କର୍ଣ୍ଣାଟକର ବେଙ୍ଗଲୁରରେ ବିଭିନ୍ନ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
August 10th, 01:30 pm
କର୍ଣ୍ଣାଟକର ରାଜ୍ୟପାଳ ଶ୍ରୀ ଥାଓ୍ୱରଚନ୍ଦ ଗହଲୋଟ ଜୀ, ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଜୀ, କେନ୍ଦ୍ରରେ ମୋର ସହଯୋଗୀ ମନୋହରଲାଲ ଖଟ୍ଟର ଜୀ, ଏଚ୍ ଡି କୁମାରସ୍ୱାମୀ ଜୀ, ଅଶ୍ୱିନୀ ବୈଷ୍ଣବ ଜୀ, ବି. ସୋମନ୍ନା ଜୀ, ସୁଶ୍ରୀ ଶୋଭା ଜୀ, ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ଜୀ, କର୍ଣ୍ଣାଟକ ସରକାରଙ୍କ ମନ୍ତ୍ରୀ ବି.ସୁରେଶ ଜୀ, ବିରୋଧୀ ଦଳ ନେତା ଆର୍. ଅଶୋକ ଜୀ, ସାଂସଦ ତେଜସ୍ୱୀ ସୂର୍ଯ୍ୟା ଜୀ, ଡାକ୍ତର ମଂଜୁନାଥ ଜୀ, ଏମଏଲଏ ବିଜୟେନ୍ଦ୍ର ୟେଡିୟୁରପ୍ପା ଜୀ ଓ କର୍ଣ୍ଣାଟକର ମୋର ଭାଇ ଓ ଭଉଣୀମାନେ,କର୍ଣ୍ଣାଟକର ବେଙ୍ଗାଲୁରୁରେ ପ୍ରାୟ ୨୨,୮୦୦ କୋଟି ଟଙ୍କାର ମେଟ୍ରୋ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
August 10th, 01:05 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ବେଙ୍ଗାଲୁରୁରେ ପ୍ରାୟ ୭,୧୬୦ କୋଟି ଟଙ୍କା ମୂଲ୍ୟର ବାଙ୍ଗାଲୋର ମେଟ୍ରୋର ୟେଲୋ ଲାଇନର ଉଦଘାଟନ କରିଛନ୍ତି ଏବଂ ୧୫୬୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବାଙ୍ଗାଲୋର ମେଟ୍ରୋ ପର୍ଯ୍ୟାୟ - ୩ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସେ ବେଙ୍ଗାଲୁରୁର କେଏସଆର ରେଳ ଷ୍ଟେସନରେ ତିନୋଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ସେ କହିଥିଲେ ଯେ, , କର୍ଣ୍ଣାଟକର ଭୂମିରେ ପାଦ ଦେବା ପରେ ଏହି ସ୍ଥାନରେ ସେ ଆପଣାର ଭାବନାକୁ ଅନୁଭବ କରିଥିଲେ। କର୍ଣ୍ଣାଟକ ସଂସ୍କୃତିର ସମୃଦ୍ଧି, ଏହାର ଲୋକଙ୍କ ସ୍ନେହ ଏବଂ କନ୍ନଡ ଭାଷାର ମଧୁରତା, ଯାହା ହୃଦୟକୁ ଗଭୀର ଭାବରେ ସ୍ପର୍ଶ କରେ, ସେସବୁ ଉପରେ ଆଲୋକପାତ କରି ଶ୍ରୀ ମୋଦୀ ବେଙ୍ଗାଲୁରୁର ଅଧିଷ୍ଠାତ୍ରୀ ଦେବୀ ଆନ୍ନାମ୍ମା ଥାଇଙ୍କ ଚରଣରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ ବକ୍ତବ୍ୟ ଆରମ୍ଭ କରିଥିଲେ। ଶହ ଶହ ବର୍ଷ ପୂର୍ବେ ନାଦପ୍ରଭୁ କେମ୍ପେଗୌଡ଼ା ବେଙ୍ଗାଲୁରୁ ସହରର ମୂଳଦୁଆ ସ୍ଥାପନ କରିଥିଲେ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ କେମ୍ପେଗୌଡ଼ା