PM Modi performs Darshan and Pooja at Baba Vishwanath Temple; prays for the prosperity and good health of all countrymen
April 29th, 11:45 am
PM Modi offered prayers at Kashi Vishwanath Temple in Varanasi, seeking peace, prosperity and good health for all citizens of the country. He also paid respects at the shrines of Maa Annapurna and Maa Ganga and prayed for positive energy and well-being for everyone.Ganga Expressway to become new lifeline of Uttar Pradesh’s development: PM Modi in Hardoi
April 29th, 11:35 am
PM Modi inaugurated the 594-km access-controlled Ganga Expressway in Hardoi, calling it a new lifeline for Uttar Pradesh’s development that will boost connectivity, support farmers and create industrial opportunities across multiple districts. He said the expressway will also bring the possibilities of the NCR closer and strengthen the state’s role in the journey towards Viksit Bharat.ଉତ୍ତରପ୍ରଦେଶର ହରଦୋଇରେ ୫୯୪ କିଲୋମିଟର ଦୀର୍ଘ ଆକ୍ସେସ୍ କଣ୍ଟ୍ରୋଲଡ୍ ଗ୍ରୀନଫିଲ୍ଡ ଗଙ୍ଗା ଏକ୍ସପ୍ରେସୱେର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
April 29th, 11:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ହରଦୋଇରେ ୫୯୪ କିଲୋମିଟର ଲମ୍ବ ଆକ୍ସେସ କଣ୍ଟ୍ରୋଲଡ୍ ଗ୍ରୀନଫିଲ୍ଡ ଗଙ୍ଗା ଏକ୍ସପ୍ରେସୱେକୁ ଉଦଘାଟନ କରିଛନ୍ତି। ଭଗବାନ ନରସିଂହଙ୍କ ପବିତ୍ର ଭୂମି ଏବଂ ମାତ୍ର କିଛି କିଲୋମିଟର ଦୂରରେ ପ୍ରବାହିତ ମା ଗଙ୍ଗାଙ୍କ ଦିବ୍ୟ ଉପସ୍ଥିତିକୁ ପ୍ରଣିପାତ କରି ପ୍ରଧାନମନ୍ତ୍ରୀ ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ। ସେ ଦୃଢ଼ ଭାବରେ କହିଥିଲେ ଯେ ଏ ସମଗ୍ର ଅଞ୍ଚଳ ଗଙ୍ଗାନଦୀର ଆଧ୍ୟାତ୍ମିକ ଏବଂ ପୁଷ୍ଟିକର କୃପାପ୍ରାପ୍ତ ଏକ ତୀର୍ଥସ୍ଥଳ। ଏହି ଏକ୍ସପ୍ରେସୱେ କିଛି ଘଣ୍ଟା ମଧ୍ୟରେ ପବିତ୍ର ସ୍ଥାନକୁ ଯାତ୍ରାକୁ ରୂପାନ୍ତରିତ କରିବ ବୋଲି ଉଲ୍ଲେଖ କରି ମୋଦୀ କହିଥିଲେ,ଉତ୍ତର ପ୍ରଦେଶକୁ ଏକ୍ସପ୍ରେସୱେ ମଧ୍ୟ ମା ଗଙ୍ଗାଙ୍କ ଆଶୀର୍ବାଦ।ବାରାଣସୀରେ ୭୨ତମ ଜାତୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 04th, 01:00 pm
