ଆଇଏନଏସ ବିକ୍ରାନ୍ତରେ ଦୀପାବଳି ପାଳନର ଝଲକ ଶେୟାର କଲେ ପ୍ରଧାନମନ୍ତ୍ରୀ ୨୧ ଅକ୍ଟୋବର ୨୦୨୫: ପିଆଇବି ଦିଲ୍ଲୀ
October 21st, 09:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ନୌସେନା ସହିତ ଆଇଏନଏସ ବିକ୍ରାନ୍ତରେ ତାଙ୍କର ଦୀପାବଳି ଉତ୍ସବ ପାଳନର କିଛି ଝଲକ ଶେୟାର କରିଛନ୍ତି । ଏହାକୁ ଏକ ଉଲ୍ଲେଖନୀୟ ଦିନ, ଉଲ୍ଲେଖନୀୟ ମୁହୂର୍ତ୍ତ ଏବଂ ଉଲ୍ଲେଖନୀୟ ଦୃଶ୍ୟ ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଗୋଟିଏ ପାର୍ଶ୍ଵରେ ବିଶାଳ ସମୁଦ୍ର ଏବଂ ଅନ୍ୟ ପାର୍ଶ୍ଵରେ ଭାରତ ମାତାର ସାହସୀ ସୈନିକମାନଙ୍କର ଅପାର ଶକ୍ତି । ସେ କହିଛନ୍ତି ଯେ, ଗୋଟିଏ ପାଖରେ ଅସୀମ ଦିଗନ୍ତ ଏବଂ ଅସୀମ ଆକାଶ ଦେଖାଯାଉଛି, ଅନ୍ୟ ପାର୍ଶ୍ଵରେ ଅସୀମ ଶକ୍ତିର ପ୍ରତୀକ ଆଇଏନଏସ ବିକ୍ରାନ୍ତର ବିଶାଳ ପରାକ୍ରମ ପ୍ରଦର୍ଶନ କରାଯାଉଛି । ପ୍ରଧାନମନ୍ତ୍ରୀ ଅବଲୋକନ କରିଥିଲେ ଯେ, ସମୁଦ୍ରରେ ସୂର୍ଯ୍ୟକିରଣର ଚମକ ଦୀପାବଳି ସମୟରେ ବୀର ସୈନିକମାନଙ୍କ ଦ୍ୱାରା ପ୍ରଜ୍ଜ୍ୱଳିତ ଦୀପ ସହିତ ସମାନ, ଯାହା ଆଲୋକର ଏକ ଦିବ୍ୟମାଳା ସୃଷ୍ଟି କରିଥାଏ । ସେ କହିଥିଲେ ଯେ, ଭାରତୀୟ ନୌସେନାର ସାହସୀ ସୈନିକମାନଙ୍କ ସହିତ ତାଙ୍କୁ ଦୀପାବଳି ପାଳନ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି ।