ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ ପ୍ରୋତ୍ସାହନ ରାଶି ପ୍ରଦାନ ସମୟରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
June 19th, 05:15 pm
୧୯/୦୬/୨୦୨୬ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପିଏମ୍ ବିକଶିତ ଭାରତ ରୋଜଗାର ଯୋଜନା ସହିତ ଜଡିତ ହିତାଧିକାରୀ, ଶିଳ୍ପ ପ୍ରତିନିଧି ଏବଂ ଅଂଶୀଦାରମାନଙ୍କୁ ସମ୍ବୋଧିତ କରି ଭାରତର ଯୁବପିଢ଼ିଙ୍କୁ ସଶକ୍ତ କରିବା ଏବଂ ନିଯୁକ୍ତି ସୃଷ୍ଟିକୁ ତ୍ୱରାନ୍ୱିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା (ପିଏମ୍-ଭିବିଆରୱାଇ) ଅଧୀନରେ ପ୍ରାୟ ଟ.୨,୪୦୦ କୋଟି ମୂଲ୍ୟର ପ୍ରୋତ୍ସାହନ ବଣ୍ଟନ କରିଛନ୍ତି, ଯାହା ଭାରତ ସରକାରଙ୍କ ପ୍ରମୁଖ ନିଯୁକ୍ତି-ସଂଲଗ୍ନ ପ୍ରୋତ୍ସାହନ ଯୋଜନା ପିଏମ୍-ଭିବିଆରୱାଇ କାର୍ଯ୍ୟକାରୀ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଏବଂ ବିଭିନ୍ନ କ୍ଷେତ୍ରରେ ସାମାଜିକ ସୁରକ୍ଷା କଭରେଜକୁ ବିସ୍ତାର କରିଛି। ଏହି ପ୍ରୋତ୍ସାହନ ଦେଶବ୍ୟାପୀ ୧୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସହାୟକ ହୋଇଛି।ପିଏମ୍ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ ପ୍ରାୟ ୨,୪୦୦ କୋଟି ଟଙ୍କାର ପ୍ରୋତ୍ସାହନକୁ ପ୍ରଧାନମନ୍ତ୍ରୀଙ୍କ ମଞ୍ଜୁରୀ
June 19th, 05:00 pm
୧୯/୦୬/୨୦୨୬ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପିଏମ୍ ବିକଶିତ ଭାରତ ରୋଜଗାର ଯୋଜନା ସହିତ ଜଡିତ ହିତାଧିକାରୀ, ଶିଳ୍ପ ପ୍ରତିନିଧି ଏବଂ ଅଂଶୀଦାରମାନଙ୍କୁ ସମ୍ବୋଧିତ କରି ଭାରତର ଯୁବପିଢ଼ିଙ୍କୁ ସଶକ୍ତ କରିବା ଏବଂ ନିଯୁକ୍ତି ସୃଷ୍ଟିକୁ ତ୍ୱରାନ୍ୱିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା (ପିଏମ୍-ଭିବିଆରୱାଇ) ଅଧୀନରେ ପ୍ରାୟ ଟ.୨,୪୦୦ କୋଟି ମୂଲ୍ୟର ପ୍ରୋତ୍ସାହନ ବଣ୍ଟନ କରିଛନ୍ତି, ଯାହା ଭାରତ ସରକାରଙ୍କ ପ୍ରମୁଖ ନିଯୁକ୍ତି-ସଂଲଗ୍ନ ପ୍ରୋତ୍ସାହନ ଯୋଜନା ପିଏମ୍-ଭିବିଆରୱାଇ କାର୍ଯ୍ୟକାରୀ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଏବଂ ବିଭିନ୍ନ କ୍ଷେତ୍ରରେ ସାମାଜିକ ସୁରକ୍ଷା କଭରେଜକୁ ବିସ୍ତାର କରିଛି। ଏହି ପ୍ରୋତ୍ସାହନ ଦେଶବ୍ୟାପୀ ୧୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସହାୟକ ହୋଇଛି।ପ୍ୟାରିସ୍ରେ ଭାରତୀୟ ସମ୍ପ୍ରଦାୟର କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 18th, 11:41 pm
ଫ୍ରାନ୍ସରେ ରହୁଥିବା ଆପଣମାନେ ଭାରତୀୟ ସମ୍ପ୍ରଦାୟ – ୨୧ଶଦାବ୍ଦୀର ଭାରତ-ଫ୍ରାନ୍ସ ସମ୍ପର୍କରେ ଯେପରି ସଂଯୋଗ ସ୍ଥାପନ କରିଛନ୍ତି, ତାହା ଆମର ରଣନୈତିକ ସହଭାଗୀତା ପାଇଁ ଏକ ପ୍ରମୁଖ ଶକ୍ତିରେ ପରିଣତ ହୋଇଛିି । ମୁଁ ଆପଣମାନଙ୍କ ପାଇଁ ୧୪୦ କୋଟି ଭାରତୀୟଙ୍କ ଶୁଭେଚ୍ଛା ଆଣିଛି । ଏହି ଭବ୍ୟ ଏବଂ ସ୍ନେହପୂର୍ଣ୍ଣ ସ୍ୱାଗତ ପାଇଁ ମୁଁ ଆପଣମାନଙ୍କ ସମସ୍ତଙ୍କ ପ୍ରତି ମୋର ହୃଦୟରୁ କୃତଜ୍ଞତା ପ୍ରକାଶ କରୁଛି ।ପ୍ୟାରିସରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
