ଆସାମ ଦିବସ ଅବସରରେ ଆସାମବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
December 02nd, 03:56 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସାମ ଦିବସ ଅବସରରେ ଆସାମର ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ସ୍ୱର୍ଗଦେଓ ଚାଓଲୁଙ୍ଗ ସୁକାଫାଙ୍କ ସଂକଳ୍ପକୁ ପୂରଣ କରିବା ଲାଗି ଆମର ପ୍ରତିବଦ୍ଧତାକୁ ଦୋହରାଇବାର ଆଜି ହେଉଛି ଏକ ଅବସର। ଗତ କିଛି ବର୍ଷ ଧରି କେନ୍ଦ୍ର ଏବଂ ଆସାମର ଏନଡିଏ ସରକାର ଆସାମର ପ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି। ଭୌତିକ ଏବଂ ସାମାଜିକ ଭିତ୍ତିଭୂମିର ବିକାଶ ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ତାଇ-ଅହୋମ ସଂସ୍କୃତି ଏବଂ ତାଇ ଭାଷାକୁ ଲୋକପ୍ରିୟ କରିବା ଦିଗରେ ଅନେକ ପଦକ୍ଷେପ ନିଆଯାଉଛି। ଏହା ଆସାମର ଯୁବକମାନଙ୍କୁ ବହୁତ ଉପକୃତ କରିବ ବୋଲି ଶ୍ରୀ ମୋଦୀ କହିଛନ୍ତି।