ତାମିଲନାଡ଼ୁର ତୁତ-କୁଡ଼ିରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

July 26th, 08:16 pm

ତାମିଲନାଡ଼ୁର ରାଜ୍ୟପାଳ ଆର୍. ଏନ୍. ରବି ଜୀ, ମନ୍ତ୍ରିମଣ୍ଡଳରେସହଯୋଗୀ କିଞ୍ଜରାପୁ ରାମମୋହନ ନାଇଡୁ ଜୀ, ଡ. ଏଲ୍. ମୁରୁଗାନ ଜୀ, ତାମିଲନାଡ଼ୁର ମନ୍ତ୍ରୀ ଥଙ୍ଗମ ତେନ୍ନାରସୁ ଜୀ, ଡକ୍ଟର ଟି. ଆର୍. ବି. ରାଜା ଜୀ, ପି. ଗୀତା ଜୀବନ ଜୀ, ଅନିତା ଆର୍. ରାଧାକ୍ରିଷ୍ଣନ ଜୀ, ସାଂସଦ କାନିମୋଝିଜୀ, ତାମିଲନାଡ଼ୁ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ତଥା ଆମର ବିଧାୟକ ନୟନାର ନାଗେନ୍ଦ୍ରନ ଜୀ ଏବଂ ତାମିଲନାଡ଼ୁର ମୋର ଭାଇ ଓ ଭଉଣୀମାନେ!

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ତାମିଲନାଡୁର ଥୁଟୁକୁଡିରେ ୪୮ ଶହ କୋଟିରୁ ଊର୍ଦ୍ଧ୍ୱ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ

July 26th, 07:47 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ତାମିଲନାଡୁର ଥୁଟୁକୁଡିରେ ୪୮ ଶହ କୋଟିରୁ ଊର୍ଦ୍ଧ୍ୱ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଛନ୍ତି । ଏସବୁ ପ୍ରକଳ୍ପ ଦ୍ୱାରା ତାମିଲନାଡୁରେ ଆଂଚଳିକ ସଂଯୋଗୀକରଣ, ଲଜିଷ୍ଟିକ ଦକ୍ଷତା, ସ୍ୱଚ୍ଛ ଊର୍ଜ୍ଜା ଭିତ୍ତିଭୂମି ସହ ଅନେକ ଉନ୍ନତି ପରିଲକ୍ଷିତ ହେବ । କାରଗିଲ ବିଜୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଦେଶର ଦିବଂଗତ ଜବାନମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଜ୍ଞଳି ଜଣାଇଥିଲେ ।

ସିକ୍କିମ ଗଣତାନ୍ତ୍ରିକ ଯାତ୍ରାର ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

May 29th, 10:00 am

ଆଜିର ଦିନ ଏକ ବିଶେଷ ଗୁରୁତ୍ୱ ବହନ କରେ, ଏହା ସିକ୍କିମର ଗଣତାନ୍ତ୍ରିକ ଯାତ୍ରାର ସୁବର୍ଣ୍ଣ ଜୟନ୍ତୀର ଅବସର । ମୁଁ ଆପଣମାନଙ୍କ ମଧ୍ୟରେ ରହି ଏହି ଉତ୍ସବ, ଏହି ଉତ୍ସାହ, ୫୦ ବର୍ଷର ଏହି ସଫଳ ଯାତ୍ରାର ସାକ୍ଷୀ ହେବାକୁ ଚାହୁଥିଲି । ମୁଁ ମଧ୍ୟ ଆପଣଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ଏହି ଉତ୍ସବର ଅଂଶ ହେବାକୁ ଇଚ୍ଛା କରୁଥିଲି । ମୁଁ ବହୁତ ସକାଳୁ ଦିଲ୍ଲୀରୁ ବାହାରି ବାଗଡୋଗ୍ରାରେ ପହଞ୍ଚିଥିଲି, କିନ୍ତୁ ପାଗ ମୋତେ ଆପଣଙ୍କ ଦ୍ୱାରଦେଶ ପର୍ଯ୍ୟନ୍ତ ନେଇଥିଲେ ମଧ୍ୟ, ଆଗକୁ ଯିବାରେ ବାଧା ସୃଷ୍ଟି କରିଥିଲା । ଫଳରେ ମୋତେ ଆପଣଙ୍କ ସହିତ ସିଧାସଳଖ ସାକ୍ଷାତ କରିବାର ସୁଯୋଗ ମିଳିଲା ନାହିଁ । କିନ୍ତୁ ମୁଁ ବର୍ତ୍ତମାନ ଏହି ଦୃଶ୍ୟ ଦେଖି ପାରୁଛି, ଏତେ ସୁନ୍ଦର ଦୃଶ୍ୟ ମୋ ସାମ୍ନାରେ ଅଛି, ମୁଁ ସବୁଠି କେବଳ ଲୋକମାନଙ୍କୁ ଦେଖିପାରୁଛି, ଏହା କି ଅଦ୍ଭୂତପୂର୍ବ ଦୃଶ୍ୟ । ବହୁତ ଭଲ ହୋଇଥାନ୍ତା, ଯଦି ମୁଁ ମଧ୍ୟ ଆପଣମାନଙ୍କ ମଧ୍ୟରେ ଥାଆନ୍ତି, କିନ୍ତୁ ମୁଁ ସେଠାରେ ପହଞ୍ଚି ପାରିଲି ନାହିଁ, ସେଥିପାଇଁ ମୁଁ ଆପଣ ସମସ୍ତଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି । କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯେମିତି ନିମନ୍ତ୍ରଣ କରିଛନ୍ତି, ମୁଁ ଆପଣଙ୍କୁ କଥା ଦେଉଛି, ରାଜ୍ୟ ସରକାର ନିଷ୍ପତ୍ତି ନେବା ମାତ୍ରେ ମୁଁ ନିଶ୍ଚିତ ଭାବରେ ସିକ୍କିମ ଆସିବି, ଆପଣମାନଙ୍କୁ ସମସ୍ତଙ୍କୁ ସାକ୍ଷାତ କରିବି ଏବଂ ୫୦ ବର୍ଷର ଏହି ସଫଳ ଯାତ୍ରାର ମୁଁ ମଧ୍ୟ ଦର୍ଶକ ହେବି । ଆଜି ଗତ ୫୦ ବର୍ଷର ସଫଳତାକୁ ପାଳନ କରିବାର ଦିନ ଏବଂ ଆପଣମାନେ ଏକ ବହୁତ ଭଲ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି । ଆଉ ମୁଁ ଲଗାତାର ଶୁଣୁଥିଲି ଏବଂ ଦେଖୁଥିଲି ଯେ ମୁଖ୍ୟମନ୍ତ୍ରୀ ନିଜେ ଏହି କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ପାଇଁ ବହୁତ ଶକ୍ତି ଲଗାଉଛନ୍ତି । ସେ ମଧ୍ୟ ଦୁଇଥର ଦିଲ୍ଲୀ ଆସି ମୋତେ ନିମନ୍ତ୍ରଣ କରିଛନ୍ତି । ସିକ୍କିମ ରାଜ୍ୟର ୫୦ତମ ବାର୍ଷିକୀ ପାଇଁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ।

'ସିକ୍କିମ@50' ସମାରୋହକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

May 29th, 09:45 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗ୍ୟାଙ୍ଗଟକରେ 'ସିକ୍କିମ@50' କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା 'ଯେଉଁଠାରେ ପ୍ରଗତି ଉଦ୍ଦେଶ୍ୟ ସହିତ ମିଳିତ ହୁଏ ଏବଂ ପ୍ରକୃତି ବିକାଶକୁ ପ୍ରତିପାଳନ କରେ'।

ଗାନ୍ଧୀନଗରରେ ଗୁଜରାଟର ସହରାଞ୍ଚଳ ବିକାଶର ୨୦ ବର୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

May 27th, 11:30 am

ମଞ୍ଚ ଉପରେ ଉପସ୍ଥିତ ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଜୀ, ସ୍ଥାନୀୟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଜୀ, କେନ୍ଦ୍ରରେ ମନ୍ତ୍ରୀମଣ୍ଡଳ ସହଯୋଗୀ ମନୋହର ଲାଲ ଜୀ, ସି. ଆର. ପାଟିଲ ଜୀ, ଗୁଜରାଟ ସରକାରଙ୍କ ଅନ୍ୟ ମନ୍ତ୍ରୀଗଣ, ସାଂସଦଗଣ, ବିଧାୟକଗଣ ଏବଂ ଗୁଜରାଟର କୋଣ-ଅନୁକୋଣରୁ ଏଠାକୁ ଆସି ଉପସ୍ଥିତ ଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ।

ଗୁଜରାଟ ସହରାଞ୍ଚଳ ବିକାଶ କାହାଣୀର 20 ବର୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ

May 27th, 11:09 am

୧୯୪୭ ମସିହାରେ ଭାରତକୁ ତିନୋଟି ଭାଗରେ ବିଭାଜିତ କରାଯିବା ପରେ ଭାରତ ଉପରେ ହୋଇଥିବା ପ୍ରଥମ ଆତଙ୍କବାଦୀ ଆକ୍ରମଣକୁ ମନେ ପକାଇ ଶ୍ରୀ ମୋଦୀ କହିଥିଲେ ଯେ, ପାକିସ୍ତାନ ଆତଙ୍କବାଦୀମାନଙ୍କୁ ଆଶ୍ରୟ ଦେଇ ଗୋଟିଏ ଅଂଶ ହଡ଼ପ କରିଥିଲା। ସେ ସର୍ଦ୍ଦାର ପଟେଲଙ୍କ ଦୃଷ୍ଟିକୋଣକୁ ମନେ ପକାଇଥିଲେ ଏବଂ କହିଥିଲେ ଯେ ପାକିସ୍ତାନ ଅଧିକୃତ କାଶ୍ମୀର ( ପିଓକେ ) ପୁନରୁଦ୍ଧାର ନହେବା ପର୍ଯ୍ୟନ୍ତ ଭାରତୀୟ ସେନା ଅଟକିବା ଉଚିତ୍ ନୁହେଁ। ତଥାପି, ପଟେଲଙ୍କ ପରାମର୍ଶ ପାଳନ କରାଯାଇ ନଥିଲା ବୋଲି ସେ କହିଥିଲେ। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ, ଆତଙ୍କବାଦର ଏହି ଐତିହ୍ୟ ଗତ 75 ବର୍ଷ ଧରି ଜାରି ରହିଛି ଏବଂ ପହଲଗାଓଁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଏହାର ଆଉ ଏକ ଭୟଙ୍କର ରୂପ ଥିଲା। ସେ ଦୃଢ଼ତାର ସହିତ କହିଥିଲେ ଯେ କୂଟନୈତିକ ଖେଳ ଖେଳିବା ସତ୍ତ୍ୱେ, ପାକିସ୍ତାନ ବାରମ୍ବାର ଯୁଦ୍ଧରେ ଭାରତର ସାମରିକ ଶକ୍ତିର ସମ୍ମୁଖୀନ ହୋଇଛି। ସେ ଉଲ୍ଲେଖ କରିଥିଲେ ଯେ , ତିନି ଥର ଭାରତର ସଶସ୍ତ୍ର ବାହିନୀ ପାକିସ୍ତାନକୁ ନିର୍ଣ୍ଣାୟକ ଭାବରେ ପରାସ୍ତ କରିଥିଲା, ଯାହା ସ୍ପଷ୍ଟ କରେ ଯେ, ପାକିସ୍ତାନ ସିଧାସଳଖ ସାମରିକ ସଂଘର୍ଷରେ ବିଜୟୀ ହୋଇପାରିବ ନାହିଁ। ପାକିସ୍ତାନ ତାର ସୀମା ସମ୍ପର୍କରେ ଜାଣିଛି ବୋଲି ସ୍ୱୀକାର କରି ଶ୍ରୀ ମୋଦୀ କହିଥିଲେ ଯେ , ପଡ଼ୋଶୀ ଦେଶ ଛାୟା ଯୁଦ୍ଧ ଆରମ୍ଭ କରିଛି। ସେ ବ୍ୟାଖ୍ୟା କରିଥିଲେ ଯେ, ପ୍ରଶିକ୍ଷିତ ଆତଙ୍କବାଦୀମାନଙ୍କୁ ରୀତିମତ ସାମରିକ ତାଲିମ ମାଧ୍ୟମରେ ଭାରତରେ ଅନୁପ୍ରବେଶ କରାଯାଉଥିଲା , ଯାହାର ଲକ୍ଷ୍ୟ ଥିଲା ଶାନ୍ତିପୂର୍ଣ୍ଣ ତୀର୍ଥଯାତ୍ରା କରୁଥିବା ଲୋକଙ୍କ ସମେତ ନିରୀହ ଏବଂ ନିରସ୍ତ୍ର ସାଧାରଣ ଲୋକଙ୍କୁ ଟାର୍ଗେଟ କରିବା।

ରାଜସ୍ଥାନର ବିକାନେରରେ ବିକାଶମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

May 22nd, 12:00 pm

ରାଜସ୍ଥାନର ରାଜ୍ୟପାଳ ହରିଭାଉ ବାଗଡେ ଜୀ, ଏଠିକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭଜନ ଲାଲ ଜୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଭଉଣୀ ବସୁନ୍ଧରା ରାଜେ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସାଥି ଅଶ୍ୱିନୀ ବୈଷ୍ଣବ ଜୀ, ଅର୍ଜୁନ ରାମ ମେଘୱାଲ ଜୀ, ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଦିୟା କୁମାରୀ ଜୀ, ପ୍ରେମ ଚାନ୍ଦ ଜୀ, ରାଜସ୍ଥାନ ସରକାରଙ୍କ ଅନ୍ୟ ମନ୍ତ୍ରୀଗଣ, ସଂସଦରେ ମୋର ସାଥି ମଦନ ରାଠୋର ଜୀ, ଅନ୍ୟ ସାଂସଦମାନେ ଏବଂ ବିଧାୟକଗଣ, ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ।

ରାଜସ୍ଥାନର ବିକାନେର ଠାରେ 26,000 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

May 22nd, 11:30 am

ରାଜସ୍ଥାନର ବିକାନେର ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 26,000 କୋଟି ଟଙ୍କାର ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଏବଂ ଦେଶକୁ ସମର୍ପଣ କରିଛନ୍ତି। ଏହି ଅବସରରେ ଉଦବୋଧନ ଦେଇ, ସେ କାର୍ଯ୍ୟକ୍ରମରେ ଉପସ୍ଥିତ ବିଶାଳ ସମାବେଶକୁ ସ୍ୱାଗତ କରିଥିଲେ, ଏବଂ 18ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଅନଲାଇନରେ ଯୋଗ ଦେଇଥିବା ଲୋକଙ୍କ ଗୁରୁତ୍ୱପୂର୍ଣ୍ଣ ଅଂଶଗ୍ରହଣକୁ ସ୍ୱୀକାର କରିଥିଲେ। ସେ ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ ଏବଂ ଅନ୍ୟାନ୍ୟ ଜନପ୍ରତିନିଧିଙ୍କ ଉପସ୍ଥିତି ବିଷୟରେ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ସମସ୍ତ ସମ୍ମାନିତ ବ୍ୟକ୍ତି ଏବଂ ନାଗରିକଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ତାମିଲନାଡ଼ୁର ରାମେଶ୍ୱରମରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

April 06th, 02:00 pm

ତାମିଲନାଡ଼ୁର ରାଜ୍ୟପାଳ, ଶ୍ରୀ ଆର୍. ଏନ୍. ରବି ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ, ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ, ଡକ୍ଟର ଏଲ୍. ମୁରୁଗାନ ଜୀ, ତାମିଲନାଡ଼ୁ ସରକାରଙ୍କ ମନ୍ତ୍ରୀଗଣ, ସାଂସଦଗଣ, ଅନ୍ୟ ବିଶିଷ୍ଟ ଅତିଥିଗଣ, ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ! ]

