ପ୍ରଧାନମନ୍ତ୍ରୀ ମୋଦୀ ମନ କୀ ବାତରେ ପଶ୍ଚିମ ଏସିଆ ସଙ୍କଟ ଦୂର କରିବା ପାଇଁ 140 କୋଟି ଭାରତୀୟଙ୍କ ଏକତା ଉପରେ ବିଶ୍ୱାସ ପ୍ରକାଶ କରିଛନ୍ତି

March 29th, 11:30 am

ଏହି ମାସର ମନ କୀ ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମ ଏସିଆ ବିବାଦ ବିଷୟରେ କହିଥିଲେ ଏବଂ ସଙ୍କଟ ଦୂର କରିବା ପାଇଁ ଏକତା ରହିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ନାଗରିକମାନଙ୍କୁ ଗୁଜବ ଦ୍ୱାରା ଭ୍ରମିତ ନ ହେବାକୁ ଏବଂ କେବଳ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଉପରେ ନିର୍ଭର କରିବାକୁ ନିବେଦନ କରିଥିଲେ। ପ୍ରଧାନମନ୍ତ୍ରୀ ଜ୍ଞାନ ଭାରତମ୍ ସର୍ଭେ, କ୍ରୀଡା ଏବଂ ଫିଟନେସ୍, ଜଳ ସଂରକ୍ଷଣ, ମାଛ ଚାଷ ଏବଂ ସୌରଶକ୍ତି ଭଳି ପ୍ରମୁଖ ବିଷୟବସ୍ତୁ ଉପରେ ମଧ୍ୟ ଆଲୋକପାତ କରିଥିଲେ।

୬ ମାର୍ଚ୍ଚରେ “କୃଷି ଏବଂ ଗ୍ରାମୀଣ ରୂପାନ୍ତରଣ” ଶୀର୍ଷକ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

March 05th, 06:04 pm

ଏହି ବିଷୟବସ୍ତୁ ଅନ୍ତର୍ଗତ, ଆଠଟି ଭିନ୍ନ ଭିନ୍ନ ୱେବିନାର ଅଧିବେଶନ ଆୟୋଜନ କରାଯାଉଛି, ଯେଉଁଥିରେ ଚାରୋଟି ପ୍ରମୁଖ କ୍ଷେତ୍ରକୁ ସାମିଲ କରାଯାଛି: (୧) କୃଷି (୨) ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ (୩) ମତ୍ସ୍ୟପାଳନ (୪) ଗ୍ରାମୀଣ ଜୀବିକା ।

ନୂଆଦିଲ୍ଲୀରେ ପୋଙ୍ଗଲ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 14th, 11:00 am

ଆଜି, ପୋଙ୍ଗଲ ବାସ୍ତବରେ ଏକ ବିଶ୍ୱସ୍ତରୀୟ ପର୍ବ ପାଲଟିଛି । ସମଗ୍ର ବିଶ୍ୱରେ ତାମିଲ ସମ୍ପ୍ରଦାୟ ଏବଂ ତାମିଲ ସଂସ୍କୃତିକୁ ପାଳନ କରୁଥିବା ଲୋକମାନେ ଏହାକୁ ବହୁତ ଉତ୍ସାହର ସହ ପାଳନ କରନ୍ତି ଏବଂ ମୁଁ ସେମାନଙ୍କ ମଧ୍ୟରୁ ଜଣେ । ଏହା ମୋର ସୌଭାଗ୍ୟ ଯେ ଏହି ବିଶେଷ ପର୍ବ ପାଳନ କରିବା ପାଇଁ ମୁଁ ଆପଣଙ୍କ ସହ ଯୋଗ ଦେଇଛି । ତାମିଲ ଜୀବନରେ, ପୋଙ୍ଗଲ ଏକ ଆନନ୍ଦଦାୟକ ଅନୁଭୂତି, ଯାହା ଆମର କୃଷକ, ପୃଥିବୀ ଏବଂ ସୂର୍ଯ୍ୟଙ୍କ ପ୍ରତି ଏକ କୃତଜ୍ଞତାର ଭାବନା । ଏହା ଆମକୁ ପ୍ରକୃତି, ପରିବାର ଏବଂ ସମାଜ ସହ ସମନ୍ୱୟର ଗୁରୁତ୍ୱ ଶିଖାଇଥାଏ । ଏହି ସମୟରେ, ଭାରତର ଅନ୍ୟାନ୍ୟ ଅଞ୍ଚଳଗୁଡ଼ିକ ମଧ୍ୟ ଉତ୍ସବରେ ବୁଡ଼ି ରହିଛନ୍ତି - ଲୋହରୀ, ମକର ସଂକ୍ରାନ୍ତି, ମାଘ ବିହୁ ଏବଂ ଏମିତି ଅନେକ ପର୍ବ । ମୁଁ ପୋଙ୍ଗଲ ଏବଂ ଏହି ସମସ୍ତ ପର୍ବରେ ଭାରତ ଏବଂ ବିଶ୍ୱର ସମସ୍ତ ତାମିଲ ଭାଇଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି ।

