The trust of 140 crore Indians is our greatest strength and responsibility: PM Modi at the NDA Leaders’ Conclave
June 10th, 06:33 pm
PM Modi addressed the NDA Leaders' Conclave in New Delhi, highlighting the government's commitment to fulfilling the aspirations of 140 crore Indians and accelerating India's journey towards a Viksit Bharat. Speaking at the NDA Conclave at Bharat Mandapam after becoming the longest continuously serving elected Prime Minister of India, he said, To have the opportunity to serve Maa Bharti for such a long time is possible only through God's blessings. For me, 'Janta Janardan' is God.PM Modi addresses NDA Leaders' Conclave, reaffirms commitment to Viksit Bharat
June 10th, 06:30 pm
PM Modi addressed the NDA Leaders' Conclave in New Delhi, highlighting the government's commitment to fulfilling the aspirations of 140 crore Indians and accelerating India's journey towards a Viksit Bharat. Speaking at the NDA Conclave at Bharat Mandapam after becoming the longest continuously serving elected Prime Minister of India, he said, To have the opportunity to serve Maa Bharti for such a long time is possible only through God's blessings. For me, 'Janta Janardan' is God.ସୋମନାଥ ମନ୍ଦିର ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ
May 11th, 12:28 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୋମନାଥ ମନ୍ଦିର ପରିଦର୍ଶନ କରିଛନ୍ତି ଏବଂ ପୁନଃନିର୍ମାଣ ମନ୍ଦିର ଭକ୍ତମାନଙ୍କ ପାଇଁ ଏହାର ଦ୍ୱାର ଖୋଲିବାର ୭୫ ବର୍ଷ ପୂର୍ତ୍ତି ଅବସରରେ ନିଜକୁ ଧନ୍ୟ ମନେ କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି ।ଗୁଜରାଟର ପ୍ରଭାସ ପାଟଣରେ ଆୟୋଜିତ ‘ସୋମନାଥ ଅମୃତ ମହୋତ୍ସବ’ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
May 11th, 10:20 am
ଆଜି, ପ୍ରଭାସ ପାଟଣର ଏହି ପବିତ୍ର କ୍ଷେତ୍ର ଏକ ଚମତ୍କାର ଆଲୋକରେ ଝଲସୁଛି। ମହାଦେବଙ୍କର ଏହି ଦିବ୍ୟ ପ୍ରକାଶ - ଏହି ସୌନ୍ଦର୍ଯ୍ୟ, ପୃଥିବୀ ଓ ଆକାଶ ଉଭୟରୁ ହେଉଥିବା ପୁଷ୍ପବର୍ଷା, ଭବ୍ୟ ପତାକାର ଆଲୋକମୟ ଆଭା, କଳା, ସଙ୍ଗୀତ ଓ ନୃତ୍ୟର ଉତ୍କୃଷ୍ଟ ପ୍ରଦର୍ଶନ, ବୈଦିକ ମନ୍ତ୍ରର ପ୍ରତିଧ୍ୱନିତ ଜପ, ଗର୍ଭଗୃହ ମଧ୍ୟରେ ଚାଲୁଥିବା ‘ଶିବ ପଞ୍ଚାକ୍ଷରୀ’ର ଅଖଣ୍ଡ ପାଠ ଏବଂ ଏହା ସହିତ ସମୁଦ୍ର ତରଙ୍ଗର ପ୍ରକମ୍ପିତ ଗର୍ଜନ; ଏମିତି ଅନୁଭବ ହେଉଛି ଯେପରି ସମଗ୍ର ବ୍ରହ୍ମାଣ୍ଡ ଏକ ସ୍ୱରରେ କଥା କହୁଛି: ସୋମନାଥଙ୍କର ଜୟ! ସୋମନାଥଙ୍କର ଜୟ!ସୋମନାଥ ଅମୃତ ମହୋତ୍ସବରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
May 11th, 10:15 am
ଶ୍ରୀ ସୋମନାଥ ମନ୍ଦିର ପୁନରୁଦ୍ଧାରର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ସୋମନାଥ ମନ୍ଦିର ପରିସରରେ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମକୁ କେବଳ ଏକ ଆନୁଷ୍ଠାନିକ ଉତ୍ସବ ନୁହେଁ, ବରଂ ଭାରତର ଶାଶ୍ୱତ ଚେତନା ଏବଂ ସଭ୍ୟତାଗତ ଶକ୍ତି ଭାବେ ବର୍ଣ୍ଣନା କରିଥିଲେ। ଏହି ଐତିହାସିକ ସମାବେଶରେ ଦିବ୍ୟ ଭକ୍ତି ଏବଂ ରାଷ୍ଟ୍ରୀୟ ଗୌରବର ଏକ ଉଲ୍ଲେଖନୀୟ ସଙ୍ଗମ ଦେଖିବାକୁ ମିଳିଥିଲା । ବୈଦିକ ମନ୍ତ୍ର, ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ଏବଂ ସମୁଦ୍ର ଲହଡ଼ିର ଗର୍ଜନ ସହିତ ଏହି ପବିତ୍ର ସ୍ଥାନର ପୁନଃନିର୍ମାଣ ଉତ୍ସବକୁ ଭବ୍ୟ ଆକାରରେ ପାଳନ କରାଯାଇଥିଲା ।ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 28th, 12:15 pm
ଉଦଘାଟନ ହୋଇଗଲା ? ଉଦଘାଟନ ହୋଇଗଲା ? ନା, ଏବେ ଅଧା କାମ ହୋଇଛି। ମୁଁ କେବଳ ସେହି ପରଦା ହଟାଇଛି, କିନ୍ତୁ ଆଜି ମୁଁ ଚାହୁଁଛି ଯେ ଏହି ବିମାନବନ୍ଦରର ଉଦଘାଟନ ଅବସରରେ ଏଠାରେ ଯିଏ କେହି ଉପସ୍ଥିତ ଅଛନ୍ତି , ଆପଣମାନେ ସମସ୍ତେ ଏହା କରନ୍ତୁ , ଏବଂ ସେଥିପାଇଁ ଆପଣ ଆପଣଙ୍କର ମୋବାଇଲ୍ ଫୋନ୍ ବାହାର କରନ୍ତୁ ଏବଂ ମୋବାଇଲ୍ ଫୋନ୍ର ଫ୍ଲାସ୍ ଲାଇଟ୍କୁ ଅନ୍ କରନ୍ତୁ ଏବଂ ଭାବନ୍ତୁ ଆପଣ ଏହାର ଉଦ୍ଘାଟନ କରୁଛନ୍ତି । ଆପଣ ଦୀପ ଜାଳି ଏଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ବ୍ୟକ୍ତି , ଆଜି ଏହି ବିମାନବନ୍ଦରର ଉଦଘାଟନ କରୁଛନ୍ତି। ଏହା ଆପଣଙ୍କର ସମ୍ପତ୍ତି, ଏହା ଆପଣଙ୍କର ଭବିଷ୍ୟତ, ଏହା ଆପଣଙ୍କର କଠିନ ପରିଶ୍ରମ ଏବଂ ସେଥିପାଇଁ ଏହାର ଉଦଘାଟନ ମଧ୍ୟ ଆପଣମାନଙ୍କ ହାତରେ କରାଯାଉଛି , ଆପଣ ଆପଣଙ୍କର ଭାରତ ମାତାର ଜୟ କହି, ହାତ ଉଠାଇ, ସମ୍ପୂର୍ଣ୍ଣ ଟର୍ଚ୍ଚଲାଇଟ୍ ଦେଖାନ୍ତୁ। ଭାରତ ମାତାର ଜୟ। ଭାରତ ମାତାର ଜୟ। ଭାରତ ମାତାର ଜୟ। ଅନେକ - ଅନେକ ଧନ୍ୟବାଦ। ଏବେ ଉଦଘାଟନ ହୋଇଗଲା ।୧୧,୨୦୦ କୋଟି ଟଙ୍କା ନିବେଶରେ ନିର୍ମିତ ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟାୟ-୧ର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
March 28th, 12:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ଜିଓ୍ବାରଠାରେ ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦରର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଗର୍ବ ଓ ଆନନ୍ଦ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ବିକଶିତ ଉତ୍ତରପ୍ରଦେଶ ଓ ବିକଶିତ ଭାରତ ଅଭିଯାନ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ାଯାଇଛି। ଭାରତର ବୃହତ୍ତମ ରାଜ୍ୟ ଏବେ ସର୍ବାଧିକ ସଂଖ୍ୟକ ଅନ୍ତର୍ଜାତୀୟ ବିମାନବନ୍ଦର ଥିବା ରାଜ୍ୟମାନଙ୍କ ମଧ୍ୟରେ ଅନ୍ୟତମ ପାଲଟିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ସେ ଦୁଇଗୁଣ ଆନନ୍ଦ ଅନୁଭବ କରୁଛନ୍ତି, ପ୍ରଥମତଃ ସେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଓ ଏବେ ଉଦ୍ଘାଟନ ମଧ୍ୟ କରିଛନ୍ତି ଓ ଦ୍ବିତୀୟତଃ ଏହି ବିମାନବନ୍ଦରର ନାମ ଉତ୍ତରପ୍ରଦେଶ ସହିତ ସଂପର୍କିତ ରହିଛି। “ଏହି ରାଜ୍ୟ ମୋତେ ନିଜର ପ୍ରତିନିଧି ଭାବେ ସଂସଦକୁ ପଠାଇଥିଲା ଓ ଏହାର ନାମ ଏବେ ଏହି ଭବ୍ୟ ବିମାନବନ୍ଦର ସହ ଯୋଡ଼ି ହୋଇଛି।The greatest pride of my life is that I am a karyakarta of the Bharatiya Janata Party: PM Modi at BJP HQ
January 20th, 11:16 am
Prime Minister Narendra Modi today addressed party leaders and karyakartas during the felicitation ceremony of the newly elected BJP President, Nitin Nabin, at the party headquarters in New Delhi. Congratulating Nitin Nabin, the Prime Minister said, “The organisational election process reflects the BJP’s commitment to internal democracy, discipline and a karyakarta-centric culture. I congratulate karyakartas across the country for strengthening this democratic exercise.”PM Modi addresses BJP karyakartas at felicitation of New Party President
