ଏପ୍ରିଲ ୧୪ ଆମ୍ବେଦକର ଜୟନ୍ତୀ ଅବସରରେ ହରିଆନା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

April 12th, 04:48 pm

ଆମ୍ବେଦକର ଜୟନ୍ତୀ ଅବସରରେ ଏପ୍ରିଲ ୧୪ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହରିଆନା ଗସ୍ତରେ ଯିବେ । ହରିଆନାରେ ସେ ସର୍ବପ୍ରଥମେ ହିସାର ଯିବେ ଏବଂ ପୂର୍ବାହ୍ନ ପ୍ରାୟ ୧୦ଟା ୧୫ ମିନିଟରେ ହିସାରରୁ ଅଯୋଧ୍ୟା ପର୍ଯ୍ୟନ୍ତ ବାଣିଜି୍ୟକ ବିମାନ ଉଡ଼ାଣର ଶୁଭାରମ୍ଭ କରିବେ । ଏଥିସହ ସେ ହିସାର ବିମାନବନ୍ଦରରେ ନୂଆ ଟର୍ମିନଲ ଭବନର ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ହିସାରରେ ଏକ ଜନସଭାକୁ ସମ୍ବୋଧିତ କରିବେ ।