ପରମ୍ପରାକୁ ମୂଳରେ ରଖି ଏକ ସହରର କଳ୍ପନା କରିଥିଲେ ଏବଂ ପ୍ରଗତିର ନୂତନ ଶିଖରରେ ପହଞ୍ଚିଥିଲେ। ବେଙ୍ଗାଲୁରୁ ସର୍ବଦା ସେହି ଭାବନାକୁ ବଞ୍ଚାଇ ରଖିଛି ଏବଂ ଏହାକୁ ସଂରକ୍ଷଣ କରିଆସିଛି ଏବଂ ଆଜି, ବେଙ୍ଗାଲୁରୁ ସେହି ସ୍ୱପ୍ନକୁ ସାକାର କରୁଛି,ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୦ରେ କର୍ଣ୍ଣାଟକ ଗସ୍ତରେ ଯିବେ
August 09th, 02:20 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୦ ତାରିଖରେ କର୍ଣ୍ଣାଟକ ଗସ୍ତରେ ଯିବେ । ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ସେ ବେଙ୍ଗାଲୁରୁ କେଏସଆର ରେଳଷ୍ଟେସନରୁ ୩ଟି ବନେ୍ଦ ଭାରତ ଟ୍ରେନର ଶୁଭାରମ୍ଭ କରିବେ । ଏହାପରେ ସେ ବାଙ୍ଗାଲୋର ମେଟ୍ରୋ ୟେଲୋ ଲାଇନର ଶୁଭାରମ୍ଭ କରିବା ସହ ମେଟ୍ରୋରେ ଆରଭି ରୋଡ(ରାଗିଗୁଡ଼ା)ରୁ ଇଲେକ୍ଟ୍ରୋନିକ୍ ସିଟି ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିବେ ।India is not a follower but a first mover: PM Modi in Bengaluru
April 20th, 04:00 pm
Prime Minister Narendra Modi addressed public meetings in Bengaluru, Karnataka. Speaking to a vibrant crowd, he highlighted the achievements of the NDA government and outlined plans for the future.PM Modi addresses public meetings in Chikkaballapur & Bengaluru, Karnataka
April 20th, 03:45 pm
Prime Minister Narendra Modi addressed public meetings in Chikkaballapur and Bengaluru, Karnataka. Speaking to a vibrant crowd, he highlighted the achievements of the NDA government and outlined plans for the future.ଗୋଆରେ ୩୭ତମ ଜାତୀୟ କ୍ରୀଡ଼ାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 26th, 10:59 pm
ଗୋଆର ରାଜ୍ୟପାଳ ଶ୍ରୀ ପିଏସ୍ ଶ୍ରୀଧରନ ପିଲ୍ଲାଇ ଜୀ, ଲୋକପ୍ରିୟ ଏବଂ ଗତିଶୀଳ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଜୀ, କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର, କେନ୍ଦ୍ର କ୍ୟାବିନେଟର ମୋର ଅନ୍ୟ ସହଯୋଗୀ, ମଞ୍ଚରେ ଉପସ୍ଥିତ ପ୍ରତିନିଧି, ଭାରତୀୟ ଅଲିମ୍ପିକ୍ ସଂଘର ସଭାପତି ପି.ଟି.ଉଷାଜୀ, ଦେଶର କୋଣ ଅନୁକୋଣରୁ ଆସିଥିବା ସମସ୍ତ ଖେଳାଳିମାନେ, ସହାୟକ କର୍ମଚାରୀ, ଅନ୍ୟ ଅଧିକାରୀ ଏବଂ ଯୁବ ବନ୍ଧୁମାନେ, ଭାରତୀୟ କ୍ରୀଡ଼ା ମହାକୁମ୍ଭର ଭବ୍ୟ ଯାତ୍ରା ଏବେ ଗୋଆରେ ଆସି ପହଞ୍ଚିଛି। ଚାରିଆଡ଼େ ରଙ୍ଗ ଅଛି... ତରଙ୍ଗ ଅଛି... ଓ ଉତ୍ସାହ ଦେଖିବାକୁ ମିଳୁଛି। ଗୋଆର ପବନରେ କଥା କିଛି ଅଲଗା ଦେଖିବାକୁ ମିଳିଥାଏ। ୩୭ତମ ଜାତୀୟ କ୍ରୀଡ଼ା ପାଇଁ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା, ଅନେକ ଅନେକ ଅଭିନନ୍ଦନ ।ଗୋଆରେ ୩୭ତମ ଜାତୀୟ କ୍ରୀଡ଼ାକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
October 26th, 05:48 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୋଆର ମଡ଼ଗାଓ ସ୍ଥିତ ପଣ୍ଡିତ ଜବାହରଲାଲ ନେହରୁ ଷ୍ଟାଡିୟମରେ ୩୭ତମ ଜାତୀୟ କ୍ରୀଡ଼ାକୁ ଉଦଘାଟନ କରିଛନ୍ତି । ଅକ୍ଟୋବର ୨୬ରୁ ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି କ୍ରୀଡ଼ାରେ ଦେଶର ୧୦,୦୦୦ରୁ ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିବେ, ଯେଉଁମାନେ ୨୮ଟି କ୍ରୀଡ଼ାଙ୍ଗନରେ ୪୩ରୁ ଅଧିକ କ୍ରୀଡ଼ା ବର୍ଗରେ ଭାଗ ନେବେ।ଭାରତର ପ୍ରଥମ ଆଞ୍ଚଳିକ ରାପିଡ୍ ଟ୍ରାନଜିଟ୍ ସିଷ୍ଟମ କରିଡର ଏବଂ ନମୋ ଭାରତ ଟ୍ରେନ ଚଳାଚଳର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
October 20th, 04:35 pm
ଆଜି ସମଗ୍ର ଦେଶ ପାଇଁ ହେଉଛି ଏକ ଐତିହାସିକ କ୍ଷଣ ।ଆଜି ଭାରତର ପ୍ରଥମ ରାପିଡ ରେଳ ସେବା, ନମୋ ଭାରତଟ୍ରେନ, ରାଷ୍ଟ୍ରକୁ ସମର୍ପିତ ହେଉଛି, ଆରମ୍ଭ ହୋଇଛି ।ପାଖାପାଖି ଚାରି ବର୍ଷ ପୂର୍ବେ ମୁଁ ଦିଲ୍ଲୀ - ଗାଜିଆବାଦ - ମିରଟଆଞ୍ଚଳିକ କରିଡର ପ୍ରକଳ୍ପର ଶିଳାନ୍ୟାସ କରିଥିଲି । ଆଜିସାହିବାବାଦରୁ ଦୁହାଇ ଡିପୋ ପର୍ଯ୍ୟନ୍ତ ସେହି ଅଂଶରେ ନମୋଭାରତର ଚଳାଚଳ ଆରମ୍ଭ ହୋଇଯାଇଛି । ଆଉ ମୁଁ ପୂର୍ବରୁ ହିଁକହିଛି, ଆଜି ମଧ୍ୟ କହୁଛି ଯାହାର ଶିଳାନ୍ୟାସ ଆମେ କରିଥାଉ, ତାହାର ଉଦଘାଟନ ମଧ୍ୟ ଆମେ ହିଁ କରିଥାଉ । ଆଉ ଏହିମିରଟ ଆଡକୁ ଥିବା ଅଂଶ 1 ବର୍ଷ, ଦେଢ ବର୍ଷ ପରେ ସମ୍ପୂର୍ଣ୍ଣହେବ, ସେହି ସମୟରେ ମଧ୍ୟ ମୁଁ ଆପଣମାନଙ୍କର ସେବାରେଉପସ୍ଥିତ ରହିବି ।ଉତ୍ତରପ୍ରଦେଶର ଗାଜିଆବାଦ ଠାରେ ଭାରତର ପ୍ରଥମ ଆଞ୍ଚଳିକ ରାପିଡ୍ ଟ୍ରାନଜିଟ୍ ସିଷ୍ଟମ୍ (ଆରଆରଟିଏସ୍) ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
