୨୨ତମ ଆସିଆନ-ଭାରତ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
October 26th, 02:20 pm
ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କୁ ତାଙ୍କ ସଫଳ ଆସିଆନ ଅଧ୍ୟକ୍ଷତା ପାଇଁ ମୁଁ ସହୃଦୟତାର ସହିତ ଅଭିନନ୍ଦନ ଜଣାଉଛି। ମୁଁ ଫିଲିପାଇନ୍ସର ରାଷ୍ଟ୍ରପତି ମାର୍କୋସଙ୍କୁ ଭାରତର ଦେଶ ସଂଯୋଜକ ହିସାବରେ ଦକ୍ଷତାର ସହିତ କାର୍ଯ୍ୟ ସମ୍ପାଦନ କରିଥିବାରୁ ଧନ୍ୟବାଦ ଜଣାଉଛି। ମୁଁ ଆସିଆନ୍ର ନୂତନ ସଦସ୍ୟ ଭାବରେ ତିମୋର-ଲେଷ୍ଟେଙ୍କୁ ସ୍ୱାଗତ ଜଣାଉଛି।କୁଆଲାଲମ୍ପୁରରେ ୨୨ତମ ଆସିଆନ-ଭାରତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ
October 26th, 02:06 pm
୨୨ତମ ଆସିଆନ-ଭାରତ ଶିଖର ସମ୍ମିଳନୀ ୨୬ ଅକ୍ଟୋବର ୨୦୨୫ରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ୍ ମାଧ୍ୟମରେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ଏବଂ ଆସିଆନ ନେତାମାନେ ମିଳିତ ଭାବେ ଆସିଆନ-ଭାରତ ସମ୍ପର୍କରେ ହେଉଥିବା ଅଗ୍ରଗତିର ସମୀକ୍ଷା କରିଥିଲେ ଏବଂ ବ୍ୟାପକ ରଣନୈତିକ ସହଭାଗୀତାକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରିଥିଲେ। ଏହା ଥିଲା ଭାରତ-ଆସିଆନ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କର ଦ୍ୱାଦଶ ଅଂଶଗ୍ରହଣ।ଆସିଆନର ଅଧ୍ୟକ୍ଷତା ପାଇଁ ମାଲେସିଆ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
October 23rd, 10:55 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାଲେସିଆ ପ୍ରଧାନମନ୍ତ୍ରୀ ଶ୍ରୀ ଅନୱର ଇବ୍ରାହିମଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା କରିଛନ୍ତି ।ପ୍ରଧାନମନ୍ତ୍ରୀ ବ୍ରାଜିଲର ରିଓ ଡି ଜେନେରୋରେ ୧୭ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ମାଲେସିଆର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ
July 07th, 05:13 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରାଜିଲର ରିଓ ଡି ଜେନେରୋରେ ଅନୁଷ୍ଠିତ ୧୭ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ବିନ୍ ଇବ୍ରାହିମଙ୍କୁ ସାକ୍ଷାତ କରିଛନ୍ତି ।