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ, ୟୁପି ସରକାରଙ୍କ ମନ୍ତ୍ରୀ- ଭାଇ ରବିନ୍ଦ୍ର ଜୟସୱାଲ, ଦୟାଶଙ୍କର, ଗିରିଶ ଯାଦବ, ବାରାଣସୀର ମେୟର ଅଶୋକ ତିୱାରୀ, ଅନ୍ୟାନ୍ୟ ଜନପ୍ରତିନିଧି, ଭଲିବଲ୍ ଆସୋସିଏସନର ସମସ୍ତ ପଦାଧିକାରୀ, ସାରା ଦେଶର ସମସ୍ତ ଖେଳାଳି ଏବଂ ମୋର କାଶୀ ପରିବାର ସଦସ୍ୟଙ୍କୁ ନମସ୍କାର।ବାରାଣାସୀରେ ଆୟୋଜିତ ୭୨ତମ ଜାତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 04th, 12:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣାସୀରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୭୨ତମ ଜାତୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଛନ୍ତି। ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଛନ୍ତି ଯେ, ବାରାଣାସୀର ସାଂସଦ ଭାବରେ ସେ ସମସ୍ତ ଖେଳାଳିଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଇ ଖୁସି ଅନୁଭବ କରୁଛନ୍ତି। ଜାତୀୟ ଭଲିବଲ୍ ଚାମ୍ପିଅନସିପ୍ ଆଜି ବାରାଣସୀରେ ଆରମ୍ଭ ହେଉଛି। ଖେଳାଳିମାନେ ଅକ୍ଲାନ୍ତ ପରିଶ୍ରମ ପରେ ଏହି ଜାତୀୟ ଟୁର୍ଣ୍ଣାମେଣ୍ଟରେ ପହଞ୍ଚିଛନ୍ତି ଏବଂ ଆଗାମୀ ଦିନରେ ବାରାଣାସୀର ଭୂମିରେ ସେମାନଙ୍କର କଠିନ ପରିଶ୍ରମର ପରୀକ୍ଷଣ କରାଯିବ। ସେ କହିଛନ୍ତି ଯେ ଦେଶର ୨୮ଟି ରାଜ୍ୟର ଦଳ ଏକାଠି ହୋଇଛନ୍ତି, ଯାହାକି ଏକ ଭାରତ, ଶ୍ରେଷ୍ଠ ଭାରତର ଏକ ସୁନ୍ଦର ଚିତ୍ର ଉପସ୍ଥାପନ କରୁଛି। ପ୍ରଧାନମନ୍ତ୍ରୀ ଏହି ଚାମ୍ପିଅନସିପରେ ଅଂଶଗ୍ରହଣ କରୁଥିବା ସମସ୍ତ ଦଳଙ୍କୁ ତାଙ୍କର ଶୁଭକାମନା ଜଣାଇଥିଲେ।ଦେବ ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
November 05th, 10:44 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେବ ଦୀପାବଳି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ବାବା ବିଶ୍ୱନାଥଙ୍କ ପବିତ୍ର ସହର ଆଜି ଦେବ ଦୀପାବଳିର ଅଦ୍ୱିତୀୟ ଉଜ୍ଜ୍ୱଳତାରେ ଆଲୋକିତ ହୋଇଛି। ମାଆ ଗଙ୍ଗା କୂଳରେ କାଶୀ ଘାଟରେ ଜଳୁଥିବା ଲକ୍ଷ ଲକ୍ଷ ଦୀପ ସମସ୍ତଙ୍କ ପାଇଁ ସୁଖ ଏବଂ ସମୃଦ୍ଧି କାମନା କରିଥାଏ ବୋଲି ଶ୍ରୀ ମୋଦୀ କହିଛନ୍ତି।କେରଳର ତିରୁବନନ୍ତପୁରମଠାରେ ଭିଝିଞ୍ଜମ ଅନ୍ତର୍ଜାତୀୟ ବନ୍ଦରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
May 02nd, 02:06 pm
କେରଳର ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକର ଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ପି. ବିଜୟନ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀଗଣ, ମଞ୍ଚରେ ଉପସ୍ଥିତ ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଗଣ, ଏବଂ କେରଳର ମୋର ଭାଇ ଓ ଭଉଣୀମାନେ।କେରଳରେ ୮୮୦୦ କୋଟି ଟଙ୍କା ମୂଲ୍ୟର ଭିଜିଞ୍ଜାମ ଅନ୍ତର୍ଜାତୀୟ ବନ୍ଦରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
May 02nd, 01:16 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳର ତିରୁଅନନ୍ତପୁରମରେ ୮,୮୦୦ କୋଟି ଟଙ୍କା ମୂଲ୍ୟର ଭିଜିଞ୍ଜାମ ଅନ୍ତର୍ଜାତୀୟ ଗଭୀର ଜଳ ବହୁମୁଖୀ ବନ୍ଦରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଭଗବାନ ଆଦି ଶଙ୍କରାଚାର୍ଯ୍ୟଙ୍କ ଜନ୍ମବାର୍ଷିକୀର ପବିତ୍ର ଅବସରରେ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ତିନି ବର୍ଷ ପୂର୍ବେ ସେପ୍ଟେମ୍ବର ମାସରେ, ସେ ଆଦି ଶଙ୍କରାଚାର୍ଯ୍ୟଙ୍କ ପୂଜ୍ୟ ଜନ୍ମସ୍ଥାନ ପରିଦର୍ଶନ କରିବାର ସୌଭାଗ୍ୟ ଲାଭ କରିଥିଲେ। ତାଙ୍କ ସଂସଦୀୟ କ୍ଷେତ୍ର କାଶୀର ବିଶ୍ୱନାଥ ଧାମ ପରିସରରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ପ୍ରତିଷ୍ଠିତ ହୋଇଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ। ଏହି ପ୍ରତିଷ୍ଠାନ ଆଦି ଶଙ୍କରାଚାର୍ଯ୍ୟଙ୍କ ବ୍ୟାପକ ଆଧ୍ୟାତ୍ମିକ ଜ୍ଞାନ ଏବଂ ଶିକ୍ଷା ପ୍ରତି ଏକ ଶ୍ରଦ୍ଧାଞ୍ଜଳିର ସ୍ୱରୂପ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ତାଙ୍କୁ ଉତ୍ତରାଖଣ୍ଡର ପବିତ୍ର କେଦାରନାଥ ଧାମରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଦିବ୍ୟ ପ୍ରତିମା ଉନ୍ମୋଚନ କରିବାର ଗୌରବ ମଧ୍ୟ ମିଳିଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଆଉ ଏକ ସ୍ୱତନ୍ତ୍ର ଅବସର, କାରଣ ଆଜି କେଦାରନାଥ ମନ୍ଦିରର ଦ୍ୱାର ଭକ୍ତମାନଙ୍କ ପାଇଁ ଖୋଲାଯାଇଛି। କେରଳରୁ ଜନ୍ମିତ ଆଦି ଶଙ୍କରାଚାର୍ଯ୍ୟ ଦେଶର ବିଭିନ୍ନ କୋଣରେ ମଠ ପ୍ରତିଷ୍ଠା କରିଥିଲେ, ଯାହା ଦ୍ୱାରା ଜାତୀୟ ଚେତନା ଜାଗ୍ରତ ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ଆଦି ଶଙ୍କରଙ୍କ ପ୍ରୟାସ ଏକ ସୁସଂହତ ଏବଂ ଆଧ୍ୟାତ୍ମିକ ଭାବରେ ପ୍ରବୁଦ୍ଧ ଭାରତ ପାଇଁ ମୂଳଦୁଆ ସ୍ଥାପନ କରିଥିଲା।ବାରାଣସୀରେ ଦେବ ଦୀପାବଳି ଉତ୍ସବ ପାଇଁ ଖୁସି ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
November 15th, 11:13 pm
ଦେବ ଦୀପାବଳିରେ ଆଜି କାଶୀ ଲକ୍ଷାଧିକ ଦୀପରେ ଝଲସୁଥିବା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ଜାହିର କରିଛନ୍ତି ।Government has given new emphasis to women and youth empowerment: PM Modi in Varanasi
October 20th, 04:54 pm
Prime Minister Narendra Modi laid the foundation stone and inaugurated multiple development projects in Varanasi, Uttar Pradesh. The projects of today include multiple airport projects worth over Rs 6,100 crore and multiple development initiatives in Varanasi. Addressing the gathering, PM Modi emphasized that development projects pertaining to Education, Skill Development, Sports, Healthcare and Tourism among other sectors have been presented to Varanasi today which would not only boost services but also create employment opportunities for the youth.Prime Minister Shri Narendra Modi lays foundation stone and inaugurates multiple development projects in Varanasi, Uttar Pradesh
October 20th, 04:15 pm
Prime Minister Narendra Modi laid the foundation stone and inaugurated multiple development projects in Varanasi, Uttar Pradesh. The projects of today include multiple airport projects worth over Rs 6,100 crore and multiple development initiatives in Varanasi. Addressing the gathering, PM Modi emphasized that development projects pertaining to Education, Skill Development, Sports, Healthcare and Tourism among other sectors have been presented to Varanasi today which would not only boost services but also create employment opportunities for the youth.ବାରଣାସୀରେ ଆର ଜେ ଶଙ୍କରା ନେତ୍ର ଚିକିତ୍ସାଳୟର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 20th, 02:21 pm
ଶ୍ରୀ କାଞ୍ଚି କାମକୋଟି ପୀଠରେ ଶଙ୍କରାଚାର୍ଯ୍ୟ ଜୀ, ପୂଜ୍ୟ ଜଗତଗୁରୁ ଶ୍ରୀ ଶଙ୍କର ବିଜୟେନ୍ଦ୍ର ସରସ୍ୱତୀ ଜୀ, ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦି ବେନ ପଟେଲ, ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଯୋଗୀ ଆଦିତ୍ୟନାଥ ଜୀ, ଉପ ମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଜୀ, ଶଙ୍କରା ନେତ୍ର ଫାଉଣ୍ଡେସନର ଆର ବି ରମଣି ଜୀ, ଡାକ୍ତର ଏସ.ବି. ବାଲସୁଭ୍ରମଣ୍ୟମ୍ ଜୀ, ଶ୍ରୀ ମୂରଲୀ କୃଷ୍ଣମୂର୍ତ୍ତୀ ଜୀ, ରେଖା ଝୁନଝୁନୱାଲା ଜୀ ସଂସ୍ଥା ସହ ଜଡିତ ଅନ୍ୟ ସମସ୍ତ ସଦସ୍ୟଗଣ, ମହିଳା ଏବଂ ଭଦ୍ରବ୍ୟକ୍ତିମାନେ ।ଉତ୍ତରପ୍ରଦେଶର ବାରଣାସୀରେ ଆରଜେ ସଙ୍କର ଚକ୍ଷୁ ହସ୍ପିଟାଲର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
October 20th, 02:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବାରଣାସୀରେ ଆରଜେ ସଙ୍କର ଚକ୍ଷୁ ଚିକିତ୍ସାଳୟର ଉଦଘାଟନ କରିଛନ୍ତି। ବିଭିନ୍ନ ଚକ୍ଷୁ ଅବସ୍ଥା ପାଇଁ ଡାକ୍ତରଖାନା ବିସ୍ତୃତ ପରାମର୍ଶ ଏବଂ ଚିକିତ୍ସା ପ୍ରଦାନ କରିଥାଏ। ଏହି ଅବସରରେ ଅନୁଷ୍ଠିତ ପ୍ରଦର୍ଶନୀରେ ଶ୍ରୀ ମୋଦୀ ମଧ୍ୟ ପରିଦର୍ଶନ କରିଥିଲେ।ବାରଣାସୀରେ ଭୋଟରଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ
May 30th, 02:32 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡିଓ ବାର୍ତ୍ତା ଜରିଆରେ ନିଜ ସଂସଦୀୟ କ୍ଷେତ୍ର ବାରାଣସୀର ଭୋଟରଙ୍କ ସହ ଯୋଗାଯୋଗ କରିଛନ୍ତି। ବାବା ବିଶ୍ୱନାଥଙ୍କ ଅସୀମ କୃପା ଓ କାଶୀବାସୀଙ୍କ ଆଶୀର୍ବାଦ ଯୋଗୁଁ ହିଁ ଏହି ସହରର ପ୍ରତିନିଧିତ୍ୱ ସମ୍ଭବ ହୋଇପାରିଛି ବୋଲି ସେ ପ୍ରକାଶ କରିଛନ୍ତି। ଏହି ନିର୍ବାଚନକୁ ଏକ ନୂତନ କାଶୀ ସହିତ ଏକ ନୂତନ ଏବଂ ବିକଶିତ ଭାରତ ଗଠନର ଏକ ସୁଯୋଗ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କାଶୀବାସିନ୍ଦା, ବିଶେଷକରି ଯୁବକ, ମହିଳା ଏବଂ କୃଷକମାନଙ୍କୁ ଜୁନ୍ ୧ ତାରିଖରେ ରେକର୍ଡ ସଂଖ୍ୟକ ସଂଖ୍ୟାରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରିଥିଲେ ।ପ୍ରଧାନମନ୍ତ୍ରୀ ଗଙ୍ଗା ଆରତୀରେ ଭାଗ ନେବା ସହ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କଲେ ଏବଂ କାଶୀରେ ବିକାଶମୂଳକ ପ୍ରକଳ୍ପର ନୀରିକ୍ଷଣ କଲେ
December 14th, 12:12 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ବାରଣାସୀ ଠାରେ ବାବା ବିଶ୍ୱନାଥ ଧାମ ଉଦଘାଟନ କରିବା ପରେ ନିଜ କାର୍ଯ୍ୟକ୍ରମ ଜାରି ରଖିଥିଲେ । ସେ ପବିତ୍ର ଗଙ୍ଗା ନଦୀରେ ବୁଡ ପକାଇବା ସହ ପୂଜାର୍ଚ୍ଚନା କରିଥିଲେ । ସୋମବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଗଙ୍ଗା ଆରତୀରେ ଭାଗ ନେଇଥିଲେ ।ଉତରପ୍ରଦେଶର ବାରଣାସୀରେ କାଶୀ ବିଶ୍ୱନାଥ ଧାମର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
December 13th, 01:23 pm
ଆମର ପୁରାଣରେ କୁହାଯାଇଛି ଯେ, ଯେତେବେଳେ ଜଣେ କାଶୀରେ ପ୍ରବେଶ କରିଥାଏ, ସେ ସମସ୍ତ ବନ୍ଧନରୁ ମୁକ୍ତ ହୋଇ ଯାଇଥାଏ । ଭଗବାନ ବିଶ୍ୱେଶ୍ୱରଙ୍କ ଆଶୀର୍ବାଦ, ଏକ ଅଲୌକିକ ଉର୍ଜା ଏଠାକୁ ଆସିବା ମାତ୍ରେ ହିଁ ଅନ୍ତରାତ୍ମାକୁ ଉଜାଗର କରି ଦେଇଥାଏ । ଏବଂ ଆଜି, ଆଜି ତ ଏହି ଚିର ଚୈତନ୍ୟ କାଶୀର ଚେତନାରେ ଏକ ନିଆରା ସ୍ପନ୍ଦନ ରହିଛି! ଆଜି ଆଦି କାଶୀର ଅଲୌକିକତାରେ ଏକ ସ୍ୱତନ୍ତ୍ର ଔଜଲ୍ୟ ରହିଛି । ଆଜି ଶାଶ୍ୱତ ବନାରସର ସଙ୍କଳ୍ପରେ ଏକ ନିଆରା ସାମର୍ଥ୍ୟ ଦୃଶ୍ୟମାନ ହେଉଛି! ମୁଁ ଶାସ୍ତ୍ରରେ ଶୁଣିଛି, ଯେତେବେଳେ ବି କୌଣସି ପୁଣ୍ୟ ମୁହୂର୍ତ ଉପନୀତ ହୋଇଥାଏ, ସେତେବେଳେ ସମସ୍ତ ତୀର୍ଥ, ସମସ୍ତ ଦୈବୀ ଶକ୍ତି ବନାରସରେ ବାବାଙ୍କ ନିକଟରେ ଉପସ୍ଥିତ ହୋଇ ଯାଇଥାଆନ୍ତି । ବାବାଙ୍କ ଦରବାରକୁ ଆସି ମତେ ଆଜି ଅନୁରୂପ ଅନୁଭବ ହେଉଛି । ଏପରି ଲାଗୁଛି ଯେ, ଆମର ସମ୍ପୁର୍ଣ୍ଣ ଚେତନାର ସଂସାର ଏଥିରେ ସଂଯୁକ୍ତ ହୋଇଯାଇଛି । ଏମିତି ତ ନିଜ ମାୟାର ପରିବ୍ୟାପ୍ତି କେବଳ ବାବା ହିଁ ଜାଣିଛନ୍ତି, କିନ୍ତୁ ଯେତେଦୂର ପର୍ଯ୍ୟନ୍ତ ମୋର ମାନବୀୟ ଦୃଷ୍ଟି ପହଂଚୁଛି, ‘ବିଶ୍ୱନାଥ ଧାମ’ର ଏହି ପବିତ୍ର ଆୟୋଜନରେ ଏବେ ସମଗ୍ର ବିଶ୍ୱ ଯୋଡି ହୋଇଯାଇଛି ।PM inaugurates Shri Kashi Vishwanath Dham in Varanasi
