ନୂଆଦିଲ୍ଲୀର ଭାରତମଣ୍ଡପଏମରେ ୱାଇ. ୟୁ. ଜି. ଏମ୍ କନକ୍ଲେଭ୍ ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

April 29th, 11:01 am

କାର୍ଯ୍ୟକ୍ରମରେ ଉପସ୍ଥିତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୀ, ଡକ୍ଟର ଜିତେନ୍ଦ୍ର ସିଂହ ଜୀ, ଶ୍ରୀ ଜୟନ୍ତ ଚୌଧୁରୀ ଜୀ, ଡକ୍ଟର ସୁକାନ୍ତା ମଜୂମଦାର ଜୀ, ଟେକ୍ନୋଲୋଜି ମାଧ୍ୟମରେ ଯୋଡ଼ି ହୋଇଥିବା ମୋର ବନ୍ଧୁ ଶ୍ରୀ ରୋମେଶ ୱାଧୱାନୀ ଜୀ ଏବଂ ଡକ୍ଟର ଅଜୟ କେଲା ଜୀ, ବିଜ୍ଞାନ ଏବଂ ଟେକ୍ନୋଲୋଜି ଏବଂ ଶିକ୍ଷା ଜଗତର ଯୋଡି ହୋଇଥିବା ଆପଣ ସମସ୍ତ ସାଥିମାନେ, ଅନ୍ୟ ବିଶିଷ୍ଟ ଅତିଥିଗଣ, ମହିଳା ଏବଂ ଭଦ୍ରବ୍ୟକ୍ତିଗଣ!

ଯୁଗ୍ମ ଇନୋଭେସନ କନକ୍ଲେଭକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

April 29th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଯୁଗ୍ମ ଇନୋଭେସନ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ, ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀ ସରକାରୀ ଅଧିକାରୀ, ଶିକ୍ଷାବିତ୍ ଏବଂ ବିଜ୍ଞାନ ଏବଂ ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ସମେତ ବିକଶିତ ଭାରତର ସମସ୍ତ ଅଂଶୀଦାରଙ୍କ ଏକ ମିଳନସ୍ଥଳୀ - ଏହା ବିକଶିତ ଭାରତ ପାଇଁ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟାକୁ ଆଗକୁ ବଢ଼ାଇବା ପାଇଁ ଲକ୍ଷ୍ୟ ରଖାଯାଇଥିବା ସହଯୋଗର ଏକ ପ୍ରକାର। ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକାଶ କରିଥିଲେ ଯେ ଏହି କାର୍ଯ୍ୟକ୍ରମ ଭାରତର ନବସୃଜନ କ୍ଷମତା ଏବଂ ଡିପ୍-ଟେକ୍ କ୍ଷେତ୍ରରେ ଏହାର ଭୂମିକାକୁ ବୃଦ୍ଧି କରିବା ପାଇଁ ପ୍ରୟାସକୁ ତ୍ୱରାନ୍ୱିତ କରିବ। ସେ ଆଇଆଇଟି କାନପୁର ଏବଂ ଆଇଆଇଟି ବମ୍ବେରେ ଏଆଇ, ଇଣ୍ଟେଲିଜେଣ୍ଟ ସିଷ୍ଟମ ଏବଂ ଜୈବ ବିଜ୍ଞାନ, ବାୟୋଟେକ୍ନୋଲୋଜି, ସ୍ୱାସ୍ଥ୍ୟ ଏବଂ ଔଷଧ ଉପରେ କେନ୍ଦ୍ରିତ ସୁପର ହବ୍ସର ଉଦଘାଟନ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ୱାଧୱାନୀ ଇନୋଭେସନ୍ ନେଟୱାର୍କର ଶୁଭାରମ୍ଭ ବିଷୟରେ ମଧ୍ୟ କହିଥିଲେ, ଯାହା ଜାତୀୟ ଗବେଷଣା ଫାଉଣ୍ଡେସନ ସହିତ ସହଯୋଗରେ ଗବେଷଣାକୁ ଆଗକୁ ବଢ଼ାଇବାର ପ୍ରତିବଦ୍ଧତାକୁ ଦର୍ଶାଏ । ପ୍ରଧାନମନ୍ତ୍ରୀ ୱାଧୱାନୀ ଫାଉଣ୍ଡେସନ, ଆଇଆଇଟି ଏବଂ ଏହି ପଦକ୍ଷେପଗୁଡ଼ିକରେ ସାମିଲ ସମସ୍ତ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ବିଶେଷ କରି ଘରୋଇ ଏବଂ ସରକାରୀ କ୍ଷେତ୍ର ମଧ୍ୟରେ ସହଯୋଗ ମାଧ୍ୟମରେ ଦେଶର ଶିକ୍ଷା ବ୍ୟବସ୍ଥାରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ଶ୍ରୀଯୁକ୍ତ ରୋମେଶ ୱାଧୱାନୀଙ୍କ ଉତ୍ସର୍ଗୀକୃତତା ଏବଂ ସକ୍ରିୟ ଭୂମିକା ପାଇଁ ପ୍ରଶଂସା କରିଥିଲେ।

ଏପ୍ରିଲ ୨୯ ଯୁଗମ (YUGM) ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

April 28th, 07:07 pm

ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଏପ୍ରିଲ ୨୯ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୁଗମ୍ (YUGM) ସମ୍ମିଳନୀରେ ଅଂଶ ଗ୍ରହଣ କରିବେ । ଏହି ଅବସରରେ ଉପସ୍ଥିତ ସମାବେଶକୁ ମଧ୍ୟ ସେ ସମ୍ବୋଧିତ କରିବେ ।

ବଜେଟ ପରେ ଭିଡିଓ କନଫରେନ୍ସିଂ ଜରିଆରେ ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହିତ କରିବା ଉପରେ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ।

March 05th, 01:35 pm

ଏହି ଗୁରୁତ୍ୱପୂର୍ଣ୍ଣ ବଜେଟ୍ ୱେବିନାରରେ ଆପଣ ସମସ୍ତଙ୍କୁ ସ୍ୱାଗତ, ଅଭିନନ୍ଦନ । ଲୋକ, ଅର୍ଥନୀତି ଏବଂ ଉଦ୍ଭାବନ କ୍ଷେତ୍ରରେ ପୁଞ୍ଜିନିବେଶ ହେଉଛି ଏକ ବିଷୟବସ୍ତୁ ଯାହା ଏକ ବିକଶିତ ଭାରତର ରୋଡମ୍ୟାପ୍ କୁ ନିର୍ଦ୍ଧାରଣ କରେ | ଚଳିତ ବର୍ଷବଜେଟରେ ଏହାର ପ୍ରଭାବ ବହୁତ ବଡ ଧରଣର ଦେଖିବାକୁ ମିଳିବ । ତେଣୁ ଏହି ବଜେଟ୍ ଭାରତର ଭବିଷ୍ୟତ ପାଇଁ ବ୍ଲୁ ପ୍ରିଣ୍ଟ ଭାବେ ଉଭା ହୋଇଛି। ଭିତ୍ତିଭୂମି ଏବଂ ଶିଳ୍ପରେ ପୁଞ୍ଜିନିବେଶକୁ ଆମେ ଯେତିକି ପ୍ରାଥମିକତା ଦେଇଛୁ, ସେତିକି ଲୋକ, ଅର୍ଥନୀତି ଓ ଉଦ୍ଭାବନକୁ ମଧ୍ୟ ପ୍ରାଥମିକତା ଦେଇଛୁ। ଆପଣ ସମସ୍ତେ ଜାଣନ୍ତି ଯେ ଦକ୍ଷତା ବୃଦ୍ଧି ଏବଂ ପ୍ରତିଭା ବିକାଶ ଦେଶର ପ୍ରଗତିର ଭିତ୍ତିପ୍ରସ୍ତର ଭାବରେ କାର୍ଯ୍ୟ କରେ । ତେଣୁ ବିକାଶର ପରବର୍ତ୍ତୀ ପର୍ଯ୍ୟାୟରେ ଆମକୁ ଏସବୁ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ କରିବାକୁ ପଡ଼ିବ। ଏଥିପାଇଁ ସମସ୍ତ ହିତାଧିକାରୀ ଆଗେଇ ଆସିବା ଦରକାର। କାରଣ ଦେଶର ଅର୍ଥନୈତିକ ସଫଳତା ପାଇଁ ଏହା ଜରୁରୀ । ଏଥିସହିତ ଏହା ହିଁ ପ୍ରତ୍ୟେକ ସଂଗଠନର ସଫଳତାର ଆଧାର ମଧ୍ୟ।

‘ନିଯୁକ୍ତି ସୁଯୋଗ ବୃଦ୍ଧି- ଜନତା, ଅର୍ଥବ୍ୟବସ୍ଥା ଏବଂ ନବସୃଜନରେ ନିବେଶ’ ଶୀର୍ଷକ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

March 05th, 01:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ନିଯୁକ୍ତି ଉପରେ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ସେ ୱେବିନାରର ବିଷୟବସ୍ତୁ ଜନତା, ଅର୍ଥନୀତି ଏବଂ ନବସୃଜନରେ ନିବେଶ ର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ, ଯାହା ବିକାଶିତ ଭାରତ ପାଇଁ ରୋଡମ୍ୟାପକୁ ବ୍ୟାଖ୍ୟା କରେ। ସେ କହିଥିଲେ ଯେ ଚଳିତ ବର୍ଷର ବଜେଟ୍ ଏହି ବିଷୟବସ୍ତୁକୁ ବ୍ୟାପକ ସ୍ତରରେ ପ୍ରତିଫଳିତ କରୁଛି ଏବଂ ଭାରତର ଭବିଷ୍ୟତ ପାଇଁ ଏକ ବ୍ଲୁପ୍ରିଣ୍ଟ ଭାବେ କାର୍ଯ୍ୟ କରୁଛି। ଭିତ୍ତିଭୂମି, ଶିଳ୍ପ, ଲୋକ, ଅର୍ଥନୀତି ଏବଂ ନବସୃଜନ କ୍ଷେତ୍ରରେ ନିବେଶକୁ ସମାନ ପ୍ରାଥମିକତା ଦିଆଯାଇଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଦେଶର ପ୍ରଗତି ପାଇଁ ସାମର୍ଥ୍ୟ ନିର୍ମାଣ ଏବଂ ପ୍ରତିଭାର ବିକାଶ ମୂଳଦୁଆ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ସମସ୍ତ ଅଂଶୀଦାରମାନଙ୍କୁ ଆଗକୁ ବଢ଼ିବା ଏବଂ ବିକାଶର ପରବର୍ତ୍ତୀ ପର୍ଯ୍ୟାୟର ଆବଶ୍ୟକତା ଅନୁଯାୟୀ ଏହି କ୍ଷେତ୍ରରେ ଅଧିକ ନିବେଶ କରିବା ପାଇଁ ଅନୁରୋଧ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଦେଶର ଆର୍ଥିକ ସଫଳତା ପାଇଁ ଏହା ଅପରିହାର୍ଯ୍ୟ ଏବଂ ପ୍ରତ୍ୟେକ ସଙ୍ଗଠନର ସଫଳତାର ଆଧାରକୁ ଗଠନ କରିଥାଏ।

ୱାନ୍ ନେସନ୍ ୱାନ୍ ସବସ୍କ୍ରିପ୍ସନ୍ (ଓଏନ୍ଓଏସ୍)କୁ କ୍ୟାବିନେଟ୍ ଅନୁମୋଦନ

November 25th, 08:42 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଗବେଷଣାଭିତ୍ତିକ ପ୍ରବନ୍ଧ ଏବଂ ପତ୍ରିକା ପ୍ରକାଶନୀଗୁଡ଼ିକୁ ଦେଶବ୍ୟାପୀ ଉପଲବ୍ଧ କରାଇବା ପାଇଁ ଏକ ନୂତନ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ‘ୱାନ ନେସନ୍ ୱାନ୍ ସବସ୍କ୍ରିପ୍ସନ୍’କୁ ଅନୁମୋଦନ ମିଳିଛି । ଏହି ଯୋଜନା ଏକ ସରଳ, ଉପଭୋକ୍ତା ଅନୁକୂଳ ଏବଂ ସମ୍ପୂର୍ଣ୍ଣ ଡିଜିଟାଲ ପ୍ରକ୍ରିୟା ମାଧ୍ୟମରେ ପରିଚାଳିତ ହେବ । ସରକାରୀ ଉଚ୍ଚଶିକ୍ଷା ନୁଷ୍ଠାନ ଏବଂ କେନ୍ଦ୍ର ସରକାରଙ୍କ ଗବେଷଣା ଓ ବିକାଶ ପରୀକ୍ଷାଗାର ପାଇଁ ଏହା 'ୱାନ୍ ନେସନ୍ ୱାନ୍ ସବସ୍କ୍ରିପ୍ସନ୍’ ସୁବିଧା ହେବ।

ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ସେମିକନ୍ ଇଣ୍ଡିଆ ୨୦୨୪ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 11th, 12:00 pm

ସେମିର ସମସ୍ତ ସହଯୋଗୀଙ୍କୁ ମୁଁ ବିଶେଷ ଭାବରେ ସ୍ୱାଗତ ଜଣାଉଛି । ଗ୍ଲୋବାଲ ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରି ସହ ଜଡିତ ଏହି ଭବ୍ୟ କାର୍ଯ୍ୟକ୍ରମଆୟୋଜନ କରିବାରେ ଭାରତ ବିଶ୍ୱର ଅଷ୍ଟମ ଦେଶ । ଏବଂ ମୁଁ କହିପାରିବି ଯେ ଭାରତରେ ରହିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ଆପଣ ସଠିକ୍ ସମୟରେ, ସଠିକ୍ ସ୍ଥାନରେ ଅଛନ୍ତି । ଏକବିଂଶ ଶତାବ୍ଦୀର ଭାରତରେ ଚିପ୍ସ କେବେ ବି କମିନଥାଏ! ଖାଲି ସେତିକି ନୁହେଁ, ଆଜିର ଭାରତ ବିଶ୍ୱକୁ ଆଶ୍ୱାସନା ଦେଉଛି- ଚିପ୍ସ ଖସିଗଲେ ଆପଣ ଭାରତ ଉପରେ ବାଜି ଲଗାଇପାରିବେ!

ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାଠାରେ ସେମିକନ୍ ଇଣ୍ଡିଆ ୨୦୨୪କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

September 11th, 11:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ଗ୍ରେଟର ନୋଏଡାସ୍ଥିତ ଇଣ୍ଡିଆ ଏକ୍ସପୋ ମାର୍ଟରେ ସେମିକନ୍ ଇଣ୍ଡିଆ ୨୦୨୪କୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ଶ୍ରୀ ମୋଦୀ ବୁଲି ଦେଖିଥିଲେ। ସେପ୍ଟେମ୍ବର ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ତିନି ଦିନିଆ ସମ୍ମିଳନୀରେ ଭାରତର ସେମିକଣ୍ଡକ୍ଟର ରଣନୀତି ଏବଂ ନୀତି ପ୍ରଦର୍ଶିତ ହୋଇଛି, ଯେଉଁଥିରେ ଭାରତକୁ ସେମିକଣ୍ଡକ୍ଟର ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି।

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁସନ୍ଧାନ ଜାତୀୟ ଗବେଷଣା ଫାଉଣ୍ଡେସନ ଗଭର୍ଣ୍ଣିଂ ବଡିର ପ୍ରଥମ ବୈଠକ ଅନୁଷ୍ଠିତ

September 10th, 04:43 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଅଧ୍ୟକ୍ଷତାରେ ଆଜି ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ବାସଭବନରେ ଅନୁସନ୍ଧାନ ଜାତୀୟ ଗବେଷଣା ଫାଉଣ୍ଡେସନର ଗଭର୍ଣ୍ଣିଂ ବୋର୍ଡର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଭାରତର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ର ଏବଂ ଗବେଷଣା ଓ ବିକାଶ କାର୍ଯ୍ୟକ୍ରମର ପୁନର୍ବିନ୍ୟାସ ଉପରେ ଆଲୋଚନା କରାଯାଇଥିଲା।