ବିଶ୍ୱ ପାରା-ଆଥଲେଟିକ୍ସରେ ଐତିହାସିକ ପ୍ରଦର୍ଶନ କରିଥିବା ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
October 06th, 04:28 pm
ନୂଆଦିଲ୍ଲୀରେ ଆୟୋଜିତ ବିଶ୍ୱ ପାରା-ଆଥଲେଟିକ୍ସ ଚାମ୍ପିଅନସିପ-୨୦୨୫ରେ ଐତିହାସିକ ପ୍ରଦର୍ଶନ କରିଥିବା ଭାରତୀୟ ପାରା-ଆଥଲେଟିକ ଦଳକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ଭାରତ ଏହି ପ୍ରତିଯୋଗିତାରେ ଏ ପର୍ଯ୍ୟନ୍ତ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ସ୍ୱରୂପ ୬ଟି ସ୍ୱର୍ଣ୍ଣ ସମେତ ୨୨ଟି ପଦକ ହାସଲ କରିଛି । ଏହା ଦେଶର ପାରା-କ୍ରୀଡ଼ାର ଯାତ୍ରାରେ ଏକ ନୂତନ ଉପଲବ୍ଧି । ଭାରତ ଦ୍ୱାରା ପ୍ରଥମ ଥର ଏହି ପ୍ରତିଷ୍ଠିତ ବୈଶ୍ୱିକ ଆୟୋଜନର ଆୟୋଜକ ହୋଇଥିବାରୁ ଶ୍ରୀ ମୋଦୀ ଗର୍ବ ଭାବନା ବ୍ୟକ୍ତ କରିଥିଲେ ।ଜାତୀୟ କ୍ରୀଡ଼ା ନୀତି ୨୦୨୫କୁ କ୍ୟାବିନେଟ ମଞ୍ଜୁରି
July 01st, 04:31 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଜାତୀୟ କ୍ରୀଡ଼ା ନୀତି (ଏନଏସପି)୨୦୨୫କୁ ଅନୁମୋଦନ କରାଯାଇଛି । ଦେଶର କ୍ରୀଡ଼ା ପରିଦୃଶ୍ୟରେ ବ୍ୟାପକ ପରିବର୍ତ୍ତନ ଆଣିବା ଏବଂ କ୍ରୀଡ଼ା ମାଧ୍ୟମରେ ନାଗରିକଙ୍କ ସଶକ୍ତୀକରଣ ଉଦ୍ଦେଶ୍ୟରେ ଏହି ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି ।ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ବିକଶିତ ଭାରତ ଯୁବ ନେତା ସଂଳାପ ୨୦୨୫ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 12th, 02:15 pm
ଭାରତର ଯୁବ ଶକ୍ତିର ଶକ୍ତି ଯୋଗୁଁ ଆଜି ଏହି ଭାରତ ମଣ୍ଡପମ୍ ମଧ୍ୟ ଶକ୍ତିରେ ପରିପୂର୍ଣ୍ଣ ହୋଇଛି ଏବଂ ଶକ୍ତିଶାଳୀ ହୋଇଛି । ଆଜି ସମଗ୍ର ଦେଶ ସ୍ୱାମୀ ବିବେକାନନ୍ଦଜୀଙ୍କୁ ସ୍ମରଣ କରୁଛି ଏବଂ ସ୍ୱାମୀଜୀଙ୍କୁ ପ୍ରଣାମ କରୁଛି । ସ୍ୱାମୀ ବିବେକାନନ୍ଦ ଜୀଙ୍କର ଦେଶର ଯୁବବର୍ଗଙ୍କ ଉପରେ ବହୁତ ବିଶ୍ୱାସ ଥିଲା । ସ୍ୱାମୀଜୀ କହୁଥିଲେ- ମୋର ବିଶ୍ୱାସ ଯୁବପିଢ଼ିଙ୍କୁ ଉପରେ ରହିଛି, ନୂଆ ପିଢ଼ି ଉପରେ ରହିଛି । ସ୍ୱାମୀଜୀ କହୁଥିଲେ ଯେ ମୋ ର କର୍ମକର୍ତ୍ତାମାନେ ଯୁବପିଢ଼ିଙ୍କଠାରୁ ଆସିବେ, ସିଂହଙ୍କ ଭଳି ସେମାନେ ସବୁ ସମସ୍ୟାର ସମାଧାନ କରିବେ। ବିବେକାନନ୍ଦଜୀଙ୍କର ଯେମିତି ଆପଣମାନଙ୍କ ଉପରେ ଥିଲା, ମୋର ବିବେକାନନ୍ଦଜୀଙ୍କ ଉପରେ ଭରସା ଅଛି, ତାଙ୍କର ସବୁ କଥା ଉପରେ ମୋର ଭରସା