ପ୍ରଧାନମନ୍ତ୍ରୀ ଜୁଲାଇ ୪ରେ ରାଜସ୍ଥାନ ଏବଂ ଗୁଜରାଟ ଗସ୍ତ କରିବେ
July 03rd, 11:25 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୪ ଜୁଲାଇ ୨୦୨୬ରେ ରାଜସ୍ଥାନ ଓ ଗୁଜରାଟ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୦ଟା ୪୫ରେ ପ୍ରଧାନମନ୍ତ୍ରୀ ଯୋଧପୁର ବିମାନବନ୍ଦରର ଟର୍ମିନାଲ ବିଲଡିଂ ଉଦଘାଟନ କରି ଯୋଧପୁରରେ ସଂଶୋଧିତ ଉଡାନ ଯୋଜନାର ଶୁଭାରମ୍ଭ କରିବେ । ଏହାପରେ, ମଧ୍ୟାହ୍ନ ପ୍ରାୟ ୧୨:୧୫ ମିନିଟ୍ରେ ସେ ବାଲୋତ୍ରା ଗସ୍ତ କରି ପ୍ରାୟ ୧.୦୬ ଲକ୍ଷ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ, ଉଦଘାଟନ ଏବଂ ଶିଳାନ୍ୟାସ କରିବେ। ଏହି ଅବସରରେ ସେ ଏକ ଜନସଭାକୁ ମଧ୍ୟ ସମ୍ବୋଧିତ କରିବେ।Cabinet approves Price Stabilization Fund for Scheduled Indian Airlines towards ATF pricing
June 03rd, 03:12 pm
The Union Cabinet chaired by PM Modi has approved a ₹10,000 crore ATF price stabilisation support mechanism to shield Indian airlines from global fuel volatility amid the West Asia crisis. The move will help maintain stable air connectivity, reduce fare volatility, support regional routes under UDAN and strengthen aviation-linked sectors including tourism, logistics and hospitality.ରୋଜଗାର ମେଳା ଅନ୍ତର୍ଗତ ନିଯୁକ୍ତି ପତ୍ର ବଣ୍ଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
May 23rd, 11:15 am
ଆଜି ଦେଶବ୍ୟାପୀ ହଜାର ହଜାର ଯୁବକ ଯୁବତୀଙ୍କ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ।ଆଜି ୫୧ ହଜାରରୁ ଅଧିକ ଯୁବକ-ଯୁବତୀ ସରକାରୀ ଚାକିରିର ନିଯୁକ୍ତିପତ୍ର ପାଇଛନ୍ତି। ଆଜି, ଆପଣମାନେ ସମସ୍ତେ ଦେଶର ବିକାଶ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଏବଂ ଦାୟିତ୍ବପୂର୍ଣ୍ଣ ଅଂଶୀଦାର ହେବାକୁ ଯାଉଛନ୍ତି। ଆପଣମାନେ ରେଳବାଇ, ବ୍ୟାଙ୍କିଙ୍ଗ, ପ୍ରତିରକ୍ଷା, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଆହୁରି ଅନେକ କ୍ଷେତ୍ରରେ ନୂତନ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ଆଗାମୀ ବର୍ଷଗୁଡ଼ିକରେ ଏକ ବିକଶିତ ଭାରତ ପାଇଁ ସଂକଳ୍ପ ପୂରଣ କରିବାରେ ଆପଣମାନେ ସମସ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।ରୋଜଗାର ମେଳା ଅବସରରେ ନବନିଯୁକ୍ତ ୫୧,୦୦୦ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