June 18th, 09:30 pm
ପ୍ରଧାନମନ୍ତ୍ରୀ ୧୮ ଜୁନ୍ ୨୦୨୬ରେ ପ୍ୟାରିସରେ ଆୟୋଜିତ ଭାରତୀୟ ସମ୍ପ୍ରଦାୟର ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଥିଲେ। କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚିବା ପରେ, ପ୍ରବାସୀ ଭାରତୀୟମାନେ ପ୍ରଧାନମନ୍ତ୍ରୀଙ୍କୁ ଏକ ଭବ୍ୟ ଏବଂ ଆକର୍ଷଣୀୟ ସ୍ୱାଗତ ଜଣାଇଥିଲେ, ଯାହା ମାତୃଭୂମି ପ୍ରତି ସେମମାନଙ୍କର ଗଭୀର ସ୍ନେହ ଓ ଆତ୍ମୀୟତାର ପ୍ରତିଫଳନ ଥିଲା।ପ୍ୟାରିସରେ ଭିଭାଟେକ୍ ୨୦୨୬ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 18th, 06:15 pm
୨୦୨୧ ମସିହାରେ, ଯେତେବେଳେ ମୁଁ ଭିଭାଟେକକୁ ସମ୍ବୋଧିତ କରିଥିଲି, ସେତେବେଳେ ବିଶ୍ୱ COVID-19 ର ବିପର୍ଯ୍ୟୟ ସହ ଲଢ଼ୁଥିଲା। ଆଜି ବିଶ୍ୱ ଅନ୍ୟ ପ୍ରକାରର ବିଘ୍ନର ସମ୍ମୁଖୀନ ହେଉଛି। ମୁଁ ଭିଭାଟେକ ୨୦୨୧ ରେ ଯେଉଁ ବାର୍ତ୍ତାକୁ ଦେଇଥିଲି ଆଜି ମଧ୍ୟ ତାହାକୁ ପୁନରାବୃତ୍ତି କରୁଛି — “ଯେଉଁଠାରେ ପାରମ୍ପରିକ ପଦ୍ଧତି ବିଫଳ ହୁଏ, ସେଠାରେ ନବୋନ୍ମେଷ ସହାୟକ ହୋଇଥାଏ ।”ୟୁରୋପର ସର୍ବବୃହତ ଷ୍ଟାର୍ଟଅପ୍ ମେଳାରେ ଯୋଗଦେଲେ ଭାରତର ୮୦ ଡିପ ଟେକ୍ କମ୍ପାନୀ
June 18th, 06:00 pm
ଟେକ୍-ଉଦ୍ୟୋଗୀ, ଷ୍ଟାର୍ଟ-ଅପ୍, ନିବେଶକ ଏବଂ ବ୍ୟବସାୟିକ ନେତୃବୃନ୍ଦଙ୍କ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି, ମାନବ-କୈନ୍ଦ୍ରିକ କୃତ୍ରିମ ବୁଦ୍ଧିମତ୍ତା ( ଏଆଇ) ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ପାଇଁ ଭାରତର ଦୂରଦୃଷ୍ଟି ତଥା ଉଦୀୟମାନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ-ଫ୍ରାନ୍ସ ମଧ୍ୟରେ ସହଯୋଗର ପରିସର ବୃଦ୍ଧି ପାଉଛି। ପ୍ରଯୁକ୍ତିବିଦ୍ୟା ଭାରତରେ ଅନେକ ଉଲ୍ଲେଖନୀୟ ରୂପାନ୍ତରଣ କରିଥିବା ସେ ଆଲୋକପାତ କରିଥିଲେ। ଡିଜିଟାଲ୍ ପେମେଣ୍ଟ, ଏଆଇ ଆଧାରିତ କୃଷି ପ୍ରଗତିଠାରୁ ଆରମ୍ଭ କରି ଅତ୍ୟାଧୁନିକ ମହାକାଶ ପ୍ରୟୋଗ ପର୍ଯ୍ୟନ୍ତ ଅନେକ ସଂସ୍କାର ଆଣିବାରେ ପ୍ରଯୁକ୍ତି ବିଦ୍ୟା ସକ୍ଷମ ହୋଇଥିବା ସେ କହିଛନ୍ତି। ମୁଖ୍ୟ ଅଭିଭାଷଣ ପରେ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ମାକ୍ରୋନ୍ ଶିଳ୍ପ, ସ୍ୱାସ୍ଥ୍ୟସେବା, ସ୍ଥାୟୀ ବିକାଶ ଏବଂ ଯାତାୟାତ ପାଇଁ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ବ୍ୟାବହାରିକ ସମାଧାନ ପ୍ରଦର୍ଶନ କରୁଥିବା ଭାରତୀୟ ଷ୍ଟାର୍ଟ-ଅପ୍ ଏବଂ ନବସୃଜନକାରୀ ମାନଙ୍କ ସହ ଆଲୋଚନା କରିଥିଲେ।Bharat Innovates is becoming a bridge between Indian talent and European capital: PM Modi in Nice, France
