Government, society and saints are all united in the fight against cancer: PM Modi in Madhya Pradesh

February 23rd, 06:11 pm

PM Modi laid the foundation stone of Bageshwar Dham Medical and Science Research Institute in Chhatarpur, Madhya Pradesh. He remarked that when the country entrusted him with the opportunity to serve, he made the mantra ‘Sabka Saath, Sabka Vikas’ as the Government's resolution. He highlighted that a major foundation of ‘Sabka Saath, Sabka Vikas’ was ‘Sabka Ilaaj, Sabko Aarogya’ meaning Healthcare for all and underscored the focus on disease prevention at various levels.

ବାଗେଶ୍ୱର ଧାମ ଚିକିତ୍ସା ଓ ବିଜ୍ଞାନ ଗବେଷଣା ପ୍ରତିଷ୍ଠାନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

February 23rd, 04:25 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାର ଗଡ଼ା ଗ୍ରାମରେ ବାଗେଶ୍ୱର ଧାମ ଚିକିତ୍ସା ଓ ବିଜ୍ଞାନ ଗବେଷଣା ପ୍ରତିଷ୍ଠାନର ଶିଳାନ୍ୟାସ କରିଛନ୍ତି । ଅଳ୍ପ ସମୟ ମଧ୍ୟରେ ଦ୍ୱିତୀୟ ଥର ପାଇଁ ବୁନ୍ଦେଲଖଣ୍ଡକୁ ଫେରିବା ତାଙ୍କ ସୌଭାଗ୍ୟ ବୋଲି ମନ୍ତବ୍ୟ ଦେଇ ଶ୍ରୀ ମୋଦୀ କହିଛନ୍ତି ଯେ ଆଧ୍ୟାତ୍ମିକ କେନ୍ଦ୍ର ଥିବା ବାଗେଶ୍ୱର ଧାମ ଖୁବଶୀଘ୍ର ଏକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପରିଣତ ହେବ । ବାଗେଶ୍ୱର ଧାମ ମେଡିକାଲ ଆଣ୍ଡ ସାଇନ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ୧୦ ଏକର ଜମିରେ ନିର୍ମାଣ କରାଯିବ ଏବଂ ପ୍ରଥମ ପର୍ଯ୍ୟାୟରେ ୧୦୦ ଶଯ୍ୟା ବିଶିଷ୍ଟ ସୁବିଧା ପ୍ରସ୍ତୁତ କରାଯିବ । ସେ ଶ୍ରୀ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ଏହି ମହାନ କାର୍ଯ୍ୟ ପାଇଁ ଅଭିନନ୍ଦନ ଜଣାଇବା ସହ ବୁନ୍ଦେଲଖଣ୍ଡବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଫେବୃଆରୀ ୨୩ରୁ ୨୫ ତାରିଖ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶ, ବିହାର ଓ ଆସାମ ଗସ୍ତରେ ଯିବେ

February 22nd, 02:05 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୨୩ ରୁ ୨୫ ତାରିଖ ମଧ୍ୟପ୍ରଦେଶ, ବିହାର ଏବଂ ଆସାମ ଗସ୍ତ କରିବେ । ଫେବୃଆରୀ ୨୩ ତାରିଖ ଅପରାହ୍ଣ ୨ଟାରେ ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରେ ସେ ବାଗେଶ୍ୱର ଧାମ ମେଡିକାଲ ଆଣ୍ଡ ସାଇନ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଶିଳାନ୍ୟାସ କରିବେ । ଫେବୃଆରୀ ୨୪ ତାରିଖ ପୂର୍ବାହ୍ନ ୧୦ଟାରେ ପ୍ରଧାନମନ୍ତ୍ରୀ ଭୋପାଳରେ ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ ୨୦୨୫ (ବୈଶ୍ୱିକ ନିବେଶକ ସମ୍ମିଳନୀ) କୁ ଉଦଘାଟନ କରିବେ । ଏହାପରେ ସେ ବିହାରର ଭାଗଲପୁର ଗସ୍ତ କରିବେ ଏବଂ ଅପରାହ୍ଣ ପ୍ରାୟ ୨ ଟା ୧୫ ମିନିଟରେ ପିଏମ କିଷାନ ଯୋଜନାର ଉନବିଂଶତମ କିସ୍ତିର ଅର୍ଥ ଟ୍ରାନ୍ସଫର କରିବେ ଏବଂ ଜାତି ଉଦ୍ଦେଶ୍ୟରେ ବିହାରର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ଏହାପରେ ସେ ଗୌହାଟୀ ଯାତ୍ରା କରିବେ ଏବଂ ସନ୍ଧ୍ୟା ପ୍ରାୟ ୬ଟାରେ ଝୁମର ବିନାଦିନୀ ୨୦୨୫ କାର୍ଯ୍ୟକ୍ରମରେ ଯୋଗ ଦେବେ । ଫେବୃଆରୀ ୨୫ ତାରିଖ ପ୍ରାୟ ପୂର୍ବାହ୍ନ ୧୦ଟା ୪୫ ମିନିଟରେ ଗୌହାଟୀରେ ଆଡଭେଣ୍ଟେଜ ଆସାମ ୨.୦ ଇନଭେଷ୍ଟମେଣ୍ଟ ଏବଂ ଇନଫ୍ରାଷ୍ଟ୍ରକଚର ସମିଟ ୨୦୨୫କୁ ଉଦଘାଟନ କରିବେ ।