October 20th, 12:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଗାଜିଆବାଦର ସାହିବାବାଦ ରାପିଡ୍ ଏକ୍ସ ଷ୍ଟେସନରେ ଦିଲ୍ଲୀ - ଗାଜିଆବାଦ - ମିରଟ ଆର୍ଆର୍ଟିଏସ୍ କରିଡରର ପ୍ରମୁଖ ବିଭାଗକୁ ଉଦଘାଟନ କରିଛନ୍ତି । ଭାରତରେ ଆଞ୍ଚଳିକ ରାପିଡ୍ ଟ୍ରାନଜିଟ୍ ସିଷ୍ଟମ୍ (ଆର୍ଆର୍ଟିଏସ୍) ର ଶୁଭାରମ୍ଭ ଅବସରରେ ସାହିବାବାଦରୁ ଦୁହାଇ ଡିପୋକୁ ସଂଯୋଗ କରୁଥିବା ନମୋ ଭାରତ ରାପିଡ୍ ଏକ୍ସ ଟ୍ରେନ୍କୁ ମଧ୍ୟ ସେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଶ୍ରୀ ମୋଦୀ ବେଙ୍ଗାଲୁରୁ ମେଟ୍ରୋର ପୂର୍ବ - ପଶ୍ଚିମ କରିଡରର ଦୁଇଟି ଅଂଶକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ।ଅକ୍ଟୋବର ୨୦ରେ ଭାରତର ପ୍ରଥମ ଆଞ୍ଚଳିକ ରାପିଡ୍ ଟ୍ରାନଜିଟ୍ ସିଷ୍ଟମ (ଆରଆରଟିଏସ୍)ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
October 18th, 04:23 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୦ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟା ୧୫ ମିନିଟ୍ ସମୟରେ ଉତ୍ତର ପ୍ରଦେଶର ସାହିବାବାଦ ରାପିଡ୍ ଏକ୍ସ ଷ୍ଟେସନରେ ଦିଲ୍ଲୀ - ଗାଜିଆବାଦ - ମିରଟ ଆର୍ଆର୍ଟିଏସ୍ କରିଡରର ପ୍ରାଥମିକତା ବିଭାଗକୁ ଉଦ୍ଘାଟନ କରିବେ । ଭାରତରେ ଆଞ୍ଚଳିକ ରାପିଡ୍ ଟ୍ରାନଜିଟ୍ ସିଷ୍ଟମ୍ (ଆରଆରଟିଏସ୍) ର ଶୁଭାରମ୍ଭ ଅବସରରେ ସେ ସାହିବାବାଦରୁ ଦୁହାଇ ଡିପୋକୁ ସଂଯୋଗ କରୁଥିବା ରାପିଡ୍ ଏକ୍ସ ଟ୍ରେନକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ । ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ପ୍ରଧାନମନ୍ତ୍ରୀ ସାହିବାବାଦ ଠାରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବେ , ଯେଉଁଠାରେ ସେ ଦେଶରେ ଆର୍ଆର୍ଟିଏସ୍ର ଶୁଭାରମ୍ଭ ଅବସରରେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ । ଏହା ବ୍ୟତୀତ ସେ ବେଙ୍ଗାଲୁରୁ ମେଟ୍ରୋର ପୂର୍ବ ପଶ୍ଚିମ କରିଡରର ଦୁଇଟି ଅଂଶକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।