ଭାରତ-ବ୍ରିଟେନ ମିଳିତ ବିବୃତ୍ତି
October 09th, 03:24 pm
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣରେ ବ୍ରିଟେନର ପ୍ରଧାନମନ୍ତ୍ରୀ ସାର୍ କୀର ଷ୍ଟାରମର ୮ ଓ ୯ ଅକ୍ଟୋବର, ୨୦୨୫ରେ ଭାରତ ଆସିଥିଲେ । ତାଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଆସିଥିଲେ, ଯେଉଁଥିରେ ବ୍ୟବସାୟ ଓ ବାଣିଜ୍ୟ ରାଷ୍ଟ୍ର ସଚିବ ତଥା ବାଣିଜ୍ୟ ବୋର୍ଡର ଅଧ୍ୟକ୍ଷ ସାଂସଦ ମାନ୍ୟବର ପିଟର କାଇଲ, ସ୍କଟଲ୍ୟାଣ୍ଡ ରାଷ୍ଟ୍ର ସଚିବ ତଥା ସାଂସଦ ମାନ୍ୟବର ଡଗ୍ଲସ୍ ଆଲେକଜାଣ୍ଡର, ନିବେଶ ମନ୍ତ୍ରୀ ଶ୍ରୀ ଜେସନ ଷ୍ଟକ୍ଉଡଙ୍କ ସହ ୧୨୫ ଜଣ ପ୍ରମୁଖ ସିଇଓ, ଉଦ୍ୟୋଗୀ, ବିଶ୍ୱବିଦ୍ୟାଳୟର କୁଳପତି ଓ ସାଂସ୍କୃତିକ ନେତୃବୃନ୍ଦ ଯୋଗ ଦେଇଥିଲେ। ଏହି ଗସ୍ତ ସମୟରେ ଭାରତ ଓ ବ୍ରିଟେନ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କ ସୁଦୃଢ଼ କରିବା, ବାଣିଜ୍ୟ, ନିବେଶ ଓ ଶିକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ସହିତ ସାଂସ୍କୃତିକ ଆଦାନପ୍ରଦାନ ବିଷୟରେ ଆଲୋଚନା ହୋଇଥିଲା।ବିହାରର ପୁର୍ଣ୍ଣିୟାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 15th, 04:30 pm
ରାଜ୍ୟପାଳ ଶ୍ରୀ ଆରିଫ୍ ମହମ୍ମଦ ଖାନ୍ ଜୀ, ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନିତୀଶ କୁମାର ଜୀ, ମଞ୍ଚରେ ଉପସ୍ଥିତ ଅନ୍ୟ ବିଶିଷ୍ଟ ବ୍ୟକ୍ତିଗଣ, ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ!ବିହାରର ପୂର୍ଣ୍ଣିଆରେ ୪୦,୦୦୦ କୋଟିର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
September 15th, 04:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ପୂର୍ଣ୍ଣିଆରେ ପ୍ରାୟ ୪୦,୦୦୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ତାଙ୍କର ସମ୍ମାନଜନକ ଶୁଭେଚ୍ଛା ଜଣାଇଛନ୍ତି। ସେ ମତ ଦେଇଥିଲେ ଯେ ପୂର୍ଣ୍ଣିଆ ହେଉଛି ମା' ପୂର୍ଣ୍ଣ ଦେବୀ, ଭକ୍ତ ପ୍ରହଲ୍ଲାଦ ଏବଂ ମହର୍ଷି ମେହି ବାବାଙ୍କ ଭୂମି। ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ ଏହି ମାଟି ଫଣୀଶ୍ୱରନାଥ ରେଣୁ ଏବଂ ସତୀନାଥ ଭାଦୁରିଙ୍କ ଭଳି ସାହିତ୍ୟିକ ବ୍ୟକ୍ତିମାନଙ୍କୁ ଜନ୍ମ ଦେଇଛି। ସେ ଆହୁରି ଉଲ୍ଲେଖ କରିଥିଲେ ଯେ ଏହା ବିନୋବା ଭାବେଙ୍କ ଭଳି ସମର୍ପିତ କର୍ମଯୋଗୀଙ୍କ କର୍ମଭୂମି ଏବଂ ଏହି ଭୂମି ପ୍ରତି ତାଙ୍କର ଗଭୀର ଶ୍ରଦ୍ଧା ପୁନଃପ୍ରକାଶ କରିଥିଲା।ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କର ପ୍ରେସ ବିବୃତ୍ତି
August 29th, 03:59 pm
ଆଜି ଆମର ଆଲୋଚନା ଫଳପ୍ରଦ ଏବଂ ଉଦ୍ଦେଶ୍ୟମୂଳକ ଥିଲା। ଆମେ ଦୁହେଁ ଏକମତ ଯେ, ବିଶ୍ୱର ଦୁଇଟି ବୃହତ ଅର୍ଥ ବ୍ୟବସ୍ଥା ଏବଂ ସ୍ପନ୍ଦନଶୀଳ ଗଣତନ୍ତ୍ର ଭାବେ, ଆମର ସହଭାଗୀତା କେବଳ ଆମ ଦୁଇ ଦେଶ ପାଇଁ ନୁହେଁ ବରଂ ବିଶ୍ୱ ଶାନ୍ତି ଏବଂ ସ୍ଥିରତା ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।India and Trinidad & Tobago share a relationship rooted in centuries-old bonds: PM Modi in Parliament of Trinidad & Tobago
July 04th, 09:30 pm
At the invitation of the President of the Senate, H.E. Wade Mark and the Speaker of the House, H.E. Jagdeo Singh, Prime Minister Shri Narendra Modi today addressed the Joint Assembly of the Parliament of Trinidad & Tobago [T&T]. He is the first Prime Minister from India to address the T&T Parliament and the occasion marked a milestone in India-Trinidad & Tobago bilateral relations.ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତ୍ରିନିଦାଦ ଓ ଟୋବାଗୋ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କଲେ
July 04th, 09:00 pm
ସିନେଟ ପ୍ରେସିଡେଣ୍ଟ ମହାମହିମ ୱାଡେ ମାର୍କ ଏବଂ ଗୃହର ବାଚସ୍ୱତି ମହାମହିମ ଜଗଦେଓ ସିଂହଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତ୍ରିନିଦାଦ ଓ ଟୋବାଗୋ (ଟି ଆଣ୍ଡ ଟି) ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ତ୍ରିନିଦାଦ ଓ ଟୋବାଗୋର ସଂସଦକୁ ସମ୍ବୋଧିତ କରିବାରେ ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ । ଏହି ଅବସର ଭାରତ-ତ୍ରିନିଦାଦ ଓ ଟୋବାଗୋ ଦ୍ୱିପାକ୍ଷିକ ସମ୍ପର୍କର ମାଇଲଖୁଣ୍ଟ ହୋଇ ରହିବ ।ଘାନା ଗଣରାଜ୍ୟର ସଂସଦକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ଓଡ଼ିଆ ଅନୁବାଦ
July 03rd, 03:45 pm
ଘାନାରେ ରହିବା ଏକ ସୌଭାଗ୍ୟର ବିଷୟ - ଏକ ଭୂମି ଯାହା ଗଣତନ୍ତ୍ର, ମର୍ଯ୍ୟାଦା ଏବଂ ସ୍ଥିରତାର ଆତ୍ମାକୁ ପରିପ୍ରକାଶ କରେ। ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ପ୍ରତିନିଧି ଭାବରେ, ମୁଁ ମୋ ସହିତ 140 କୋଟି ଭାରତୀୟଙ୍କ ସଦିଚ୍ଛା ଏବଂ ଶୁଭେଚ୍ଛା ଆଣିଛି।ଘାନା ସଂସଦରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ
July 03rd, 03:40 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଘାନାର ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ଏଭଳି କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ । ସଂସଦର ବାଚସ୍ପତି ମାନନୀୟ ଆଲବାନ କିଙ୍ଗସଫୋର୍ଡ ସୁମନ ବାଗବିନଙ୍କ ଦ୍ୱାରା ଆହୂତ ଏହି ଅଧିବେଶନରେ ସଂସଦର ସଦସ୍ୟ, ସରକାରୀ ଅଧିକାରୀ ଏବଂ ଉଭୟ ଦେଶର ବିଶିଷ୍ଟ ଅତିଥିମାନେ ଯୋଗ ଦେଇଥିଲେ। ଏହି ଅଭିଭାଷଣ ଭାରତ - ଘାନାର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଥିଲା, ଯାହା ଦୁଇ ଦେଶକୁ ଏକଜୁଟ କରୁଥିବା ପାରସ୍ପରିକ ସମ୍ମାନ ଏବଂ ସହଭାଗୀ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପ୍ରତିଫଳିତ କରେ।ନୂଆଦିଲ୍ଲୀର ଭାରତ ମଣ୍ଡପମରେ ବିଶ୍ୱ ବିମାନ ପରିବହନ ଶିଖର ସମ୍ମିଳନୀର ପୂର୍ଣ୍ଣାଙ୍ଗ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 02nd, 05:34 pm
ଆଇ. ଏ. ଟି. ଏ. ର 81ତମ ବାର୍ଷିକ ସାଧାରଣ ସଭାରେ, ଏବଂ ବିଶ୍ୱ ବିମାନ ପରିବହନ ଶିଖର ସମ୍ମିଳନୀରେ, ମୁଁ ଆପଣ ସମସ୍ତ ଅତିଥିଙ୍କୁ ଭାରତକୁ ସ୍ୱାଗତ କରୁଛି ଏବଂ ଆପଣଙ୍କୁ ଅଭିନନ୍ଦନ ଜଣାଉଛି। 4 ଦଶନ୍ଧି ପରେ ଭାରତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି 4 ଦଶନ୍ଧି ମଧ୍ୟରେ ଭାରତରେ ଅନେକ କିଛି ବଦଳିଛି। ଆଜିର ଭାରତ ପୂର୍ବ ଅପେକ୍ଷା ଅଧିକ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ। ଆମେ କେବଳ ବିଶ୍ୱ ବିମାନ ଚଳାଚଳ ଇକୋ-ସିଷ୍ଟମରେ ଏକ ବିଶାଳ ବଜାର ନୁହେଁ, ବରଂ ନୀତିଗତ ନେତୃତ୍ୱ, ନବସୃଜନ ଏବଂ ସମାବେଶୀ ବିକାଶର ପ୍ରତୀକ ମଧ୍ୟ ଅଟେ । ଆଜି ଭାରତ ବିଶ୍ୱ ମହାକାଶ-ବିମାନ ଚଳାଚଳ କ୍ଷେତ୍ରରେ ଏକ ଉଦୀୟମାନ ନେତୃତ୍ୱ ନେଉଛି। ବିଗତ ଦଶନ୍ଧିରେ ଭାରତର ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଯେଉଁ ଐତିହାସିକ ସଫଳତା ମିଳିଛି, ତାହା ଆପଣମାନେ ସମସ୍ତେ ଜାଣନ୍ତି।ଆଇଏଟିଏ ର ୮୧ତମ ବାର୍ଷିକ ସାଧାରଣ ବୈଠକ ଏବଂ ବିଶ୍ୱ ବାୟୁ ପରିବହନ ସମ୍ମିଳନୀର ଅଧିବେଶନକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
June 02nd, 05:00 pm
ବିଶ୍ୱସ୍ତରୀୟ ବିମାନ ଭିତ୍ତିଭୂମି ବିକାଶ ଏବଂ ସଂଯୋଗ ବୃଦ୍ଧି ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଇଣ୍ଟରନାସନାଲ୍ ଏୟାର ଟ୍ରାନ୍ସପୋର୍ଟ ଆସୋସିଏସନ (ଆଇଏଟିଏ)ର ୮୧ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ) ଏବଂ ୱାର୍ଲଡ୍ ଏୟାର ଟ୍ରାନ୍ସପୋର୍ଟ ସମିଟ୍ (ଡବ୍ଲୁଏଟିଏସ)ର ଅଧିବେଶନରେ ଉଦବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅତିଥିମାନଙ୍କୁ ସ୍ୱାଗତ କରି ଚାରି ଦଶନ୍ଧି ପରେ ଭାରତକୁ ଫେରିବା