ଗୌହାଟିରେ ଏକ ପାରମ୍ପରିକ ବୋଡୋ ସାଂସ୍କୃତିକ କାର୍ଯ୍ୟକ୍ରମ ବାଗୁରୁମ୍ବା ଦୋହୋ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ।
January 17th, 06:30 pm
କଣ ଖବର ? ମାଘ ବିହୁ ଏବଂ ମାଘ ଦୋମାଶିର ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଆପଣମାନଙ୍କୁ ମୋର ଅନେକ ଅନେକ ଅଭିନନ୍ଦନ ଜଣାଉଛି।ଆସାମର ଗୌହାଟୀଠାରେ ଆୟୋଜିତ ବାଗୁରୁମ୍ବା ଡାହୌ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 17th, 06:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୌହାଟିର ସରୁସଜାଇ ଷ୍ଟାଡିୟମରେ ବୋଡୋ ସମ୍ପ୍ରଦାୟର ସମୃଦ୍ଧ ଐତିହ୍ୟକୁ ପାଳନ କରୁଥିବା ଐତିହାସିକ ସାଂସ୍କୃତିକ କାର୍ଯ୍ୟକ୍ରମ 'ବାଗୁରୁମ୍ବା ଡାହୌ'କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆସାମର ସଂସ୍କୃତି ଏବଂ ବୋଡୋ ସମ୍ପ୍ରଦାୟର ପରମ୍ପରାକୁ ନିକଟରୁ ଦେଖିବା ତାଙ୍କ ସୌଭାଗ୍ୟର ବିଷୟ। କୌଣସି ପ୍ରଧାନମନ୍ତ୍ରୀ ତାଙ୍କ ପରି ଏତେ ଥର ଆସାମ ଗସ୍ତ କରିନାହାନ୍ତି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ, ଆସାମର କଳା ଏବଂ ସଂସ୍କୃତିକୁ ଏକ ବଡ଼ ମଞ୍ଚ ପ୍ରଦାନ ଏବଂ ମହାନ ଉତ୍ସବ ମାଧ୍ୟମରେ ଦେଶ ଏବଂ ବିଶ୍ୱରେ ସ୍ୱୀକୃତି ମିଳିବା ତାଙ୍କର ନିରନ୍ତର ଇଚ୍ଛା ରହିଆସିଛି। ବୃହତ୍ ବିହୁ ଉତ୍ସବ, ଜୁମୈର ବିନୋଦିନୀ ପ୍ରକାଶନ, ଦେଢ଼ ବର୍ଷ ପୂର୍ବେ ନୂଆଦିଲ୍ଲୀରେ ଆୟୋଜିତ ମେଗା ବୋଡୋ ମହୋତ୍ସବ ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଉଦାହରଣ ଦେଇ ସେ କହିଥିଲେ ଯେ ଏ ନେଇ ନିରନ୍ତର ଉଦ୍ୟମ କରାଯାଉଛି। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ସେ ଆସାମର କଳା ଏବଂ ସଂସ୍କୃତିର ଅନନ୍ୟ ଆନନ୍ଦ ଅନୁଭବ କରିବାର କୌଣସି ସୁଯୋଗକୁ କେବେ ହାତଛଡ଼ା କରନ୍ତି ନାହିଁ। ସେ କହିଥିଲେ ଯେ ପୁଣି ଥରେ ବାଗୁରୁମ୍ବା ମହୋତ୍ସବ ଆୟୋଜନ କରାଯାଉଛି, ଏହାକୁ ବୋଡୋ ପରିଚୟର ଏକ ଚମତ୍କାର ଉତ୍ସବ ଏବଂ ଆସାମର ଐତିହ୍ୟକୁ ଏକ ଶ୍ରଦ୍ଧାଞ୍ଜଳି ଭାବରେ ବର୍ଣ୍ଣନା କରାଯାଉଛି। ଶ୍ରୀ ମୋଦୀ ଏହି କାର୍ଯ୍ୟକ୍ରମ ସହିତ ଜଡିତ ସମସ୍ତଙ୍କୁ, ବିଶେଷକରି କଳାକାରମାନଙ୍କୁ ତାଙ୍କର ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଥିଲେ।ଆସାମ ଗୋଲାଘାଟରେ ପଲିପ୍ରପଲିନ ପ୍ଲାଂଟ ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 14th, 03:30 pm
ଭାରତ ମାତାଙ୍କର ଜୟ ହେଉ । ଆସାମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା, କେନ୍ଦ୍ର କ୍ୟାବିନେଟ ସହଯୋଗୀ ସର୍ବାନନ୍ଦ ସୋନୱାଲ, ହରଦୀପ ସିଂ ପୁରୀ, ରାଜ୍ୟ ସରକାରଙ୍କ ମନ୍ତ୍ରିବର୍ଗ, ସାଂସଦ, ବିଧାୟକ ବନ୍ଧୁ, ଏଇଠି ଅଧିକ ସଂଖ୍ୟାରେ ସମବେତ ଭାଇ ଓ ଉଭଣୀମାନେ ।ଆସାମର ଗୋଲାଘାଟରେ ବାୟୋ-ଇଥାନଲ ପ୍ଲାଣ୍ଟ ଉଦଘାଟନ ଓ ପଲିପ୍ରୋପାଇଲିନ ୟୁନିଟ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
September 14th, 03:00 pm
ସ୍ୱଚ୍ଛ ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଏବଂ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରତା କମ୍ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି, ଆସାମର ଗୋଲାଘାଟ ସ୍ଥିତ ନୁମାଲିଗଡ଼ ରିଫାଇନାରୀ ଲିମିଟେଡ (ଏନଆରଏଲ)ରେ ଆସାମ ବାୟୋ ଇଥାନଲ ପ୍ଲାଣ୍ଟର ଉଦଘାଟନ ପଲିପ୍ରୋପାଇଲିନ ୟୁନିଟର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଉପସ୍ଥିତ ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆସାମର ସମସ୍ତ ଜନସାଧାରଣଙ୍କୁ ଶାରଦୀୟ ଦୁର୍ଗାପୂଜାର ହାର୍ଦ୍ଦିକ ଶୁଭକାମନା ଜଣାଇଥିଲେ । ସେ ମହାନ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ଶ୍ରୀମନ୍ତ ଶଙ୍କରଦେବଙ୍କ ଜୟନ୍ତୀର ମହତ୍ୱକୁ ସ୍ୱୀକାର କରିଥିଲେ ଏବଂ ପୂଜ୍ୟ ଗୁରୁଜନଙ୍କୁ ସାଦର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।