ରହିଛି । ଭାରତର ଯୁବପିଢ଼ିଙ୍କ ପାଇଁ ଯାହା ଭାବିଛନ୍ତି ଓ କହିଛନ୍ତି ତାହା ଉପରେ ମୁଁ ଅନ୍ଧ ଭାବରେ ବିଶ୍ବାସ ରହିଛି । ପ୍ରକୃତରେ ସ୍ୱାମୀ ବିବେକାନନ୍ଦ ଜୀ ସଶରୀରେ ଯଦି ଆମ ମଧ୍ୟରେ ଥାଆନ୍ତେ, ତେବେ ଏକବିଂଶ ଶତାବ୍ଦୀର ଯୁବକମାନଙ୍କର ଜାଗ୍ରତ ଶକ୍ତି ଦେଖି ଭାରତରେ ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିଥାନ୍ତେ, ନୂତନ ଶକ୍ତିରେ ଭରି ଦେଇଥାନ୍ତେ ଏବଂ ନୂତନ ସ୍ୱପ୍ନର ମଞ୍ଜି ବୁଣି ଦେଇଥାନ୍ତେ ।ବିକଶିତ ଭାରତ ଯୁବ ନେତାଙ୍କ ସହ ଆଲୋଚନା ୨୦୨୫ରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
January 12th, 02:00 pm
ଆଜି ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉପଲକ୍ଷେ ପାଳନ ହେଉଥିବା ଜାତୀୟ ଯୁବ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ “ବିକଶିତ ଭାରତ ଯୁବ ନେତାଙ୍କ ସହ ଆଲୋଚନା ୨୦୨୫” ରେ ଅଂଶଗ୍ରହଣ କରିଥିଲେ । ସେ ସମଗ୍ର ଭାରତର ୩୦୦୦ ସଫଳ ଯୁବ ନେତାଙ୍କ ସହ ମତ ବିନିମୟ କରିଥିଲେ । ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ସେ ଭାରତ ମଣ୍ଡପମରେ ଜୀବନ ଓ ଶକ୍ତି ନିୟୋଜିତ କରିଥିବା ଭାରତର ଯୁବବର୍ଗଙ୍କ ଜାଗ୍ରତ ଶକ୍ତି ଉପରେ ଆଲୋକପାତ କରିଥିଲେ। ଦେଶର ଯୁବବର୍ଗଙ୍କ ଉପରେ ଅସୀମ ବିଶ୍ୱାସ ରଖିଥିବା ସ୍ୱାମୀ ବିବେକାନନ୍ଦଙ୍କୁ ସମଗ୍ର ଦେଶ ସ୍ମରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ବୋଲି ସେ ଉଲ୍ଲେଖ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ସ୍ୱାମୀ ବିବେକାନନ୍ଦ ବିଶ୍ୱାସ କରୁଥିଲେ ଯେ ତାଙ୍କର ଯୁବ ଶିଷ୍ୟମାନେ ସିଂହ ପରି ପ୍ରତ୍ୟେକ ସମସ୍ୟାର ସମାଧାନ କରିବେ । ସେ ଆହୁରି ମଧ୍ୟ କହିଥିଲେ ଯେ ସ୍ୱାମୀଜୀ ଯେପରି ଯୁବକମାନଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ ଠିକ୍ ସେହିଭଳି ତାଙ୍କର ସ୍ୱାମୀଜୀ ଏବଂ ତାଙ୍କ ଆସ୍ଥା ଉପରେ ପୂର୍ଣ୍ଣ ବିଶ୍ୱାସ ରହିଛି । ସେ ଆହୁରି ମଧ୍ୟ କହିଥିଲେ ଯେ ଯୁବପିଢ଼ିଙ୍କ ଉପରେ ସ୍ବାମୀଜୀଙ୍କର ଥିବା ଦୂରଦୃଷ୍ଟି ଉପରେ ତାଙ୍କର ପୂର୍ଣ୍ଣ ବିଶ୍ୱାସ ରହିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାମୀ ବିବେକାନନ୍ଦ ଯଦି ଆଜି ଆମ ମଧ୍ୟରେ ଥାନ୍ତେ, ତେବେ ସେ ଏକବିଂଶ ଶତାବ୍ଦୀର ଯୁବକମାନଙ୍କର ଜାଗ୍ରତ ଶକ୍ତି ଏବଂ ସକ୍ରିୟ ପ୍ରୟାସକୁ ଦେଖି ନୂତନ ଆତ୍ମବିଶ୍ୱାସରେ ଭରପୂର ହୋଇଥାନ୍ତେ ।ସମ୍ବିଧାନ ହେଉଛି ଆମର ମାର୍ଗଦର୍ଶକ :ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ
December 29th, 11:30 am
ମନ୍ କୀ ବାତ୍ ର ଏହି ଏପିସୋଡ୍ ରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବିଧାନର 75ତମ ବାର୍ଷିକୀ ଏବଂ ପ୍ରୟାଗରାଜରେ ମହାକୁମ୍ଭ ପାଇଁ ପ୍ରସ୍ତୁତି ସମେତ ଭାରତର ସଫଳତା ବିଷୟରେ ପ୍ରତିଫଳନ କରିଥିଲେ। ବସ୍ତର ଅଲିମ୍ପିକ୍ସର ସଫଳତାକୁ ସେ ପ୍ରଶଂସା କରିବା ସହ ମ୍ୟାଲେରିଆ ନିରାକରଣ ଏବଂ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ କର୍କଟ ଚିକିତ୍ସା କ୍ଷେତ୍ରରେ ଅଗ୍ରଗତି ଭଳି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସଫଳତା ଉପରେ ଆଲୋକପାତ କରିଥିଲେ । ଏହାବ୍ୟତୀତ ଓଡ଼ିଶାର କଳାହାଣ୍ଡିରେ ହୋଇଥିବା କୃଷି ପରିବର୍ତ୍ତନକୁ ସେ ପ୍ରଶଂସା କରିଥିଲେ।Prime Minister praised Gulveer Singh for winning Bronze Medal in 10,000m race event
September 30th, 08:27 pm
The Prime Minister, Shri Narendra Modi has complimented Gulveer Singh for winning Bronze Medal in 10,000m race event at the Asian Games in Hangzhou.ଏସିଆନ ଗେମ୍ସ ପାଇଁ ଭାରତୀୟ ଆଥଲେଟମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
September 23rd, 08:14 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସିଆନ ଗେମ୍ସ ନିମନ୍ତେ ଭାରତୀୟ ଆଥଲେଟମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି ।ଭାରତୀୟ ପୁରୁଷ ୪x୪୦୦ ମିଟର ରିଲେ ଟିମର ଅତୁଳନୀୟ ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
August 27th, 07:03 pm
ଭାରତୀୟ ପୁରୁଷ ୪x୪୦୦ ମିଟର ରିଲେ ଟିମ୍ର ସଦସ୍ୟ ଅନାସ୍, ଅମୋଜ, ରାଜେଶ, ରମେଶ ଏବଂ ମହମ୍ମଦ ଅଜମଲ୍ ବିଶ୍ୱ ଚାମ୍ପିୟନସିପ୍ ଫାଇନାଲରେ ଯୋଗ୍ୟତା ହାସଲ ପାଇଁ କରିଥିବା ଉଦ୍ୟମକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍'
August 27th, 11:30 am
ମୋର ପ୍ରିୟ ପରିବାରଜନ, ନମସ୍କାର । ‘ମନ୍ କି ବାତ୍’ର ଅଗଷ୍ଟ ମାସର ଅଧ୍ୟାୟରେ ଆପଣମାନଙ୍କୁ ପୁଣି ଥରେ ବହୁତ ବହୁତ ସ୍ୱାଗତ । ଅତୀତରେ କେବେ ଶ୍ରାବଣ ମାସରେ ଦୁଇ ଦୁଇ ଥର ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ହୋଇଥିବା ମୋର ମନେ ପଡ଼ୁନି, କିନ୍ତୁ ଏଥର ତାହା ହେଉଛି । ଶ୍ରାବଣ ଅର୍ଥାତ୍ ମହାଦେବଙ୍କ ମାସ, ଉତ୍ସବ ଏବଂ ଉଲ୍ଲାସର ମାସ । ଚନ୍ଦ୍ରଯାନର ସଫଳତା ଏହି ଉତ୍ସବର ଖୁସିକୁ ବହୁ ଗୁଣ ବୃଦ୍ଧି କରିଦେଇଛି । ଚନ୍ଦ୍ରଯାନ ଚନ୍ଦ୍ରପୃଷ୍ଠକୁ ପହଂଚିବାର ତିନି ଦିନରୁ ଅଧିକ ସମୟ ହେଲାଣି । ଏହା ଏତେ ବଡ଼ ସଫଳତା ଯେ, ଏହା ବିଷୟରେ ଯେତେ ଆଲୋଚନା କଲେ ମଧ୍ୟ ତାହା କମ୍ ହେବ । ଆଜି ଆପଣଙ୍କ ସହିତ କଥା ହେଉଥିବାବେଳେ ମୋର ଗୋଟିଏ ପୁରୁଣା କବିତାର କିଛି ପଂକ୍ତି ମନେ ପଡ଼ୁଛି . . .ବିଂଶତମ ଏସୀୟ ୟୁ୨୦ ଆଥଲେଟିକ୍ସ ଚାମ୍ପିୟନସିପରେ ଚମତ୍କାର ପ୍ରଦର୍ଶନ ପାଇଁ ଆଥଲେଟମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
June 09th, 08:34 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଂଶତମ ଏସୀୟ ୟୁ୨୦ ଆଥଲେଟିକ୍ସ ଚାମ୍ପିୟନସିପରେ ଉତ୍ତମ ପ୍ରଦର୍ଶନ ପାଇଁ ଆଥଲେଟମାନଙ୍କୁ ପ୍ରଶଂସା କରିଛନ୍ତି ।ରୁଷିଆର ମସ୍କୋରେ ଆୟୋଜିତ ୱୁଶୁ ଷ୍ଟାର୍ସ ଚାମ୍ପିୟନଶିପରେ ଭାରତ ପାଇଁ ୧୭ ପଦକ ଜିତିଥିବା ମହିଳା ଆଥଲେଟଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
May 08th, 11:03 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରୁଷିଆର ମସ୍କୋରେ ଆୟୋଜିତ ୱୁଶୁ ଷ୍ଟାର୍ସ ଚାମ୍ପିୟନଶିପରେ ଦେଶ ପାଇଁ ୧୭ ପଦକ ଜିତିଥିବା ଭାରତୀୟ ମହିଳା ଆଥଲେଟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ଉତ୍ତର ପ୍ରଦେଶର ଜାଲୋନ ଠାରେ ବୁଂଦେଲଖଣ୍ଡ ଏକ୍ସପ୍ରେସ-ୱେର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
July 16th, 04:17 pm
ୟୁପିର ଲୋକମାନଙ୍କୁ, ବୁଂଦେଲଖଣ୍ଡର ସମସ୍ତ ଭଉଣୀ-ଭାଇମାନଙ୍କୁ ଆଧୁନିକ ବୁଂଦେଲଖଣ୍ଡ ଏକ୍ସପ୍ରେସ-ୱେର ଉଦଘାଟନ ଅବସରରେ ବହୁତ ବହୁତ ଶୁଭେଚ୍ଛା । ବହୁତ ବହୁତ ଶୁଭକାମନା । ଏହି ଏକ୍ସପ୍ରେସ ୱେ ବୁଂଦେଲଖଣ୍ଡର ଗୌରବଶାଳୀ ପରମ୍ପରାକୁ ସମର୍ପିତ ହୋଇଛି । ଯେଉଁ ଜନ୍ମଭୂମି ଅଗଣିତ ବୀର ଯୋଦ୍ଧାମାନଙ୍କୁ ଜନ୍ମ ଦେଇଛି । ଯେଉଁମାନଙ୍କ ରକ୍ତରେ ଭାରତ ଭକ୍ତି ପ୍ରବାହିତ ହେଉଛି, ଯେଉଁଠିକାର ପୁଅ- ଝିଅମାନଙ୍କ ପରାକ୍ରମ ଏବଂ ପରିଶ୍ରମ ସବୁବେଳେ ଦେଶର ନାମକୁ ଉଜ୍ୱଳ କରିଛି, ସେହି ବୁଂଦେଲଖଣ୍ଡର ଧରିତ୍ରୀକୁ ଆଜି ଏକ୍ସପ୍ରେସ-ୱେର ଏହି ଉପହାର ଦେବାକୁ ଯାଇ ଉତ୍ତର ପ୍ରଦେଶର ସାଂସଦ ଭାବରେ, ଉତ୍ତର ପ୍ରଦେଶର ଜନପ୍ରତିନିଧି ଭାବରେ ମୋତେ ବିଶେଷ ଖୁସି ଲାଗୁଛି ।ପ୍ରଧାନମନ୍ତ୍ରୀଙ୍କ ଉତ୍ତରପ୍ରଦେଶ ଗସ୍ତ; ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଉଦ୍ଘାଟିତ
July 16th, 10:25 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶ ଗସ୍ତ କରି ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେ (ଏକ୍ସପ୍ରେସ ସଡକ)କୁ ଉଦ୍ଘାଟନ କପରିଛନ୍ତି । ଏହି ଉପଲକ୍ଷେ ଜଲାଉଁ ଜିଲ୍ଲାର ଓରାଇ ତହସିଲ ଅନ୍ତର୍ଗତ କୈଠେରୀ ଗାଁରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟର ମନ୍ତ୍ରୀଗଣ ଓ ଲୋକ ପ୍ରତିନିଧିମାନେ ଯୋଗଦେଇଥିଲେ । ୨୯୬କି.ମି. ଦୈର୍ଘ୍ୟ ଚାରିଲେନ ବିଶିଷ୍ଟି ଏହି ଏକ୍ସପ୍ରେସ ସଡକ ୧୪ହଜାର ୮୫୦କୋଟି ଟଙ୍କା ବ୍ୟୟରେ ନିର୍ମିତ ।For us, development means empowerment of poor, deprived, tribal, mothers and sisters: PM Modi
July 07th, 04:31 pm
PM Modi inaugurated and laid foundation stones of multiple projects worth over Rs. 1800 crores at an event at Dr Sampurnanand Sports Stadium, Sigra, Varanasi. He praised the local people for preferring long-lasting solutions and projects over temporary and short-cut solutions.PM inaugurates and lays the foundation stone of multiple development initiatives worth over Rs. 1800 crores
July 07th, 04:30 pm
PM Modi inaugurated and laid foundation stones of multiple projects worth over Rs. 1800 crores at an event at Dr Sampurnanand Sports Stadium, Sigra, Varanasi. He praised the local people for preferring long-lasting solutions and projects over temporary and short-cut solutions.ବ୍ରାଜିଲରେ ଅନୁଷ୍ଠିତ ଡିଫ୍ଅଲମ୍ପିକ୍ସ ୨୦୨୧ ରେ ଅଂଶଗ୍ରହଣ କରୁଥିବା ପ୍ରତିଭାବାନ ଆଥଲେଟ୍ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