ଘଟଣାଟିର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ ଏହି ସମୟ ମଧ୍ୟରେ ଭାରତ ଯେଉଁ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି ତାହା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ ଆଜିର ଭାରତ ପୂର୍ବାପେକ୍ଷା ଅଧିକ ଆତ୍ମବିଶ୍ୱାସୀ। କେବଳ ଏକ ବିଶାଳ ବଜାର ଭାବରେ ନୁହେଁ ବରଂ ନୀତି ନେତୃତ୍ୱ, ନବସୃଜନ ଏବଂ ସମନ୍ବିତ ବିକାଶର ପ୍ରତୀକ ଭାବରେ ସେ ବିଶ୍ୱ ବିମାନ ଚଳାଚଳ ଇକୋସିଷ୍ଟମରେ ଭାରତର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ଆଜି, ଭାରତ ମହାକାଶ-ବିମାନ ଚଳାଚଳ କ୍ଷେତ୍ରରେ ଏକ ବିଶ୍ୱ ନେତା ଭାବରେ ଉଭା ହେଉଛି, ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ। ସେ ଏହି ଅବସରରେ ଉଲ୍ଲେଖ କରିଥିଲେ ଯେ ବେସାମରିକ ବିମାନ ଚଳାଚଳ କ୍ଷେତ୍ର ଗତ ଦଶନ୍ଧିରେ ଐତିହାସିକ ଉନ୍ନତି ଦେଖିଛି, ଯାହାକୁ ସ୍ୱୀକୃତି ମିଳିପାରିଛି।ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରେ ଜୁନ୍ ୨ ତାରିଖରେ ଆନ୍ତର୍ଜାତିକ ବାୟୁ ପରିବହନ ସଂଘର ୮୧ତମ ବାର୍ଷିକ ସାଧାରଣ ବୈଠକ (ଆଇଏଟିଏ ଏଜିଏମ୍)ରେ ଯୋଗ ଦେବେ
June 01st, 08:01 pm
ବିଶ୍ୱସ୍ତରୀୟ ବିମାନ ଚଳାଚଳ ଭିତ୍ତିଭୂମି ପ୍ରତିଷ୍ଠା ଏବଂ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବାର ପ୍ରତିବଦ୍ଧତା ସ୍ୱରୂପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୨ ତାରିଖ ଅପରାହ୍ଣ ପ୍ରାୟ ୫ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ବାୟୁ ପରିବହନ ସଂଘ (ଇଣ୍ଟରନ୍ୟାସନାଲ ଏୟାର ଟ୍ରାନ୍ସପୋର୍ଟ ଆସୋସିଏସନ-ଆଇଏଟିଏ)ର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍)ରେ ଯୋଗ ଦେବେ । ଏହି ଅବସରରେ ସେ ଉପସ୍ଥିତ ସମାରୋହକୁ ମଧ୍ୟ ସମ୍ବୋଧିତ କରିବେ ।ଏପ୍ରିଲ ୧୪ ଆମ୍ବେଦକର ଜୟନ୍ତୀ ଅବସରରେ ହରିଆନା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ
April 12th, 04:48 pm
ଆମ୍ବେଦକର ଜୟନ୍ତୀ ଅବସରରେ ଏପ୍ରିଲ ୧୪ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହରିଆନା ଗସ୍ତରେ ଯିବେ । ହରିଆନାରେ ସେ ସର୍ବପ୍ରଥମେ ହିସାର ଯିବେ ଏବଂ ପୂର୍ବାହ୍ନ ପ୍ରାୟ ୧୦ଟା ୧୫ ମିନିଟରେ ହିସାରରୁ ଅଯୋଧ୍ୟା ପର୍ଯ୍ୟନ୍ତ ବାଣିଜି୍ୟକ ବିମାନ ଉଡ଼ାଣର ଶୁଭାରମ୍ଭ କରିବେ । ଏଥିସହ ସେ ହିସାର ବିମାନବନ୍ଦରରେ ନୂଆ ଟର୍ମିନଲ ଭବନର ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ହିସାରରେ ଏକ ଜନସଭାକୁ ସମ୍ବୋଧିତ କରିବେ ।Japan-India Business Cooperation Committee delegation calls on Prime Minister Modi
March 05th, 07:52 pm
A delegation from the Japan-India Business Cooperation Committee (JIBCC) comprising 17 members and led by its Chairman, Mr. Tatsuo Yasunaga called on Prime Minister Narendra Modi today. The delegation included senior leaders from leading Japanese corporate houses across key sectors such as manufacturing, banking, airlines, pharma sector, plant engineering and logistics.The foundation of India - France friendship is based on the spirit of deep trust, innovation, & public welfare: PM at India-France CEO Forum, Paris
February 12th, 12:45 am
Giving a boost to business ties between India and France, PM Modi and President Macron attended the CEO Forum in Paris. The PM highlighted India's rise as a global economic powerhouse fueled by stability, reforms and innovation.ଚଳିତ ସପ୍ତାହରେ ଭାରତ ଉପରେ ବିଶ୍ୱ
February 10th, 06:40 pm
ଏହି ସପ୍ତାହରେ ଭାରତ ଏବଂ ଭାରତୀୟମାନେ ବିଶ୍ୱ ମଞ୍ଚରେ ନିଜର ଉଲ୍ଲେଖନୀୟ ଅଗ୍ରଗତି ଜାରି ରଖିଛନ୍ତି, ଅନ୍ତର୍ଜାତୀୟ ଭାଗିଦାରୀକୁ ସୁଦୃଢ଼ କରିଛନ୍ତି, ମହାକାଶ ପ୍ରଯୁକ୍ତିବିଦ୍ୟାରେ ଅଗ୍ରଗତି କରିଛନ୍ତି ଏବଂ ବିଭିନ୍ନ କ୍ଷେତ୍ରରେ ଉପଲବ୍ଧିକୁ ପାଳନ କରୁଛନ୍ତି । ଦକ୍ଷିଣ ପୂର୍ବ ଏସିଆ ସହ ଗଭୀର ସମ୍ପର୍କ କୁ ପ୍ରୋତ୍ସାହିତ କରିବାଠାରୁ ଆରମ୍ଭ କରି କୃତ୍ରିମ ବୁଦ୍ଧିମତା ଏବଂ ବିମାନ ଚଳାଚଳକୁ ଆଗକୁ ବଢ଼ାଇବା ପର୍ଯ୍ୟନ୍ତ ଭାରତର ପ୍ରଗତି ବିଶ୍ୱ ଅଂଶୀଦାରଙ୍କ ପାଇଁ ଏକ ପ୍ରମୁଖ ଫୋକସ୍ ହୋଇ ରହିଛି । ଆସନ୍ତୁ ଜାଣିବା ଏହି ସପ୍ତାହର କିଛି ପ୍ରମୁଖ ହାଇଲାଇଟ୍ ଉପରେ ।'ମନ୍ କୀ ବାତ୍'ର ଶ୍ରୋତାମାନେ ହିଁ ଏହି କାର୍ଯ୍ୟକ୍ରମର ପ୍ରକୃତ ଉପସ୍ଥାପକ: ପ୍ରଧାନମନ୍ତ୍ରୀ ମୋଦୀ
September 29th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ପୁଣିଥରେ ଆମମାନଙ୍କୁ ଏକାଠି ହେବାର ସୁଯୋଗ ମିଳିଛି । ଆଜିର ଅଧ୍ୟାୟ ମୋତେ ଭାବପ୍ରବଣ କରୁଛି, ମୋତେ ଅନେକ ପୁରୁଣା ସ୍ମୃତିଗର୍ଭକୁ ନେଇଯାଉଛି, କାରଣ ଏହା ଯେ, ‘ମନ୍ କି ବାତ୍’ର ଆମର ଏହି ଯାତ୍ରା ୧୦ ବର୍ଷ ପୂରଣ କରିଛି । ୧୦ ବର୍ଷ ପୂର୍ବେ ‘ମନ୍ କି ବାତ୍’ର ଶୁଭାରମ୍ଭ ଅକ୍ଟୋବର ୩ ତାରିଖ ବିଜୟାଦଶମୀ ଦିନ ହୋଇଥିଲା ଏବଂ ଏହା ମଧ୍ୟ ଏକ ପବିତ୍ର ସଂଯୋଗ ଯେ, ଏ ବର୍ଷ ଅକ୍ଟୋବର ୩ ତାରିଖ ଦିନ ‘ମନ୍ କି ବାତ୍’କୁ ୧୦ ବର୍ଷ ପୂରଣ ହେଉଥିବାବେଳେ ନବରାତ୍ରର ପ୍ରଥମ ଦିନ ହୋଇଥିବ । ‘ମନ୍ କି ବାତ୍’ର ଏହି ସୁଦୀର୍ଘ ଯାତ୍ରାର ଏଭଳି ଅନେକ ପର୍ଯ୍ୟାୟ ରହିଛି, ଯାହାକୁ ମୁଁ କେବେହେଲେ ଭୁଲିପାରିବି ନାହିଁ । ‘ମନ୍ କି ବାତ୍’ର କୋଟି କୋଟି ଶ୍ରୋତା ଆମର ଏହି ଯାତ୍ରାର ଏଭଳି ସାଥି, ଯେଉଁମାନଙ୍କ ଠାରୁ ମୋତେ ନିରନ୍ତର ସହଯୋଗ ମିଳିଛି । ଦେଶର କୋଣ-ଅନୁକୋଣରୁ ସେମାନେ ତଥ୍ୟ ଉପଲବ୍ଧ କରାଇଛନ୍ତି । ‘ମନ୍ କି ବାତ୍’ର ଶ୍ରୋତାମାନେ ହିଁ ହେଉଛନ୍ତି ଏହି କାର୍ଯ୍ୟକ୍ରମର ପ୍ରକୃତ ସୂତ୍ରଧର । ସାଧାରଣତଃ ଏମିତି ଗୋଟିଏ ଧାରଣା ସୃଷ୍ଟି ହୋଇଛି ଯେ, କିଛି ମସଲାଯୁକ୍ତ ଚଟପଟି କଥା, କିମ୍ବା କିଛି ନକାରାତ୍ମକ କଥା ନ ଥିବା ଯାଏ ତାହାକୁ ଗୁରୁତ୍ୱ ଦିଆଯାଇନଥାଏ । କିନ୍ତୁ, ‘ମନ୍ କି ବାତ୍’ ଏହା ପ୍ରମାଣିତ କରିଛି ଯେ, ଦେଶର ଲୋକେ ସକାରାତ୍ମକ ତଥ୍ୟ ଜାଣିବା ପାଇଁ କେତେ ଅଧିକ ଉତ୍ସୁକ । ସକାରାତ୍ମକ କଥା, ପ୍ରେରଣାଦାୟୀ ଉଦାହରଣ, ପ୍ରୋତ୍ସାହିତ କରୁଥିବା କଥା ଲୋକଙ୍କୁ ବେଶ୍ ଭଲ ଲାଗିଥାଏ । ଯେମିତିକି ଗୋଟିଏ ପକ୍ଷୀ, ଯାହାର ନାଁ ଚକୋର । ତା’ ବିଷୟରେ କୁହାଯାଏ ଯେ, ସେ କେବଳ ବର୍ଷାଜଳ ପାନ କରିଥାଏ । ‘ମନ୍ କି ବାତ୍’ରେ ଆମେ ଦେଖିଲୁ ଯେ, ଲୋକେ ମଧ୍ୟ ଚକୋର ପକ୍ଷୀ ଭଳି ଦେଶର ଉପଲବ୍ଧି କଥା, ଲୋକଙ୍କ ସାମୁହିକ ଉପଲବ୍ଧି କଥା କେତେ ଗର୍ବର ସହିତ ଶୁଣୁଛନ୍ତି । ‘ମନ୍ କି ବାତ୍’ର ୧୦ ବର୍ଷର ଯାତ୍ରା ଏଭଳି ଏକ ମାଳ ଗୁନ୍ଥିଦେଇଛି, ଯେଉଁଥିରେ ପ୍ରତ୍ୟେକ ଅଧ୍ୟାୟ ସହ ନୂଆ କାହାଣୀ, ନୂଆ କୀର୍ତ୍ତିମାନ, ନୂତନ ବ୍ୟକ୍ତିତ୍ୱ ଯୋଡ଼ି ହୋଇଚାଲିଛନ୍ତି । ଆମ ସମାଜରେ ସାମୂହିକତାର ଭାବନା ସହ ଯାହା କିଛି କାର୍ଯ୍ୟ ହେଉଛି, ତାହାକୁ ‘ମନ୍ କି ବାତ୍’ ଜରିଆରେ ସମ୍ମାନ ପ୍ରାପ୍ତ ହୋଇଛି । ‘ମନ୍ କି ବାତ୍’ ପାଇଁ ଆସିଥିବା ଚିଠିଗୁଡ଼ିକ ପଢ଼ିବା ସମୟରେ ମୋ ମନ ବି ଗର୍ବରେ ଭରିଯାଏ । ଆମ ଦେଶରେ ଅନେକ ପ୍ରତିଭାଶାଳୀ ବ୍ୟକ୍ତି ଅଛନ୍ତି, ଯେଉଁମାନଙ୍କ ମନରେ ଦେଶ ଓ ସମାଜସେବା କରିବାର ଉତ୍ସାହ ଭରି ରହିଛି । ସେମାନେ ନିଃସ୍ୱାର୍ଥ ଭାବରେ ଜନସାଧାରଣଙ୍କ ସେବା କରିବାରେ ନିଜର ସମ୍ପୂର୍ଣ୍ଣ ଜୀବନ ସମର୍ପି ଦେଉଛନ୍ତି । ସେମାନଙ୍କ ବିଷୟରେ ଜାଣି ମୋ ମଧ୍ୟରେ ଶକ୍ତିର ଭରପୁର ସଂଚାର ହୋଇଯାଉଛି । ‘ମନ୍ କି ବାତ୍’ର ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ମୋ ପାଇଁ ମନ୍ଦିରକୁ ଯାଇ ଦେବଦର୍ଶନ କରିବା ସଦୃଶ । ‘ମନ୍ କି ବାତ୍’ର ପ୍ରତ୍ୟେକ କଥାକୁ, ପ୍ରତ୍ୟେକ ଘଟଣାକୁ, ପ୍ରତ୍ୟେକ ଚିଠିକୁ ଯେତେବେଳେ ମୁଁ ମନେପକାଉଛି, ସେତେବେଳେ ମୋତେ ଲାଗୁଛି ଯେ, ଜନତା-ଜନାର୍ଦ୍ଦନ, ଯେଉଁମାନେ ମୋ ପାଇଁ ଈଶ୍ୱର ସଦୃଶ, ମୁଁ ସେମାନଙ୍କ ଦର୍ଶନ କରୁଛି ।India is progressing towards the goal of becoming a leading aviation hub: PM Modi
