ଆସାମର କାଜିରଙ୍ଗା ଏଲିଭେଟେଡ୍ କରିଡର ପ୍ରକଳ୍ପର ଭୂମି ପୂଜନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 18th, 11:30 am

ପାଗ ଥଣ୍ଡା ଅଛି, ଗାଁଗୁଡ଼ିକ ଏଠାରୁ ବହୁତ ଦୂରରେ ଅଛି । ତଥାପି ଯେତେ ଦୂର ପର୍ଯ୍ୟନ୍ତ ମୋର ଦୃଷ୍ଟି ପହଞ୍ଚୁଛି, ମତେ କେବଳ ଲୋକମାନେ ହିଁ ଦେଖାଯାଉଛନ୍ତି । ଆପଣମାନେ ଏତେ ବିପୁଳ ସଂଖ୍ୟାରେ ଆମକୁ ଆଶୀର୍ବାଦ ଦେବା ପାଇଁ ଆସିଲେ, ଏଥିପାଇଁ ମୁଁ ଆପଣମାନଙ୍କ ନିକଟରେ ଅତ୍ୟନ୍ତ କୃତଜ୍ଞ ।

ଆସାମର କାଲିଆବରଠାରେ ୬୯୫୦ କୋଟି ଟଙ୍କାର କାଜିରଙ୍ଗା ଏଲିଭେଟେଡ୍ କରିଡର ପ୍ରକଳ୍ପର ଭୂମିପୂଜା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

January 18th, 11:00 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର କାଲିଆବୋରଠାରେ ୬୯୫୦ କୋଟି ଟଙ୍କା ମୂଲ୍ୟର କାଜିଲଙ୍ଗା ଏଲେଭେଟେଡ୍ କରିଡର ପ୍ରକଳ୍ପ (ଜାତୀୟ ରାଜପଥ-୭୧୫ର କାଲିଆବୋର-ନୁମାଲିଗଡ଼ ସେକ୍ସନର ୪-ଲେନକରଣ)ର ଭୂମିପୂଜା କରିଛନ୍ତି। ଏହି ଅବସରରେ ସମବେତ ଜନତାଙ୍କୁ ଉଦବୋଧନ ଦେଇ ସେ କହିଥିଲେ ଯେ ଏତେ ଅଧିକ ସଂଖ୍ୟକ ଲୋକ ତାଙ୍କୁ ଆଶୀର୍ବାଦ ଦେବାକୁ ଆସିଥିବାରୁ ସେ ଅତ୍ୟନ୍ତ କୃତଜ୍ଞ। ସେ କହିଥିଲେ ଯେ, କାଜିରଙ୍ଗା ପହଞ୍ଚିବା ପରେ ତାଙ୍କର ପୂର୍ବ ସ୍ମତି ତାଜା ହୋଇଯାଇଥିଲା, ଦୁଇବର୍ଷ ତଳେ ସେ କାଜିରଙ୍ଗାରେ ହାସଲ କରିଥିବା ସ୍ମୃତି ତାଙ୍କ ଜୀବନର ସବୁଠାରୁ ଅମୂଲ୍ୟ ସ୍ମୃତି ମଧ୍ୟରେ ଅନ୍ୟତମ। ସେ ଉଲ୍ଲେଖ କରିଥିଲେ ଯେ ସେହି ଗସ୍ତ କାଳରେ ତାଙ୍କୁ କାଜିରଙ୍ଗା ଜାତୀୟ ପାର୍କରେ ଏକ ରାତି କଟାଇବାକୁ ସୁଯୋଗ ମିଳିଥିଲା ଓ ପରବର୍ତ୍ତି ସକାଳରେ ଏକ ହାତୀ ସଫାରୀ ସମୟରେ ସେ ଏହାର ପ୍ରାକୃତିକ ଶୋଭାକୁ ନିକଟରୁ ଦେଖିପାରିଥିଲେ।

ଗୌହାଟିରେ ଏକ ପାରମ୍ପରିକ ବୋଡୋ ସାଂସ୍କୃତିକ କାର୍ଯ୍ୟକ୍ରମ ବାଗୁରୁମ୍ବା ଦୋହୋ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ।

January 17th, 06:30 pm

କଣ ଖବର ? ମାଘ ବିହୁ ଏବଂ ମାଘ ଦୋମାଶିର ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଆପଣମାନଙ୍କୁ ମୋର ଅନେକ ଅନେକ ଅଭିନନ୍ଦନ ଜଣାଉଛି।

