22ତମ ଆସିଆନ-ଭାରତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ
October 25th, 09:48 am
ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ମୋଦୀ 26 ଅକ୍ଟୋବର, 2025 ରେ 22ତମ ଆସିଆନ - ଭାରତ ଶିଖର ସମ୍ମିଳନୀରେ ଭର୍ଚୁଆଲ ମାଧ୍ୟମରେ ଯୋଗଦେବେ । ଆମର ଆକ୍ଟ ଇଷ୍ଟ ପଲିସି ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଦୃଷ୍ଟିକୋଣ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ଆସିଆନ ନେତାମାନଙ୍କ ସହ ଆସିଆନ-ଭାରତ ସମ୍ପର୍କର ଅଗ୍ରଗତିର ମିଳିତ ସମୀକ୍ଷା କରିବେ ।