May 23rd, 11:00 am
୧୯ତମ ରୋଜଗାର ମେଳା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ ୧୧ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ସରକାରୀ ବିଭାଗ ଏବଂ ପ୍ରତିଷ୍ଠାନରେ ନୂଆକରି ନିଯୁକ୍ତି ପାଇଥିବା ୫୧,୦୦୦ରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ଉପସ୍ଥିତ ସମାବେଶକୁ ସମ୍ବୋଧିତ କରି ସେ ଏହି ଅବସରକୁ ସାରା ଦେଶର ହଜାର ହଜାର ଯୁବକଯୁବତୀଙ୍କ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ ବୋଲି କହିଥିଲେ। ସରକାରୀ ସେବାରେ ନୂତନ ପ୍ରବେଶକାରୀଙ୍କୁ ସ୍ୱାଗତ କରି, ସେ ରେଳ, ବ୍ୟାଙ୍କିଙ୍ଗ, ପ୍ରତିରକ୍ଷା, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ସମେତ ଭାରତର ବିକାଶରେ ସେମାନଙ୍କର ଆଗାମୀ ଅବଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ଆଗାମୀ ବର୍ଷଗୁଡ଼ିକରେ, ଆପଣମାନେ ସମସ୍ତେ ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ, ଶ୍ରୀ ମୋଦୀ ଆଶା ପ୍ରକାଶ କରିଥିଲେ।ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 28th, 12:15 pm
ଉଦଘାଟନ ହୋଇଗଲା ? ଉଦଘାଟନ ହୋଇଗଲା ? ନା, ଏବେ ଅଧା କାମ ହୋଇଛି। ମୁଁ କେବଳ ସେହି ପରଦା ହଟାଇଛି, କିନ୍ତୁ ଆଜି ମୁଁ ଚାହୁଁଛି ଯେ ଏହି ବିମାନବନ୍ଦରର ଉଦଘାଟନ ଅବସରରେ ଏଠାରେ ଯିଏ କେହି ଉପସ୍ଥିତ ଅଛନ୍ତି , ଆପଣମାନେ ସମସ୍ତେ ଏହା କରନ୍ତୁ , ଏବଂ ସେଥିପାଇଁ ଆପଣ ଆପଣଙ୍କର ମୋବାଇଲ୍ ଫୋନ୍ ବାହାର କରନ୍ତୁ ଏବଂ ମୋବାଇଲ୍ ଫୋନ୍ର ଫ୍ଲାସ୍ ଲାଇଟ୍କୁ ଅନ୍ କରନ୍ତୁ ଏବଂ ଭାବନ୍ତୁ ଆପଣ ଏହାର ଉଦ୍ଘାଟନ କରୁଛନ୍ତି । ଆପଣ ଦୀପ ଜାଳି ଏଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ବ୍ୟକ୍ତି , ଆଜି ଏହି ବିମାନବନ୍ଦରର ଉଦଘାଟନ କରୁଛନ୍ତି। ଏହା ଆପଣଙ୍କର ସମ୍ପତ୍ତି, ଏହା ଆପଣଙ୍କର ଭବିଷ୍ୟତ, ଏହା ଆପଣଙ୍କର କଠିନ ପରିଶ୍ରମ ଏବଂ ସେଥିପାଇଁ ଏହାର ଉଦଘାଟନ ମଧ୍ୟ ଆପଣମାନଙ୍କ ହାତରେ କରାଯାଉଛି , ଆପଣ ଆପଣଙ୍କର ଭାରତ ମାତାର ଜୟ କହି, ହାତ ଉଠାଇ, ସମ୍ପୂର୍ଣ୍ଣ ଟର୍ଚ୍ଚଲାଇଟ୍ ଦେଖାନ୍ତୁ। ଭାରତ ମାତାର ଜୟ। ଭାରତ ମାତାର ଜୟ। ଭାରତ ମାତାର ଜୟ। ଅନେକ - ଅନେକ ଧନ୍ୟବାଦ। ଏବେ ଉଦଘାଟନ ହୋଇଗଲା ।୧୧,୨୦୦ କୋଟି ଟଙ୍କା ନିବେଶରେ ନିର୍ମିତ ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟାୟ-୧ର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
March 28th, 12:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ଜିଓ୍ବାରଠାରେ ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦରର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଗର୍ବ ଓ ଆନନ୍ଦ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ବିକଶିତ ଉତ୍ତରପ୍ରଦେଶ ଓ ବିକଶିତ ଭାରତ ଅଭିଯାନ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ାଯାଇଛି। ଭାରତର ବୃହତ୍ତମ ରାଜ୍ୟ ଏବେ ସର୍ବାଧିକ ସଂଖ୍ୟକ ଅନ୍ତର୍ଜାତୀୟ ବିମାନବନ୍ଦର ଥିବା ରାଜ୍ୟମାନଙ୍କ ମଧ୍ୟରେ ଅନ୍ୟତମ ପାଲଟିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ସେ ଦୁଇଗୁଣ ଆନନ୍ଦ ଅନୁଭବ କରୁଛନ୍ତି, ପ୍ରଥମତଃ ସେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଓ ଏବେ ଉଦ୍ଘାଟନ ମଧ୍ୟ କରିଛନ୍ତି ଓ ଦ୍ବିତୀୟତଃ ଏହି ବିମାନବନ୍ଦରର ନାମ ଉତ୍ତରପ୍ରଦେଶ ସହିତ ସଂପର୍କିତ ରହିଛି। “ଏହି ରାଜ୍ୟ ମୋତେ ନିଜର ପ୍ରତିନିଧି ଭାବେ ସଂସଦକୁ ପଠାଇଥିଲା ଓ ଏହାର ନାମ ଏବେ ଏହି ଭବ୍ୟ ବିମାନବନ୍ଦର ସହ ଯୋଡ଼ି ହୋଇଛି।୨୮ ମାର୍ଚ୍ଚରେ ଉତ୍ତର ପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
March 26th, 09:52 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୮ ମାର୍ଚ୍ଚ ୨୦୨୬ରେ ଉତ୍ତର ପ୍ରଦେଶ ଗସ୍ତ କରିବେ । ସକାଳ ପ୍ରାୟ ୧୧:୩୦ ସମୟରେ, ସେ ଗୌତମ ବୁଦ୍ଧ ନଗରର ଜେୱରଠାରେ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ ବିଲ୍ଡିଂର ତଦାରଖ କରିବେ । ଏହା ପରେ, ପ୍ରାୟ ୧୨ଟା ସମୟରେ ପ୍ରଧାନମନ୍ତ୍ରୀ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟର ଉଦ୍ଘାଟନ କରିବେ ଏବଂ ଏହି ଅବସରରେ ଏକ ସାଧାରଣ ସମାବେଶକୁ ସମ୍ବୋଧିତ କରିବେ ।ହାଇଦ୍ରାବାଦରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୱିଙ୍ଗସ୍ ଇଣ୍ଡିଆ ୨୦୨୬ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
January 28th, 06:00 pm
କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ରାମ ମୋହନ ନାଇଡୁ, ମୁରଲୀଧର ମୋହୋଲ, ବିଶ୍ୱର ବିଭିନ୍ନ ଦେଶରୁ ଆସିଥିବା ସମ୍ମାନନୀୟ ମନ୍ତ୍ରୀଗଣ, ବିଶ୍ୱ ବିମାନ କ୍ଷେତ୍ରର ବରିଷ୍ଠ ଅଧିକାରୀ, ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିଗଣ, ସମ୍ମାନିତ ପ୍ରତିନିଧିଗଣ, ମହିଳା ଏବଂ ସଜ୍ଜନଗଣ!ହାଇଦ୍ରାବାଦରେ ୱିଙ୍ଗସ୍ ଇଣ୍ଡିଆ ୨୦୨୬ କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 28th, 05:45 pm
ପ୍ରରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲଙ୍ଗାନାର ହାଇଦ୍ରାବାଦରେ ୱିଙ୍ଗସ୍ ଇଣ୍ଡିଆ ୨୦୨୬ କାର୍ଯ୍ୟକ୍ରମରେ ଏକ ସମାବେଶକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତୁ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଉଦ୍ୟୋଗ କ୍ଷେତ୍ରର ଅଗ୍ରଣୀ ବିଶେଷଜ୍ଞ ଏବଂ ନିବେଶକମାନଙ୍କୁ ସ୍ୱାଗତ କରି କହିଥିଲେ ଯେ, ବିମାନ ଶିଳ୍ପର ପରବର୍ତ୍ତୀ ଯୁଗ ଆକାଂକ୍ଷାରେ ପରିପୂର୍ଣ୍ଣ ଏବଂ ଭାରତ ଏକ ପ୍ରମୁଖ ଖେଳାଳି ଭାବରେ ମୁଣ୍ଡ ଟେକିବାରେ ଲାଗିଛି। ସେ ବିମାନ ନିର୍ମାଣ, ପାଇଲଟ୍ ତାଲିମ, ଉନ୍ନତ ବିମାନ ଗତିଶୀଳତା ଏବଂ ବିମାନ ଲିଜ୍ କ୍ଷେତ୍ରରେ ଭାରତ ପ୍ରଦାନ କରୁଥିବା ବିପୁଳ ସୁଯୋଗ ଉପରେ ଆଲୋକପାତ କରିଥିଲେ। ସମସ୍ତ ଅଂଶୀଦାରଙ୍କ ପାଇଁ ୱିଙ୍ଗସ୍ ଇଣ୍ଡିଆ ସମ୍ମିଳନୀର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।ହାଇଦ୍ରାବାଦରେ ସଫ୍ରାନ ଏୟାରକ୍ରାଫ୍ଟ ଇଞ୍ଜିନ ସର୍ଭିସେସ୍ ଇଣ୍ଡିଆ ସୁବିଧାର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 26th, 10:10 am
ମୋ ପାଖରେ ସମୟ କମ ରହିଛି କାରଣ ମୋତେ ସଂସଦରେ ପହଞ୍ଚିବାକୁ ପଡିବ । ସେଠାରେ ରାଷ୍ଟ୍ରପତିଙ୍କ ସହ ଏକ ବୈଠକ ରହିଛି । ସେଥିପାଇଁ ଭାଷଣକୁ ଲମ୍ବା ନକରି କେବଳ କିଛି ବିନ୍ଦୁ ଉପରେ ମୁଁ ମୋ କଥାକୁ ସମାପନ କରିବି । ଆଜିଠାରୁ ଭାରତର ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ଉନ୍ନତି ହେବ । ସଫ୍ରାନର ଏହି ନୂଆ ଉଦ୍ୟମ ଭାରତକୁ ଏକ ବୈଶ୍ୱିକ ଏମଆରଓ ହବରେ ପରିଣତ କରିପାରିଛି । ବିଶ୍ୱର ଏରୋସ୍ପେଶ ସେକ୍ଟରରେ ଏହି ଏମଆରଓ ସୁବିଧା ଯୁବକମାନଙ୍କ ଲାଗି ନୂଆ ସୁଯୋଗ ସୃଷ୍ଟି କରିବ । ୨୪ ନଭେମ୍ବର ୨୦୨୫ରେ ମୁଁ ସଫ୍ରାନ ବୋର୍ଡ ଓ ପରିଚାଳନା କମିଟିକୁ ସାକ୍ଷାତ କରିଥିଲି । ପୂର୍ବରୁ ବି ସାକ୍ଷାତ କରିଥିଲି । ପ୍ରତି ସାକ୍ଷାତରେ ଭାରତକୁ ନେଇ ସେମାନଙ୍କର ଆଶା ଓ ବିଶ୍ୱାସ ରହିଛି ବୋଲି