ବାରବାଡୋସରେ କ୍ରମାଗତ ତୃତୀୟ ଥର ପାଇଁ ଐତିହାସିକ ନିର୍ବାଚନ ବିଜୟ ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ମିଆ ଆମୋର ମୋଟଲିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

February 13th, 12:17 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାରବାଡୋସରେ କ୍ରମାଗତ ତୃତୀୟ ଥର ପାଇଁ ଐତିହାସିକ ନିର୍ବାଚନ ବିଜୟ ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ମିଆ ଆମୋର ମୋଟଲିଙ୍କୁ ଅଭିନନ୍ଦନ ଜଣାଇଥିଲେ। ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ବାର୍ବାଡୋସ୍ ସହିତ ଦୀର୍ଘ ଦିନର ବନ୍ଧୁତ୍ୱକୁ ଭାରତ ଗଭୀର ଭାବରେ ଗୁରୁତ୍ୱ ଦେଇଥାଏ, ଯାହା ସହଯୋଗର ବିଭିନ୍ନ କ୍ଷେତ୍ରରେ ବିସ୍ତାର ଜାରି ରଖିଛି। ଶ୍ରୀ ମୋଦୀ କହିଲେ, ମୁଁ ୨୦୨୪ ମସିହାରେ ଭାରତ-କାରିକମ୍ ଶିଖର ସମ୍ମିଳନୀ ଅବସରରେ ହୋଇଥିବା ଆମ ବୈଠକକୁ ମନେ ପକାଉଛି ଏବଂ ଆମ ଲୋକମାନଙ୍କ ଲାଭ ପାଇଁ ଆମର ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ଲାଗି ତାଙ୍କ ସହ ଘନିଷ୍ଠ ଭାବେ କାର୍ଯ୍ୟ କରିବାକୁ ଅପେକ୍ଷା କରିଛି।

ପ୍ରଧାନମନ୍ତ୍ରୀ ‘ଅନରାରୀ ଅର୍ଡର ଅଫ୍ ଫ୍ରିଡମ୍ ଅଫ୍ ବାର୍ବାଡୋସ୍’ ସମ୍ମାନ ପାଇଁ କୃତଜ୍ଞତା ଜଣାଇଲେ

March 07th, 10:02 am

‘ଅନରାରୀ ଅର୍ଡର ଅଫ୍ ଫ୍ରିଡମ୍ ଅଫ୍ ବାର୍ବାଡୋସ୍’ ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାର୍ବାଡୋସର ସରକାର ଏବଂ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି । ୧୪୦ କୋଟି ଭାରତୀୟ ଏବଂ ଭାରତ ଓ ବାର୍ବାଡୋସ୍ ମଧ୍ୟରେ ଥିବା ଗୁଢ଼ ସମ୍ପର୍କ ଉଦେ୍ଦଶ୍ୟରେ ପ୍ରଧାନମନ୍ତ୍ରୀ ଏହି ସମ୍ମାନକୁ ଉତ୍ସର୍ଗ କରିଛନ୍ତି ।

ବାର୍ବାଡୋସର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

November 21st, 09:13 am

ଗୁୟାନାର ଜର୍ଜଟାଉନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୨୦ ତାରିଖରେ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀ ଅବସରରେ ବାର୍ବାଡୋସର ପ୍ରଧାନମନ୍ତ୍ରୀ ମିଆ ଅମର ମୋଟଲେଙ୍କୁ ଭେଟିଛନ୍ତି । ଏହି ଉଚ୍ଚସ୍ତରୀୟ ଆଲୋଚନା ଦୁଇ ନେତାଙ୍କ ପାଇଁ ଭାରତ ଓ ବାର୍ବାଡୋସ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ପ୍ରତିବଦ୍ଧ ଓ ସୁଦୃଢ଼ କରିବାକୁ ସୁଯୋଗ ଦେଇଛି ।