ମୁମ୍ୱାଇରେ ୱେଭସ୍ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

May 01st, 03:35 pm

ୱେଭସ ଶିଖର ସମ୍ମିଳନୀରେ ଉପସ୍ଥିତ ମହାରାଷ୍ଟ୍ରର ରାଜ୍ୟପାଳ ସି. ପି. ରାଧାକ୍ରିଷ୍ଣନ ଜୀ, ମହାରାଷ୍ଟ୍ରର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଅଶ୍ୱିନୀ ବୈଷ୍ଣବ ଜୀ, ଏଲ. ମୁରୁଗନ ଜୀ, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଜୀ, ଅଜିତ ପାୱାର ଜୀ, ବିଶ୍ୱର କୋଣ ଅନୁକୋଣରୁ ଯୋଡି ହୋଇଥିବା ସୃଜନଶୀଳ ବିଶ୍ୱର ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ବିଭିନ୍ନ ଦେଶରୁ ଆସି ଯୋଗଦେଇଥିବା ସୂଚନା, ଯୋଗାଯୋଗ, କଳା ଏବଂ ସଂସ୍କୃତି ବିଭାଗର ମନ୍ତ୍ରୀଗଣ, ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ବିଶ୍ୱର କୋଣ ଅନୁକୋଣରୁ ଆସି ଏଠାରେ ଯୋଗଦେଇଥିବା ସୃଜନଶୀଳ ବିଶ୍ୱର ବ୍ୟକ୍ତିବିଶେଷ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଗଣ, ମହିଳା ଏବଂ ଭଦ୍ରବ୍ୟକ୍ତିଗଣ!

ୱେଭ୍ସ ୨୦୨୫କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

May 01st, 11:15 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ଭାରତର ପ୍ରଥମ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ-ୱେଭ୍ସ ୨୦୨୫କୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି, ସେ ଆଜି ପାଳିତ ହେଉଥିବା ମହାରାଷ୍ଟ୍ର ଦିବସ ଏବଂ ଗୁଜରାଟ ରାଜ୍ୟ ପ୍ରତିଷ୍ଠା ଦିବସ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସମସ୍ତ ଅନ୍ତର୍ଜାତୀୟ ସ୍ତରର ବିଶିଷ୍ଟ ବ୍ୟକ୍ତି, ରାଷ୍ଟ୍ରଦୂତ ଏବଂ ସୃଜନଶୀଳ ଶିଳ୍ପପତିଙ୍କ ଉପସ୍ଥିତିକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଏହି ସମାବେଶର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ୧୦୦ ରୁ ଅଧିକ ଦେଶର କଳାକାର, ନବସୃଜନକାରୀ, ନିବେଶକ ଏବଂ ନୀତି ନିର୍ଦ୍ଧାରକମାନେ ପ୍ରତିଭା ଏବଂ ସୃଜନଶୀଳତାର ଏକ ବିଶ୍ୱ ପରିବେଶ ପାଇଁ ମୂଳଦୁଆ ସ୍ଥାପନ କରିବା ଲାଗି ଏକାଠି ହୋଇଛନ୍ତି। ‘‘ୱେଭ୍ସ କେବଳ ଏକ ସଂକ୍ଷିପ୍ତ ଶବ୍ଦ ନୁହେଁ ବରଂ ସଂସ୍କୃତି, ସୃଜନଶୀଳତା ଏବଂ ସାର୍ବଜନୀନ ସଂଯୋଗକୁ ପ୍ରତିନିଧିତ୍ୱ କରୁଥିବା ଏକ ତରଙ୍ଗ’’ । ସେ ଆହୁରି ଉଲ୍ଲେଖ କରିଥିଲେ ଯେ ଏହି ସମ୍ମିଳନୀ ଚଳଚ୍ଚିତ୍ର, ସଙ୍ଗୀତ, ଗେମିଂ, ଆନିମେସନ୍ ଏବଂ କାହାଣୀ କହିବାର ବ୍ୟାପକ ବିଶ୍ୱକୁ ପ୍ରଦର୍ଶନ କରେ, ଯାହା କଳାକାର ଏବଂ ସ୍ରଷ୍ଟାମାନଙ୍କୁ ସଂଯୋଗ ଏବଂ ସହଯୋଗ କରିବା ପାଇଁ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ପ୍ରଦାନ କରେ। ପ୍ରଧାନମନ୍ତ୍ରୀ ଏହି ଐତିହାସିକ ଅବସରରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଭାରତ ଏବଂ ବିଦେଶର ବିଶିଷ୍ଟ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ।

ସମ୍ବିଧାନ ହେଉଛି ଆମର ମାର୍ଗଦର୍ଶକ :ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ

December 29th, 11:30 am

ମନ୍ କୀ ବାତ୍ ର ଏହି ଏପିସୋଡ୍ ରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବିଧାନର 75ତମ ବାର୍ଷିକୀ ଏବଂ ପ୍ରୟାଗରାଜରେ ମହାକୁମ୍ଭ ପାଇଁ ପ୍ରସ୍ତୁତି ସମେତ ଭାରତର ସଫଳତା ବିଷୟରେ ପ୍ରତିଫଳନ କରିଥିଲେ। ବସ୍ତର ଅଲିମ୍ପିକ୍ସର ସଫଳତାକୁ ସେ ପ୍ରଶଂସା କରିବା ସହ ମ୍ୟାଲେରିଆ ନିରାକରଣ ଏବଂ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ କର୍କଟ ଚିକିତ୍ସା କ୍ଷେତ୍ରରେ ଅଗ୍ରଗତି ଭଳି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସଫଳତା ଉପରେ ଆଲୋକପାତ କରିଥିଲେ । ଏହାବ୍ୟତୀତ ଓଡ଼ିଶାର କଳାହାଣ୍ଡିରେ ହୋଇଥିବା କୃଷି ପରିବର୍ତ୍ତନକୁ ସେ ପ୍ରଶଂସା କରିଥିଲେ।

Hackathon solutions are proving to be very useful for the people of the country: PM Modi

December 11th, 05:00 pm

PM Modi interacted with young innovators at the Grand Finale of Smart India Hackathon 2024 today, via video conferencing. He said that many solutions from the last seven hackathons were proving to be very useful for the people of the country.

ସ୍ମାର୍ଟ ଇଣ୍ଡିଆ ହାକାଥନ୍ ୨୦୨୪ର ଅଂଶଗ୍ରହଣକାରୀମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

December 11th, 04:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ମାର୍ଟ ଇଣ୍ଡିଆ ହାକାଥନ୍ ୨୦୨୪ର ଗ୍ରାଣ୍ଡ ଫାଇନାଲରେ ଯୁବ ଉଦ୍ଭାବକମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ତାଙ୍କ ଅଭିଭାଷଣରୁ 'ସବକା ପ୍ରୟାସ'ର ପୁନରାବୃତ୍ତି ବିଷୟରେ ମନେ ପକାଇଥିଲେ। ଆଜିର ଭାରତ 'ସବକା ପ୍ରୟାସ' କିମ୍ବା ସମସ୍ତଙ୍କ ପ୍ରୟାସ ଦ୍ୱାରା ଦ୍ରୁତ ଗତିରେ ଅଗ୍ରଗତି କରିପାରିବ ଏବଂ ଆଜିର ଅବସର ଏକ ଉଦାହରଣ ବୋଲି ସେ କହିଛନ୍ତି। ମୁଁ ସ୍ମାର୍ଟ ଇଣ୍ଡିଆ ହାକାଥନର ଗ୍ରାଣ୍ଡ ଫାଇନାଲକୁ ଉତ୍ସାହର ସହ ଅପେକ୍ଷା କରିଛି, ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ସେ ଯୁବ ଉଦ୍ଭାବକମାନଙ୍କ ମଧ୍ୟରେ ଥାଆନ୍ତି ସେତେବେଳେ ତାଙ୍କୁ କିଛି ନୂଆ ଶିଖିବାର ଏବଂ ବୁଝିବାର ସୁଯୋଗ ମିଳିଥାଏ । ଯୁବ ଉଦ୍ଭାବକମାନଙ୍କ ପ୍ରତି ତାଙ୍କର ଉଚ୍ଚ ଆଶା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକବିଂଶ ଶତାବ୍ଦୀର ଭାରତକୁ ଭିନ୍ନ ଦୃଷ୍ଟିରେ ଦେଖିବା ନିମନ୍ତେ ସେମାନଙ୍କର ଦୃଷ୍ଟିକୋଣ ରହିଛି । ତେଣୁ, ଶ୍ରୀ ମୋଦୀ କହିଥିଲେ, ଆପଣଙ୍କର ସମାଧାନ ମଧ୍ୟ ଭିନ୍ନ ଏବଂ ଯେତେବେଳେ ଏକ ନୂତନ ଚ୍ୟାଲେଞ୍ଜ ଆସେ, ଆପଣ ନୂତନ ଏବଂ ଅନନ୍ୟ ସମାଧାନ ବାହାର କରନ୍ତି। ପ୍ରଧାନମନ୍ତ୍ରୀ ଅତୀତରେ ହୋଇଥିବା ହାକାଥନ କଥା ମନେ ପକାଇ କହିଥିଲେ, ସେଥିରେ ପ୍ରଦାନ କରାଯାଇଥିବା ସମାଧାନଗୁଡ଼ିକୁ ବିଭିନ୍ନ ମନ୍ତ୍ରଣାଳୟରେ ବ୍ୟବହାର କରାଯାଉଛି । ଶ୍ରୀ ମୋଦୀ ଅଂଶଗ୍ରହଣକାରୀଙ୍କ ବିଷୟରେ ଅଧିକ ଜାଣିବାପାଇଁ ଆଗ୍ରହ ପ୍ରକାଶ କରିଥିଲେ ଏବଂ ବାର୍ତ୍ତାଳାପ ଆରମ୍ଭ କରିଥିଲେ ।

ଆଜି ସାରା ବିଶ୍ୱବାସୀ ଭାରତ ବିଷୟରେ ଅଧିକ ଜାଣିବାକୁ ଚାହୁଁଛନ୍ତି: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ

October 27th, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କୁ ସ୍ୱାଗତ । ଆପଣ ଯଦି ମୋତେ ପଚାରନ୍ତି ଯେ, ମୋ ଜୀବନର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ କ’ଣ ଥିଲା, ତେବେ ମୋର ଅନେକ କଥା ମନେପଡ଼େ । କିନ୍ତୁ, ତନ୍ମଧ୍ୟରୁ ଗୋଟିଏ ମୁହୂର୍ତ୍ତ ହେଉଛି ସବୁଠାରୁ ବିଶିଷ୍ଟ, ସେହି କ୍ଷଣଟି ଥିଲା – ଯେତେବେଳେ ଗତବର୍ଷ ନଭେମ୍ବର ୧୫ ତାରିଖ ଦିନ ମୁଁ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ତାଙ୍କ ଜନ୍ମସ୍ଥାନ ଝାଡ଼ଖଣ୍ଡର ଉଲିଆତୁ ଗାଁକୁ ଯାଇଥିଲି । ଏହି ଯାତ୍ରା ମୋତେ ବହୁମାତ୍ରାରେ ପ୍ରଭାବିତ କରିଥିଲା । ଏହି ପବିତ୍ର ଭୂମିର ମାଟିକୁ ମସ୍ତକରେ ଲଗାଇବାର ସୌଭାଗ୍ୟ ପ୍ରାପ୍ତ କରିବାରେ ମୁଁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ । ସେତେବେଳେ ମୁଁ କେବଳ ଯେ ସ୍ୱାଧୀନତା ସଂଗ୍ରାମର ଶକ୍ତିକୁ ଅନୁଭବ କଲି ତା’ ନୁହେଁ, ବରଂ ଏହି ଭୂମିର ଶକ୍ତି ସହ ଜଡ଼ିତ ହେବାର ସୁଯୋଗ ମଧ୍ୟ ମିଳିଲା । ମୁଁ ଏ କଥା ଅନୁଭବ କଲି ଯେ, କିଭଳି ଗୋଟିଏ ସଂକଳ୍ପକୁ ସମ୍ପୂର୍ଣ୍ଣ କରିବାର ସାହସ ଦେଶର କୋଟି କୋଟି ଲୋକଙ୍କ ଭାଗ୍ୟକୁ ବଦଳାଇ ଦେଇପାରେ ।