January 20th, 11:15 am
Prime Minister Narendra Modi today addressed party leaders and karyakartas during the felicitation ceremony of the newly elected BJP President, Nitin Nabin, at the party headquarters in New Delhi. Congratulating Nitin Nabin, the Prime Minister said, “The organisational election process reflects the BJP’s commitment to internal democracy, discipline and a karyakarta-centric culture. I congratulate karyakartas across the country for strengthening this democratic exercise.”ଲକ୍ଷ୍ନୌରେ ରାଷ୍ଟ୍ର ପ୍ରେରଣା ସ୍ଥଳ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 25th, 06:16 pm
ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ ପଟେଲ, ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ବରିଷ୍ଠ ସହଯୋଗୀ ଏବଂ ଲକ୍ଷ୍ନୌର ସାଂସଦ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜୀ, ବିଜେପିର ଉତ୍ତର ପ୍ରଦେଶ ଅଧ୍ୟକ୍ଷ ଓ କେନ୍ଦ୍ର ପରିଷଦରେ ମୋର ସହଯୋଗୀ ଶ୍ରୀମାନ ପଙ୍କଜ ଚୌଧୁରୀ, ରାଜ୍ୟ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ବ୍ରଜେଶ ପାଠକ ଜୀ, ଉପସ୍ଥିତ ଅନ୍ୟ ମନ୍ତ୍ରୀଗଣ, ଜନପ୍ରତିନିଧିମାନେ, ମହିଳା ଏବଂ ସଜ୍ଜନମାନେ,ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ରାଷ୍ଟ୍ର ପ୍ରେରଣା ସ୍ଥଳକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
December 25th, 05:23 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀ ଏବଂ ଆଦର୍ଶକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ରାଷ୍ଟ୍ର ପ୍ରେରଣା ସ୍ଥଳର ଉଦଘାଟନ କରିଛନ୍ତି। ଶ୍ରୀ ବାଜପେୟୀଙ୍କ ୧୦୧ତମ ଜନ୍ମବାର୍ଷିକୀ ଅବସରର ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଲକ୍ଷ୍ନୌ ଭୂମି ଏକ ନୂତନ ପ୍ରେରଣାର ସାକ୍ଷୀ ହେବାକୁ ଯାଉଛି। ଏହା ସହ ସେ ଦେଶ ଏବଂ ବିଶ୍ୱକୁ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଥିଲେ। ଭାରତରେ ମଧ୍ୟ ଲକ୍ଷ ଲକ୍ଷ ଖ୍ରୀଷ୍ଟିଆନ ପରିବାର ଆଜି ଏହି ପର୍ବ ପାଳନ କରୁଛନ୍ତି ବୋଲି ଶ୍ରୀ ମୋଦୀ ଆଲୋକପାତ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଖ୍ରୀଷ୍ଟମାସର ଏହି ଉତ୍ସବ ସମସ୍ତଙ୍କ ଜୀବନରେ ଖୁସି ଆଣିବା ଉଚିତ, ଯାହା ଯେଉଛି ଆମ ସମସ୍ତଙ୍କର ସାମୂହିକ ଇଚ୍ଛା।Prime Minister pays tributes to Shri Atal Bihari Vajpayee ji at ‘Sadaiv Atal’
