ମହାରାଷ୍ଟ୍ରର ବାରାମତୀରେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ
January 28th, 11:22 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ବାରାମତୀ ଜିଲ୍ଲାରେ ଏକ ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଶୋକ ବ୍ୟକ୍ତ କରିଛନ୍ତି। ଏହି ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ସମସ୍ତଙ୍କ ସହ ମୋର ଚିନ୍ତାଧାରା ରହିଛି। ଗଭୀର ଦୁଃଖର ଏହି ମୁହୂର୍ତ୍ତରେ ଶୋକସନ୍ତପ୍ତ ପରିବାର ପାଇଁ ଶକ୍ତି ଏବଂ ସାହସ ଲାଗି ପ୍ରାର୍ଥନା କରୁଛି , ଶ୍ରୀ ମୋଦୀ କହିଛନ୍ତି।