ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

April 27th, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଯେତେବେଳେ ମୁଁ ଆପଣଙ୍କ ସହିତ ମନର କଥା ହେଉଛି, ସେତେବେଳେ ମନରେ ଗଭୀର ପୀଡ଼ା ରହିଛି । ଏପ୍ରିଲ ୨୨ ତାରିଖ ଦିନ ପହଲଗାମ୍ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଦେଶର ପ୍ରତ୍ୟେକ ନାଗରିକକୁ ବ୍ୟଥିତ କରିଛି । ପୀଡ଼ିତ ପରିବାରଙ୍କ ପ୍ରତି ପ୍ରତ୍ୟେକ ଭାରତୀୟଙ୍କ ମନରେ ଗଭୀର ସମବେଦନା ରହିଛି । ସେ ଯେକୌଣସି ରାଜ୍ୟର ହୋଇଥାଆନ୍ତୁ ନା କାହିଁକି, ଯେକୌଣସି ଭାଷାଭାଷୀ ହୋଇଥାଆନ୍ତୁ ନା କାହିଁକି, ସମସ୍ତେ ସେହିମାନଙ୍କ ଯନ୍ତ୍ରଣାକୁ ଅନୁଭବ କରୁଛନ୍ତି, ଯେଉଁମାନେ ଏହି ଆକ୍ରମଣରେ ନିଜ ପରିବାରର ଲୋକଙ୍କୁ ହରାଇଛନ୍ତି । ଆତଙ୍କବାଦୀ ଆକ୍ରମଣର ଚିତ୍ରଗୁଡ଼ିକୁ ଦେଖି ପ୍ରତ୍ୟେକ ଭାରତୀୟର ରକ୍ତ ତାତି ଉଠୁଛି, ସେ କଥା ମୁଁ ଅନୁଭବ କରିପାରୁଛି । ପହଲଗାମରେ ହୋଇଥିବା ଏହି ଆକ୍ରମଣ, ଆତଙ୍କବାଦର ପୃଷ୍ଠପୋଷକଙ୍କ ହତାଶା ଭାବକୁ ଦର୍ଶାଉଛି, ସେମାନଙ୍କ କାପୁରୁଷପଣିଆକୁ ପ୍ରଦର୍ଶିତ କରୁଛି । କାଶ୍ମୀରରେ ଶାନ୍ତି ଫେରିଆସୁଥିବା ସମୟରେ - ସ୍କୁଲ-କଲେଜମାନଙ୍କରେ ଗୋଟିଏ ଉତ୍ସାହ ଥିଲା, ନିର୍ମାଣ କାର୍ଯ୍ୟରେ ଅଭୂତପୂର୍ବ ଗତିଶୀଳତା ଆସିଥିଲା, ଗଣତନ୍ତ୍ର ଦୃଢ଼ୀଭୂତ ହେଉଥିଲା, ପର୍ଯ୍ୟଟକମାନଙ୍କ ସଂଖ୍ୟାରେ ରେକର୍ଡ଼ ବୃଦ୍ଧି ହୋଇଚାଲିଥିଲା, ଲୋକମାନଙ୍କ ଆୟ ବୃଦ୍ଧି ହେଉଥିଲା, ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇଚାଲିଥିଲା – ଏଭଳି ସମୟରେ ଦେଶର ଶତ୍ରୁ, ଜାମ୍ମୁ-କାଶ୍ମୀରର ଶତ୍ରୁମାନଙ୍କ ପକ୍ଷରେ ଏହା ଅସହ୍ୟ ହେଲା । ଆତଙ୍କବାଦୀ ଓ ଆତଙ୍କକୁ ପ୍ରଶ୍ରୟ ଦେଉଥିବା ଶକ୍ତିମାନେ ଚାହାଁନ୍ତି ଯେ, କାଶ୍ମୀର ପୁଣିଥରେ ଧ୍ୱଂସ ହେଇଯାଉ, ତେଣୁ ସେମାନେ ଏତେ ବଡ଼ ଷଡ଼ଯନ୍ତ୍ର ଘଟାଇଲେ । ଆତଙ୍କବାଦ ବିରୁଦ୍ଧରେ ଏହି ଯୁଦ୍ଧରେ ଦେଶର ଏକତା, ୧୪୦ କୋଟି ଭାରତୀୟଙ୍କ ଏକଜୁଟପଣିଆ ଆମର ସବୁଠାରୁ ବଡ଼ ଶକ୍ତି । ଏହି ଏକତା, ଆତଙ୍କବାଦ ବିରୁଦ୍ଧରେ ଆମର ନିର୍ଣ୍ଣାୟକ ସଂଗ୍ରାମର ଆଧାର । ଦେଶ ଆଗରେ ଦେଖାଦେଇଥିବା ଏହି ଆହ୍ୱାନର ମୁକାବିଲା କରିବା ପାଇଁ ଆମକୁ ଆମ ସଂକଳ୍ପକୁ ସୁଦୃଢ଼ କରିବାକୁ ହେବ । ଗୋଟିଏ ରାଷ୍ଟ୍ର ହିସାବରେ ଆମକୁ ଦୃଢ଼ ଇଚ୍ଛାଶକ୍ତି ପ୍ରଦର୍ଶିତ କରିବାକୁ ହେବ । ଏହି ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶର ସ୍ୱର ଏକ ହୋଇଥିବା କଥା ଆଜି ସାରା ବିଶ୍ୱ ଦେଖୁଛି ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତାବ୍ଦୀ ସମାରୋହର ସମାପନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

June 30th, 11:20 am

ବର୍ତ୍ତମାନ ଶହେ ବର୍ଷର ଚଳଚ୍ଚିତ୍ର ଆମେ ଦେଖିଥିଲେ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦୁନିଆକୁ ବୁଝିବା ପାଇଁ । କେବଳ ଯଦି ଏତେ ବଡ଼ ଦେଖିବା ତେବେ ଜଣାପଡ଼ିବ ଯେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ କ’ଣ ଦେଇଛି । କିଛି ଲୋକ ମୋ ସମ୍ମୁଖରେ ବସିଛନ୍ତି, ଯେଉଁମାନଙ୍କୁ ମୁଁ ଛାତ୍ର ଦିନରୁ ଜାଣିଛି, କିନ୍ତୁ ବର୍ତ୍ତମାନ ସେମାନେ ବହୁତ ବଡ଼ ଲୋକ ହୋଇ ଯାଇଛନ୍ତି, ଏବଂ ମୋର ଅନୁମାନ ଥିଲା ଯେ ମୁଁ ଆଜି ଏଠାକୁ ଆସିବି ତେବେ ମୋତେ ଏଠାରେ ଉପସ୍ଥିତ ପୁରୁଣା ସାଥୀମାନଙ୍କ ସହିତ ଭେଟିବାର ସୁଯୋଗ ପାଇବି ଏବଂ ମୋତେ ମିଳୁଛି ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଶତବାର୍ଷିକୀ ସମାରୋହର ଉଦଯାପନୀ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

June 30th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର କ୍ରୀଡ଼ା ପରିସରରେ ଥିବା ବହୁମୁଖୀ କକ୍ଷରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାରୋହର ଉଦଯାପନୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଉତ୍ତର କ୍ୟାମ୍ପସରେ ତିଆରି ହେବାକୁ ଥିବା ପ୍ରଯୁକ୍ତି ବିଭାଗ, କମ୍ପ୍ୟୁଟର କେନ୍ଦ୍ର ଓ ଶିକ୍ଷା ବ୍ଲକ୍ ପାଇଁ ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ସ୍ମାରକୀ ଶତବାର୍ଷିକୀ ଅଧ୍ୟାୟ - ଶତବାର୍ଷିକୀ ସମାରୋହର ସଂକଳନ; ଲୋଗୋ ପୁସ୍ତିକା - ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ ଏହାର ମହାବିଦ୍ୟାଳମାନଙ୍କର ଲୋଗୋ; ଏବଂ ଔରା - ଦିଲ୍ଲୀ ବିଶ୍ୱବିଦ୍ୟାଳୟର ୧୦୦ ବର୍ଷ ପୂର୍ତ୍ତି ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି ।

India: The “It” Destination for IT Giants

April 03rd, 04:37 pm

The world’s largest tech companies are recognizing the great potential offered by Indian economy with its highly skilled workforce, a thriving business climate and a digital push under PM Modi’s visionary leadership. The top tech organizations are looking to expand their base and be part of India’s growth story.

ସୋସିଆଲ ମିଡିଆ କର୍ଣ୍ଣର 26 ଫେବୃୟାରୀ 2017

February 26th, 07:27 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

Apple CEO Tim Cook calls on PM

May 21st, 01:37 pm



Tim Cook launches updated version of 'Narendra Modi Mobile App'

May 21st, 11:57 am