In India, Tradition meets innovation, Spirituality meets science, and curiosity meets creativity: PM Modi

August 12th, 04:34 pm

Addressing the 18th International Olympiad on Astronomy and Astrophysics, PM Modi affirmed that India is deeply committed to nurturing scientific curiosity and empowering young minds. The PM highlighted the ‘One Nation One Subscription’ scheme that provides access to reputed international journals to students and researchers. He encouraged participants to align their efforts with the goal of benefiting humanity.

ଅଷ୍ଟାଦଶ ଅନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନ ଏବଂ ନଭୋବିଦ୍ୟା ବିଜ୍ଞାନ ଅଲମ୍ପିଆଡକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

August 12th, 04:33 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଅଷ୍ଟାଦଶ ଅନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନ ଏବଂ ନଭୋବିଦ୍ୟା ବିଜ୍ଞାନ (ଆଷ୍ଟ୍ରୋନୋମି ଏବଂ ଆଷ୍ଟ୍ରୋଫିଜିକ୍ସ) ଅଲମ୍ପିଆଡକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ, ପ୍ରଧାନମନ୍ତ୍ରୀ ୬୪ଟି ଦେଶର ୩୦୦ ରୁ ଅଧିକ ଅଂଶଗ୍ରହଣକାରୀଙ୍କ ସହ ଯୋଡି ହୋଇଥିବାରୁ ଆନନ୍ଦ ପ୍ରକାଶ କରିଛନ୍ତି । ସେ ଅନ୍ତର୍ଜାତୀୟ ଅଲମ୍ପିଆଡ ପାଇଁ ସେମାନଙ୍କୁ ଭାରତରେ ସ୍ୱାଗତ କରିଛନ୍ତି । ସେ କହିଛନ୍ତି, ଭାରତରେ, ପରମ୍ପରା ନବସୃଜନ ସହିତ, ଆଧ୍ୟାତ୍ମିକତା ବିଜ୍ଞାନ ସହିତ ଏବଂ କୌତୁହଳ ସୃଜନଶୀଳତା ସହିତ ମିଶିଛି । ଶହ ଶହ ବର୍ଷ ଧରି, ଭାରତୀୟମାନେ ଆକାଶକୁ ଅବଲୋକନ କରି ବଡ଼ ବଡ ପ୍ରଶ୍ନ ପଚାରି ଆସୁଛନ୍ତି ବୋଲି ଶ୍ରୀ ମୋଦୀ ସୂଚନା ଦେଇଥିଲେ। ପ୍ରଧାନମନ୍ତ୍ରୀ ଆର୍ଯ୍ୟଭଟ୍ଟଙ୍କ ଉଦାହରଣ ଦେଇଥିଲେ , ଯିଏକି ପଞ୍ଚମ ଶତାବ୍ଦୀରେ ଶୂନ (୦)ର ଉଦ୍ଭାବନ କରିଥିଲେ। ପୃଥିବୀ ନିଜ ଅକ୍ଷ ଚାରି ପାଖରେ ଘୂରେ ବୋଲି ସେ ପ୍ରଥମେ କହିଥିଲେ। ‘‘କହିବାକୁ ଗଲେ, ସେ ଶୂନ୍ୟରୁ ଆରମ୍ଭ କରିଥିଲେ ଏବଂ ଇତିହାସ ସୃଷ୍ଟି କରିଥିଲେ!’’ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।

2047 ରେ ବିକଶିତ ଭାରତର ମାର୍ଗ ଆତ୍ମନିର୍ଭରଶୀଳତା ମାଧ୍ୟମରେ ଯାଇଛି: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ

July 27th, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ଆଉ ଥରେ ଦେଶର ସଫଳତା ଏବଂ ଦେଶବାସୀଙ୍କ ଉପଲବ୍ଧି ବିଷୟରେ କଥା ହେବା । ଗତ କିଛି ସପ୍ତାହରେ କ୍ରୀଡ଼ା ହେଉ, ବିଜ୍ଞାନ ହେଉ କିମ୍ବା ସଂସ୍କୃତି ହେଉ, ବହୁତ କିଛି ଏମିତି ହୋଇଛି, ଯାହା ଉପରେ ପ୍ରତ୍ୟେକ ଭାରତବାସୀ ଗର୍ବିତ । ଏବେ ନିକଟରେ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶରୁ ଫେରିବାକୁ ନେଇ ଦେଶରେ ବହୁତ ଚର୍ଚ୍ଚା ହେଲା । ଶୁଭାଂଶୁ ଯେମିତି ପୃଥିବୀପୃଷ୍ଠରେ ସୁରକ୍ଷିତ ଭାବେ ଓହ୍ଲାଇଲେ, ଲୋକେ ଉତ୍ସାହିତ ହୋଇଉଠିଲେ । ପ୍ରତ୍ୟେକ ହୃଦୟରେ ଖୁସିର ଲହରି ଖେଳିଗଲା । ସମଗ୍ର ଦେଶ ଗର୍ବରେ ପରିପୂର୍ଣ୍ଣ ହୋଇଗଲା । ମୋର ମନେଅଛି, ଯେତେବେଳେ ଅଗଷ୍ଟ ୨୦୨୩ରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ହୋଇଥିଲା, ସେତେବେଳେ ଦେଶରେ ଗୋଟିଏ ନୂଆ ବାତାବରଣ ସୃଷ୍ଟି ହୋଇଥିଲା । ବିଜ୍ଞାନକୁ ନେଇ, ମହାକାଶକୁ ନେଇ ପିଲାମାନଙ୍କ ମନରେ ଏକ ନୂଆ ଜିଜ୍ଞାସା ମଧ୍ୟ ଜାଗ୍ରତ ହୋଇଥିଲା । ଏବେ ଛୋଟ ଛୋଟ ପିଲାମାନେ କହୁଛନ୍ତି, ଆମେ ବି ମହାକାଶକୁ ଯିବୁ । ଆମେ ବି ଚନ୍ଦ୍ରପୃଷ୍ଠରେ ଓହ୍ଲାଇବୁ – ମହାକାଶ ବିଜ୍ଞାନୀ ହେବୁ ।

ଡ. ଜୟନ୍ତ ନର୍ଲିକରଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

May 20th, 01:49 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଷ୍ଟ୍ରୋ ଫିଜିକ୍ସ କ୍ଷେତ୍ରର ପରିଚିତ ବ୍ୟକ୍ତିତ୍ୱ ଡ. ଜୟନ୍ତ ନର୍ଲିକରଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି ।

ପ୍ରଫେସର ଶଶିକୁମାର ଚିତ୍ରେଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

January 11th, 11:06 am

ପ୍ରଫେସର ଶଶିକୁମାର ଚିତ୍ରେଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।