'ବନ୍ଦେ ମାତରମ୍'ର ଭାବନା ଭାରତର ଅମର ଚେତନା ସହିତ ଜଡିତ: ମନ କୀ ବାତରେ ପ୍ରଧାନମନ୍ତ୍ରୀ ମୋଦୀ
October 26th, 11:30 am
ଅକ୍ଟୋବର 31 ତାରିଖରେ ସର୍ଦ୍ଦାର ପଟେଲଙ୍କ 150ତମ ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଛଠ ପୂଜା ଉତ୍ସବ, ପରିବେଶ ସୁରକ୍ଷା, ଭାରତୀୟ କୁକୁର ପ୍ରଜାତି, ଭାରତୀୟ କଫି, ଆଦିବାସୀ ସମ୍ପ୍ରଦାୟର ନେତା ଏବଂ ସଂସ୍କୃତ ଭାଷାର ଗୁରୁତ୍ୱ ଭଳି ଆକର୍ଷଣୀୟ ବିଷୟ ଉପରେ ମଧ୍ୟ ସେ ମତ ରଖିଛନ୍ତି । ପ୍ରଧାନମନ୍ତ୍ରୀ 'ବନ୍ଦେ ମାତରମ୍' ଗୀତର 150ତମ ବର୍ଷ ବିଷୟରେ ବିଶେଷ ଉଲ୍ଲେଖ କରିଥିଲେ।ଶ୍ୱାନ ପାଳିବାକୁ ଚାହିଁଲେ ଦେଶୀ ପ୍ରଜାତି ବାଛିବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ
August 30th, 04:34 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମନ୍କୀ ବାତ୍ (30.08.2020) କାର୍ଯ୍ୟକ୍ରମରେ ଭାରତୀୟ ସେନାର ଦୁଇଟି କୁକୁର ସୋଫି ଓ ବିଦା କଥା କହିଛନ୍ତି । ଏହି ଦୁଇ କୁକୁର ସେମାନଙ୍କ କର୍ତ୍ତବ୍ୟ ନିଷ୍ଠା ପାଇଁ ‘ସ୍ଥଳସେନାଧ୍ୟକ୍ଷ ପ୍ରଶଂସାପତ୍ର’ ପାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତିରକ୍ଷା ବାହିନୀ ଓ ନିରାପତ୍ତା ବାହିନୀରେ ଏଭଳି ଅନେକ ସାହସୀ ଶ୍ୱାନ ଅଛନ୍ତି । ଏସବୁ କୁକୁର ଅନେକ ବୋମା ବିସ୍ଫୋରଣ ଓ ଆତଙ୍କବାଦୀ ଷଡଯନ୍ତ୍ରକୁ ଭଣ୍ଡୁର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ଲୁଚାଇ ରଖାଯାଇଥିବା ବିସ୍ଫୋରକ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଠାବ କରିବାରେ ଏହି ଶ୍ୱାନମାନେ କିପରି ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି ତାହାର ସେ ଏକାଧିକ ଉଦାହରଣ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନିକଟରେ ବିଦ୍ ଜିଲ୍ଲା ପୁଲିସ ଏଭଳି ଏକ ସାହସୀ ଶ୍ୱାନ ରକିକୁ ଯଥାର୍ଥ ଅନ୍ତିମ ବିଦାୟ ପ୍ରଦାନ କରିଛି । ଏହି ଶ୍ୱାନଟି 300ରୁ ଅଧିକ ମାମଲା ସମାଧାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା ।କଣ୍ଢେଇ ଓ ଖେଳନା ପାଇଁ ସ୍ଥାନୀୟଭାବେ ପ୍ରସ୍ତୁତ ହେଉଥିବା ସାମଗ୍ରୀ ନିମନ୍ତେ ତୁଣ୍ଡ ଖୋଲିବାର ସମୟ ଆସିଛି : 'ମନ କି ବାତ' ରେ ଆତ୍ମନିର୍ଭର ଭାରତ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ମୋଦୀ
August 30th, 11:00 am
ବନ୍ଧୁଗଣ, ଏହି ସମୟରେ ଓଣମ୍ ପର୍ବ ମଧ୍ୟ ଖୁବ ଧୁମଧାମରେ ପାଳନ କରାଯାଉଛି । ଚିଙ୍ଗମ୍ ମାସରେ ଏହି ପର୍ବ ପାଳନ କରାଯାଇଥାଏ । ଏହି ସମୟରେ ଲୋକେ କିଛି ନୂଆ ଜିନିଷ କିଣନ୍ତି, ନିଜ ଘର ସଜାନ୍ତି, ପୁକ୍କଲମ୍ ତିଆରି କରନ୍ତି । ଓଣମ୍-ସଦିୟାର ମଧ୍ୟ ମଜା ନିଅନ୍ତି, ବିଭିନ୍ନ ପ୍ରକାରର ଖେଳ ଓ ପ୍ରତିଯୋଗିତାର ଆୟୋଜନ ମଧ୍ୟ ହୋଇଥାଏ । ଓଣମର ଆନନ୍ଦ-ଉଲ୍ଲାସ ତ ଏବେ ସୁଦୂର ଦେଶ-ବିଦେଶକୁ ମଧ୍ୟ ବ୍ୟାପିସାରିଲାଣି । ଆମେରିକା ହେଉ, ୟୁରୋପ ହେଉ ବା ଉପସାଗରୀୟ ଦେଶଗୁଡ଼ିକ ହେଉ – ଓଣମର ଆନନ୍ଦ ଆପଣ ସବୁଠି ଦେଖିବାକୁ ପାଇବେ । ଓଣମ୍ ଗୋଟିଏ ଆନ୍ତର୍ଜାତିକ ଉତ୍ସବ ହେବାକୁ ବସିଲାଣି ।