋପାଳରେ ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ ମଧ୍ୟ କରିଥିଲେ। ଏହି କାର୍ଯ୍ୟକ୍ରମରେ ସେ 'ମା ଭାରତୀ'ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏବଂ ଭାରତର ମହିଳାମାନଙ୍କ ଶକ୍ତିକୁ ସ୍ୱୀକାର କରି ତାଙ୍କ ବକ୍ତବ୍ୟ ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଶୀର୍ବାଦ ଦେବାକୁ ଆସିଥିବା ଭଉଣୀ ଏବଂ ଝିଅମାନଙ୍କର ବିଶାଳ ସମାବେଶ ପାଇଁ ସେ କୃତଜ୍ଞତା ପ୍ରକାଶ କରିଥିଲେ, କହିଥିଲେ ଯେ ସେମାନଙ୍କ ଉପସ୍ଥିତିରେ ସେ ସମ୍ମାନିତ ଅନୁଭବ କରୁଛନ୍ତି। ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ, ଆଜି ଲୋକମାତା ଦେବୀ ଅହିଲ୍ୟାବାଇ ହୋଲକରଙ୍କ 300ତମ ଜନ୍ମବାର୍ଷିକୀ, 140 କୋଟି ଭାରତୀୟଙ୍କ ପାଇଁ ପ୍ରେରଣାର ଏକ ଅବସର ଏବଂ ରାଷ୍ଟ୍ର ନିର୍ମାଣର ସ୍ମାରକୀ ପ୍ରୟାସରେ ଯୋଗଦାନ ଦେବାର ଏକ ମୁହୂର୍ତ୍ତ। ଦେବୀ ଅହିଲ୍ୟାବାଇଙ୍କ ଉଦ୍ଧୃତି ଦେଇ, ସେ ପୁନର୍ବାର କହିଥିଲେ ଯେ, ପ୍ରକୃତ ଶାସନ ଅର୍ଥ ହେଉଛି ଲୋକଙ୍କ ସେବା କରିବା ଏବଂ ସେମାନଙ୍କ ଜୀବନକୁ ଉନ୍ନତ କରିବା। ସେ ମନ୍ତବ୍ୟ ଦେଇଥିଲେ ଯେ, ଆଜିର କାର୍ଯ୍ୟକ୍ରମ ତାଙ୍କ ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ଏବଂ ତାଙ୍କ ଆଦର୍ଶକୁ ଆଗକୁ ବଢ଼ାଏ। ପ୍ରଧାନମନ୍ତ୍ରୀ ଇନ୍ଦୋର ମେଟ୍ରୋର ଶୁଭାରମ୍ଭ ଏବଂ ଦାତିଆ ଏବଂ ସତନା ପାଇଁ ବିମାନ ସଂଯୋଗୀକରଣ ସମ୍ପର୍କରେ ଉଲ୍ଲେଖ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଏହି ପ୍ରକଳ୍ପଗୁଡ଼ିକ ମଧ୍ୟପ୍ରଦେଶରେ ଭିତ୍ତିଭୂମିକୁ ବୃଦ୍ଧି କରିବ, ବିକାଶକୁ ତ୍ୱରାନ୍ୱିତ କରିବ ଏବଂ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ସେ ଉପସ୍ଥିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ।ପ୍ରଧାନମନ୍ତ୍ରୀ ମେ ୩୧ରେ ମଧ୍ୟପ୍ରଦେଶ ଗସ୍ତ କରିବେ
May 30th, 11:15 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକମାତା ଦେବୀ ଅହିଲ୍ୟା ବାଇ ହୋଲକରଙ୍କ ୩୦୦ତମ ଜୟନ୍ତୀ ଅବସରରେ ମେ ୩୧ ତାରିଖରେ ମଧ୍ୟପ୍ରଦେଶ ଗସ୍ତ କରିବେ । ସେ ପୂର୍ବାହ୍ନ ପ୍ରାୟ ୧୧ଟା ୧୫ ମିନିଟରେ ଭୋପାଳରେ ଲୋକମାତା ଦେବୀ ଅହିଲ୍ୟାବାଇ ମହିଳା ସଶକ୍ତୀକରଣ ମହାସମ୍ମିଳନୀରେ ଭାଗ ନେବେ । ପ୍ରଧାନମନ୍ତ୍ରୀ ଭୋପାଳରେ ଅନେକ ଉନ୍ନୟନମୂକଳ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ଏବଂ ଏକ ସମାରୋହରେ ଜନସାଧାରଣଙ୍କୁ ସମ୍ବୋଧିତ କରିବେ ।ମଧ୍ୟପ୍ରଦେଶର ଭୋପାଳରେ ବିଶ୍ୱ ନିବେଶକ ସମ୍ମିଳନୀ 2025ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 24th, 10:35 am
ସର୍ବପ୍ରଥମେ, ଏଠାକୁ ଆସିବାକୁ ବିଳମ୍ବ କରିଥିବାରୁ ମୁଁ ଆପଣ ସମସ୍ତଙ୍କୁ କ୍ଷମା ମାଗୁଛି। ବିଳମ୍ବ ହେଲା କାରଣ ଗତକାଲି ଯେତେବେଳେ ମୁଁ ଏଠାରେ ପହଞ୍ଚିଲି, ମୋ ମନରେ ଗୋଟିଏ କଥା ଆସିଲା ଯେ ଆଜି ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା, ଏବଂ ସେମାନଙ୍କର ଏକା ସମୟରେ ବାହାରିବା ବହୁତ ଭିଡ ହୋଇଯିବ ଏବଂ ସେହି କାରଣରୁ, ଏକ ସମ୍ଭାବନା ଥିଲା ଯେ ଯଦି ସୁରକ୍ଷା କାରଣରୁ ରାସ୍ତା ବନ୍ଦ ହୋଇଯାଏ, ତେବେ ପିଲାମାନଙ୍କୁ ପରୀକ୍ଷା ଦେବାକୁ ଯିବାରେ ଅସୁବିଧା ହେବ। ଏବଂ ମୁଁ ଭାବିଲି ଯେ ପିଲାମାନେ ସେମାନଙ୍କ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପରେ ହିଁ ମୁଁ ରାଜଭବନରୁ ବାହାରିବି, ଯେଉଁଥିପାଇଁ ମୁଁ ମୋର ପ୍ରସ୍ଥାନରେ 15-20 ମିନିଟ୍ ବିଳମ୍ବ କଲି ଏବଂ ଆପଣଙ୍କୁ ହୋଇଥିବା ଅସୁବିଧା ପାଇଁ ମୁଁ ପୁଣି ଥରେ କ୍ଷମା ମାଗୁଛି।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ମଧ୍ୟପ୍ରଦେଶର ଭୋପାଳ ଠାରେ ବିଶ୍ୱ ନିବେଶକ ସମ୍ମିଳନୀ ୨୦୨୫ ଉଦଘାଟିତ
February 24th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଭୋପାଳ ଠାରେ ବିଶ୍ୱ ନିବେଶକ ସମ୍ମିଳନୀ (ଜିଆଇଏସ) ୨୦୨୫କୁ ଉଦଘାଟନ କରିଛନ୍ତି । ସମାବେଶକୁ ସମ୍ବୋଧିତ କରି ସେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡ ପରୀକ୍ଷା ଥିବାରୁ କାର୍ଯ୍ୟକ୍ରମରେ ଯୋଗ ଦେବାରେ ବିଳମ୍ବ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିବା ସମୟରେ ତାଙ୍କ ଲାଗି ଉଦ୍ଦିଷ୍ଟ ସୁରକ୍ଷା ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କୁ ଅସୁବିଧାରେ ପକାଇଥାନ୍ତା ବୋଲି କହିଥିଲେ । ରାଜା ଭୋଜଙ୍କ ଭୂମିରେ ନିବେଶକ ଓ ବ୍ୟବସାୟୀ ନେତୃବର୍ଗଙ୍କୁ ସ୍ୱାଗତ କରିବା ତାଙ୍କ ପାଇଁ ଅତ୍ୟନ୍ତ ଗୌରବର ବିଷୟ ବୋଲି ଶ୍ରୀ ମୋଦୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜିର କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ କାରଣ, ବିକଶିତ ଭାରତ ଅଭିମୁଖେ ଯାତ୍ରାରେ ବିକଶିତ ମଧ୍ୟପ୍ରଦେଶ ମଧ୍ୟ ଜରୁରୀ । ଶିଖର ସମ୍ମିଳନୀର ଏକ ଚମତ୍କାର ଆୟୋଜନ ପାଇଁ ସେ ମଧ୍ୟପ୍ରଦେଶ ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ ।ଭୋପାଳରେ ଶ୍ରଦ୍ଧେୟ ଶ୍ରୀ କୁଶାଭାଉ ଡାକରେଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
February 23rd, 10:07 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭୋପାଳରେ ଶ୍ରଦ୍ଧେୟ ଶ୍ରୀ କୁଶାଭାଉ ଠାକରେଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।ଫେବୃଆରୀ ୨୩ରୁ ୨୫ ତାରିଖ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶ, ବିହାର ଓ ଆସାମ ଗସ୍ତରେ ଯିବେ
February 22nd, 02:05 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୨୩ ରୁ ୨୫ ତାରିଖ ମଧ୍ୟପ୍ରଦେଶ, ବିହାର ଏବଂ ଆସାମ ଗସ୍ତ କରିବେ । ଫେବୃଆରୀ ୨୩ ତାରିଖ ଅପରାହ୍ଣ ୨ଟାରେ ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରେ ସେ ବାଗେଶ୍ୱର ଧାମ ମେଡିକାଲ ଆଣ୍ଡ ସାଇନ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଶିଳାନ୍ୟାସ କରିବେ । ଫେବୃଆରୀ ୨୪ ତାରିଖ ପୂର୍ବାହ୍ନ ୧୦ଟାରେ ପ୍ରଧାନମନ୍ତ୍ରୀ ଭୋପାଳରେ ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ ୨୦୨୫ (ବୈଶ୍ୱିକ ନିବେଶକ ସମ୍ମିଳନୀ) କୁ ଉଦଘାଟନ କରିବେ । ଏହାପରେ ସେ ବିହାରର ଭାଗଲପୁର ଗସ୍ତ କରିବେ ଏବଂ ଅପରାହ୍ଣ ପ୍ରାୟ ୨ ଟା ୧୫ ମିନିଟରେ ପିଏମ କିଷାନ ଯୋଜନାର ଉନବିଂଶତମ କିସ୍ତିର ଅର୍ଥ ଟ୍ରାନ୍ସଫର କରିବେ ଏବଂ ଜାତି ଉଦ୍ଦେଶ୍ୟରେ ବିହାରର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ଏହାପରେ ସେ ଗୌହାଟୀ ଯାତ୍ରା କରିବେ ଏବଂ ସନ୍ଧ୍ୟା ପ୍ରାୟ ୬ଟାରେ ଝୁମର ବିନାଦିନୀ ୨୦୨୫ କାର୍ଯ୍ୟକ୍ରମରେ ଯୋଗ ଦେବେ । ଫେବୃଆରୀ ୨୫ ତାରିଖ ପ୍ରାୟ ପୂର୍ବାହ୍ନ ୧୦ଟା ୪୫ ମିନିଟରେ ଗୌହାଟୀରେ ଆଡଭେଣ୍ଟେଜ ଆସାମ ୨.୦ ଇନଭେଷ୍ଟମେଣ୍ଟ ଏବଂ ଇନଫ୍ରାଷ୍ଟ୍ରକଚର ସମିଟ ୨୦୨୫କୁ ଉଦଘାଟନ କରିବେ ।AAP-da's sinking ship will drown in Yamuna Ji: PM Modi in Kartar Nagar, Delhi
January 29th, 01:16 pm
PM Modi today, addressed a massive crowd in Kartar Nagar, declared that Delhi had rejected excuses, fake promises, and deception. He asserted that the city demanded a double-engine BJP government focused on welfare and development, ensuring housing, modernization, piped water, and an end to the tanker mafia. Confident of victory, he proclaimed, On February 5th, AAP-da Jayegi, BJP Aayegi!”PM Modi’s power-packed rally in Kartar Nagar ignites BJP’s campaign
January 29th, 01:15 pm
PM Modi today, addressed a massive crowd in Kartar Nagar, declared that Delhi had rejected excuses, fake promises, and deception. He asserted that the city demanded a double-engine BJP government focused on welfare and development, ensuring housing, modernization, piped water, and an end to the tanker mafia. Confident of victory, he proclaimed, On February 5th, AAP-da Jayegi, BJP Aayegi!”ଧନ୍ୱନ୍ତରୀ ଜୟନ୍ତୀ ଓ ନବମ ଆୟୁର୍ବେଦ ଦିବସ ଅବସରରେ ଅକ୍ଟୋବର ୨୯ରେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ୧୨,୮୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ
October 28th, 12:47 pm
ଧନ୍ୱନ୍ତରୀ ଜୟନ୍ତୀ ଓ ନବମ ଆୟୁର୍ବେଦ ଦିବସ ଅବସରରେ ଅକ୍ଟୋବର ୨୯ ତାରିଖ ମଧ୍ୟାହ୍ନ ୧୨ଟା ୩୦ରେ ନୂଆଦିଲ୍ଲୀର ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ଆୟୁର୍ବେଦ (ଏଆଇଆଇଏ)ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ୧୨,୮୫୦ କୋଟି ଟଙ୍କାର ବହୁମୁଖୀ ପ୍ରକଳ୍ପର ଶୁଭାରମ୍ଭ, ଉଦଘାଟନ ଏବଂ ଶିଳାନ୍ୟାସ କରିବେ ।Festive mood in Bhopal as PM Modi holds a grand roadshow!
April 24th, 09:50 pm
Prime Minister Narendra Modi held a spectacular roadshow in Bhopal, Madhya Pradesh. Scores of people gathered to greet the PM and cheer for the Bharatiya Janata Party. People enthusiastically chanted 'Modi Modi,' 'Bharat Mata ki Jai' and 'Phir Ek Baar Modi Sarkar.' The atmosphere was electric as supporters showered flower petals, creating a vibrant display of affection and support as the PM's convoy made its way through the city.ମଧ୍ୟ ପ୍ରଦେଶର ଗ୍ୱାଲିୟରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ସମାରୋହ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
October 02nd, 09:07 pm
ମୁଖ୍ୟମନ୍ତ୍ରୀ ଶ୍ରୀମାନ ଶିବରାଜ ସିଂହ ଚୌହାନ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ-ଗଣ ଶ୍ରୀମାନ ନରେନ୍ଦ୍ର ସିଂହ ଜୀ ତୋମର, ବୀରେନ୍ଦ୍ର କୁମାର ମହାଶୟ, ଜ୍ୟୋତିରାଦିତ୍ୟ ସିନ୍ଧିଆ ମହାଶୟ, ଅନ୍ୟ ସମସ୍ତ ମହାନୁଭବ, ଏବଂ ଏଠାକୁ ଏତେ ବିପୁଳ ସଂଖ୍ୟାରେ ଆସିଥିବା ମୋର ସମସ୍ତ ପରିବାରଜନ, ଗ୍ୱାଲିୟରର ଏହି ଐତିହାସିକ ମାଟିକୁ ମୋର ଶତ- ଶତ ପ୍ରଣାମ ।ମଧ୍ୟପ୍ରଦେଶର ଗ୍ୱାଲିୟର ଠାରେ ପ୍ରଧାନମନ୍ତ୍ରୀ ପ୍ରାୟ ୧୯,୨୬୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କରିଛନ୍ତି ଓ ସେଗୁଡିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି
October 02nd, 03:53 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଗ୍ୱାଲିୟର ଠାରେ ପ୍ରାୟ ୧୯,୨୬୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ସେଗୁଡିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଦିଲ୍ଲୀ – ଭଦୋଦରା ଏକ୍ସପ୍ରେସୱେର ଲୋକାର୍ପଣ, ପିଏମଏୱାଇ ଅଧୀନରେ ନିର୍ମିତ ୨.୨ ଲକ୍ଷରୁ ଅଧିକ ଘରର ଗୃହ ପ୍ରବେଶ ଏବଂ ପିଏମଏୱାଇ – ସହର ଯୋଜନା ଅଧୀନରେ ନିର୍ମିତ ଗୃହ ଗୁଡ଼ିକର ଲୋକାର୍ପଣ, ଜଳ ଜୀବନ ମିଶନ ପ୍ରକଳ୍ପର ଶିଳାନ୍ୟାସ, ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ଅଧୀନରେ ୯ଟି ସ୍ୱାସ୍ଥ୍ୟ କେନ୍ଦ୍ର, ଆଇଆଇଟି ଇନ୍ଦୋରର ଏକାଡେମିକ ବିଲ୍ଡିଂର ଲୋକାର୍ପଣ ଏବଂ କ୍ୟାମ୍ପସରେ ହଷ୍ଟେଲ ଏବଂ ଅନ୍ୟାନ୍ୟ କୋଠା ଗୁଡିକର ଶିଳାନ୍ୟାସ ଏବଂ ଇନ୍ଦୋର ଠାରେ ଏକ ମଲ୍ଟି-ମୋଡାଲ୍ ଲଜିଷ୍ଟିକ୍ ପାର୍କ ପ୍ରକଳ୍ପ ଅନ୍ତର୍ଭୁକ୍ତ ।Congress party is being run by Urban Naxals: PM Modi at Karyakarta Mahakumbh in Bhopal
September 25th, 11:33 am
Addressing the large gathering in Madhya Pradesh’s Bhopal, Prime Minister Narendra Modi said, “Madhya Pradesh is an important centre not only of BJP's ideas but also of its vision of development. Therefore, today when the country has set out on a new development journey in the Amrit Kaal, the role of Madhya Pradesh has become even more important. Today investments are coming to India from all over the world and going to different states. This is the time to develop India and Madhya Pradesh.”PM Modi addresses the Karyakarta Mahakumbh in Bhopal
September 25th, 11:32 am
Addressing the large gathering in Madhya Pradesh’s Bhopal, Prime Minister Narendra Modi said, “Madhya Pradesh is an important centre not only of BJP's ideas but also of its vision of development. Therefore, today when the country has set out on a new development journey in the Amrit Kaal, the role of Madhya Pradesh has become even more important. Today investments are coming to India from all over the world and going to different states. This is the time to develop India and Madhya Pradesh.”ମଧ୍ୟପ୍ରଦେଶର ବିନାଠାରେ ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
September 14th, 12:15 pm
ବୁନ୍ଦେଲଖଣ୍ଡର ଏହି ଦେଶ ହେଉଛି ବୀରଙ୍କ ଭୂମି, ଯୋଦ୍ଧାଙ୍କ ଭୂମି ଅଟେ। ଏହି ଭୂମିକୁ ଉଭୟ ବିନା ଓ ବେତୱା ନଦୀର ଆଶୀର୍ବାଦ ମିଳିଛି। ଆଉ ମୋ ପାଇଁ, ଏହି ମାସରେ ଦ୍ୱିତୀୟ ଥର ପାଇଁ, ସାଗରକୁ ଆସି ଆପଣ ସମସ୍ତଙ୍କୁ ଦେଖିବାର ସୁଯୋଗ ମିଳିବା ମୋ ପାଇଁ ସୌଭାଗ୍ୟର ବିଷୟ । ମୁଁ ଶ୍ରୀ ଶିବରାଜଙ୍କ ସରକାରଙ୍କୁ ଅଭିନନ୍ଦନ ଏବଂ ଧନ୍ୟବାଦ ଜଣାଉଛି ଯେ ସେ ମୋତେ ଆଜି ଆପଣ ମାନଙ୍କ ମଧ୍ୟରେ ଆସିବାକୁ, ଆପଣମାନଙ୍କୁ ଦେଖିବାର ଅବସର ମଧ୍ୟ ଦେଇଛନ୍ତି। ଗତଥର ମୁଁ ସନ୍ଥ ରବିଦାସଜୀଙ୍କ ଭବ୍ୟ ସ୍ମାରକୀର ଶିଳାନ୍ୟାସ ଅବସରରେ ଆପଣଙ୍କ ମଧ୍ୟକୁ ଆସିଥିଲି। ଆଜି ମଧ୍ୟପ୍ରଦେଶର ବିକାଶରେ ନୂଆ ଗତି ଆଣିବା ଭଳି ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବାର ସୁଯୋଗ ପାଇଛି। ଏହି ପ୍ରକଳ୍ପଗୁଡ଼ିକ ଏହି ଅଞ୍ଚଳର ଶିଳ୍ପ ବିକାଶକୁ ନୂତନ ଶକ୍ତି ପ୍ରଦାନ କରିବ। ଏହି ସବୁ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୫୦ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ଆପଣ କଳ୍ପନା କରିପାରିବେ କି, ପଚାଶ ହଜାର କୋଟି ଅର୍ଥ କ'ଣ ହୋଇଥାଏ? ଆମ ଦେଶର ଅନେକଗୁଡ଼ିଏ ରାଜ୍ୟର ବାର୍ଷିକ ବଜେଟ୍ ଏତିକି ହୋଇ ନ ଥାଏ, ଯାହାକି ଆଜି କେବଳ ଗୋଟିଏ କାର୍ଯ୍ୟକ୍ରମ ପାଇଁ ଭାରତ ସରକାର ଏ ଖର୍ଚ୍ଚ କରୁଛନ୍ତି। ମଧ୍ୟପ୍ରଦେଶ ପ୍ରତି ଆମର ପ୍ରତିବଦ୍ଧତା କେତେ ବଡ଼ ତାହା ଏହା ଦର୍ଶାଉଛି। ଏହି ସବୁ ପ୍ରକଳ୍ପ ଆଗାମୀ ଦିନରେ ମଧ୍ୟପ୍ରଦେଶର ହଜାର ହଜାର ଯୁବକଯୁବତୀଙ୍କୁ ରୋଜଗାର ଯୋଗାଇବ। ଏହି ପ୍ରକଳ୍ପଗୁଡ଼ିକ ଗରିବ ଓ ମଧ୍ୟବିତ୍ତ ପରିବାରର ସ୍ୱପ୍ନ ପୂରଣ କରିବାକୁ ଯାଉଛି। ବିନା ରିଫାଇନାରୀର ସମ୍ପ୍ରସାରଣ ଏବଂ ଅନେକ ନୂତନ ସୁବିଧାର ଶିଳାନ୍ୟାସ ପାଇଁ ମୁଁ ମଧ୍ୟପ୍ରଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି ।ପ୍ରଧାନମନ୍ତ୍ରୀଙ୍କ ମଧ୍ୟପ୍ରଦେଶ ଗସ୍ତ କାଳରେ ବିଭିନ୍ନ ବିକାଶ ପ୍ରକଳ୍ପର ଶିଳାନ୍ୟାସ
September 14th, 11:38 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୪-୯-୨୦୨୩)ମଧ୍ୟପ୍ରଦେଶର ବୀନାଠାରେ ୫୦, ୭୦୦ କୋଟି ଟଙ୍କାର ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସେଗୁଡିକ ମଧ୍ୟରେ ବୀନାଠାରେ ଭାରତ ପଟ୍ରୋଲିୟମ ନିଗମ ଲିମିଟେଡ(ବିପିସିଏଲ)ର ପେଟ୍ରୋ ରସାୟନ ପରିସର ରହିଛି । ଏହା ୪୯ ହଜାର କୋଟି ଟଙ୍କା ବ୍ୟୟରେ ବିକଶିତ ହେବ । ଏହା ବ୍ୟତୀତ ନର୍ମଦାପୁରମ୍ ଜିଲ୍ଲାରେ ଶକ୍ତି ଓ ଅକ୍ଷୟଶକ୍ତି ନିର୍ମାଣ ଅଞ୍ଚଳ, ଇନ୍ଦୋରରେ ଦୁଇଟି ଆଇଟି ଉଦ୍ୟାନ, ରତଲାମ୍ରେ ଗୋଟିଏ ବୃହତ ଶିଳ୍ପ ଉଦ୍ୟାନ ଓ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ଛଅଟି ନୂତନ ଶିଳ୍ପାଞ୍ଚଳ ଅନ୍ତର୍ଭୁକ୍ତ । ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୁନ୍ଦେଲଖଣ୍ଡ ହେଉଛି ଯୋଦ୍ଧାଙ୍କ ଭୂମି । ସେ ମଧ୍ୟପ୍ରଦେଶର ସାଗରକୁ ମାସକ ମଧ୍ୟରେ ଆସିଥିବାର ସୁଯୋଗ ପାଇଥିବାରୁ ସେଠାକାର ସରକାରଙ୍କୁ ଧନ୍ୟବାଦ ଦେଇଥିଲେ । ସେ ମଧ୍ୟ ସନ୍ଥ ରବିଦାସଜୀଙ୍କ ସ୍ମାରକୀସ୍ଥଳର ଶିଳାନ୍ୟାସ ପାଇଁ ଆସିଥିବାର ସ୍ମୃତିଚାରଣ କରିଥିଲେ ।ମଧ୍ୟପ୍ରଦେଶ ରୋଜଗାର ମେଳା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା
August 21st, 12:15 pm
ଆଜି ଆପଣ ସମସ୍ତେ ଏହି ଐତିହାସିକ ଅବଧିରେ ଶିକ୍ଷା ଭଳି ମହତ୍ତ୍ବପୂର୍ଣ୍ଣ ଦାୟିତ୍ବ ସହିତ ନିଜେ ନିଜକୁ ଯୋଡ଼ି ହେଉଛନ୍ତି। ଚଳିତ ଥର ଲାଲକିଲ୍ଲାରୁ ମୁଁ ପଚାରିଥିଲି ଯେ କେମିତି ଦେଶର ବିକାଶରେ ରାଷ୍ଟ୍ରୀୟ ଚରିତ୍ରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଆପଣ ସମସ୍ତେ ଭାରତର ଆଗାମୀ ପିଢ଼ିକୁ ଆଧୁନିକତା ଶୈଳୀରେ ଗଢ଼ିବା ଏବଂ ନୂତନ ଦିଗ ଦେବାର ଦାୟିତ୍ବ ରହିଛି। ମୁଁ ମଧ୍ୟ ପ୍ରଦେଶର ପ୍ରାଥମିକ ନାମାଙ୍କନରେ ନିଯୁକ୍ତ ହେବାକୁ ଥିବା ପାଞ୍ଚ ହଜାରରୁ ଅଧିକ ପ୍ରମୁଖ ଶିକ୍ଷକ ଭାଇ ଭଉଣୀମାନଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି। ମୋତେ କୁହାଯାଇଛି ଯେ ଗତ ୩ ବର୍ଷରେ ମଧ୍ୟପ୍ରଦେଶରେ ପାଖାପାଖି ୫୦ ହଜାର ବିନିମୟରେ ଇଣ୍ଟର୍ନସିପ୍ର ନିଯୁକ୍ତି ହୋଇଛି। ଏଥିପାଇଁ ରାଜ୍ୟ ସରକାରଙ୍କୁ ମଧ୍ୟ ବହୁତ ବହୁତ ଅଭିନନ୍ଦନ ଜଣାଉଛି।ମଧ୍ୟପ୍ରଦେଶ ରୋଜଗାର ମେଳାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
August 21st, 11:50 am
ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଯେଉଁମାନେ ନିଯୁକ୍ତି ପତ୍ର ପାଉଛନ୍ତି ସେମାନେ ଏହି ଐତିହାସିକ ସମୟରେ ଶିକ୍ଷାଦାନର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଯୋଗ ଦେଉଛନ୍ତି । ଲାଲକିଲ୍ଲାରୁ ଦେଶର ବିକାଶରେ ଜାତୀୟ ଚରିତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଯେଉଁମାନଙ୍କୁ ଚାକିରି ମିଳୁଛି ସେମାନେ ଭାରତର ଭବିଷ୍ୟତ ପିଢ଼ିକୁ ଗଢ଼ିତୋଳିବା, ଆଧୁନିକୀକରଣ କରିବା ଏବଂ ସେମାନଙ୍କୁ ଏକ ନୂତନ ଦିଗ ଦେଖାଇବାର ଦାୟିତ୍ୱରେ ରହିବେ । ଏହି ରୋଜଗାର ମେଳା ଅବସରରେ ସେ ଆଜି ମଧ୍ୟପ୍ରଦେଶର ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ସାଢ଼େ ପାଞ୍ଚ ହଜାରରୁ ଅଧିକ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗତ ୩ ବର୍ଷ ମଧ୍ୟରେ ମଧ୍ୟପ୍ରଦେଶ ରାଜ୍ୟରେ ପାଖାପାଖି ୫୦ ହଜାର ଶିକ୍ଷକ ନିଯୁକ୍ତି ପାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଏବଂ ଏହି ସଫଳତା ପାଇଁ ରାଜ୍ୟ ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ ।5 ଟି ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ
June 27th, 10:17 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟ ପ୍ରଦେଶର ଭୋପାଳର ରାନୀ କମଲାପତି ରେଲୱେ ଷ୍ଟେସନ ଠାରେ ପାଞ୍ଚଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ପାଞ୍ଚଟି ବନ୍ଦେ ଭାରତ ଏକ୍ସପ୍ରେସ ଭୋପାଳ (ରାନୀ କମଲାପତି) – ଇନ୍ଦୋର ବନ୍ଦେ ଭାରତ ଏକ୍ସପ୍ରେସ, ଭୋପାଳ (ରାନୀ କମଳାପତି) –ଜବଲପୁର ବନ୍ଦେ ଭାରତ ଏକ୍ସପ୍ରେସ, ରାଞ୍ଚୀ-ପାଟନା ବନ୍ଦେ ଭାରତ ଏକ୍ସପ୍ରେସ, ଧାରବାଡ଼-ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ଗୋଆ (ମଡ଼ଗାଓଁ) ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ ଅଟେ।