December 13th, 01:19 pm
Prime Minister Narendra Modi inaugurated Shri Kashi Vishwanath Dham in Varanasi. He said that that earlier the temple area was only 3000 square feet which has now enlarged to about 5 lakh square feet. Now 50000-75000 devotees can visit the temple and temple premises. Describing the grace of Kashi, PM Modi said it cannot be expressed merely in words as it is an emotion in itself. Kashi is that place - where awakening is life, he remarked.କେଦାରନାଥରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
November 05th, 10:20 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେଦାରନାଥ ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଅନେକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧି ଉଦଘାଟନ କରିବା ସହିତ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ । ଜାରି ରହିଥିବା ଭିତ୍ତିଭୂମି କାର୍ଯ୍ୟଗୁଡ଼ିକର ସମୀକ୍ଷା ଏବଂ ଯାଞ୍ଚ ମଧ୍ୟ ସେ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ କେଦାରନାଥ ମନ୍ଦିରରେ ପ୍ରାର୍ଥନା କରିଥିଲେ । କେଦାରନାଥ ଧାମ ସହିତ ୧୨ ଜ୍ୟୋର୍ତିଲିଙ୍ଗ ଏବଂ ୪ ଧାମ ଓ ସମଗ୍ର ବିଶ୍ୱର ଅନେକ ସ୍ଥାନରେ ଏକକାଳୀନ ପ୍ରାର୍ଥନା କରାଯାଇଥିଲା ଏବଂ ସମସ୍ତ କାର୍ଯ୍ୟକ୍ରମ କେଦାରନାଥ ଧାମର ମୁଖ୍ୟ କାର୍ଯ୍ୟକ୍ରମ ସହିତ ଯୋଡି ହୋଇଥିଲା ।ଉତ୍ତର ପ୍ରଦେଶର ବାରଣାସୀରେ ଦେବ ଦୀପାବଳି ମହୋତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
November 30th, 06:12 pm
ସମସ୍ତ କାଶୀବାସୀଙ୍କୁ ଓ ଦେଶବାସୀଙ୍କୁ କାର୍ତ୍ତିକ ପୂର୍ଣ୍ଣିମା, ଦେବ ଦୀପାବଳିର ହାର୍ଦ୍ଦିକ ଶୁଭକାମନା । ସମସ୍ତଙ୍କୁ ଗୁରୁନାନକ ଦେବଜୀଙ୍କ ପ୍ରକାଶ ପର୍ବର ମଧ୍ୟ ବହୁତ–ବହୁତ ଶୁଭେଚ୍ଛା ।ବାରାଣସୀ ଦେବ ଦୀପାବଳି ମହୋତ୍ସବରେ ଯୋଗଦେଲେ ପ୍ରଧାନମନ୍ତ୍ରୀ
November 30th, 06:11 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (30.11.2020) ବାରାଣସୀଠାରେ ଦେବ ଦୀପାବଳି ମହୋତ୍ସବରେ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କାଶୀ ନିମନ୍ତେ ଏହା ଏକ ସ୍ଵତନ୍ତ୍ର ଘଟଣା କାରଣ 100 ବର୍ଷ ପୂର୍ବରୁ କାଶୀରୁ ଚୋରୀ ହୋଇଥିବା ମାତା ଅର୍ଣ୍ଣପୂର୍ଣ୍ଣାଙ୍କ ବିଗ୍ରହ ପୁଣି ଆମ ଦେଶକୁ ଫେରୁଛି । କାଶୀ ନିମନ୍ତେ ଏହା ଏକ ସୌଭାଗ୍ୟର ବିଷୟ । ଦେବାଦେବୀଙ୍କ ପ୍ରାଚୀନ ବିଗ୍ରହମାନ ଆମର ବିଶ୍ଵାସ ଓ ବହୁମୂଲ୍ୟ ଐତିହ୍ୟର ପ୍ରତୀକ ବୋଲି ଶ୍ରୀ ମୋଦୀ କହିଛନ୍ତି ।