Prime Minister interacts with traders and entrepreneurs in Itanagar
September 22nd, 03:43 pm
PM Modi had an interaction with the traders and entrepreneurs in Itanagar, Arunachal Pradesh. Stating that they expressed their appreciation for the GST reforms and the launch of the GST Bachat Utsav, the PM highlighted how these initiatives will benefit key sectors. He emphasised quality standards and encouraged buying Made in India products.ଇଟାନଗରରେ ସ୍ଥାନୀୟ ବ୍ୟବସାୟୀ ଓ ଖୁଚୁରା ବିକ୍ରେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
September 22nd, 03:39 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଟାନଗରରେ ସ୍ଥାନୀୟ ବ୍ୟବସାୟୀ ଓ ଖୁଚୁରା ବିକ୍ରେତାଙ୍କୁ ଭେଟିଥିଲେ, ଯେଉଁମାନେ କି ନିଜସ୍ୱ ବିବିଧ ଏବଂ ଆକର୍ଷଣୀୟ ସାମଗ୍ରୀ ପ୍ରଦର୍ଶନ କରିଥିଲେ । ଶ୍ରୀ ମୋଦୀ କହିଛନ୍ତି, “ସେମାନେ ଜିଏସଟି ସଂସ୍କାରରେ ଖୁସି ବ୍ୟକ୍ତ କରିଥିଲେ । ମୁଁ ସେମାନଙ୍କୁ ‘ଗର୍ବରେ କୁହ ଏହା ସ୍ୱଦେଶୀ’ ପୋଷ୍ଟର ଦେଇଥିଲି ଯାହାକୁ ସେମାନେ ଉତ୍ସାହପୂର୍ବକ ନିଜ ଦୋକାନରେ ଲଗାଇବେ ବୋଲି କହିଥିଲେ ।”ଅରୁଣାଚଳ ପ୍ରଦେଶର ଇଟାନଗରରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 22nd, 11:36 am
ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ଶ୍ରୀ କେ.ଟି ପରନାୟକ ଜୀ, ରାଜ୍ୟର ଲୋକପ୍ରିୟ ଏବଂ ଯୁବ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ, କିରେନ ରିଜିଜୁ, ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣ, ମୋର ସାଥୀ ସାଂସଦ ନବମ ରେବିଆ ଜୀ ଏବଂ ତାପିର ଗାଓ ଜୀ, ସମସ୍ତ ବିଧାୟକଗଣ, ଅନ୍ୟ ଜନ ପ୍ରତିନିଧିଗଣ, ଏବଂ ଅରୁଣାଚଳ ପ୍ରଦେଶର ମୋର ପ୍ରିୟ ଭାଇ ଓ ଭଉଣୀମାନେ !ଅରୁଣାଚଳ ପ୍ରଦେଶ ଇଟାନଗରରେ ୫୧୦୦ କୋଟିରୁ ଅଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
September 22nd, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି, ଅରୁଣାଚଳ ପ୍ରଦେଶର ଇଟାନଗରରେ ପ୍ରାୟ ୫୧୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ଉପସ୍ଥିତ ସମାବେଶକୁ ସମ୍ବୋଧନ କରି, ସେ ପରମାତ୍ମା ଡୋନୟି ପୋଲୋଙ୍କୁ ସ୍ମରଣ କରିବା ସହ ସମସ୍ତଙ୍କ ଉପରେ ତାଙ୍କର କୃପା ରହୁ ବୋଲି ପ୍ରାର୍ଥନା କରିଥିଲେ।ସେପ୍ଟେମ୍ବର ୨୨ରେ ଅରୁଣାଚଳ ପ୍ରଦେଶ ଓ ତ୍ରିପୁରା ଗସ୍ତରେ ପ୍ରଧାନମନ୍ତ୍ରୀ
September 21st, 09:54 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୨ ସେପ୍ଟେମ୍ବରରେ ଅରୁଣାଚଳ ପ୍ରଦେଶ ଓ ତ୍ରିପୁରା ଗସ୍ତ କରିବେ । ସେ ଇଟାନଗରରେ ୫,୧୦୦ କୋଟିରୁ ଅଧିକ ଟଙ୍କାର ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରି ଜନସଭାକୁ ମଧ୍ୟ ସମ୍ବୋଧିତ କରିବେ ।ଆସାମର ଗୌହାଟୀରେ ଭାରତ ରତ୍ନ ଡ. ଭୁପେନ୍ ହଜାରିକାଙ୍କ 100ତମ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 13th, 08:57 pm
ମୁଁ କହିବି, ଭୁପେନ୍ ଦା! ଆପଣମାନେ କହିବେ ଅମର ରହେ! ଅମର ରହେ! ଭୁପେନ୍ ଦା, ଅମର ରହେ! ଅମର ରହେ! ଭୁପେନ୍ ଦା, ଅମର ରହେ! ଅମର ରହେ! ଭୁପେନ୍ ଦା, ଅମର ରହେ! ଅମର ରହେ! ଆସାମର ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଜୀ, ଆସାମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଜୀ, ଅରୁଣାଚଳ ପ୍ରଦେଶର ଯୁବ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ସର୍ବାନନ୍ଦ ସୋନୋୱାଲ ଜୀ, ମଞ୍ଚ ଉପରେ ଉପସ୍ଥିତ ଭୁପେନ ହଜାରିକା ଜୀଙ୍କ ଭାଇ ଶ୍ରୀ ସମର ହଜାରିକା ଜୀ, ଭୂପେନ ହଜାରିକା ଜୀଙ୍କ ଭଉଣୀ ଶ୍ରୀମତୀ କବିତା ବରୁଆ ଜୀ, ଭୁପେନ୍ ଦାଙ୍କ ପୁଅ ଶ୍ରୀ ତେଜ ହଜାରିକା ଜୀ, ମୁଁ ତେଜଙ୍କୁ କହିବି, କେମିତି ଅଛନ୍ତି ! ଉପସ୍ଥିତ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଏବଂ ଆସାମର ମୋର ଭାଇ ଓ ଭଉଣୀମାନେ!ଭୂପେନ ହାଜାରିକାଙ୍କ ୧୦୦ତମ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
September 13th, 05:15 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୌହାଟୀରେ ଭାରତ ରତ୍ନ ଡ. ଭୂପେନ ହଜାରିକାଙ୍କ ୧୦୦ତମ ଜନ୍ମବାର୍ଷିକୀ ଉପଲକ୍ଷେ ଆୟୋଜିତ ସମାରୋହକୁ ସମ୍ବୋଧିତ କରିଥିଲେ। ସମାବେଶରେ ସେ କହିଥିଲେ ଯେ, ଏହି ଦିନ ଏକ ଉଲ୍ଲେଖନୀୟ ମୁହୂର୍ତ୍ତ ଏବଂ ପ୍ରଦର୍ଶନରେ ଦେଖାଯାଇଥିବା ଉତ୍ସାହ ଏବଂ ସମନ୍ୱୟ ପ୍ରକୃତରେ ହୃଦୟସ୍ପର୍ଶୀ। ସେ ଭୂପେନ ଦାଙ୍କ ସଙ୍ଗୀତର ତାଳ ଉପରେ ଆଲୋକପାତ କରିଥିଲେ, ଯାହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମରେ ପ୍ରତିଧ୍ୱନିତ ହୋଇଥିଲା । ଭୂପେନ ହଜାରିକାଙ୍କ କଥା ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ତାଙ୍କ ଗୀତର କିଛି ଶବ୍ଦ ତାଙ୍କ ମନରେ ପ୍ରତିଧ୍ୱନିତ ହେଉଛି । ଭୂପେନଙ୍କ ସଙ୍ଗୀତର ତରଙ୍ଗ ସର୍ବତ୍ର ଅନନ୍ତକାଳ ପର୍ଯ୍ୟନ୍ତ ପ୍ରବାହିତ ହେଉ ସେ ହୃଦୟରୁ କାମନା କରିଥିଲେ । ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା କଳାକାରମାନଙ୍କୁ ହୃଦୟପୂର୍ଣ୍ଣ ପ୍ରଶଂସା ଏବଂ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ, ଆସାମର ଭାବାନା ଏପରି ଯେ ଏଠାରେ ପ୍ରତ୍ୟେକ କାର୍ଯ୍ୟକ୍ରମ ଏକ ନୂତନ ରେକର୍ଡ ସ୍ଥାପନ କରେ, ଆଜିର ପ୍ରଦର୍ଶନ ଅସାଧାରଣ ପ୍ରସ୍ତୁତିକୁ ପ୍ରତିଫଳିତ କରୁଛି । ସେ ସମସ୍ତ କଳାକାରମାନଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଶଂସା କରିଥିଲେ ।ଅରୁଣାଚଳ ପ୍ରଦେଶର ଶି ୟୋମି ଜିଲ୍ଲାରେ 8146.21 କୋଟି ଟଙ୍କା ବ୍ୟୟରେ 700 ଏମଡବ୍ଲୁ ଟାଟୋ-II ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ ପାଇଁ ନିବେଶ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ
August 12th, 03:29 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ଅରୁଣାଚଳ ପ୍ରଦେଶର ଶି ୟୋମି ଜିଲ୍ଲାରେ ଟାଟୋ-II ଜଳ ବିଦ୍ୟୁତ୍ ପ୍ରକଳ୍ପ (ଏଚଇପି) ନିର୍ମାଣ ପାଇଁ 8146.21 କୋଟି ଟଙ୍କା ନିବେଶକୁ ଅନୁମୋଦନ କରିଛି। ପ୍ରକଳ୍ପର ଆନୁମାନିକ ସମାପ୍ତି ଅବଧି 72 ମାସ।ଉଦୀୟମାନ ଉତ୍ତର-ପୂର୍ବ ନିବେଶକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
May 23rd, 11:00 am
କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଜୀ, ସୁକାନ୍ତା ମଜୂମଦାର ଜୀ, ମଣିପୁରର ରାଜ୍ୟପାଳ ଅଜୟ ଭଲ୍ଲା ଜୀ, ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଜୀ, ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଜୀ, ତ୍ରିପୁରାର ମୁଖ୍ୟମନ୍ତ୍ରୀ ମାଣିକ ସାହା ଜୀ, ମେଘାଳୟର ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ଜୀ, ସିକିମର ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ଜୀ, ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ନେଫିଉ ରିଓ ଜୀ, ମିଜୋରାମର ମୁଖ୍ୟମନ୍ତ୍ରୀ ଲାଲଦୁହୋମା ଜୀ, ସମସ୍ତ ଶିଳ୍ପପତି, ନିବେଶକ, ଭଦ୍ର ମହିଳା ଏବଂ ଭଦ୍ରଲୋକ!ରାଇଜିଂ ନର୍ଥ ଇଷ୍ଟ ନିବେଶକ ସମ୍ମିଳନୀ ୨୦୨୫କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
May 23rd, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ରାଇଜିଂ ନର୍ଥ ଇଷ୍ଟ ନିବେଶକ ସମ୍ମିଳନୀ ୨୦୨୫କୁ ଉଦଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ ସ୍ୱାଗତ ଜଣାଇ ପ୍ରଧାନମନ୍ତ୍ରୀ ଉତ୍ତର-ପୂର୍ବାଞ୍ଚଳର ଭବିଷ୍ୟତ ପ୍ରତି ଗର୍ବ, ଉତ୍ସାହ ଏବଂ ଅପାର ବିଶ୍ୱାସ ପ୍ରକାଶ କରିଥିଲେ। ଭାରତ ମଣ୍ଡପମରେ ଅନୁଷ୍ଠିତ ଅଷ୍ଟଲକ୍ଷ୍ମୀ ମହୋତ୍ସବକୁ ମନେ ପକାଇ ସେ ଉଲ୍ଲେଖ କରିଥିଲେ ଯେ ଆଜିର କାର୍ଯ୍ୟକ୍ରମ ଉତ୍ତର-ପୂର୍ବରେ ନିବେଶର ଉତ୍ସବ। ପ୍ରଧାନମନ୍ତ୍ରୀ ସମ୍ମିଳନୀରେ ଶିଳ୍ପ ନେତାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଉପସ୍ଥିତିକୁ ଉଲ୍ଲେଖ କରିଥିଲେ ଏବଂ ଏହି କ୍ଷେତ୍ରରେ ସୁଯୋଗ ବିଷୟରେ ସେମାନଙ୍କର ଉତ୍ସାହ ବିଷୟରେ ଆଲୋଚନା କରିଥିଲେ। ସମସ୍ତ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ଏକ ଅନୁକୂଳ ନିବେଶ ପରିବେଶ ସୃଷ୍ଟି କରିବାରେ ସେମାନଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ନିଜର ଶୁଭକାମନା ଜଣାଇ ପ୍ରଧାନମନ୍ତ୍ରୀ ରାଇଜିଂ ନର୍ଥ ଇଷ୍ଟ ନିବେଶକ ସମ୍ମିଳନୀକୁ ପ୍ରଶଂସା କରିଥିଲେ ଏବଂ ଏହି ଅଞ୍ଚଳର ନିରନ୍ତର ଅଭିବୃଦ୍ଧି ଏବଂ ସମୃଦ୍ଧି ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ।ରାଜସ୍ଥାନର ବିକାନେରରେ ବିକାଶମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
May 22nd, 12:00 pm
ରାଜସ୍ଥାନର ରାଜ୍ୟପାଳ ହରିଭାଉ ବାଗଡେ ଜୀ, ଏଠିକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭଜନ ଲାଲ ଜୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଭଉଣୀ ବସୁନ୍ଧରା ରାଜେ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସାଥି ଅଶ୍ୱିନୀ ବୈଷ୍ଣବ ଜୀ, ଅର୍ଜୁନ ରାମ ମେଘୱାଲ ଜୀ, ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଦିୟା କୁମାରୀ ଜୀ, ପ୍ରେମ ଚାନ୍ଦ ଜୀ, ରାଜସ୍ଥାନ ସରକାରଙ୍କ ଅନ୍ୟ ମନ୍ତ୍ରୀଗଣ, ସଂସଦରେ ମୋର ସାଥି ମଦନ ରାଠୋର ଜୀ, ଅନ୍ୟ ସାଂସଦମାନେ ଏବଂ ବିଧାୟକଗଣ, ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ।ରାଜସ୍ଥାନର ବିକାନେର ଠାରେ 26,000 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
May 22nd, 11:30 am
ରାଜସ୍ଥାନର ବିକାନେର ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 26,000 କୋଟି ଟଙ୍କାର ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଏବଂ ଦେଶକୁ ସମର୍ପଣ କରିଛନ୍ତି। ଏହି ଅବସରରେ ଉଦବୋଧନ ଦେଇ, ସେ କାର୍ଯ୍ୟକ୍ରମରେ ଉପସ୍ଥିତ ବିଶାଳ ସମାବେଶକୁ ସ୍ୱାଗତ କରିଥିଲେ, ଏବଂ 18ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଅନଲାଇନରେ ଯୋଗ ଦେଇଥିବା ଲୋକଙ୍କ ଗୁରୁତ୍ୱପୂର୍ଣ୍ଣ ଅଂଶଗ୍ରହଣକୁ ସ୍ୱୀକାର କରିଥିଲେ। ସେ ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ ଏବଂ ଅନ୍ୟାନ୍ୟ ଜନପ୍ରତିନିଧିଙ୍କ ଉପସ୍ଥିତି ବିଷୟରେ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ସମସ୍ତ ସମ୍ମାନିତ ବ୍ୟକ୍ତି ଏବଂ ନାଗରିକଙ୍କୁ ଶୁଭେଚ୍ଛା ଜଣାଇଥିଲେ।When growth is driven by aspirations, it becomes inclusive and sustainable: PM Modi at Rising Bharat Summit
April 08th, 08:30 pm
PM Modi addressed the News18 Rising Bharat Summit. He remarked on the dreams, determination, and passion of the youth to develop India. The PM highlighted key initiatives, including zero tax on income up to ₹12 lakh, 10,000 new medical seats and 6,500 new IIT seats, 50,000 new Atal Tinkering Labs and over 52 crore Mudra Yojana loans. The PM congratulated the Parliament for enacting Waqf law.ନ୍ୟୁଜ ୧୮ ରାଇଜିଂ ଭାରତ ସମିଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ
April 08th, 08:15 pm
ମଙ୍ଗଳବାର ଦିନ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ନ୍ୟୁଜ ୧୮ ରାଇଜିଂ ଭାରତ ସମିଟରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇଛନ୍ତି । ଭାରତ ତଥା ସାରା ବିଶ୍ୱର ଅନେକ ନେତାଙ୍କ ସହ ଭାବ ବିନିମୟ କରିବାର ସୁଯୋଗ ଦେଇଥିବାରୁ ନ୍ୟୁଜ ୧୮ ନେଟବାର୍କକୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଥିଲେ । ଭାରତର ଯୁବବର୍ଗଙ୍କ ଆକାଂକ୍ଷାକୁ ଫୋକସ କରିଥିବାରୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଚଳିତ ବର୍ଷ ପ୍ରାରମ୍ଭରେ ଭାରତ ମଣ୍ଡପମରେ ବିବେକାନନ୍ଦ ଜୟନ୍ତୀ ପାଳନ ଅବସରରେ ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ କଥା ମନେ ପକାଇ ଭାରତବର୍ଷକୁ ଏକ ବିକଶିତ ଦେଶରେ ପରିଣତ କରିବା ପାଇଁ ଯୁବକମାନଙ୍କର ରହିଥିବା ସ୍ୱପ୍ନ ଓ ଆକାଂକ୍ଷା ପ୍ରଧାନମନ୍ତ୍ରୀ କହିଥିଲେ । ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣ ଲକ୍ଷ୍ୟରେ ସବୁସ୍ତରରେ ଅନ୍ତର୍ଦୃଷ୍ଟିର ଆବଶ୍ୟକତା ରହିଥିବା ସେ କହିଥିଲେ । ତେବେ ଅମୃତ କାଳ ସୃଷ୍ଟି କରିବା ପାଇଁ ଏହି ଅନ୍ତର୍ଦୃଷ୍ଟିର ଆବଶ୍ୟକତା ରହିଥିବା ପ୍ରଧାନମନ୍ତ୍ରୀ ଦୋହରାଇ ଥିଲେ ।ଅରୁଣାଚଳ ପ୍ରଦେଶର ଜନସାଧାରଣଙ୍କୁ ରାଜ୍ୟ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
February 20th, 04:33 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳ ପ୍ରଦେଶରଜନସାଧାରଣଙ୍କୁ ରାଜ୍ୟ ଦିବସରେ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀମଧ୍ୟ କହିଛନ୍ତି, ଅରୁଣାଚଳ ପ୍ରଦେଶ ତାହାର ସମୃଦ୍ଧ ପରମ୍ପରା ଏବଂପ୍ରକୃତି ସହ ଗଭୀର ସମ୍ପର୍କ ପାଇଁ ପରିଚିତ । ଶ୍ରୀ ମୋଦୀ ଏହା ମଧ୍ୟକାମନା କରିଛନ୍ତି, ଅରୁଣାଚଳ ପ୍ରଦେଶ ନିରନ୍ତର ସମୃଦ୍ଧ ହେଉ ଏବଂଆଗାମୀ ବର୍ଷ ମାନଙ୍କରେ ଏହାର ପ୍ରଗତି ଓ ସଦଭାବର ଯାତ୍ରାନିରନ୍ତର ଆଗକୁ ବଢ଼ି ଚାଲୁ ।ଜମ୍ମୁ-କଶ୍ମୀରରେ ସୋନମାର୍ଗ ଟନେଲ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 13th, 12:30 pm
ଉପରାଜ୍ୟପାଳ ଶ୍ରୀ ମନୋଜ ସିହ୍ନା ଜୀ, ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଶ୍ରୀ ଓମାର ଅବଦୁଲ୍ଲା ଜୀ, ମୋ କ୍ୟାବିନେଟ୍ର ସହଯୋଗୀ ଶ୍ରୀ ନୀତିନ ଗଡକରୀ ଜୀ, ଶ୍ରୀ ଜିତେନ୍ଦ୍ର ସିଂ ଜୀ, ଅଜୟ ଟମ୍ଟା ଜୀ, ଡେପୁଟି ସିଏମ ସୁରେନ୍ଦ୍ର କୁମାର ଚୌଧୁରୀ ଜୀ, ବିରୋଧୀ ଦଳ ନେତା ସୁନୀଲ ଶର୍ମା ଜୀ, ସମସ୍ତ ସାଂସଦ, ବିଧାୟକ ଏବଂ ଜମ୍ମୁ ଓ କଶ୍ମୀରର ମୋର ପ୍ରିୟ ଭାଇ ଭଉଣୀ ।ଜମ୍ମୁ ଓ କଶ୍ମୀରରେ ସୋନମାର୍ଗ ଟନେଲର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 13th, 12:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ ଓ କଶ୍ମୀରରେ ସୋନମାର୍ଗ ଟନେଲକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ସେ ଶ୍ରମିକମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ, ଯେଉଁମାନେ ଜମ୍ମୁ-କଶ୍ମୀର ଓ ଭାରତର ବିକାଶ ପାଇଁ କଠିନ ପରିଶ୍ରମ କରିଛନ୍ତି ଏବଂ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି। ଶ୍ରୀ ମୋଦୀ କହିଥିଲେ, ଆହ୍ୱାନ ସତ୍ତ୍ୱେ ଆମର ସଂକଳ୍ପ ଥମିବାର ନାଁ ଧରୁନାହିଁ। ଶ୍ରମିକମାନଙ୍କ ଦୃଢ଼ ସଂକଳ୍ପ ଓ ପ୍ରତିବଦ୍ଧତା ଏବଂ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି କାର୍ଯ୍ୟ ସମ୍ପନ୍ନ କରିଥିବାରୁ ସେ ତାଙ୍କୁ ପ୍ରଶଂସା କରିଥିଲେ। ୭ ଜଣ ଶ୍ରମିକଙ୍କ ମୃତ୍ୟୁରେ ସେ ଶୋକ ପ୍ରକାଶ କରିଥିଲେ।Tribal society is the one that led the fight for centuries to protect India's culture and independence: PM Modi
November 15th, 11:20 am
PM Modi addressed Janjatiya Gaurav Diwas, emphasizing India's efforts to empower tribal communities, preserve their rich heritage, and acknowledge their vital role in nation-building.ଜନଜାତୀୟ ଗୌରବ ଦିବସ ଅବସରରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ବର୍ଷ ପାଳନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
November 15th, 11:00 am
ଭାରତର ବିଭିନ୍ନ ଜିଲ୍ଲାରେ ଆଦିବାସୀ ଦିବସ ସମାରୋହରେ ଅଂଶଗ୍ରହଣ କରୁଥିବା ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମଗ୍ର ଭାରତବର୍ଷରୁ ଅଭାସୀ ମାଧ୍ୟମରେ ଯୋଗ ଦେଇଥିବା ଅଗଣିତ ଆଦିବାସୀ ଭାଇ ଭଉଣୀଙ୍କୁ ସେ ସ୍ୱାଗତ କରିଥିଲେ । କାର୍ତ୍ତିକ ପୂର୍ଣ୍ଣମୀ, ଦେବ ଦୀପାବଳି ଏବଂ ଶ୍ରୀ ଗୁରୁ ନାନକ ଦେବଙ୍କ ୫୫୫ତମ ଜୟନ୍ତୀ ପାଳନ କରାଯାଉଛି ବୋଲି ଶ୍ରୀ ମୋଦୀ ଆଜିର ଦିନକୁ ଅତ୍ୟନ୍ତ ପବିତ୍ର ଦିନ ବୋଲି ବର୍ଣ୍ଣନା କରିବା ସହ ଏଥିପାଇଁ ଭାରତବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଥିବାରୁ ଆଜି ନାଗରିକଙ୍କ ପାଇଁ ଏକ ଐତିହାସିକ ଦିନ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଭାରତର ନାଗରିକ ଏବଂ ବିଶେଷ କରି ଆଦିବାସୀ ଭାଇ ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଆଜିର ଜନଜାତୀୟ ଗୌରବ ଦିବସର ପୂର୍ବସୂଚୀ ଭାବରେ ଜାମୁଇରେ ଗତ ୩ ଦିନ ମଧ୍ୟରେ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସ୍ୱଚ୍ଛତା ଅଭିଯାନ ପାଇଁ ସେ ପ୍ରଶାସନ, ଜାମୁଇର ନାଗରିକ ଏବଂ ବିଶେଷ କରି ମହିଳା ମାନଙ୍କ ଭଳି ବିଭିନ୍ନ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଥିଲେ ।Congress aims to weaken India by sowing discord among its people: PM Modi
October 08th, 08:15 pm
Initiating his speech at the BJP headquarters following a remarkable victory in the assembly election, PM Modi proudly stated, “Haryana, the land of milk and honey, has once again worked its magic, turning the state 'Kamal-Kamal' with a decisive victory for the Bharatiya Janata Party. From the sacred land of the Gita, this win symbolizes the triumph of truth, development, and good governance. People from all communities and sections have entrusted us with their votes.”