ଅଯୋଧ୍ୟାରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ, ସମର୍ପଣ ଏବଂ ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 30th, 02:15 pm

ଅଯୋଧ୍ୟାରେ ସମସ୍ତ ଲୋକମାନଙ୍କୁ ମୋର ପ୍ରଣାମ ! ଜାନୁଆରୀ ୨୨ତାରିଖରେ ହେବାକୁ ଥିବା ଏହି ଐତିହାସିକ ମୁହୂର୍ତ୍ତକୁ ଆଜି ସମଗ୍ର ବିଶ୍ୱ ଉତ୍ସୁକତାର ସହ ଅପେକ୍ଷା କରିଛି। ତେଣୁ ଅଯୋଧ୍ୟା ବାସୀଙ୍କ ମଧ୍ୟରେ ଉତ୍ସାହ ଓ ବହୁତ ଆନନ୍ଦ ହେବା ସ୍ୱାଭାବିକ। ମୁଁ ଭାରତ ମାଟିର କୋଣ ଅନୁକୋଣ ଏବଂ ଭାରତର ପ୍ରତ୍ୟେକ ବ୍ୟକ୍ତିଙ୍କର ମୁଁ ଉପାସକ ଅଟେ, ଏବଂ ମୁଁ ମଧ୍ୟ ଆପଣଙ୍କ ପରି ସେତିକି ଉତ୍ସାହିତ ଅଛି| ଆମ ସମସ୍ତଙ୍କ ଏହି ଉତ୍ସାହ, ଏହି ଆନନ୍ଦ କିଛି ସମୟ ପୂର୍ବରୁ ଅଯୋଧ୍ୟାର ରାସ୍ତାରେ ଦେଖିବାକୁ ମିଳିଥିଲା। ଏମିତି ଲାଗୁଥିଲା ଯେମିତି ପୂରା ଅଯୋଧ୍ୟା ସହର ରାସ୍ତାକୁ ଓହ୍ଲାଇଆସିଛି। ଏହି ଭଲପାଇବା ଏବଂ ଆଶୀର୍ବାଦ ପାଇଁ ମୁଁ ଆପଣସମସ୍ତଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି । ମୋ ସହିତ ଯୋଗ ଦିଅନ୍ତୁ -

୧୫,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ

December 30th, 02:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଯୋଧ୍ୟା ଧାମରେ ୧୫,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ଏବଂ ଶିଳାନ୍ୟାସ କରିଛନ୍ତି । ଏଥିରେ ଅଯୋଧ୍ୟା ଏବଂ ଏହାର ଆଖପାଖ ଅଞ୍ଚଳର ବିକାଶ ପାଇଁ ପ୍ରାୟ ୧୧,୧୦୦ କୋଟି ଟଙ୍କାର ପ୍ରକଳ୍ପ ଏବଂ ଉତ୍ତରପ୍ରଦେଶର ଅନ୍ୟାନ୍ୟ ପ୍ରକଳ୍ପ ସହିତ ଜଡିତ ପ୍ରାୟ ୪୬୦୦ କୋଟି ଟଙ୍କାର ପ୍ରକଳ୍ପ ଅନ୍ତର୍ଭୁକ୍ତ ।

ଡେରାଡୁନରୁ ଦିଲ୍ଲୀ ବଂଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

May 25th, 11:30 am

ଦିଲ୍ଲୀରୁ ଡେରାଡୁନ ମଧ୍ୟରେ ଚାଲିବାକୁ ଥିବା ଏହି ଟ୍ରେନ ଦ୍ରୁତ ଗତିରେ ଦେଶର ରାଜଧାନୀକୁ ଦେବଭୂମି ସହିତ ଯୋଡ଼ିବ, ବର୍ତ୍ତମାନ ଏହି ବଂଦେ ଭାରତ ଟ୍ରେନ ଦ୍ୱାରା ଦିଲ୍ଲୀ-ଡେରାଡୁନ ମଧ୍ୟରେ ଯାତ୍ରାର ସମୟ ମଧ୍ୟ କମ୍ ହୋଇଯିବ। ଏହି ଟ୍ରେନର ବେଗ ତା’ନିଜ ସ୍ଥାନରେ ରହିଛି, କିନ୍ତୁ ସୁବିଧାଗୁଡ଼ିକ ମଧ୍ୟ ଯାତ୍ରା ସମୟରେ ସୁଖଦ ଆଣିଦେବ ।

ଡେରାଡୁନରୁ ଦିଲ୍ଲୀ ବନ୍ଦେ ଭାରତ ଟ୍ରେନ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

May 25th, 11:00 am

ପ୍ରଧାନମନ୍ତ୍ରୀ ଆଜି (୨୫-୦୫-୨୦୨୩) ଡେରାଡୁନରୁ ଦିଲ୍ଲୀ ପର୍ଯ୍ୟନ୍ତ ବଂଦେ ଭାରତ ଏକ୍ସପ୍ରେସକୁ ଆଭାସୀ ମାଧ୍ୟମରେ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରାଇଛନ୍ତି । ସେ ମଧ୍ୟ ନୂତନ ଭାବେ ବିଦୁତକରଣ ହୋଇଥିବା ରେଳପଥର ଉଦଘାଟନ କରିବା ସହ ଉତ୍ତରାଖଣ୍ଡକୁ ଶତପ୍ରତିଶତ ରେଳ ବିଦୁତକରଣ ରାଜ୍ୟ ଘୋଷଣା କରିଛନ୍ତି ।