May 01st, 09:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲରେ ଡିଫ୍ଅଲିମ୍ପିକ୍ସ ୨୦୨୧ ରେ ଅଂଶଗ୍ରହଣ କରିଥିବା ପ୍ରତିଭାଶାଳୀ ଆଥଲେଟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ ଖେଳକୁ ଯିବା ପୂର୍ବରୁ ଜାତୀୟ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରିଥିବା ଆଥଲେଟମାନଙ୍କ ହାବଭାବ ତାଙ୍କୁ ପ୍ରକୃତରେ ପ୍ରଭାବିତ କରିଛି ।ଭାରତର ଯୁବପିଢ଼ି କିଛି ନୂଆ ଏବଂ ବଡ଼ ଆକାରରେ କରିବାକୁ ଚାହୁଁଛନ୍ତି: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ
August 29th, 11:30 am
ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ ଆମ ଅଲିମ୍ପିଆନଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି, ଯେଉଁମାନେ ଦେଶକୁ ବିଶ୍ୱ ମଞ୍ଚରେ ଗର୍ବିତ କରିଛନ୍ତି। ଦେଶର ଯୁବପିଢ଼ିଙ୍କ ରିସ୍କ ନେବା ଏବଂ ଆଗକୁ ବଢ଼ିବାର ଦକ୍ଷତାକୁ ପାଇଁ ସେ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ଆମର କୁଶଳୀ ମାନବ ଶକ୍ତିର ପ୍ରୟାସକୁ ଆଲୋକପାତ କରି ଭଗବାନ୍ ବିଶ୍ୱକର୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି |କନିଷ୍ଠ ବିଶ୍ୱ କୁସ୍ତି ଚମ୍ପିଅନସିପ୍ ୨୦୨୧ ରେ ପଦକ ଜିଣିଥିବା କୁସ୍ତି ଯୋଦ୍ଧାମାନଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି
August 23rd, 03:02 pm
କନିଷ୍ଠ ବିଶ୍ୱ କୁସ୍ତି ଚମ୍ପିଅନସିପ୍ ୨୦୨୧ ରେ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୁସ୍ତି ଯୋଦ୍ଧାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ପ୍ରଧାନମନ୍ତ୍ରୀ ଡବ୍ଲୁ୍ୟଏୟୁ୨୦ନାଇରୋବି୨୦୨୧ରେ ପଦକ ଜିତିଥିବା ଆଥଲେଟଙ୍କୁ ଶୁଭେଚ୍ଛା ଜଣାଇଲେ
August 23rd, 02:52 pm
ୱାର୍ଲଡ ଆଥଲେଟିକ୍ସ ଅଣ୍ଡର୍ ୨୦ ନାଇରୋବି-୨୦୨୧ରେ ପଦକ ଜିତିଥିବା ଆଥଲେଟମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।ଏସୀୟ ପାରା ଗେମ୍ସ 2018 ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ପ୍ରଧାନମନ୍ତ୍ରୀ
October 16th, 05:34 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏସୀୟ ପାରା ଗେମ୍ସ 2018 ପଦକ ବିଜେତାଙ୍କୁ ସାକ୍ଷାତ କରି ସମ୍ବର୍ଦ୍ଧିତ କରିଛନ୍ତି ।