ବିଟିଂ ରିଟ୍ରିଟ୍ ୨୦୨୬ର ଝଲକ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
January 29th, 04:46 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଟିଂ ରିଟ୍ରିଟ୍ ୨୦୨୬ର ଝଲକ ସେୟାର କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ବିଭିନ୍ନ ବ୍ୟାଣ୍ଡର ପ୍ରଦର୍ଶନ ସ୍ମରଣୀୟ ଥିଲା।ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ 77ତମ ଗଣତନ୍ତ୍ର ଦିବସ
January 26th, 08:12 am
କର୍ତ୍ତବ୍ୟ ପଥରେ 77ତମ ଗଣତନ୍ତ୍ର ଦିବସ ପାଳନ ଭାରତର ଏକତା, ଶକ୍ତି ଏବଂ ଐତିହ୍ୟକୁ ପ୍ରଦର୍ଶିତ କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ସମର ସ୍ମାରକରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସାହସୀ ସୈନିକମାନଙ୍କୁ ଦେଶ ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି ।ସେନା ଦିବସ ଅବସରରେ ଭାରତୀୟ ସେନାର ବୀରତ୍ୱକୁ ଅଭିବାଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
January 15th, 11:26 am
ସେନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ସେନାର ଅଦମ୍ୟ ସାହସ ଏବଂ ଦୃଢ ପ୍ରତିବଦ୍ଧତାକୁ ହୃଦୟରୁ ଅଭିବାଦନ ଜଣାଇଛନ୍ତି।ସଶସ୍ତ୍ର ବାହିନୀ ପତାକା ଦିବସ ଅବସରରେ ସଶସ୍ତ୍ର ବାହିନୀ ପ୍ରତି କୃତଜ୍ଞତା ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ
December 07th, 10:58 am
ପ୍ରଧାନମନ୍ତ୍ରୀ ଆଜି ସଶସ୍ତ୍ର ବାହିନୀ ପତାକା ଦିବସ ଅବସରରେ ସଶସ୍ତ୍ର ବାହିନୀର ସାହସୀ ପୁରୁଷ ଓ ମହିଳାମାନଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି।ଆଇଏନଏସ ବିକ୍ରାନ୍ତରେ ସଶସ୍ତ୍ର ବାହିନୀ ସହିତ ଦୀପାବଳି ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 20th, 10:30 am
ଆଜି ଏକ ସୁନ୍ଦର ଦିନ, ଏହି ମୁହୂର୍ତ୍ତ ସ୍ମରଣୀୟ, ଏହି ଦୃଶ୍ୟ ଆଶ୍ଚର୍ଯ୍ୟଜନକ। ଆଜି ମୋର ଗୋଟିଏ ଦିଗରେ ଅଥଳ ସମୁଦ୍ରର ଜଳରାଶି ତ ଅନ୍ୟ ପଟେ ମା' ଭାରତୀର ବୀର ଯବାନମାନଙ୍କର ଅକଳନୀୟ ସାମର୍ଥ୍ୟ ରହିଛି । ଆଜି ମୋର ଗୋଟିଏ ପଟେ ଅନନ୍ତ କ୍ଷିତିଜ ବ୍ୟାପି ରହିଛି, ଅନନ୍ତ ଆକାଶ ରହିଛି, ତ ଅନ୍ୟ ପଟେ ଅନନ୍ତ ଶକ୍ତିକୁ ଧରି ରଖିଥିବା ଏହି ବିଶାଳ, ବିରାଟ ଆଇଏନଏସ ବିକ୍ରାନ୍ତ ରହିଛି । ସମୁଦ୍ରର ଜଳରାଶି ଉପରେ ସୂର୍ଯ୍ୟଙ୍କ କିରଣ ଏହି ଚମକ ଗୋଟିଏ ପଟେ ବୀର ଯବାନମାନଙ୍କ ଦ୍ୱାରା ଜଳା ଯାଇଥିବା ଦୀପାବଳିର ପ୍ରଦୀପମାଳା ରହିଛି । ଏହା ଆମର ଅଲୌକିକ ଦୀପମାଳାର ସମାହାର, ମୋର ସୌଭାଗ୍ୟ ଯେ ଏଥର ମୁଁ ନୌସେନାର ଆପଣମାନଙ୍କ ସମସ୍ତ ବୀର ଯବାନମାନଙ୍କ ଗହଣରେ ପବିତ୍ର ଦୀପାବଳି ପର୍ବ ପାଳନ କରୁଛି।ଆଇଏନଏସ ବିକ୍ରାନ୍ତରେ ଦେଶପ୍ରେମ ଓ ଆଲୋକର ଉତ୍ସବ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ
October 20th, 10:00 am
ନୂଆଦିଲ୍ଲୀ,୨୧.୧୦.୨୦୨୫: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଇଏନଏସ ବିକ୍ରାନ୍ତରେ ଦୀପାବଳି ପାଳନ ସମୟରେ ସଶସ୍ତ୍ର ବାହିନୀର କର୍ମଚାରୀମାନଙ୍କୁ ସମ୍ବୋଧିତ କରିଛନ୍ତି। ଆଜିର ଏହି ଦିନକୁ ଏକ ସୁନ୍ଦର ଦିନ, ସୁନ୍ଦର ମୁହୂର୍ତ୍ତ ଏବଂ ଚମତ୍କାର ଦୃଶ୍ୟ ଭାବରେ ବର୍ଣ୍ଣନା କରି ଶ୍ରୀ ମୋଦୀ କହିଛନ୍ତି, ଏକ ପାର୍ଶ୍ଵରେ ବିଶାଳ ସମୁଦ୍ର ଏବଂ ଅନ୍ୟପଟେ ଭାରତ ମାତାର ସାହସୀ ସୈନିକମାନଙ୍କର ଅପାର ଶକ୍ତି ରହିଛି। ସେହିପରି ଗୋଟିଏ ପାର୍ଶ୍ୱରେ ଅସୀମ ଦିଗନ୍ତ ଏବଂ ଅସୀମ ଆକାଶ ଥିବାବେଳେ, ଅନ୍ୟ ପାର୍ଶ୍ୱରେ ଆଇଏନଏସ ବିକ୍ରାନ୍ତର ବିଶାଳ ଶକ୍ତି ପ୍ରଦର୍ଶନ କରାଯାଉଛି, ଯାହା ଅସୀମ ଶକ୍ତିକୁ ମୂର୍ତ୍ତିମନ୍ତ କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସମୁଦ୍ରରେ ସୂର୍ଯ୍ୟକିରଣର ଚମକ ଦୀପାବଳି ସମୟରେ ବୀର ସୈନିକମାନଙ୍କ ଦ୍ୱାରା ପ୍ରଜ୍ଜ୍ୱଳିତ ଦୀପ ସହିତ ସମାନ, ଯାହା ଆଲୋକର ଏକ ଦିବ୍ୟ ମାଳା ସୃଷ୍ଟି କରୁଛି। ଭାରତୀୟ ନୌସେନାର ସାହସୀ ସୈନିକଙ୍କ ମଧ୍ୟରେ ଏହି ଦୀପାବଳି ପାଳନ କରିବା ମୋର ସୌଭାଗ୍ୟ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି।କୋଲକାତାରେ ଅନୁଷ୍ଠିତ ମିଳିତ କମାଣ୍ଡର ସମ୍ମିଳନୀରେ ସଶସ୍ତ୍ର ବାହିନୀର ବର୍ଦ୍ଧିତ ରଣନୈତିକ ପ୍ରସ୍ତୁତି ଲାଗି ଏକତା, ଆତ୍ମନିର୍ଭରଶୀଳତା ଏବଂ ନବସୃଜନ ଉପରେ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
September 15th, 03:34 pm
ପ୍ରଧାନମନ୍ତ୍ରୀ ଆଜି କୋଲକାତାରେ ୧୬ତମ ମିଳିତ କମାଣ୍ଡର ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ପ୍ରତି ଦୁଇ ବର୍ଷରେ ଥରେ ଆୟୋଜିତ ଏହି ସମ୍ମିଳନୀ ସଶସ୍ତ୍ର ବାହିନୀର ସର୍ବୋଚ୍ଚ ମନ୍ଥନ ମଞ୍ଚ। ଏହି ମଞ୍ଚ ଦେଶର ଶୀର୍ଷ ନାଗରିକ ଏବଂ ସାମରିକ ନେତୃତ୍ୱଙ୍କୁ ମତ ବିନିମୟ କରିବା ଏବଂ ଭାରତର ସାମରିକ ପ୍ରସ୍ତୁତିର ଭବିଷ୍ୟତ ବିକାଶ ନିମନ୍ତେ ଭିତ୍ତିଭୂମି ସ୍ଥାପନ କରିବା ପାଇଁ ଏକତ୍ରିତ କରିଥାଏ। ଏହି ସମ୍ମିଳନୀର ବିଷୟବସ୍ତୁ ହେଉଛି 'ସଂସ୍କାର ବର୍ଷ - ଭବିଷ୍ୟତ ପାଇଁ ପରିବର୍ତ୍ତନ', ସଶସ୍ତ୍ର ବାହିନୀର ଆଧୁନିକୀକରଣ ଏବଂ ରୂପାନ୍ତର ସହିତ ମେଳ ଖାଉଛି।ମାଓବାଦ ଦମନ ଦିଗରେ ସଶସ୍ତ୍ର ବଳର ପ୍ରୟାସକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
May 21st, 05:31 pm
ମାଓବାଦ ଦମନ କରିବା ସହ ଆମ ଲୋକମାନଙ୍କ ପାଇଁ ଶାନ୍ତି ଏବଂ ପ୍ରଗତିପୂର୍ଣ୍ଣ ଜୀବନ ସୁନିଶ୍ଚିତ କରିବାର ସରକାରଙ୍କ ପ୍ରତିବଦ୍ଧତାକୁ ପୁନଃଦୋହରାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଶସ୍ତ୍ର ବଳର ପ୍ରୟାସକୁ ପ୍ରଶଂସା କରିଛନ୍ତି ।ଆଦମପୁର ଏୟାର ବେସ୍ରେ ବୀର ବାୟୁସେନା ଓ ସୈନିକଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ
May 13th, 03:45 pm
ଏହି ଜୟଘୋଷର ଶକ୍ତିକୁ ଏବେ ଏବେ ସାରା ଦୁନିଆଁ ଦେଖୁଛି। ଭାରତ ମାତା କୀ ଜୟ, ଏହା କେବଳ ଏକ ଘୋଷଣା ନୁହେଁ, ଏହା ଦେଶର ପ୍ରତିଟି ସେଇ ସୈନିକଙ୍କର ଶପଥ ଅଟେ, ଯିଏ ଦେଶମାତୃକାର ସମ୍ମାନ ଓ ମର୍ଯ୍ୟାଦା ପାଇଁ ଜୀବନକୁ ବାଜି ଲଗାଇ ଥାଏ। ଏହା ଦେଶର ପ୍ରତିଟି ନାଗରିକଙ୍କର ସ୍ୱର, ଯିଏ ଦେଶ ପାଇଁ ବଂଚିବାକୁ ଇଚ୍ଛା କରନ୍ତି, ଯିଏ କିଛି କରିବାକୁ ଇଚ୍ଛା କରନ୍ତି।ଆଦମପୁର ବାୟୁସେନା ଘାଟିଠାରେ ଦେଶର ସାହାସୀ ବାୟୁବୀର ଏବଂ ସୈନିକଙ୍କ ସହ ମତବିନିମୟ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
May 13th, 03:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଦମପୁରସ୍ଥିତ ବାୟୁସେନା ଘାଟି ପରିଦର୍ଶନ କରିଥିଲେ ଏବଂ ଦେଶର ସାହସୀ ବାୟୁସେନା ଯୋଦ୍ଧା ଏବଂ ସୈନିକମାନଙ୍କ ସହିତ ମତ ବିନିମୟ କରିଥିଲେ। ସେମାନଙ୍କୁ ସମ୍ବୋଧିତ କରି, ସେ କହିଥିଲେ ଯେ ବିଶ୍ବ 'ଭାରତ ମାତା କି ଜୟ' ସ୍ଲୋଗାନର ଶକ୍ତି ଦେଖିଛି । ଏହା କେବଳ ଏକ ମନ୍ତ୍ର ମାତ୍ର ନୁହେଁ, ବରଂ ଭାରତ ମାତାର ମର୍ଯ୍ୟାଦା ବଜାୟ ରଖିବା ପାଇଁ ନିଜ ଜୀବନକୁ ବାଜି ଲଗାଉଥିବା ପ୍ରତ୍ୟେକ ସୈନିକଙ୍କ ଦ୍ୱାରା ନିଆଯାଉଥିବା ଏକ ବଜ୍ର ଶପଥ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସ୍ଲୋଗାନ ପ୍ରତ୍ୟେକ ନାଗରିକଙ୍କ ସ୍ୱର, ଯିଏ ଦେଶ ପାଇଁ ବଞ୍ଚିବାକୁ ଏବଂ ଏକ ଅର୍ଥପୂର୍ଣ୍ଣ ଯୋଗଦାନ ଦେବାକୁ ଚାହେଁ। ସେ ଗୁରୁତ୍ୱାରୋପ କରିଥିଲେ ଯେ 'ଭାରତ ମାତା କୀ ଜୟ' ଯୁଦ୍ଧକ୍ଷେତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ ମିଶନରେ ପ୍ରତିଧ୍ୱନିତ ହୋଇଥାଏ। ସେ ଉଲ୍ଲେଖ କରିଥିଲେ ଯେ ଯେତେବେଳେ ଭାରତୀୟ ସୈନିକମାନେ 'ଭାରତ ମାତା କୀ ଜୟ' ସ୍ଲୋଗାନ ଦିଅନ୍ତି, ସେତେବେଳେ ଶତ୍ରୁର ମେରୁଦଣ୍ଡ ଥରହର ହୋଇଯାଏ। ଭାରତର ସାମରିକ ଶକ୍ତି ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ ଯେ ଯେତେବେଳେ ଭାରତୀୟ ଡ୍ରୋନ ଶତ୍ରୁର ଦୁର୍ଗକୁ ଧ୍ୱଂସ କରେ ଏବଂ ଯେତେବେଳେ କ୍ଷେପଣାସ୍ତ୍ର ସଠିକ ଭାବରେ ଆକ୍ରମଣ କରେ, ସେତେବେଳେ ଶତ୍ରୁ କେବଳ ଗୋଟିଏ ବାକ୍ୟ ଶୁଣେ - 'ଭାରତ ମାତା କି ଜୟ'। ପ୍ରଧାନମନ୍ତ୍ରୀ ମୋଦୀ ଦୃଢ଼ତାର ସହିତ କହିଥିଲେ ଯେ ରାତିର ଅନ୍ଧାରରେ ମଧ୍ୟ, ଭାରତ ଆକାଶକୁ ଆଲୋକିତ କରିବାର କ୍ଷମତା ରଖେ, ଯାହା ଶତ୍ରୁକୁ ଆମ ଦେଶର ଅଦମ୍ୟ ଶକ୍ତିକୁ ଦେଖିବାକୁ ବାଧ୍ୟ କରେ। ସେ ଘୋଷଣା କରିଥିଲେ ଯେ ଯେତେବେଳେ ଭାରତର ସେନା ପରମାଣୁ ବ୍ଲାକମେଲର ବିପଦକୁ ଦୂର କରିବେ, ସେତେବେଳେ ସ୍ବର୍ଗ ମର୍ତ୍ତ୍ୟ ପାତାଳରେ ଗୋଟିଏ ଧ୍ବନି ପ୍ରତିଧ୍ୱନିତ ହେବ - 'ଭାରତ ମାତା କି ଜୟ'।Prime Minister visits AFS Adampur to meet brave air warriors and soldiers
May 13th, 01:04 pm
PM Modi visited AFS Adampur on May 13, 2025, to meet the brave air warriors and soldiers. Calling it a special experience, he lauded their courage, determination, and fearlessness. He affirmed that India remains eternally grateful to the armed forces for their selfless service.ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ
May 10th, 02:31 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ୭, ଲୋକକଲ୍ୟାଣ ମାର୍ଗରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ, ଏନଏସଏ ଅଜିତ ଡୋଭାଲ, ସିଡିଏସ ଜେନେରାଲ ଅନିଲ ଚୌହାନ, ସେନାର ମୁଖ୍ୟମାନେ ଏବଂ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ ।PM Modi chairs a meeting with Defence Minister, NSA, CDS and Chiefs of Armed Forces
May 09th, 10:24 pm
PM Modi chaired a meeting attended by Defence Minister Shri Rajnath Singh, National Security Advisor Shri Ajit Doval, Chief of Defence Staff General Anil Chauhan, and Chiefs of the armed forces and senior officials.76ତମ ସାଧାରଣତନ୍ତ୍ର ଦିବସ ପାଳନ କଲା ଭାରତ
January 26th, 12:30 pm
କର୍ତ୍ତବ୍ୟ ପଥରେ 76ତମ ସାଧାରଣତନ୍ତ୍ର ଦିବସ ପାଳନ ଭାରତର ଏକତା, ଶକ୍ତି ଏବଂ ଐତିହ୍ୟକୁ ପ୍ରଦର୍ଶିତ କରିଥିଲା। ରାଷ୍ଟ୍ରୀୟ ସମର ସ୍ମାରକରେ ପ୍ରଧାନମନ୍ତ୍ରୀ ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିଆଣ୍ଟୋ ଉପସ୍ଥିତ ଥିଲେ। ସଶସ୍ତ୍ର ବାହିନୀର ଶୋଭାଯାତ୍ରା ଦଳ ଶୃଙ୍ଖଳା ଏବଂ ବୀରତ୍ୱ ପ୍ରଦର୍ଶନ କରିଥିବା ବେଳେ ଜୀବନ୍ତ ସାଂସ୍କୃତିକ ପରିବେଷଣ ଭାରତର ସମୃଦ୍ଧ ବିବିଧତାକୁ ଆଲୋକପାତ କରିଥିଲା। ଭାରତୀୟ ବାୟୁସେନାର ଚମତ୍କାର ଫ୍ଲାଇପାଷ୍ଟ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ଏହି ଉତ୍ସବ ପାଇଁ ଏକାଠି ହୋଇଥିବା ଲୋକଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।ସେନା ଦିବସରେ ଭାରତୀୟ ସେନାର ଅଦମ୍ୟ ସାହକୁ ସାଲ୍ୟୁଟ୍ କଲେ ପ୍ରଧାନମନ୍ତ୍ରୀ
January 15th, 09:18 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସେନା ଦିବସରେ ଭାରତୀୟ ସେନାର ଅଦମ୍ୟ ସାହସକୁ ସାଲ୍ୟୁଟ୍ କରିଛନ୍ତି । ଭାରତୀୟ ସେନା ଦୃଢ଼ ସଂକଳ୍ପ, କର୍ତ୍ତବ୍ୟପରାୟଣତା ଏବଂ ଉତ୍ସର୍ଗୀକୃତତାର ପ୍ରତୀକ ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମନ୍ତବ୍ୟ ଦେଇଛନ୍ତି । ଶୀ ମୋଦୀ କହିଛନ୍ତି, “ଆମ ସରକାର ସଶସ୍ତ୍ର ବାହିନୀ ଏବଂ ସେମାନଙ୍କ ପରିବାରର କଲ୍ୟାଣ ପାଇଁ ପ୍ରତିବଦ୍ଧ। ବର୍ଷ ବର୍ଷ ଧରି ଆମେ ଅନେକ ସଂସ୍କାର ଆଣିବା ସହ ଆଧୁନିକୀକରଣ ଉପରେ ମଧ୍ୟ ଗୁରୁତ୍ୱ ଦେଇଛୁ” ।ୱାନ ରାଙ୍କ ୱାନ ପେନ୍ସନ୍ (ଓଆର୍ଓପି) ଯୋଜନା ଭେଟେରାନ ଓ ପୂର୍ବତନ ସେନା କର୍ମଚାରୀଙ୍କ ସାହସ ଏବଂ ବଳିଦାନ ପ୍ରତି ଏକ ଶ୍ରଦ୍ଧାଞ୍ଜଳି : ପ୍ରଧାନମନ୍ତ୍ରୀ
November 07th, 09:39 am
ୱାନ୍ ରାଙ୍କ ୱାନ୍ ପେନ୍ସନ୍ (ଓଆର୍ଓପି) ଯୋଜନାର ଦଶ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଏହି ଯୋଜନା ଆମର ଭେଟେରାନ ଏବଂ ପୂର୍ବତନ ସେନା କର୍ମଚାରୀମାନଙ୍କର ସାହସ ଏବଂ ବଳିଦାନ ପ୍ରତି ଏକ ଶ୍ରଦ୍ଧାଞ୍ଜଳି, ଯେଉଁମାନେ ଆମ ଦେଶର ସୁରକ୍ଷା ପାଇଁ ନିଜର ଜୀବନ ଉତ୍ସର୍ଗ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦୀର୍ଘ ଦିନରୁ କରାଯାଉଥିବା ଦାବିକୁ ପୂରଣ କରିବା ତଥା ଆମର ହିରୋମାନଙ୍କ ପ୍ରତି ଆମ ଦେଶର କୃତଜ୍ଞତାକୁ ନିଶ୍ଚିତ କରିବା ପାଇଁ ଓଆରଓପି କାର୍ଯ୍ୟକାରୀ କରିବାର ନିଷ୍ପତ୍ତି ଏକ ଗୁରୁତ୍ୱପୂର୍ଣ୍ଣ ପଦେକ୍ଷେପ । ଆମ ସଶସ୍ତ୍ର ବାହିନୀକୁ ମଜବୁତ କରିବା ଏବଂ ଯେଉଁମାନେ ଆମର ସେବା କରୁଛନ୍ତି ସେମାନଙ୍କ ପାଇଁ କଲ୍ୟାଣକାରୀ କାର୍ଯ୍ୟକୁ ବଢ଼ାଇବା ଦିଗରେ ସରକାର ସବୁବେଳେ ଯଥାସାଧ୍ୟ ପ୍ରୟାସ କରିବେ ବୋଲି ଶ୍ରୀ ମୋଦୀ ଆଶ୍ୱାସନା ଦେଇଛନ୍ତି ।ମାର୍ଚ୍ଚ ୧୨ରେ ଗୁଜରାଟ ଓ ରାଜସ୍ଥାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
March 10th, 05:24 pm
ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୧୨ ରେ ଗୁଜରାଟ ଏବଂ ରାଜସ୍ଥାନ ଗସ୍ତ କରିବେ । ସକାଳ ପ୍ରାୟ ୯ଟା ୧୫ ସମୟରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ ଠାରେ ୧,୦୬,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଏବଂ ଭିତ୍ତିପ୍ରସ୍ଥର ସ୍ଥାପନ କରିବେ । ଏହା ପରେ , ପୂର୍ବାହ୍ନ ପ୍ରାୟ ୧୦ଟାରେ ପ୍ରଧାନମନ୍ତ୍ରୀ ସାବରମତୀ ଆଶ୍ରମ ପରିଦର୍ଶନ କରିବେ , ଯେଉଁଠାରେ ସେ କୋଚରବ ଆଶ୍ରମର ଉଦଘାଟନ କରିବେ ଏବଂ ଗାନ୍ଧୀ ଆଶ୍ରମ ସ୍ମାରକୀର ମାଷ୍ଟର ପ୍ଲାନର ଶୁଭାରମ୍ଭ କରିବେ । ଏହାପରେ ରାତି ପ୍ରାୟ ୧ଟା ୪୫ମିନିଟରେ ପ୍ରଧାନମନ୍ତ୍ରୀ ରାଜସ୍ଥାନର ପୋଖରାନ ଠାରେ ତ୍ରିସେବା ଲାଇଭ୍ ଫାୟାର ଏବଂ କୌଶଳ ଅଭ୍ୟାସ ଆକାରରେ ସ୍ୱଦେଶୀ ପ୍ରତିରକ୍ଷା ସାମର୍ଥ୍ୟର ସମନ୍ୱିତ ପ୍ରଦର୍ଶନ 'ଭାରତ ଶକ୍ତି'କୁ ଦେଖିବେ ।Glimpses from 75th Republic Day celebrations at Kartavya Path, New Delhi
January 26th, 01:08 pm
India marked the 75th Republic Day with great fervour and enthusiasm. The country's perse culture, prowess of the Armed Forces were displayed at Kartavya Path in New Delhi. President Droupadi Murmu, Prime Minister Narendra Modi, President Emmanuel Macron of France, who was this year's chief guest, graced the occasion.India has gained new strategic strength; Borders more secure than ever: PM Modi
August 15th, 02:46 pm
Armed Forces are being modernised, making them young & battle ready to deal with future challenges our top priority, said PM Modi highlighting that India has gained a new strategic strength in recent years and today our borders are more secure than ever.ଭାରତୀୟ ବିଦେଶ ସେବାରେ 2022 ବ୍ୟାଚର ପ୍ରଶିକ୍ଷାର୍ଥୀ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି
July 25th, 07:56 pm
ପ୍ରଧାନମନ୍ତ୍ରୀ ପ୍ରଶିକ୍ଷାର୍ଥୀ ଅଧିକାରୀମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି ଏବଂ ତାଙ୍କ ସହିତ ସରକାରୀ ସେବାରେ ସାମିଲ୍ ହେବା ପରେ ଏ ପର୍ଯ୍ୟନ୍ତର ତାଙ୍କ ଅଭିଜ୍ଞତା ବିଷୟରେ ସୂଚନା ପ୍ରାପ୍ତ କରିଛନ୍ତି। ପ୍ରଶିକ୍ଷାର୍ଥୀ ଅଧିକାରୀମାନେ ନିଜର ପ୍ରଶିକ୍ଷଣ ସମୟରେ ଗ୍ରାମକୁ ଯାତ୍ରା, ଭାରତ ଦର୍ଶନ ଏବଂ ସଶସ୍ତ୍ର ବଳ ସହିତ ସମ୍ପର୍କ ତଥା ଅନ୍ୟ ଶିକ୍ଷା ପ୍ରଦାନ କରାଯାଇଥିବା ବିଷୟକୁ ଆଦାନ ପ୍ରଦାନ କରିଛନ୍ତି। ପ୍ରଶିକ୍ଷାର୍ଥୀ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଜଳ ଜୀବନ ମିଶନ୍ ଏବଂ ପିଏମ୍ ଆବାସ ଯୋଜନା ପରି ସରକାରଙ୍କ ଅନେକ କଲ୍ୟାରକାରୀ ଯୋଜନାର ପରିବର୍ତ୍ତନକାରୀ ପ୍ରଭାବ ବିଷୟରେ ମଧ୍ୟ କହିଛନ୍ତି, ଯାହାର ପ୍ରଭାବକୁ ସେମାନେ ପ୍ରତ୍ୟକ୍ଷ ଭାବରେ ଦେଖିଛନ୍ତି।