ବିଶ୍ୱର ଅନ୍ୟତମ ବୃହତ ନଦୀବନ୍ଧ ସର୍ଦ୍ଦାର ସରୋବର ପରିଯୋଜନାକୁ ଆସନ୍ତାକଲି ପ୍ରଧାନମନ୍ତ୍ରୀ କରିବେ ଲୋକାର୍ପଣ,

September 16th, 02:19 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର କେବଡିଆଠାରେ 17, ସେପ୍ଟେମ୍ବର 2017ରେ ସର୍ଦ୍ଦାର ସରୋବର ନଦୀବନ୍ଧକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ । ଏହି ନଦୀବନ୍ଧର ଉଚ୍ଚତା ସମ୍ପ୍ରତି 138.68 ମିଟରକୁ ବୃଦ୍ଧି କରାଯାଇଛି, ଯାହାରକି 4.73 ନିୟୁତ ଏକର ଫୁଟ ଜଳଧାରଣ କରିବାର କ୍ଷମତା ରହିଛି । ଏହି ପରିଯୋଜନାରେ ଅଂଶିଦାର ରାଜ୍ୟ – ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରକୁ ସର୍ଦ୍ଦାର ସରୋବର ନଦୀବନ୍ଧରୁ ବେଶ ସୁବିଧା ମିଳିପାରିବ ।