December 25th, 11:21 am
On the occasion of birth anniversary of former PM Vajpayee, PM Modi paid tributes at Sadaiv Atal. He stated that Atal ji’s life was dedicated to public service and national service, and that he will always continue to inspire the people of the country.ସମ୍ମାନନୀୟ ଅଟଳ ଜୀଙ୍କ ଜୀବନରୁ ପ୍ରେରଣା ନେବା ଉପରେ ଗୁରୁତ୍ୱାରୋପ କରି ସଂସ୍କୃତ ସୁଭାଶିତମ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
December 25th, 08:58 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସମ୍ମାନନୀୟ ଅଟଳ ଜୀଙ୍କ ଜୟନ୍ତୀ ଅବସରରେ ତାଙ୍କ ଜୀବନରୁ ପ୍ରେରଣା ନେବା ଉପରେ ଗୁରୁତ୍ୱାରୋପ କରି ଏକ ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି –ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
December 25th, 08:43 am
ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ସେ ତାଙ୍କର ସମଗ୍ର ଜୀବନ ସୁଶାସନ ଏବଂ ରାଷ୍ଟ୍ର ନିର୍ମାଣ ପାଇଁ ଉତ୍ସର୍ଗ କରିଥିଲେ। ସେ କେବଳ ଜଣେ ପ୍ରବକ୍ତା ଭାବେ ନୁହେଁ, ବରଂ ଜଣେ ଉତ୍ସାହୀ କବି ଭାବେ ମଧ୍ୟ ସର୍ବଦା ସ୍ମରଣୀୟ ହୋଇ ରହିବେ। ତାଙ୍କର ବ୍ୟକ୍ତିତ୍ୱ, କାର୍ଯ୍ୟ ଏବଂ ନେତୃତ୍ୱ ଦେଶର ସାମଗ୍ରିକ ବିକାଶ ପାଇଁ ପଥପ୍ରଦର୍ଶକ ଭାବେ କାର୍ଯ୍ୟ ଜାରି ରଖିବେ ବୋଲି ଶ୍ରୀ ମୋଦୀ କହିଛନ୍ତି।ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜୟନ୍ତୀ ଅବସରରେ ଡିସେମ୍ବର ୨୫ ତାରିଖରେ ଉତ୍ତରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
December 24th, 11:04 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜୟନ୍ତୀ ଅବସରରେ ଆସନ୍ତା ଡିସେମ୍ବର ୨୫ ତାରିଖରେ ଉତ୍ତରପ୍ରଦେଶର ଲକ୍ଷ୍ନୌ ଗସ୍ତ କରିବେ। ଅପରାହ୍ନ ପ୍ରାୟ ୨.୩୦ରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ପ୍ରେରଣା ସ୍ଥଳକୁ ଉଦଘାଟନ କରି ଉପସ୍ଥିତ ଜନସଭାକୁ ସମ୍ବୋଧିତ କରିବେ।ଓମାନରେ ଭାରତୀୟ ଛାତ୍ର ଏବଂ ଭାରତୀୟ ସମ୍ପ୍ରଦାୟକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
December 20th, 03:20 pm
ଆସାମର ମାଟି ସହିତ ମୋର ସଂଲଗ୍ନତା, ଏଠାକାର ଲୋକମାନଙ୍କର ସ୍ନେହ ତଥା ପ୍ରେମ ଏବଂ ବିଶେଷକରି ଆସାମ ଏବଂ ଉତ୍ତର-ପୂର୍ବର ମାଆ ଓ ଭଉଣୀମାନଙ୍କ ଭଲପାଇବା ମୋତେ ସବୁବେଳେ ପ୍ରେରିତ କରିଥାଏ ଏବଂ ଉତ୍ତର ପୂର୍ବାଞ୍ଚଳର ବିକାଶ ପାଇଁ ଆମର ସଂକଳ୍ପକୁ ଅଧିକ ଦୃଢ଼ କରିଥାଏ । ମୁଁ ଦେଖୁଛି ଯେ, ଆଜି ପୁଣି ଥରେ ଆସାମର ବିକାଶରେ ଏକ ନୂଆ ଅଧ୍ୟାୟ ଯୋଡା ହେଉଛି, ଏବଂ ଏପରି ସମୟରେ ଭାରତ ରତ୍ନ ଭୁପେନ ଦା’ଙ୍କ ପଙ୍କ୍ତି ଉପଯୁକ୍ତ ମନେ ହେଉଛି । ଲୁଇଦୋର ପାର ଜିଲିକାଇ ଟୁଲିବୋଲୋଇ, ଆମି ପ୍ରୋତିଜ୍ଞାବୋଦ୍ଧ! ଆମି ହୋନˆଲ୍ପବୋଦ୍ଧ! ଅର୍ଥାତ୍ ଲୁଇତ୍ ନଦୀର କୂଳ ଉଜ୍ଜ୍ୱଳ ହେବ, ଅନ୍ଧକାର ପ୍ରତ୍ୟେକ କାନ୍ଥ ଭାଙ୍ଗିବ ଏବଂ ଏହା ନିଶ୍ଚିତ ଭାବରେ ଘଟିବ, ଏହା ଆମର ସଂକଳ୍ପ, ଏହା ଆମର ପ୍ରତିଶୃତି ।ଆସାମର ଗୌହାଟୀରେ ଲୋକପ୍ରିୟ ଗୋପୀନାଥ ବାର୍ଦୋଲୋଇ ଅନ୍ତର୍ଜାତୀୟ ବିମାନବନ୍ଦରର ନୂତନ ଟର୍ମିନାଲ ବିଲ୍ଡିଂ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
December 20th, 03:10 pm
୨୦.୧୨.୨୨୫ : ଆସାମର ସଂଯୋଗୀକରଣ, ଆର୍ଥିକ ବିସ୍ତାର ଏବଂ ବିଶ୍ୱସ୍ତରୀୟ ସମ୍ପର୍କ କ୍ଷେତ୍ରରେ ଏକ ପରିବର୍ତ୍ତନମୂଳକ ମାଇଲଖୁଣ୍ଟ ଭାବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୌହାଟୀରେ ଲୋକପ୍ରିୟ ଗୋପୀନାଥ ବର୍ଦୋଲୋଇ ଅନ୍ତର୍ଜାତୀୟ ବିମାନବନ୍ଦରର ନୂତନ ଟର୍ମିନାଲ କୋଠା ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଛନ୍ତି ଯେ ଆଜି ଆସାମ ଏବଂ ଉତ୍ତର-ପୂର୍ବାଞ୍ଚଳର ବିକାଶ ଏବଂ ପ୍ରଗତି ପର୍ବ। ସେ ଆଲୋକପାତ କରିଛନ୍ତି ଯେ, ଯେତେବେଳେ ପ୍ରଗତିର ଆଲୋକ ଲୋକଙ୍କ ପାଖରେ ପହଞ୍ଚେ, ଜୀବନର ପ୍ରତ୍ୟେକ ପଥ ନୂତନ ଉଚ୍ଚତା ଛୁଇଁବା ଆରମ୍ଭ କରେ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଆସାମ ଭୂମି ପ୍ରତି ତାଙ୍କର ଗଭୀର ଆସକ୍ତି, ଏହାର ଲୋକଙ୍କ ପ୍ରେମ ଏବଂ ସ୍ନେହ, ଏବଂ ବିଶେଷକରି ଆସାମ ଏବଂ ଉତ୍ତର-ପୂର୍ବାଞ୍ଚଳର ମା' ଓ ଭଉଣୀମାନଙ୍କ ଆତିଥ୍ୟ ଏବଂ ଆତ୍ମୀୟତା ତାଙ୍କୁ ନିରନ୍ତର ଅନୁପ୍ରାଣିତ କରେ ଏବଂ ଏହି ଅଞ୍ଚଳର ବିକାଶ ପାଇଁ ସାମୂହିକ ସଂକଳ୍ପକୁ ମଜବୁତ କରେ। ଯେ ଆଜି ପୁଣି ଥରେ ଆସାମର ବିକାଶରେ ଏକ ନୂତନ ଅଧ୍ୟାୟ ଯୋଡା ହେଉଛି। ଭାରତରତ୍ନ ଭୂପେନ ହଜାରିକାଙ୍କ ଧାଡ଼ିକୁ ଉଲ୍ଲେଖ କରି ଶ୍ରୀ ମୋଦୀ ଜୋର ଦେଇ କହିଛନ୍ତି ଯେ ଏହାର ଅର୍ଥ ହେଉଛି ମହାଶକ୍ତିଶାଳୀ ବ୍ରହ୍ମପୁତ୍ର ନଦୀର କୂଳ ଉଜ୍ଜ୍ୱଳ ହେବ, ଅନ୍ଧାରର ପ୍ରତ୍ୟେକ ପ୍ରାଚୀର ଭାଙ୍ଗିଯିବ, ଏବଂ ଏହା ନିଶ୍ଚିତ ଭାବରେ ଘଟିବ କାରଣ ଏହା ଦେଶର ସଂକଳ୍ପ ଏବଂ ଗମ୍ଭୀର ପ୍ରତିଜ୍ଞା।