New India is moving ahead with the mantra of 'Development as well as Heritage': PM Modi in Anandpur Dham, Madhya Pradesh

April 11th, 03:37 pm

In line with his commitment to furthering the cultural and spiritual heritage of India, Prime Minister Modi visited Anandpur Dham in Madhya Pradesh. “India is a land of sages, scholars, and saints, who have always guided society during challenging times”, exclaimed the PM, highlighting that the life of Pujya Swami Advait Anand Ji Maharaj reflects this tradition.

ମଧ୍ୟପ୍ରଦେଶର ଆନନ୍ଦପୁର ଧାମରେ ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

April 11th, 03:26 pm

ଭାରତର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟକୁ ଆଗକୁ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ଆଜି ମଧ୍ୟପ୍ରଦେଶର ଅଶୋକନଗର ଜିଲ୍ଲାର ଇସାଗଡ ତହସିଲର ଆନନ୍ଦପୁର ଧାମ ପରିଦର୍ଶନ କରିଛନ୍ତି । ସେ ଗୁରୁଜୀ ମହାରାଜ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିବା ସହ ଆନନ୍ଦପୁର ଧାମସ୍ଥିତ ମନ୍ଦିର ପରିସର ପରିଦର୍ଶନ କରିଥିଲେ। ସମାବେଶକୁ ସମ୍ବୋଧିତ କରି ସେ ଦିଲ୍ଲୀ, ହରିୟାଣା, ପଞ୍ଜାବ ଏବଂ ସାରା ଦେଶରୁ ଆସିଥିବା ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ସ୍ୱାଗତ କରିଥିଲେ। ଶ୍ରୀ ଆନନ୍ଦପୁର ଧାମ ପରିଦର୍ଶନ କରି ଗୁରୁଜୀ ମହାରାଜଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବାର ଅନୁଭୂତି ବାଣ୍ଟିବା ପରେ ସେ ଖୁସି ବ୍ୟକ୍ତ କରିଥିଲେ ଯାହା ତାଙ୍କ ହୃଦୟକୁ ଆନନ୍ଦରେ ଭରି ଦେଇଥିଲା ।

ଏପ୍ରିଲ ୧୧ରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶ ଗସ୍ତ

April 09th, 09:43 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୧୧ ତାରିଖରେ ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶ ଗସ୍ତ କରିବେ । ସେ ବାରାଣସୀ ଯିବେ ଏବଂ ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ୩୮୮୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ସେ ମଧ୍ୟ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ ।