ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱାଧୀନତା ଦିବସ ଅଭିଭାଷଣ: ସଂସ୍କାର, ଆତ୍ମନିର୍ଭରଶୀଳତା ଓ ପ୍ରତ୍ୟେକ ଭାରତୀୟଙ୍କ ସଶକ୍ତୀକରଣ ଲାଗି ଏକ ଦୃଷ୍ଟିକୋଣ
August 15th, 10:23 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୭୯ତମ ସ୍ୱାଧୀନତା ଦିବସରେ ଦିଲ୍ଲୀର ଲାଲକିଲ୍ଲାର ପ୍ରାଚୀରରୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ତାଙ୍କ ଅଭିଭାଷଣରେ ଶ୍ରୀ ମୋଦୀ ଭାରତର ଆତ୍ମନିର୍ଭରଶୀଳତା ଏବଂ ପରିବର୍ତ୍ତନର ଯାତ୍ରା ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ ଗତ ଦଶନ୍ଧିରେ ଭାରତ ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତରଣ କରିଛି, କିନ୍ତୁ ଏବେ ଆହୁରି ଶକ୍ତି ସହିତ ଆଗକୁ ବଢ଼ିବାର ସମୟ ଆସିଛି। ସେ କହିଛନ୍ତି ଯେ ସରକାର ଏକ ଆଧୁନିକ, ଦକ୍ଷ ଏବଂ ନାଗରିକ-ଅନୁକୂଳ ଇକୋସିଷ୍ଟମ ସୃଷ୍ଟି କରିବାକୁ ପ୍ରତିବଦ୍ଧ ଯେଉଁଠାରେ ଆଇନ, ନିୟମ ଏବଂ ପ୍ରକ୍ରିୟାଗୁଡ଼ିକ ସରଳ ଥିବ, ଉଦ୍ୟୋଗଶୀଳତାକୁ ପ୍ରୋତ୍ସାହିତ କରାଯାଉଥିବ ଏବଂ ପ୍ରତ୍ୟେକ ଭାରତୀୟ ଏକ ବିକଶିତ ଭାରତ ନିର୍ମାଣରେ ଯୋଗଦାନ ଦେଉଥିବେ।