ମୁଁ ଅନୁଭବ କଲି । ମୋର ବିଶ୍ୱାସ ରହିଛି ଯେ ଭାରତବର୍ଷରେ ସାଫ୍ରନର ପୁଞ୍ଜି ନିବେଶ ଆଗକୁ ବି ଜାରି ରହିବ । ଏହି ସୁବିଧା ପାଇଁ ଟିମ ସଫ୍ରାନକୁ ମୁଁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଇଦ୍ରାବାଦରେ ସଫରାନ ଏୟାରକ୍ରାଫ୍ଟ ଇଞ୍ଜିନ ସର୍ଭିସେସ୍ ଇଣ୍ଡିଆ (ଏସ୍ଏଇଏସ୍ଆଇ) ସୁବିଧାର ଉଦଘାଟନ କରିଛନ୍ତି
November 26th, 10:00 am
୨୬.୧୧.୨୦୨୫ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଜିଏମଆର ଏରୋସ୍ପେସ୍ ଏବଂ ଇଣ୍ଡଷ୍ଟ୍ରିଆଲ୍ ପାର୍କ – ଏସଇଜେଡରେ ଅବସ୍ଥିତ ସଫରାନ୍ ଏୟାରକ୍ରାଫ୍ଟ ଇଞ୍ଜିନ୍ ସର୍ଭିସେସ୍ ଇଣ୍ଡିଆ (ଏସଏଇଏସଆଇ) ସୁବିଧାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ, ଆଜିଠାରୁ ଭାରତର ବିମାନ ଚଳାଚଳ କ୍ଷେତ୍ର ଏକ ନୂତନ ଉଡ଼ାଣ ନେଉଛି। ସଫରାନର ନୂତନ ସୁବିଧା ଭାରତକୁ ଏକ ବିଶ୍ୱସ୍ତରୀୟ ମେଣ୍ଟେନାନ୍ସ, ରିପେୟାର ଏବଂ ଓଭରହଲ୍ (ଏମଆରଓ) ହବ୍ ଭାବରେ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିବ। ପ୍ରଧାନମନ୍ତ୍ରୀ ରେଖାଙ୍କିତ କରିଥିଲେ ଯେ ଏହି ଏମଆରଓ ସୁବିଧା ଉଚ୍ଚ-ପ୍ରଯୁକ୍ତିବିଦ୍ୟା ମହାକାଶ କ୍ଷେତ୍ରରେ ଯୁବପିଢ଼ି ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ। ସେ ମନେ ପକାଇଥିଲେ ଯେ, ସେ ୨୪ ନଭେମ୍ବରରେ ସଫରାନ ବୋର୍ଡ ଏବଂ ପରିଚାଳନାକୁ ଭେଟିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ପୂର୍ବରୁ ମଧ୍ୟ ସେମାନଙ୍କ ସହିତ ପ୍ରତ୍ୟେକ ଆଲୋଚନାରେ ସେ ଭାରତ ସମ୍ପର୍କରେ ସେମାନଙ୍କର ଆତ୍ମବିଶ୍ୱାସ ଏବଂ ଆଶା ଦେଖିଥିଲେ। ସେ ଆଶା ପ୍ରକାଶ କରିଥିଲେ ଯେ ଭାରତରେ ସଫରାନ ର ନିବେଶ ସମାନ ଗତିରେ ଜାରି ରହିବ। ତାଙ୍କର ଶୁଭକାମନା ଜଣାଇ ପ୍ରଧାନମନ୍ତ୍ରୀ ଏହି ନୂତନ ସୁବିଧା ପାଇଁ ଟିମ୍ ସଫରାନକୁ ଅଭିନନ୍ଦନ ଜଣାଇଥିଲେ।୨୬ ନଭେମ୍ବରରେ ସଫ୍ରାନ ଏୟାରକ୍ରାଫ୍ଟ ଇଞ୍ଜିନ ସର୍ଭିସେସ୍ ଇଣ୍ଡିଆ ସୁବିଧାର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
November 25th, 04:16 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୬ ନଭେମ୍ବର ସକାଳ ୧୦ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରର ଜିଏମଆର୍ ଏରୋସ୍ପେସ ଏବଂ ଶିଳ୍ପ ପାର୍କ – ଏସ୍ଇଜେଡରେ ଅବସ୍ଥିତ ସଫ୍ରାନ ଏୟାରକ୍ରାଫ୍ଟ ଇଞ୍ଜିନ ସର୍ଭିସେସ୍ ଇଣ୍ଡିଆ (ଏସ୍ଏଇଏସ୍ଆଇ) ସୁବିଧାର ଉଦ୍ଘାଟନ କରିବେ ।