ଆସାମର ଗୌହାଟୀଠାରେ ଆୟୋଜିତ ବାଗୁରୁମ୍ବା ଡାହୌ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

January 17th, 06:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୌହାଟିର ସରୁସଜାଇ ଷ୍ଟାଡିୟମରେ ବୋଡୋ ସମ୍ପ୍ରଦାୟର ସମୃଦ୍ଧ ଐତିହ୍ୟକୁ ପାଳନ କରୁଥିବା ଐତିହାସିକ ସାଂସ୍କୃତିକ କାର୍ଯ୍ୟକ୍ରମ 'ବାଗୁରୁମ୍ବା ଡାହୌ'କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆସାମର ସଂସ୍କୃତି ଏବଂ ବୋଡୋ ସମ୍ପ୍ରଦାୟର ପରମ୍ପରାକୁ ନିକଟରୁ ଦେଖିବା ତାଙ୍କ ସୌଭାଗ୍ୟର ବିଷୟ। କୌଣସି ପ୍ରଧାନମନ୍ତ୍ରୀ ତାଙ୍କ ପରି ଏତେ ଥର ଆସାମ ଗସ୍ତ କରିନାହାନ୍ତି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ, ଆସାମର କଳା ଏବଂ ସଂସ୍କୃତିକୁ ଏକ ବଡ଼ ମଞ୍ଚ ପ୍ରଦାନ ଏବଂ ମହାନ ଉତ୍ସବ ମାଧ୍ୟମରେ ଦେଶ ଏବଂ ବିଶ୍ୱରେ ସ୍ୱୀକୃତି ମିଳିବା ତାଙ୍କର ନିରନ୍ତର ଇଚ୍ଛା ରହିଆସିଛି। ବୃହତ୍ ବିହୁ ଉତ୍ସବ, ଜୁମୈର ବିନୋଦିନୀ ପ୍ରକାଶନ, ଦେଢ଼ ବର୍ଷ ପୂର୍ବେ ନୂଆଦିଲ୍ଲୀରେ ଆୟୋଜିତ ମେଗା ବୋଡୋ ମହୋତ୍ସବ ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଉଦାହରଣ ଦେଇ ସେ କହିଥିଲେ ଯେ ଏ ନେଇ ନିରନ୍ତର ଉଦ୍ୟମ କରାଯାଉଛି। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ସେ ଆସାମର କଳା ଏବଂ ସଂସ୍କୃତିର ଅନନ୍ୟ ଆନନ୍ଦ ଅନୁଭବ କରିବାର କୌଣସି ସୁଯୋଗକୁ କେବେ ହାତଛଡ଼ା କରନ୍ତି ନାହିଁ। ସେ କହିଥିଲେ ଯେ ପୁଣି ଥରେ ବାଗୁରୁମ୍ବା ମହୋତ୍ସବ ଆୟୋଜନ କରାଯାଉଛି, ଏହାକୁ ବୋଡୋ ପରିଚୟର ଏକ ଚମତ୍କାର ଉତ୍ସବ ଏବଂ ଆସାମର ଐତିହ୍ୟକୁ ଏକ ଶ୍ରଦ୍ଧାଞ୍ଜଳି ଭାବରେ ବର୍ଣ୍ଣନା କରାଯାଉଛି। ଶ୍ରୀ ମୋଦୀ ଏହି କାର୍ଯ୍ୟକ୍ରମ ସହିତ ଜଡିତ ସମସ୍ତଙ୍କୁ, ବିଶେଷକରି କଳାକାରମାନଙ୍କୁ ତାଙ୍କର ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଥିଲେ।

ଆସନ୍ତା କାଲିଠୁ ପ୍ରଧାନମନ୍ତ୍ରୀଙ୍କ ଦୁଇଦିନିଆ ଆସାମ ଗସ୍ତ

January 16th, 02:51 pm

ଜାନୁଆରୀ ୧୮ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ, ପ୍ରଧାନମନ୍ତ୍ରୀ ୬,୯୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର କାଜିରଙ୍ଗା ଏଲିଭେଟେଡ୍ କରିଡର ପ୍ରକଳ୍ପର ଭୂମି ପୂଜନ କରିବେ ଏବଂ ନଗାଓଁ ଜିଲ୍ଲାର କାଳିଆବୋରରେ ୨ଟି ନୂତନ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ।