Today's projects will boost energy access, connectivity and create jobs for the youth of Tamil Nadu: PM Modi in Tiruchirappalli

March 11th, 05:45 pm

PM Modi launched several developmental projects worth around ₹5,650 crore in Tiruchirappalli, aimed at bolstering the infrastructure and economy of Tamil Nadu. These initiatives span clean energy, petroleum-related manufacturing and enhanced multi-modal connectivity through highways, railways and rural roads. He dedicated the Indian Oil Corporation’s Lube Blending Plant in Chennai, strengthening the ‘Make in India’ initiative.

ତାମିଲନାଡୁର ତିରୁଚିରାପଲ୍ଲିରେ ପତାକା ଦେଖାଇ ପ୍ରାୟ ୫,୬୫୦ କୋଟି ଟଙ୍କାର ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

March 11th, 05:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଐତିହାସିକ ନଗରୀ ତ୍ରିଚି (ତିରୁଚିରାପଲ୍ଲି) ଗସ୍ତ କରି ତାମିଲନାଡୁର ଭିତ୍ତିଭୂମି ଓ ଅର୍ଥନୀତିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଶୃଙ୍ଖଳାବଦ୍ଧ ପରିବର୍ତ୍ତନଶୀଳ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ମୋଟ ପାଞ୍ଚ ହଜାର ଛଅ ଶହ କୋଟି ଟଙ୍କାର ଏହି ପ୍ରକଳ୍ପଗୁଡ଼ିକ ସ୍ୱଚ୍ଛ ଶକ୍ତି, ପେଟ୍ରୋଲିୟମ ସମ୍ପର୍କିତ ଉତ୍ପାଦନ ଓ ରାଜପଥ, ରେଳପଥ ଏବଂ ଗ୍ରାମୀଣ ସଡକ ମାଧ୍ୟମରେ ଉନ୍ନତ ବହୁମୁଖୀ ସଂଯୋଗ ସୃଷ୍ଟି ଉପରେ କେନ୍ଦ୍ରିତ। ସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ପ୍ରକଳ୍ପଗୁଡ଼ିକ ଶକ୍ତି ଉପଲବ୍ଧତା, ସଂଯୋଗୀକରଣକୁ ସୁଦୃଢ଼ ଏବଂ ତାମିଲନାଡୁର ଯୁବକମାନଙ୍କ ପାଇଁ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

୧୧ ମାର୍ଚ୍ଚରେ କେରଳ ଏବଂ ତାମିଲନାଡୁ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

March 09th, 09:54 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୧ ମାର୍ଚ୍ଚ ୨୦୨୬ରେ କେରଳ ଏବଂ ତାମିଲନାଡୁ ଗସ୍ତ କରିବେ । ପ୍ରାୟ ୧:୩୦ ସମୟରେ, ପ୍ରଧାନମନ୍ତ୍ରୀ କେରଳର ଏର୍ଣ୍ଣାକୁଲମ୍‌ରେ ପ୍ରାୟ ୧୦,୮୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ, ଲୋକାର୍ପଣ, ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ ସମୟରେ ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ । ଏହା ପରେ ପ୍ରାୟ ସନ୍ଧ୍ୟା ୫:୪୫ ସମୟରେ ପ୍ରଧାନମନ୍ତ୍ରୀ ତାମିଲନାଡୁର ତିରୁଚିରାପଲ୍ଲୀରେ ପ୍ରାୟ ୫,୬୫୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ, ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।

ପ୍ରଧାନମନ୍ତ୍ରୀ ଜୁଲାଇ ୧୮ରେ ବିହାର ଓ ପଶ୍ଚିମବଙ୍ଗ ଗସ୍ତରେ ଯିବେ

July 17th, 11:04 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧୮ ତାରିଖରେ ବିହାର ଓ ପଶ୍ଚିମବଙ୍ଗ ଗସ୍ତରେ ଯିବେ । ବିହାରର ମୋତିହାରିରେ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ସେ ୭,୨୦୦ କୋଟିରୁ ଅଧିକ ଟଙ୍କାର ଅନେକ ଗୁଡ଼ିଏ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଲୋକାର୍ପଣ କରିବେ । ଏକ ସାଧାରଣ ସମାବେଶକୁ ମଧ୍ୟ ସେ ସମ୍ବୋଧିତ କରିବେ ।

ଜୁଲାଇ ୧୨ ତାରିଖରେ ଦେଓଘର ଏବଂ ପାଟନା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

July 09th, 09:35 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୨ ଜୁଲାଇ, ୨୦୨୨ ରେ ଦେଓଘର ଏବଂ ପାଟନା ଗସ୍ତ କରିବେ । ଅପରାହ୍ନ ପ୍ରାୟ ୧:୧୫ ସମୟରେ ପ୍ରଧାନମନ୍ତ୍ରୀ ଦେଓଘରରେ ୧୬,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ତା'ପରେ ଅପରରାହ୍ନ ପ୍ରାୟ ୨:୪୦ ରେ ସେ ବାର ଜ୍ୟୋର୍ତିଲିଙ୍ଗଙ୍କ ମଧ୍ୟରୁ ଅନ୍ୟତମ ବାବା ବୈଦ୍ୟନାଥ ମନ୍ଦିରରେ ଦର୍ଶନ ଏବଂ ପୂଜା କରିବେ । ସଂଧ୍ୟା ପ୍ରାୟ ୬ ଟା ସମୟରେ ପ୍ରଧାନମନ୍ତ୍ରୀ ପାଟନାରେ ବିହାର ବିଧାନସଭାର ଶତବାର୍ଷିକୀ ଉତ୍ସବର ଉଦଯାପନୀ ସମାରୋହକୁ ସମ୍ବୋଧିତ କରିବେ ।

ଫେବୃଆରୀ 14 ତାରିଖରେ ପ୍ରଧାନମନ୍ତ୍ରୀଙ୍କ ତାମିଲନାଡୁ ଏବଂ କେରଳ ଗସ୍ତ

February 12th, 06:10 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 14 ଫେବୃଅ।ରୀ, 2021 ରେ ତାମିଲନାଡୁ ଏବଂ କେରଳ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ 11.15 ସମୟରେ ପ୍ରଧାନମନ୍ତ୍ରୀ ଅନେକ ପ୍ରମୁଖ ପ୍ରକଳ୍ପର ଉଦ୍‍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏବଂ ଚେନ୍ନାଇଠାରେ ସେନାକୁ ଅର୍ଜୁନ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ (MK-1A) ହସ୍ତାନ୍ତର କରିବେ । ଅପରାହ୍ନ ପ୍ରାୟ ତିନିଟାରେ ପ୍ରଧାନମନ୍ତ୍ରୀ କୋଚି ଠାରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଏକାଧିକ ପ୍ରକଳ୍ପର ମୂଳଦୁଆ ପକାଇବା ସହିତ ଉତ୍ସର୍ଗ କରିବେ । ଏହି ପ୍ରକଳ୍ପଗୁଡିକ ସମ୍ପୃକ୍ତ ରାଜ୍ୟର ଅଭିବୃଦ୍ଧିକୁ ଗୁରୁତ୍ୱପୂର୍ଣ୍ଣ ଗତି ଯୋଗାଇବ ଏବଂ ପୂର୍ଣ୍ଣ ବିକାଶ ସମ୍ଭାବନା ହାସଲ କରିବାର ଗତିକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିବ ।