Important to maintain the authenticity of handloom craftsmanship in the age of technology: PM at Bharat Tex

February 16th, 04:15 pm

PM Modi, while addressing Bharat Tex 2025 at Bharat Mandapam, highlighted India’s rich textile heritage and its growing global presence. With participation from 120+ countries, he emphasized innovation, sustainability, and investment in the sector. He urged startups to explore new opportunities, promoted skill development, and stressed the fusion of tradition with modern fashion to drive the industry forward.

ଭାରତ ଟେକ୍ସ ୨୦୨୫କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

February 16th, 04:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଭାରତ ଟେକ୍ସ ୨୦୨୫କୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ବି ସେ ବୁଲି ଦେଖିଥିଲେ । ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଭାରତ ଟେକ୍ସ ୨୦୨୫ରେ ସମସ୍ତଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ ଆଜି ଭାରତ ମଣ୍ଡପମ୍ ଭାରତ ଟେକ୍ସର ଦ୍ୱିତୀୟ ସଂସ୍କରଣ ଦେଖୁଛି । ସେ ଆହୁରି ମଧ୍ୟ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଆମର ଐତିହ୍ୟ ତଥା ବିକଶିତ ଭାରତର ସମ୍ଭାବନାର ଝଲକ ଦେଇଛି, ଯାହା କି ଭାରତ ପାଇଁ ଗର୍ବର ବିଷୟ । ଭାରତ ଟେକ୍ସ ବର୍ତ୍ତମାନ ଏକ ମେଗା ବିଶ୍ବ ବୟନଶିଳ୍ପ ସମାରୋହରେ ପରିଣତ ହେଉଛି, ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ମୂଲ୍ୟ ଶୃଙ୍ଖଳାର ସ୍ପେକ୍ଟ୍ରମ୍ ସହ ଜଡ଼ିତ ସମସ୍ତ ୧୨ଟି କ୍ଷେତ୍ର ଏଥର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏଥିରେ ଆସେସୋରିଜ, ପୋଷାକ, ଯନ୍ତ୍ରପାତି, ରାସାୟନିକ ପଦାର୍ଥ ଓ ରଙ୍ଗର ପ୍ରଦର୍ଶନୀ ମଧ୍ୟ ରହିଛି। ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ ଭାରତ ଟେକ୍ସ ସମଗ୍ର ବିଶ୍ୱର ନୀତି ନିର୍ଧାରକ, ସିଇଓ ଏବଂ ଶିଳ୍ପ ନେତାମାନଙ୍କ ପାଇଁ ଯୋଗାଯୋଗ, ସହଯୋଗ ଏବଂ ଭାଗିଦାରୀ ପାଇଁ ଏକ ଶକ୍ତିଶାଳୀ ପ୍ଲାଟଫର୍ମ ପାଲଟିଛି । ଏହି କାର୍ଯ୍ୟକ୍ରମ ଆୟୋଜନରେ ସମ୍ପୃକ୍ତ ସମସ୍ତ ଅଂଶୀଦାରଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ ଫେବୃଆରୀ ୧୬ ତାରିଖରେ ଭାରତ ଟେକ୍ସ ୨୦୨୫ରେ ଯୋଗ ଦେବେ

February 15th, 01:56 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୧୬ ତାରିଖ ଅପରାହ୍ଣ ପ୍ରାୟ ୪ଟା ସମୟରେ ଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଭାରତ ଟେକ୍ସ-୨୦୨୫ରେ ସାମିଲ ହେବେ । ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବାଧିତ କରିବେ ।