2047 ରେ ବିକଶିତ ଭାରତର ମାର୍ଗ ଆତ୍ମନିର୍ଭରଶୀଳତା ମାଧ୍ୟମରେ ଯାଇଛି: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ
July 27th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ଆଉ ଥରେ ଦେଶର ସଫଳତା ଏବଂ ଦେଶବାସୀଙ୍କ ଉପଲବ୍ଧି ବିଷୟରେ କଥା ହେବା । ଗତ କିଛି ସପ୍ତାହରେ କ୍ରୀଡ଼ା ହେଉ, ବିଜ୍ଞାନ ହେଉ କିମ୍ବା ସଂସ୍କୃତି ହେଉ, ବହୁତ କିଛି ଏମିତି ହୋଇଛି, ଯାହା ଉପରେ ପ୍ରତ୍ୟେକ ଭାରତବାସୀ ଗର୍ବିତ । ଏବେ ନିକଟରେ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶରୁ ଫେରିବାକୁ ନେଇ ଦେଶରେ ବହୁତ ଚର୍ଚ୍ଚା ହେଲା । ଶୁଭାଂଶୁ ଯେମିତି ପୃଥିବୀପୃଷ୍ଠରେ ସୁରକ୍ଷିତ ଭାବେ ଓହ୍ଲାଇଲେ, ଲୋକେ ଉତ୍ସାହିତ ହୋଇଉଠିଲେ । ପ୍ରତ୍ୟେକ ହୃଦୟରେ ଖୁସିର ଲହରି ଖେଳିଗଲା । ସମଗ୍ର ଦେଶ ଗର୍ବରେ ପରିପୂର୍ଣ୍ଣ ହୋଇଗଲା । ମୋର ମନେଅଛି, ଯେତେବେଳେ ଅଗଷ୍ଟ ୨୦୨୩ରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ହୋଇଥିଲା, ସେତେବେଳେ ଦେଶରେ ଗୋଟିଏ ନୂଆ ବାତାବରଣ ସୃଷ୍ଟି ହୋଇଥିଲା । ବିଜ୍ଞାନକୁ ନେଇ, ମହାକାଶକୁ ନେଇ ପିଲାମାନଙ୍କ ମନରେ ଏକ ନୂଆ ଜିଜ୍ଞାସା ମଧ୍ୟ ଜାଗ୍ରତ ହୋଇଥିଲା । ଏବେ ଛୋଟ ଛୋଟ ପିଲାମାନେ କହୁଛନ୍ତି, ଆମେ ବି ମହାକାଶକୁ ଯିବୁ । ଆମେ ବି ଚନ୍ଦ୍ରପୃଷ୍ଠରେ ଓହ୍ଲାଇବୁ – ମହାକାଶ ବିଜ୍ଞାନୀ ହେବୁ ।ଅରୁଣାଚଳ ପ୍ରଦେଶର ଇଟାନଗରଠାରେ ବିକାଶ ପ୍ରକଳ୍ପସମୂହକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ (15.02.2018)
February 15th, 12:38 pm
ଯେତେବେଳେ ସାରା ହିନ୍ଦୁସ୍ଥାନ ଉଦୀୟମାନ ସୂର୍ଯ୍ୟଙ୍କ ଆଡ଼କୁ ଦେଖିଥାଏ, ସୂର୍ଯ୍ୟଙ୍କ ଉଦୟକୁ ଦେଖିଥାଏ; ସାରା ହିନ୍ଦୁସ୍ଥାନକୁ ସର୍ବପ୍ରଥମେ ଅରୁଣାଚଳ ପ୍ରଦେଶ ଆଡ଼କୁ ମୁହଁ ବୁଲାଇବାକୁ ପଡ଼ିଥାଏ । ଆମର ସାରା ଦେଶ, 130ରୁ କୋଟିରୁ ଅଧିକ ଦେଶବାସୀଙ୍କୁ ସୂର୍ଯ୍ୟଙ୍କ ଉଦୟକୁ ଦେଖିବାକୁ ହେଲେ ଅରୁଣାଚଳ ଆଡ଼କୁ ନଚାହିଁ ସୂର୍ଯ୍ୟଙ୍କ ଉଦୟକୁ ଦେଖିପାରିନଥା’ନ୍ତି । ଯେଉଁ ଅରୁଣାଚଳ ପ୍ରଦେଶରୁ ଅନ୍ଧାର ଦୂର ହେଉଛି, ଆଲୋକ ବ୍ୟାପୁଛି, ଆଗାମୀ ଦିନରେ ମଧ୍ୟ ଏଠାରେ ବିକାଶର ଏପରି ଆଲୋକ ବ୍ୟାପିବ ଯାହା ସାରା ଭାରତକୁ ଆଲୋକିତ କରିବାରେ ସହାୟକ ହେବ ।ପ୍ରଧାନମନ୍ତ୍ରୀଙ୍କ ଅରୁଣାଚଳ ପ୍ରଦେଶ ଗସ୍ତ, ଇଟାନଗରରେ ଉଦ୍ଘାଟନ କଲେ ସମ୍ମେଳନ କେନ୍ଦ୍ର
February 15th, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅରୁଣାଚଳ ପ୍ରଦେଶ ଗସ୍ତ କରିବା ସହ ଇଟାନଗରରେ ଆୟୋଜିତ ଏକ ସମାରୋହରେ ଦୋର୍ଜୀ ଖାଣ୍ଡୁ ରାଜ୍ୟ ସମ୍ମେଳନ କେନ୍ଦ୍ରର ଉଦ୍ଘାଟନ କରିଥିଲେ । ଏହି ସମ୍ମେଳନ କେନ୍ଦ୍ରରେ ଏକ ସଭାଗୃହ, ଏକ ସମ୍ମିଳନୀ କକ୍ଷ ସହ ପ୍ରଦର୍ଶନୀ କକ୍ଷ ରହିଛି ।