June 14th, 04:36 pm
PM Modi and French President Emmanuel Macron jointly inaugurated Bharat Innovates 2026 in Nice, France. Addressing a gathering, PM Modi highlighted India’s deep-tech revolution and the transformative potential of AI, satellite technology, advanced manufacturing and clean energy. He called for trusted, inclusive and human-centric innovation, while reaffirming India’s vision of becoming a global innovation hub.ଭାରତ ଇନୋଭେଟ୍ସ ୨୦୨୬’ରେ ଯୋଗଦେଲେ ପ୍ରଧାନମନ୍ତ୍ରୀ
June 14th, 03:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଆଜି ନାଇସ୍ ସହରସ୍ଥିତ ପାଲାଇସ୍ ଡେସ୍ ଏକ୍ସପୋଜିସନ୍ସରେ ମିଳିତ ଭାବରେ ଭାରତ ଇନୋଭେଟ୍ସ ୨୦୨୬ର ଉଦଘାଟନ କରିଛନ୍ତି। ଏହି ତିନି ଦିନିଆ କାର୍ଯ୍ୟକ୍ରମ ଭାରତର ଡିପ୍-ଟେକ୍ ଷ୍ଟାର୍ଟ-ଅପ୍ସ, ନବସୃଜନକାରୀ, ଗବେଷକ ଏବଂ ନିବେଶକମାନଙ୍କୁ ବିଶ୍ୱ ନବସୃଜନ ପାଣ୍ଠି ଏବଂ ଅନ୍ତର୍ଜାତୀୟ ସଂସ୍ଥାମାନଙ୍କ ସହ ଯୋଡ଼ିବାକୁ ଲକ୍ଷ୍ୟ ରଖିଛି। ଏହା ବିଶ୍ୱ ସ୍ତରରେ ଭାରତର ଅଗ୍ରଣୀ ଡିପ୍-ଟେକ୍ର ପ୍ରଦର୍ଶନ କରିଥାଏ ତଥା ୧୩ ଗୁରୁତ୍ବପୂର୍ଣ୍ଣ ପ୍ରଯୁକ୍ତି କ୍ଷେତ୍ରରେ ୧୨୦ ଉନ୍ନତ ଷ୍ଟାର୍ଟଅପ୍, ୨୦ରୁ ଅଧିକ ଉତ୍କର୍ଷ ପ୍ରତିଷ୍ଠାନର ଉପସ୍ଥାପିତ କରିଥାଏ। ବିଶ୍ୱର ୩୫୦ରୁ ଅଧିକ ଶ୍ରେଷ୍ଠ ନିବେଶକ ଏବଂ ଭେଞ୍ଚର କ୍ୟାପିଟାଲିଷ୍ଟ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି।ଫ୍ରାନ୍ସ ଗସ୍ତରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ
June 13th, 11:19 pm
ଫ୍ରାନ୍ସର ନିସ୍ ଗସ୍ତର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଦୃଢ ତଥା ସ୍ଥାୟୀ ସମ୍ପର୍କକୁ ପ୍ରତିଫଳିତ କରି ସେଠାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ତଥା ସ୍ୱତନ୍ତ୍ର ସ୍ୱାଗତ କରାଯାଇଥିଲା । ଏହି ଗସ୍ତ ଭାରତ-ଫ୍ରାନ୍ସ ସହଭାଗୀତାକୁ ଗଭୀର କରିବା ଏବଂ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଆଗକୁ ନେବା ପାଇଁ ସହଭାଗୀ ପ୍ରତିବଦ୍ଧତାକୁ ସୂଚିତ କରେ ।ଫ୍ରାନ୍ସ ଏବଂ ସ୍ଲୋଭାକିଆ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ଥାନ ବିବୃତ୍ତି
June 13th, 10:03 am
ଫ୍ରାନ୍ସର ରାଷ୍ଟ୍ରପତି ଶ୍ରୀ ଇମାନୁଏଲ ମାକ୍ରନ ଏବଂ ସ୍ଲୋଭାକର ପ୍ରଧାନମନ୍ତ୍ରୀ ଶ୍ରୀ ରବର୍ଟ ଫିକୋଙ୍କ ନିମନ୍ତ୍ରଣରେ ମୁଁ ୧୩ରୁ ୧୮ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଫ୍ରାନ୍ସ ଏବଂ ସ୍ଲୋଭାକ ଗସ୍ତ କରିବି ।