September 12th, 04:00 pm
PM Modi welcomed global leaders to the Civil Aviation Summit, emphasizing the sector's potential and growth in the Asia Pacific region. Highlighting India's aviation transformation, he noted the inclusive expansion of air travel, especially in Tier-2 and Tier-3 cities, through initiatives like the UDAN scheme. This has made air travel more accessible, benefiting millions, with regional connectivity and sustainable growth being key priorities.‘ମେକ୍ ଇନ୍ ଇଣ୍ଡିଆ,ମେକ୍ ଫର ୱାର୍ଲ୍ଡ” ପ୍ରତି ଲକହିଡ ମାର୍ଟିନର ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
July 19th, 11:50 am
‘ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର ୱାର୍ଲ୍ଡ’ର ଦୃଷ୍ଟିକୋଣକୁ ଅନୁଭବ କରିଥିବାରୁ ଏବଂ ଏହା ପ୍ରତି ପ୍ରତିବଦ୍ଧତା ରକ୍ଷା କରିଥିବାରୁ ପ୍ରତିରକ୍ଷା କ୍ଷେତ୍ରର ପ୍ରମୁଖ ସଂସ୍ଥା ଲକହିଡ ମାର୍ଟିନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।Congress has always been an anti-middle-class party: PM Modi in Hyderabad
May 10th, 04:00 pm
Addressing his second public meeting, PM Modi highlighted the significance of Hyderabad and the determination of the people of Telangana to choose BJP over other political parties. Hyderabad is special indeed. This venue is even more special, said PM Modi, reminiscing about the pivotal role the city played in igniting hope and change a decade ago.PM Modi addresses public meetings in Mahabubnagar & Hyderabad, Telangana
May 10th, 03:30 pm
Prime Minister Narendra Modi addressed public meetings in Mahabubnagar & Hyderabad, Telangana, emphasizing the significance of the upcoming elections for the future of the country. Speaking passionately, PM Modi highlighted the contrast between the false promises made by Congress and the concrete guarantees offered by the BJP-led government.