ଗୁଜରାଟର ଡେଡିଆପଡ଼ାରେ 'ଜନଜାତି ଗୌରବ ଦିବସ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 15th, 03:15 pm
ମା’ ନର୍ମଦାର ଏହି ପବିତ୍ର ଭୂମି ଆଜି ପୁଣି ଥରେ ଏକ ଐତିହାସିକ ଘଟଣାର ସାକ୍ଷୀ ହେଉଛି। ଠିକ୍ ଅକ୍ଟୋବର ୩୧ ତାରିଖରେ ଆମେ ଏଠାରେ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ କରିଥିଲୁ। ଆମର ଏକତା ଏବଂ ବିବିଧତାକୁ ପାଳନ ପାଇଁ ଭାରତ ପର୍ବ ଆରମ୍ଭ ହୋଇଛି ଏବଂ ଆଜି, ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳନ କରୁଥିବା ଏହି ଭବ୍ୟ ସମାରୋହ ସହିତ, ଆମେ ଭାରତ ପର୍ବର ପୂର୍ଣ୍ଣତାର ସାକ୍ଷୀ ହୋଇ ରହିଛି । ଏହି ପବିତ୍ର ଅବସରରେ ମୁଁ ଭଗବାନ ବିର୍ସା ମୁଣ୍ଡାଙ୍କୁ ପ୍ରଣାମ କରୁଛି। ସ୍ୱାଧୀନତା ଆନ୍ଦୋଳନ ସମୟରେ ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ସମଗ୍ର ଜନ ଜାତୀୟ କ୍ଷେତ୍ରରେ, ସ୍ୱାଧୀନତାର ଅଗ୍ନି ପ୍ରଜ୍ଵଳିତ କରିଥିବା ଗୋବିନ୍ଦ ଗୁରୁଙ୍କ ଆର୍ଶୀବାଦ ମଧ୍ୟ ଆମ ସମସ୍ତଙ୍କ ସହ ଯୋଡି ହୋଇଛି। ମୁଁ ଏହି ମଞ୍ଚରୁ ଗୋବିନ୍ଦ ଗୁରୁଙ୍କୁ ମଧ୍ୟ ପ୍ରଣାମ କରୁଛି। କିଛି ସମୟ ପୂର୍ବରୁ ମୋତେ ମଧ୍ୟ ଦେବମୋଗରା ମାତାଙ୍କ ଦର୍ଶନ କରିବାର ସୌଭାଗ୍ୟ ମିଳିଥିଲା। ମୁଁ ମା’ଙ୍କ ଚରଣରେ ମଧ୍ୟ ପ୍ରଣାମ କରୁଛି। ଖୁବ ଲୋକ ଜାଣିଥିବେ, କାଶୀ ବିଶ୍ୱନାଥ କରିଡର, ଉଜ୍ଜୈନ ମହାକାଳ କରିଡର, ଅଯୋଧ୍ୟା ରାମ ମନ୍ଦିର, କେଦାରନାଥ ଧାମ ବିଷୟରେ ଆଲୋଚନା ହୋଇଥାଏ । ଗତ ଦଶନ୍ଧି ମଧ୍ୟରେ ଏଭଳି ଅନେକ ଧାର୍ମିକ ଏବଂ ଐତିହାସିକ ସ୍ଥାନ ବିକଶିତ ହୋଇଛି। କିନ୍ତୁ ଖୁବ୍ କମ୍ ଲୋକ ଜାଣିଥିବେ ଯେ ୨୦୦୩ ମସିହାରେ ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ଭାବରେ ଝିଅମାନଙ୍କ ଶିକ୍ଷା ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରେଲିଆ ପାଟନଙ୍କୁ ଆସିଥିଲି, ସେତେବେଳେ ମୁଁ ମା 'ଙ୍କୁ ପ୍ରଣାମ କରିବାକୁ ଆସିଥିଲି ଏବଂ ସେହି ସମୟରେ ଏମିତି ଅବସ୍ଥା ଥିଲା ଯେ ମୁଁ ଦେଖିଥିଲି, କେବଳ ଏକ ଛୋଟ ଝୁମ୍ପୁଡ଼ି ଭଳି ସ୍ଥାନ ଥିଲା। ମୁଁ ଗର୍ବର ସହ କହିପାରିବି ଯେ ମୁଁ ମୋ ଜୀବନରେ କରିଥିବା ସମସ୍ତ ପ୍ରମୁଖ ବିକାଶ କାର୍ଯ୍ୟ ମଧ୍ୟରେ ଦେବମୋଗରା ମାତାଙ୍କ ସ୍ଥାନରୁ ବିକାଶ କାର୍ଯ୍ୟ ସହିତ ଆରମ୍ଭ ହୋଇଥିଲା। ଏବଂ ଆଜି ଯେତେବେଳେ ମୁଁ ଏହି ସ୍ଥାନ ପରିଦର୍ଶନ କଲି, ସେତେବେଳେ ମୋତେ ଏହା ଦେଖି ବହୁତ ଖୁସି ଲାଗିଲା ଯେ ଲକ୍ଷ ଲକ୍ଷ ଲୋକ, ବିଶେଷ କରି ଆମର ଆଦିବାସୀ ଭାଇ ଓ ଭଉଣୀମାନେ, ଏବେ ମା 'ଙ୍କ ପ୍ରତି ଅପାର ଭକ୍ତି ସହିତ ସେଠାକୁ ଆସୁଛନ୍ତି।ଗୁଜୁରାଟ ଡେଡିଆପଡାରେ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
November 15th, 03:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଡେଡିଆପଡ଼ାରେ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି। ଏହି ଅବସରରେ, ସେ ୯,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଭିତ୍ତିଭୂମି ଏବଂ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ମା’ ନର୍ମଦାର ପବିତ୍ର ଭୂମି ଆଜି ଆଉ ଏକ ଐତିହାସିକ ଘଟଣାର ସାକ୍ଷୀ ହେଉଛି ବୋଲି କହି ଶ୍ରୀ ମୋଦୀ ସ୍ମରଣ କରିଛନ୍ତି ଯେ, ୩୧ ଅକ୍ଟୋବରରେ, ଭାରତର ଏକତା ଏବଂ ବିବିଧତାକୁ ପାଳନ କରିବା ପାଇଁ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ସେହି ସ୍ଥାନରେ ପାଳନ କରାଯାଇଥିଲା, ଭାରତ ପର୍ବ ଆରମ୍ଭ ହୋଇଥିଲା। ଆଜି ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀର ମହାନ ଉତ୍ସବ ସହିତ, ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ, ଆମେ ଭାରତ ପର୍ବର ପରିଣାମ ଦେଖୁଛୁ। ଏହି ପବିତ୍ର ଅବସରରେ ସେ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି ଯେ, ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ସମଗ୍ର ଆଦିବାସୀ ଅଞ୍ଚଳରେ ସ୍ୱାଧୀନତାର ଭାବନା ଜାଗ୍ରତ କରିଥିବା ଗୋବିନ୍ଦ ଗୁରୁଙ୍କ ଆଶୀର୍ବାଦ ମଧ୍ୟ ଏହି କାର୍ଯ୍ୟକ୍ରମ ସହିତ ଜଡିତ। ମଞ୍ଚ ଉପରୁ ସେ ଗୋବିନ୍ଦ ଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କୁ କିଛି ସମୟ ପୂର୍ବରୁ ଦେବମୋଗ୍ରା ମାତାଙ୍କ ମନ୍ଦିରକୁ ଯିବାର ସୌଭାଗ୍ୟ ମିଳିଥିଲା ଏବଂ ପୁଣି ଥରେ ତାଙ୍କ ପାଦ ତଳେ ପ୍ରଣାମ କରିଥିଲେ।ଡେରାଡୁନରେ ଉତ୍ତରାଖଣ୍ଡ ପ୍ରତିଷ୍ଠାର ରଜତ ଜୟନ୍ତୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
November 09th, 01:00 pm
ଦେବଭୂମି ଉତ୍ତରାଖଣ୍ଡର ମୋର ଭାଇ-ବନ୍ଧୁ, ବଡ଼ ଭଉଣୀ-ସାନ ଭଉଣୀ, ବୟସ୍କ-ଯୁବକ । ଆପଣ ସମସ୍ତଙ୍କୁ ମୋର ନମସ୍କାର ।