India-New Zealand relationship built on enduring friendship, shared values, common commitment: PM Modi in Auckland
July 11th, 01:15 pm
PM Modi addressed a vibrant community event in Auckland, praising the Indian diaspora as a strong bridge between India and New Zealand. He highlighted the elevation of bilateral ties to a Strategic Partnership, celebrated 100 years of sporting ties between the two countries and underscored the shared heritage and deepening partnership between the two nations.ନ୍ୟୁଜିଲ୍ୟାଣ୍ଡରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
July 11th, 12:35 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅକ୍ଲାଣ୍ଡଠାରେ ଆୟୋଜିତ “କିଆ ଓରା ମୋଦୀ” କାର୍ଯ୍ୟକ୍ରମରେ ନ୍ୟୁଜିଲ୍ୟାଣ୍ଡରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଛନ୍ତି। ଏହି ସମାରୋହରେ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଶ୍ରୀ କ୍ରିଷ୍ଟୋଫର ଲକ୍ସନ ମଧ୍ୟ ସାମିଲ ହୋଇଥିଲେ। ପ୍ରାୟ ୧୦,୦୦୦ରୁ ଅଧିକ ପ୍ରବାସୀ ଭାରତୀୟଙ୍କ ଉପସ୍ଥିତି ଯୋଗୁଁ ଏହି ସମାବେଶ ଆନ୍ତରିକତା, ଶକ୍ତି ଏବଂ ବେଶ୍ ଉତ୍ସାହରେ ପରିପୂର୍ଣ୍ଣ ଥିଲା।ଭାରତ - ନ୍ୟୁଜିଲାଣ୍ଡ ବ୍ୟବସାୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July 11th, 08:20 am
ଅକଲ୍ୟାଣ୍ଡରେ ଆପଣମାନଙ୍କ ମଧ୍ୟରେ ଉପସ୍ଥିତ ହୋଇ ମୁଁ ବହୁତ ଆନନ୍ଦିତ। ପ୍ରଧାନମନ୍ତ୍ରୀ ଶ୍ରୀ ଲକ୍ସନଙ୍କ ସକାରାତ୍ମକ ଚିନ୍ତାଧାରା ଏବଂ ଭାରତ ପ୍ରତି ତାଙ୍କର ଗଭୀର ପ୍ରତିବଦ୍ଧତା ପାଇଁ ମୁଁ ତାଙ୍କ ପ୍ରତି ବିଶେଷ କୃତଜ୍ଞତା ପ୍ରକାଶ କରୁଛି।Prime Minister addresses business leaders in New Zealand
July 11th, 08:16 am
PM Modi interacted with leading CEOs and business leaders from India and New Zealand, highlighting the vast opportunities for trade, investment and innovation. He invited New Zealand businesses to partner India's growth story and help achieve the shared goal of doubling bilateral trade to NZD 7 billion by 2030.ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀଙ୍କ ସହ ଆନୁଷ୍ଠାନିକ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
July 11th, 08:09 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅକ୍ଲାଣ୍ଡ୍ ସ୍ଥିତ ଗଭର୍ଣ୍ଣମେଣ୍ଟ ହାଉସଠାରେ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମାନ୍ୟବର କ୍ରିଷ୍ଟୋଫର ଲକ୍ସନଙ୍କୁ ଭେଟିଛନ୍ତି। ଗଭର୍ଣ୍ଣମେଣ୍ଟ ହାଉସରେ ପହଞ୍ଚିବା ପରେ ତାଙ୍କୁ ସେଠାକାର ପାରମ୍ପରିକ ମାଓରି ଶୈଳୀରେ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହି ସ୍ୱାଗତ ସମାରୋହରେ ଶାନ୍ତି, ସମ୍ମାନ ଏବଂ ସୌହାର୍ଦ୍ଦ୍ୟର ପ୍ରତୀକ ସ୍ୱରୂପ ପାରମ୍ପରିକ ମାଓରି ରୀତିନୀତି ପ୍ରଦର୍ଶିତ ହୋଇଥିଲା। ଏହି ପାରମ୍ପରିକ ସ୍ୱାଗତ ପରେ ପ୍ରଧାନମନ୍ତ୍ରୀ 'ଗାର୍ଡ ଅଫ୍ ଅନର୍' ପରିଦର୍ଶନ କରିଥିଲେ।ଭାରତ-ନ୍ୟୁଜିଲ୍ୟାଣ୍ଡ ମିଳିତ ବିବୃତ୍ତି
July 11th, 07:59 am
ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ୍ଙ୍କ ନିମନ୍ତ୍ରଣରେ, ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୦ ଏବଂ ୧୧ ଜୁଲାଇ ୨୦୨୬ରେ ନ୍ୟୁଜିଲ୍ୟାଣ୍ଡର ଅକଲ୍ୟାଣ୍ଡକୁ ସରକାରୀ ଗସ୍ତରେ ଯାଇଛନ୍ତି । ୪୦ ବର୍ଷ ମଧ୍ୟରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନ୍ୟୁଜିଲ୍ୟାଣ୍ଡକୁ ଏହା ପ୍ରଥମ ଗସ୍ତ, ଯାହା ଏକ ଐତିହାସିକ ମାଇଲଖୁଣ୍ଟ ଏବଂ ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ସ୍ଥାୟୀ ବନ୍ଧୁତା ଏବଂ ସହଭାଗୀତାର ଏକ ନୂତନ ଦିଗ ନିର୍ଦ୍ଧାରଣ କରିଛି ।ଭାରତ - ନ୍ୟୁଜିଲ୍ୟାଣ୍ଡ ପ୍ରତିନିଧିମଣ୍ଡଳସ୍ତରୀୟ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ
July 11th, 07:00 am
ଆପଣ ଗତ ବର୍ଷ ହୋଲି ପର୍ବ ସମୟରେ ଭାରତ ଗସ୍ତ କରିଥିଲେ। ଆପଣଙ୍କ ଗସ୍ତ ଆମ ସମ୍ପର୍କରେ ନୂତନ ରଙ୍ଗ ଯୋଡିଥିଲା - କାରଣ ହୋଲିର ରଙ୍ଗ ଏକ ବିଶେଷ ଗୁରୁତ୍ୱ ରଖେ, ଏବଂ ଆମେ ତାହା ପ୍ରତ୍ୟକ୍ଷ ଭାବରେ ଅନୁଭବ କରିଥିଲୁ। ମୁଁ ଖୁସି ଯେ ଆଜି ଆମେ ଆମର ସମ୍ପର୍କକୁ ଏକ ରଣନୈତିକ ସହଭାଗୀତାର ସୂତ୍ରରେ ବାନ୍ଧିଛୁ। ଏହି ମାଇଲଖୁଣ୍ଟ ଆମକୁ ଅଧିକ ଶକ୍ତି ଏବଂ ଆତ୍ମବିଶ୍ୱାସ ସହିତ ଆଗକୁ ବଢ଼ିବାକୁ ପ୍ରେରଣା ଦେବ।ଅକଲାଣ୍ଡରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ
July 10th, 02:56 pm
ନ୍ୟୁଜିଲାଣ୍ଡର ଅକଲ୍ୟାଣ୍ଡରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ୍ ଭବ୍ୟ ସ୍ୱାଗତ କରିଛନ୍ତିପ୍ରଧାନମନ୍ତ୍ରୀଙ୍କ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତ
July 03rd, 08:42 pm
ଇଣ୍ଡୋନେସିଆର ରାଷ୍ଟ୍ରପତି ଶ୍ରୀ ପ୍ରବୋବୋ ସୁବିୟାନ୍ତୋଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୬-୮ ଜୁଲାଇ, ୨୦୨୬ରେ ଇଣ୍ଡୋନେସିଆ ଗସ୍ତ କରିବେ। ପ୍ରଧାନମନ୍ତ୍ରୀଙ୍କର ଏହା ଚତୁର୍ଥ ଇଣ୍ଡୋନେସିଆ ଗସ୍ତ ହେବ ଏବଂ ମେ’ ୨୦୧୮ ରେ ଭାରତ-ଇଣ୍ଡୋନେସିଆ ସମ୍ପର୍କ 'ବ୍ୟାପକ ରଣନୀତିକ ସହଭାଗିତା' ସ୍ତରକୁ ଉନ୍ନୀତ ହେବା ପରେ ଏହା ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ ହେବ। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ପ୍ରବୋବୋଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ଏବଂ ଏହି ସହଭାଗିତା ଅଧିନରେ ହୋଇଥିବା ପ୍ରଗତିର ସମୀକ୍ଷା କରିବେ। ଜାକର୍ତ୍ତାଠାରେ ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟଙ୍କ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିବେ। ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଐତିହାସିକ ତଥା ସୌହାର୍ଦ୍ଦ୍ୟପୂର୍ଣ୍ଣ ଜନ-ସମ୍ପର୍କ ରହିଛି। ଏହି ବିଶେଷ ସମ୍ପର୍କକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଇଣ୍ଡୋନେସିଆର ଏକ ପ୍ରମୁଖ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ଯୋଗ୍ୟାକର୍ତ୍ତାସ୍ଥିତ 'ପ୍ରାମ୍ବନନ ମନ୍ଦିର' ପରିସର ପରିଦର୍ଶନ କରିବେ।