ତାମିଲନାଡୁର ରାମେଶ୍ୱରମ ଠାରେ ୮,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

April 06th, 01:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର ରାମେଶ୍ୱରମ ଠାରେ ୮,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ଓ ସଡ଼କ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ସେ ଭାରତର ପ୍ରଥମ ଭର୍ଟିକାଲ ଲିଫ୍ଟ ସମୁଦ୍ର ସେତୁ, ନୂଆ ପମ୍ବନ ରେଳ ସେତୁକୁ ଉଦଘାଟନ କରିଥିଲେ ଏବଂ ସଡକ ସେତୁରୁ ଏକ ଟ୍ରେନ ଓ ଜାହାଜକୁ ପତାକା ଦେଖାଇ ଶୁଭାରମ୍ଭ କରିଥଲେ ଏବଂ ସେତୁର ପରିଚାଳନାକୁ ନିରୀକ୍ଷଣ କରିଥିଲେ। ରାମେଶ୍ୱରମସ୍ଥିତ ରାମନାଥସ୍ୱାମୀ ମନ୍ଦିରରେ ମଧ୍ୟ ସେ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ ଯେ ଆଜି ଶ୍ରୀରାମ ନବମୀର ପବିତ୍ର ଅବସର। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଆଜି ସକାଳେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ସୂର୍ଯ୍ୟର ଦିବ୍ୟ କିରଣ ରାମଲାଲାଙ୍କୁ ଭବ୍ୟ ତିଳକରେ ସଜ୍ଜିତ କରିଥିଲା।

Maharashtra will lead the vision of a ’Viksit Bharat’, and the BJP and Mahayuti are working with this commitment: PM in Panvel

November 14th, 02:50 pm

At rally in Panvel, PM Modi highlighted the region's rich marine resources and outlined government efforts to empower the coastal economy. He mentioned initiatives such as the introduction of modern boats and navigation systems, along with the PM Matsya Sampada Yojana, which provided thousands of crores in assistance to fishermen. The government also linked fish farmers to the Kisan Credit Card and launched schemes for the Mahadev Koli and Agari communities. He added that ₹450 crore was being invested to develop three new ports in Konkan, which would further boost fishermen's incomes and support the Blue Economy.

PM Modi delivers impactful addresses in Chhatrapati Sambhajinagar, Panvel & Mumbai, Maharashtra

November 14th, 02:30 pm

In powerful speeches at public meetings in Chhatrapati Sambhajinagar, Panvel & Mumbai, Prime Minister Narendra Modi highlighted the crucial choice facing Maharashtra in the upcoming elections - between patriotism and pisive forces. PM Modi assured the people of Maharashtra that the BJP-Mahayuti government is dedicated to uplifting farmers, empowering youth, supporting women, and advancing marginalized communities.

Ek Hain To Safe Hain: PM Modi in Nashik, Maharashtra

November 08th, 12:10 pm

A large audience gathered for public meeting addressed by Prime Minister Narendra Modi in Nashik, Maharashtra. Reflecting on his strong bond with the state, PM Modi said, “Whenever I’ve sought support from Maharashtra, the people have blessed me wholeheartedly.” He further emphasized, “If Maharashtra moves forward, India will prosper.” Over the past two and a half years, the Mahayuti government has demonstrated the rapid progress the state can achieve.

Article 370 will never return. Baba Saheb’s Constitution will prevail in Kashmir: PM Modi in Dhule, Maharashtra

November 08th, 12:05 pm

A large audience gathered for a public meeting addressed by PM Modi in Dhule, Maharashtra. Reflecting on his bond with Maharashtra, PM Modi said, “Whenever I’ve asked for support from Maharashtra, the people have blessed me wholeheartedly.”

PM Modi addresses public meetings in Dhule & Nashik, Maharashtra

November 08th, 12:00 pm

A large audience gathered for public meetings addressed by Prime Minister Narendra Modi in Dhule and Nashik, Maharashtra. Reflecting on his strong bond with the state, PM Modi said, “Whenever I’ve sought support from Maharashtra, the people have blessed me wholeheartedly.” He further emphasized, “If Maharashtra moves forward, India will prosper.” Over the past two and a half years, the Mahayuti government has demonstrated the rapid progress the state can achieve.

ମହାରାଷ୍ଟ୍ରର ଥାନେରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ସମର୍ପଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 05th, 04:35 pm

ମହାରାଷ୍ଟ୍ରର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ଜୀ, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଜୀ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଜୀ, ଅଜିତ ପାୱାର ଜୀ, ରାଜ୍ୟ ସରକାରଙ୍କ ଅନ୍ୟ ମନ୍ତ୍ରୀଗଣ, ସାଂସଦ, ବିଧାୟକ, ଅନ୍ୟ ବରିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତି ଗଣ ଏବଂ ମହାରାଷ୍ଟ୍ରର ମୋର ପ୍ରିୟ ଭାଇ ଭଉଣୀମାନେ!

ମହାରାଷ୍ଟ୍ରର ଥାନେ ଠାରେ ୩୨,୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

October 05th, 04:30 pm

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାର ମରାଠୀକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରିଛନ୍ତି ଏବଂ ଏହା କେବଳ ମହାରାଷ୍ଟ୍ର ଏବଂ ମରାଠୀ ଭାଷା ପ୍ରତି ସମ୍ମାନ ନୁହେଁ ବରଂ ସେହି ପରମ୍ପରାପ୍ରତି ଏକ ସମ୍ମାନ ଯାହା ଭାରତକୁ ଜ୍ଞାନ, ଦର୍ଶନ, ଆଧ୍ୟାତ୍ମିକତା ଏବଂ ସାହିତ୍ୟର ସମୃଦ୍ଧ ସଂସ୍କୃତି ଦେଇଛି । ଶ୍ରୀ ମୋଦୀ ସମଗ୍ର ବିଶ୍ୱର ସମସ୍ତ ମରାଠୀ ଭାଷୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ମୁମ୍ବାଇଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଦତ୍ତ ଅଭିଭାଷଣ

July 13th, 06:00 pm

ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ରମେଶ ବ୍ୟାସଜୀ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଜୀ, କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ମୋର ସାଥୀ ପୀୟୂଷ ଗୋୟଲଜୀ, ରାମଦାସ ଅଠାବଲେଜୀ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନଭୀସଜୀ, ଅଜିତ ଦାଦା ପାୱାରଜୀ, ରାଜ୍ୟ ସରକାରଙ୍କ ମନ୍ତ୍ରୀ ମଙ୍ଗଳ ପ୍ରଭାତଜୀ, ଦୀପକ କେସରକାଜୀ, ଅନ୍ୟ ସମସ୍ତ ମହାନୁଭବ, ଦେବୀଗଣ ଓ ସଜ୍ଜନବୃନ୍ଦ,

ମହାରାଷ୍ଟ୍ରର ମୁମ୍ବାଇରେ ୨୯,୪୦୦ କୋଟି ରୁ ଅଧିକ ଟଙ୍କାର ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କଲେ ପ୍ରଧାନମନ୍ତ୍ରୀ

July 13th, 05:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ମୁମ୍ବାଇଠାରେ ୨୯,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସଡ଼କ, ରେଳ ଏବଂ ବନ୍ଦର କ୍ଷେତ୍ର ସହ ଜଡ଼ିତ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

Workers of all family-run parties in country are at peak of despair: PM Modi in Kendrapara, Odisha

May 29th, 01:45 pm

Addressing his final rally for the 2024 elections in Odisha, PM Modi addressed a massive gathering in Kendrapara, highlighting the transformative journey ahead for the state. PM Modi expressed his confidence in ushering in a new era of development in Odisha post-June 4th. He said, On June 10th, Odisha will witness the historic oath-taking of the first BJP Chief Minister, who will be a son or daughter of Odisha. He stressed the need for a double-engine government to accelerate Odisha's growth, mirroring the national endorsement of a strong BJP-led government for the third consecutive term.