ନୂଆଦିଲ୍ଲୀରେ ପୋଙ୍ଗଲ ସମାରୋହକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

January 14th, 10:45 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ପୋଙ୍ଗଲ ଉତ୍ସବକୁ ସମ୍ବୋଧିତ କରିଛନ୍ତି। ତାମିଲ ଭାଷାରେ ଶୁଭେଚ୍ଛା ଜଣାଇ ଶ୍ରୀ ମୋଦୀ କହିଥିଲେ ଯେ, ପୋଙ୍ଗଲ ଆଜି ଏକ ବିଶ୍ଵସ୍ତରୀୟ ପର୍ବ ପାଲଟିଛି। ଏହି ପର୍ବକୁ ତାମିଲ ସମ୍ପ୍ରଦାୟ ଏବଂ ବିଶ୍ୱବ୍ୟାପୀ ତାମିଲ ସଂସ୍କୃତିକୁ ଆଦର କରୁଥିବା ଲୋକମାନେ ଉତ୍ସାହର ସହିତ ପାଳନ କରନ୍ତି ଏବଂ ସେ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ । ଏହି ବିଶେଷ ପର୍ବକୁ ସମସ୍ତଙ୍କ ସହିତ ଏକାଠି ପାଳନ କରିବା ତାଙ୍କ ପାଇଁ ସୌଭାଗ୍ୟର କଥା। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ତାମିଲ ଜୀବନରେ, ପୋଙ୍ଗଲ ଏକ ସୁଖଦ ଅଭିଜ୍ଞତା ଭଳି, ଯାହା କୃଷକ, ପୃଥିବୀ ଏବଂ ସୂର୍ଯ୍ୟଙ୍କ ପରିଶ୍ରମ ପ୍ରତି କୃତଜ୍ଞତାକୁ ମୂର୍ତ୍ତିମନ୍ତ କରିଥାଏ। ଏହା ପ୍ରକୃତି, ପରିବାର ଏବଂ ସମାଜରେ ସନ୍ତୁଳନ ରକ୍ଷା ପାଇଁ ଆମକୁ ମାର୍ଗଦର୍ଶନ କରିଥାଏ। ଏହି ସମୟରେ ଦେଶର ବିଭିନ୍ନ ଅଂଶ ମଧ୍ୟ ଲୋହରୀ, ମକର ସଂକ୍ରାନ୍ତି, ମାଘ ବିହୁ ଏବଂ ଅନ୍ୟାନ୍ୟ ପର୍ବପର୍ବାଣୀରେ ବୁଡ଼ି ରହିଛି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ। ସେ ପୋଙ୍ଗଲ ଉପଲକ୍ଷେ ଭାରତ ଏବଂ ବିଶ୍ୱବ୍ୟାପୀ ସମସ୍ତ ତାମିଲ ଭାଇଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ ଏବଂ ସମସ୍ତ ପର୍ବପର୍ବାଣୀ ପାଇଁ ଶୁଭକାମନା ଦେଇଥିଲେ।

ନୂଆଦିଲ୍ଲୀରେ ଅନ୍ତର୍ଜାତୀୟ ଆର୍ଯ୍ୟ ମହାସମ୍ମିଳନୀ ୨୦୨୫କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

October 31st, 06:08 pm

ଶ୍ରୀ ମୋଦୀ ମନେ ପକାଇଛନ୍ତି ଯେ ଗତ ବର୍ଷ, ଗୁଜରାଟରେ ମହର୍ଷି ଦୟାନନ୍ଦ ସରସ୍ୱତୀ ଜୀଙ୍କ ଜନ୍ମସ୍ଥାନରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯେଉଁଥିରେ ସେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଅଂଶଗ୍ରହଣ କରିଥିଲେ। ପୂର୍ବରୁ, ତାଙ୍କୁ ଦିଲ୍ଲୀରେ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୨୦୦ତମ ଜନ୍ମବାର୍ଷିକୀ ସମାରୋହ ଉଦଘାଟନ କରିବାର ସୌଭାଗ୍ୟ ମିଳିଥିଲା। ସେ କହିଥିଲେ ଯେ ସେଠାରେ ଉଚ୍ଚାରିତ ବୈଦିକ ମନ୍ତ୍ର ଓ ଯଜ୍ଞାନୁଷ୍ଠାନର ଉର୍ଜ୍ଜାକୁ ସେ ଏବେ ବି ଅନୁଭବ କରିପାରୁଛନ୍ତି, ଯେପରିକି ତାହା ଗତକାଲି ଅନୁଷ୍ଠିତ ହୋଇଥିଲା ।

ଗୁଜରାଟର ନବସାରୀରେ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ।

March 08th, 11:50 am

ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, ନବସାରୀସାଂସଦ ତଥା କେନ୍ଦ୍ର ସରକାରଙ୍କ ମୋର ସହକର୍ମୀ, କେନ୍ଦ୍ରମନ୍ତ୍ରୀ ଭାଇ ସିଆର ପାଟିଲ, ମଞ୍ଚରେ ଉପସ୍ଥିତ ଥିବା ପଞ୍ଚାୟତର ସଦସ୍ୟ ଏବଂ ଲକ୍ଷପତି ଦିଦିମାନେ , ଅନ୍ୟ ଜନପ୍ରତିନିଧି ଏବଂ ଏଠାରେ ବହୁ ସଂଖ୍ୟକ ଉପସ୍ଥିତ ଥିବା ଲୋକଙ୍କୁ, ବିଶେଷକରି ମୋ ମାଆ, ଭଉଣୀ ଏବଂ ଝିଅମାନଙ୍କୁ ଅଭିନନ୍ଦନ!

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ନବସାରୀରେ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି

March 08th, 11:45 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ନବସାରୀ ଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ସେ ବହୁ ସଂଖ୍ୟାରେ ଯୋଗ ଦେଇଥିବା ମା', ଭଉଣୀ ଓ ଝିଅଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ପାଇଁ କୃତଜ୍ଞତା ଜ୍ଞାପନ କରିବା ସହ ଏହି ସ୍ୱତନ୍ତ୍ର ଦିବସରେ ଦେଶର ସମସ୍ତ ମହିଳାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ମହାକୁମ୍ଭରେ ତାଙ୍କୁ ମା' ଗଙ୍ଗା ଆଶୀର୍ବାଦ ଦେଇଥିବା ବେଳେ ଆଜି ମାତୃଶକ୍ତିର ମହାକୁମ୍ଭରେ ତାଙ୍କୁ ଆଶୀର୍ବାଦ ମିଳିଛି। ପ୍ରଧାନମନ୍ତ୍ରୀ ଆଜି ଗୁଜରାଟରେ ଦୁଇଟି ଯୋଜନା, ଜି - ସଫଲ (ଗୁଜରାଟ ସ୍କିମ୍ ଫର୍ ଅ​‌ନ୍ତୋଦୟ ଫାମିଲିଜ୍ ଫର୍ ଅଗମେଣ୍ଟିଂ ଲାଇଭଲିହୁଡ୍) ଏବଂ ଜି - ମୈତ୍ରୀ (ଗୁଜରାଟ ମେଣ୍ଟରସିପ୍ ଆଣ୍ଡ୍ ଆକ୍ସିଲରେସନ୍ ଅଫ୍ ଇଣ୍ଡିଭିଜୁଆଲ୍ ଫର ଟ୍ରାନ୍ସଫର୍ମିଂ ରୁରାଲ ଇନକମ୍) ଶୁଭାରମ୍ଭ ଉପରେ ଆଲୋକପାତ କରିଥିଲେ । ବିଭିନ୍ନ ଯୋଜନାର ଅର୍ଥ ସିଧାସଳଖ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି ବୋଲି ଉଲ୍ଲେଖ କରିବା ସହ ଏହି ସଫଳତା ପାଇଁ ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Our government's intentions, policies and decisions are empowering rural India with new energy: PM

January 04th, 11:15 am

PM Modi inaugurated Grameen Bharat Mahotsav in Delhi. He highlighted the launch of campaigns like the Swamitva Yojana, through which people in villages are receiving property papers. He remarked that over the past 10 years, several policies have been implemented to promote MSMEs and also mentioned the significant contribution of cooperatives in transforming the rural landscape.

PM Modi inaugurates the Grameen Bharat Mahotsav 2025

January 04th, 10:59 am

PM Modi inaugurated Grameen Bharat Mahotsav in Delhi. He highlighted the launch of campaigns like the Swamitva Yojana, through which people in villages are receiving property papers. He remarked that over the past 10 years, several policies have been implemented to promote MSMEs and also mentioned the significant contribution of cooperatives in transforming the rural landscape.

Ken-Betwa Link Project will open new doors of prosperity in Bundelkhand region: PM in Khajuraho, MP

December 25th, 01:00 pm

PM Modi inaugurated and laid the foundation stone of multiple development projects in Khajuraho. Highlighting that Shri Vajpayee's government in the past had seriously begun addressing water-related challenges, but were sidelined after 2004, the PM stressed that his government was now accelerating the campaign to link rivers across the country. He added that the Ken-Betwa Link Project is about to become a reality, opening new doors of prosperity in the Bundelkhand region.

ମଧ୍ୟପ୍ରଦେଶର ଖଜୁରାହୋଠାରେ କେନ-ବେତଓ୍ବା ନଦୀ ସଂଯୋଗୀକରଣ ଜାତୀୟ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

December 25th, 12:30 pm

ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜନ୍ମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ଖଜୁରାହୋଠାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଲୋକମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଭାରତ ଓ ସମଗ୍ର ବିଶ୍ବର ଖ୍ରୀଷ୍ଟିଆନମାନଙ୍କୁ ଖ୍ରୀଷ୍ଟମାସର ଅଭିନନ୍ଦନ ଜଣାଇଛନ୍ତି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବଙ୍କ ନେତୃତ୍ବାଧୀନ ସରକାରର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସେ ମଧ୍ୟପ୍ରଦେଶର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ ଗତ ଏକ ବର୍ଷ ମଧ୍ୟରେ ନୂଆ ନୂଆ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେବା ସହ ବିକାଶମୂଳକ କାର୍ଯ୍ୟ ତ୍ବରାନ୍ବିତ ହୋଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଐତିହାସିକ କେନ-ବେତଓ୍ବା ନଦୀ ସଂଯୋଗୀକରଣ ପ୍ରକଳ୍ପ, ଦୌଧନ ଡ୍ୟାମ ଓ ମଧ୍ୟପ୍ରଦେଶର ପ୍ରଥମ ଭାସମାନ ସୌର ପ୍ରକଳ୍ପ ଓମକାରେଶ୍ବର ଭାସମାନ ସୌର ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ଏଥିପାଇଁ ସେ ମଧ୍ୟପ୍ରଦେଶ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

"ଏକ ବର୍ଷ - ଫଳାଫଳ ଉତ୍କର୍ଷ" ଏବଂ ରାଜସ୍ଥାନର ଜୟପୁରରେ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 17th, 12:05 pm

ରାଜସ୍ଥାନର ରାଜ୍ୟପାଳ ଶ୍ରୀ ହରିଭାଉ ବାଗଡେ ଜୀ, ରାଜସ୍ଥାନର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭଜନ ଲାଲ ଶର୍ମା ଜୀ, ମଧ୍ୟପ୍ରଦେଶରୁ ବିଶେଷ ଭାବେ ଏଠାକୁ ଆସିଥିବା ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଜୀ, ଯିଏ କେନ୍ଦ୍ରର ମନ୍ତ୍ରିମଣ୍ଡଳରେ ମୋର ସହକର୍ମୀ ଶ୍ରୀମାନ ସିଂ। ଆର ପାଟିଲ ଜୀ, ଭାଗୀରଥ ଚୌଧୁରୀ ଜୀ, ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଦିୟା କୁମାରୀ ଜୀ, ପ୍ରେମ ଚାନ୍ଦ ଭୈରବଜୀ, ଅନ୍ୟ ମନ୍ତ୍ରୀଗଣ, ସାଂସଦଗଣ, ରାଜସ୍ଥାନର ବିଧାୟକ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ରାଜସ୍ଥାନର ମୋର ପ୍ରିୟ ଭାଇ ଭଉଣୀମାନେ। ଏବଂ ଭର୍ଚୁଆଲ ମାଧ୍ୟମରେ ଆମ ସହିତ ଯୋଡି ହୋଇଥିବା ଆମର ରାଜସ୍ଥାନର ହଜାର ହଜାର ପଞ୍ଚାୟତରେ ଏକାଠି ହୋଇଥିବା ମୋର ସମସ୍ତ ଭାଇ ଭଉଣୀ ମାନେ ଆମ ସହିତ ଭର୍ଚୁଆଲ ଭାବରେ ଯୋଡ଼ି ହୋଇଛନ୍ତି।

ରାଜସ୍ଥାନର ଜୟପୁରଠାରେ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ 'ଏକ ବର୍ଷ - ପରିଣାମ ଉତ୍କର୍ଷ'ରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

December 17th, 12:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ 'ଏକ ବର୍ଷ-ପରିଣାମ ଉତ୍କର୍ଷ'​‌ରେ ଅଂଶଗ୍ରହଣ କରିଥିଲେ । ସଭାକୁ ସମ୍ବୋଧିତ କରି ସେ ରାଜସ୍ଥାନ ସରକାର ଏକ ବର୍ଷ ସଫଳତାର ସହ ପୂରଣ କରିଥିବାରୁ ରାଜସ୍ଥାନ ସରକାର ଏବଂ ରାଜସ୍ଥାନବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଏକାଠି ହୋଇଥିବା ଲକ୍ଷ ଲକ୍ଷ ଲୋକଙ୍କ ଆଶୀର୍ବାଦ ଲାଭ କରିଥିବାରୁ ସେ ଭାଗ୍ୟବାନ ବୋଲି କହିଛନ୍ତି। ରାଜସ୍ଥାନର ବିକାଶମୂଳକ କାର୍ଯ୍ୟକୁ ଏକ ନୂତନ ଦିଗ ଓ ଗତି ଦେବା ପାଇଁ ନିଆଯାଇଥିବା ପ୍ରୟାସ ନିମନ୍ତେ ଶ୍ରୀ ମୋଦୀ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଟିମକୁ ପ୍ରଶଂସା କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଥମ ବର୍ଷ ଆଗାମୀ ଅନେକ ବର୍ଷର ବିକାଶ ପାଇଁ ଏକ ମଜଭୁତ ଭିତ୍ତିଭୂମି ଭାବରେ କାର୍ଯ୍ୟ କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜିର କାର୍ଯ୍ୟକ୍ରମ କେବଳ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ହେବାର ପ୍ରତୀକ ନୁହେଁ, ବରଂ ରାଜସ୍ଥାନର ଉଜ୍ଜ୍ୱଳତା ଏବଂ ରାଜସ୍ଥାନର ବିକାଶର ପର୍ବର ପ୍ରତୀକ । ନିକଟରେ ରାଇଜିଂ ରାଜସ୍ଥାନ ଶିଖର ସମ୍ମିଳନୀ ୨୦୨୪ ଗସ୍ତକୁ ମନେ ପକାଇ ଶ୍ରୀ ମୋଦୀ କହିଥିଲେ ଯେ ସେଠାରେ ସମଗ୍ର ବିଶ୍ୱର ଅନେକ ନିବେଶକ ଉପସ୍ଥିତ ଥିଲେ ଏବଂ ଆଜି ୪୫,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଟନ କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ପ୍ରକଳ୍ପଗୁଡ଼ିକ ରାଜସ୍ଥାନରେ ଜଳକୁ ନେଇ ସାମନା କରୁଥିବା ପ୍ରତିବନ୍ଧକ ଗୁଡ଼ିକର ଉପଯୁକ୍ତ ସମାଧାନ ପ୍ରଦାନ କରିବ ଏବଂ ରାଜସ୍ଥାନକୁ ଭାରତର ସବୁଠାରୁ ଭଲ ଭାବରେ ସଂଯୋଜିତ ରାଜ୍ୟରେ ପରିଣତ କରିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଉନ୍ନୟନମୂଳକ କାର୍ଯ୍ୟ ଗୁଡ଼ିକ ଅଧିକ ନିବେଶକଙ୍କୁ ଆମନ୍ତ୍ରଣ କରିବ, ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ, ପର୍ଯ୍ୟଟନ କ୍ଷେତ୍ରକୁ ସୁଦୃଢ଼ କରିବ ଏବଂ ରାଜସ୍ଥାନର କୃଷକ, ମହିଳା ଏବଂ ଯୁବକମାନଙ୍କୁ ଉପକୃତ କରିବ ।

Mission of cleanliness is not a one day ritual but a lifelong ritual: PM Modi

October 02nd, 10:15 am

PM Modi commemorated the 10th anniversary of the Swachh Bharat Mission at Vigyan Bhawan, New Delhi. He launched sanitation projects worth over Rs 9,600 crore and emphasized the movement's significance as a public initiative involving millions of citizens. Highlighting collective efforts and community contributions, PM Modi celebrated the mission as a historic achievement that showcases India's commitment to cleanliness and environmental sustainability. The theme for this year’s campaign is “Swabhav Swachhata, Sanskaar Swachhata.”

ସ୍ୱଚ୍ଛ ଭାରତ ଦିବସ ୨୦୨୪ରେ ଅଂଶଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

October 02nd, 10:10 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ୱଚ୍ଛ ଭାରତ ମିଶନ ଶୁଭାରମ୍ଭର ୧୦ ବର୍ଷ ପୂର୍ତ୍ତି ଅବସରରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଅକ୍ଟୋବର ୨ ତାରିଖ ୧୫୫ତମ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱଚ୍ଛ ଭାରତ ଦିବସ ୨୦୨୪ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ଶ୍ରୀ ମୋଦୀ ଅମୃତ ଏବଂ ଅମୃତ ୨.୦, ଜାତୀୟ ସ୍ୱଚ୍ଛ ଗଙ୍ଗା ମିଶନ ଏବଂ ଗୋବର ଧନ ଯୋଜନା ସମେତ ୯୬୦୦ କୋଟି ରୁ ଅଧିକ ଟଙ୍କାର ଅନେକ ପରିମଳ ଏବଂ ସ୍ୱଚ୍ଛତା ପ୍ରକଳ୍ପର ଶୁଭାରମ୍ଭ ଏବଂ ଶିଳାନ୍ୟାସ କରିଛନ୍ତି । ସ୍ୱଚ୍ଛତା ହିଁ ସେବା ୨୦୨୪ର ଥିମ୍ ହେଉଛି 'ସ୍ୱଭାବ ସ୍ୱଚ୍ଛତା, ସଂସ୍କାର ସ୍ୱଚ୍ଛତା'।

'ମନ୍ କୀ ବାତ୍'ର ଶ୍ରୋତାମାନେ ହିଁ ଏହି କାର୍ଯ୍ୟକ୍ରମର ପ୍ରକୃତ ଉପସ୍ଥାପକ: ପ୍ରଧାନମନ୍ତ୍ରୀ ମୋଦୀ

September 29th, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ପୁଣିଥରେ ଆମମାନଙ୍କୁ ଏକାଠି ହେବାର ସୁଯୋଗ ମିଳିଛି । ଆଜିର ଅଧ୍ୟାୟ ମୋତେ ଭାବପ୍ରବଣ କରୁଛି, ମୋତେ ଅନେକ ପୁରୁଣା ସ୍ମୃତିଗର୍ଭକୁ ନେଇଯାଉଛି, କାରଣ ଏହା ଯେ, ‘ମନ୍ କି ବାତ୍’ର ଆମର ଏହି ଯାତ୍ରା ୧୦ ବର୍ଷ ପୂରଣ କରିଛି । ୧୦ ବର୍ଷ ପୂର୍ବେ ‘ମନ୍ କି ବାତ୍’ର ଶୁଭାରମ୍ଭ ଅକ୍ଟୋବର ୩ ତାରିଖ ବିଜୟାଦଶମୀ ଦିନ ହୋଇଥିଲା ଏବଂ ଏହା ମଧ୍ୟ ଏକ ପବିତ୍ର ସଂଯୋଗ ଯେ, ଏ ବର୍ଷ ଅକ୍ଟୋବର ୩ ତାରିଖ ଦିନ ‘ମନ୍ କି ବାତ୍’କୁ ୧୦ ବର୍ଷ ପୂରଣ ହେଉଥିବାବେଳେ ନବରାତ୍ରର ପ୍ରଥମ ଦିନ ହୋଇଥିବ । ‘ମନ୍ କି ବାତ୍’ର ଏହି ସୁଦୀର୍ଘ ଯାତ୍ରାର ଏଭଳି ଅନେକ ପର୍ଯ୍ୟାୟ ରହିଛି, ଯାହାକୁ ମୁଁ କେବେହେଲେ ଭୁଲିପାରିବି ନାହିଁ । ‘ମନ୍ କି ବାତ୍’ର କୋଟି କୋଟି ଶ୍ରୋତା ଆମର ଏହି ଯାତ୍ରାର ଏଭଳି ସାଥି, ଯେଉଁମାନଙ୍କ ଠାରୁ ମୋତେ ନିରନ୍ତର ସହଯୋଗ ମିଳିଛି । ଦେଶର କୋଣ-ଅନୁକୋଣରୁ ସେମାନେ ତଥ୍ୟ ଉପଲବ୍ଧ କରାଇଛନ୍ତି । ‘ମନ୍ କି ବାତ୍’ର ଶ୍ରୋତାମାନେ ହିଁ ହେଉଛନ୍ତି ଏହି କାର୍ଯ୍ୟକ୍ରମର ପ୍ରକୃତ ସୂତ୍ରଧର । ସାଧାରଣତଃ ଏମିତି ଗୋଟିଏ ଧାରଣା ସୃଷ୍ଟି ହୋଇଛି ଯେ, କିଛି ମସଲାଯୁକ୍ତ ଚଟପଟି କଥା, କିମ୍ବା କିଛି ନକାରାତ୍ମକ କଥା ନ ଥିବା ଯାଏ ତାହାକୁ ଗୁରୁତ୍ୱ ଦିଆଯାଇନଥାଏ । କିନ୍ତୁ, ‘ମନ୍ କି ବାତ୍’ ଏହା ପ୍ରମାଣିତ କରିଛି ଯେ, ଦେଶର ଲୋକେ ସକାରାତ୍ମକ ତଥ୍ୟ ଜାଣିବା ପାଇଁ କେତେ ଅଧିକ ଉତ୍ସୁକ । ସକାରାତ୍ମକ କଥା, ପ୍ରେରଣାଦାୟୀ ଉଦାହରଣ, ପ୍ରୋତ୍ସାହିତ କରୁଥିବା କଥା ଲୋକଙ୍କୁ ବେଶ୍ ଭଲ ଲାଗିଥାଏ । ଯେମିତିକି ଗୋଟିଏ ପକ୍ଷୀ, ଯାହାର ନାଁ ଚକୋର । ତା’ ବିଷୟରେ କୁହାଯାଏ ଯେ, ସେ କେବଳ ବର୍ଷାଜଳ ପାନ କରିଥାଏ । ‘ମନ୍ କି ବାତ୍’ରେ ଆମେ ଦେଖିଲୁ ଯେ, ଲୋକେ ମଧ୍ୟ ଚକୋର ପକ୍ଷୀ ଭଳି ଦେଶର ଉପଲବ୍ଧି କଥା, ଲୋକଙ୍କ ସାମୁହିକ ଉପଲବ୍ଧି କଥା କେତେ ଗର୍ବର ସହିତ ଶୁଣୁଛନ୍ତି । ‘ମନ୍ କି ବାତ୍’ର ୧୦ ବର୍ଷର ଯାତ୍ରା ଏଭଳି ଏକ ମାଳ ଗୁନ୍ଥିଦେଇଛି, ଯେଉଁଥିରେ ପ୍ରତ୍ୟେକ ଅଧ୍ୟାୟ ସହ ନୂଆ କାହାଣୀ, ନୂଆ କୀର୍ତ୍ତିମାନ, ନୂତନ ବ୍ୟକ୍ତିତ୍ୱ ଯୋଡ଼ି ହୋଇଚାଲିଛନ୍ତି । ଆମ ସମାଜରେ ସାମୂହିକତାର ଭାବନା ସହ ଯାହା କିଛି କାର୍ଯ୍ୟ ହେଉଛି, ତାହାକୁ ‘ମନ୍ କି ବାତ୍’ ଜରିଆରେ ସମ୍ମାନ ପ୍ରାପ୍ତ ହୋଇଛି । ‘ମନ୍ କି ବାତ୍’ ପାଇଁ ଆସିଥିବା ଚିଠିଗୁଡ଼ିକ ପଢ଼ିବା ସମୟରେ ମୋ ମନ ବି ଗର୍ବରେ ଭରିଯାଏ । ଆମ ଦେଶରେ ଅନେକ ପ୍ରତିଭାଶାଳୀ ବ୍ୟକ୍ତି ଅଛନ୍ତି, ଯେଉଁମାନଙ୍କ ମନରେ ଦେଶ ଓ ସମାଜସେବା କରିବାର ଉତ୍ସାହ ଭରି ରହିଛି । ସେମାନେ ନିଃସ୍ୱାର୍ଥ ଭାବରେ ଜନସାଧାରଣଙ୍କ ସେବା କରିବାରେ ନିଜର ସମ୍ପୂର୍ଣ୍ଣ ଜୀବନ ସମର୍ପି ଦେଉଛନ୍ତି । ସେମାନଙ୍କ ବିଷୟରେ ଜାଣି ମୋ ମଧ୍ୟରେ ଶକ୍ତିର ଭରପୁର ସଂଚାର ହୋଇଯାଉଛି । ‘ମନ୍ କି ବାତ୍’ର ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ମୋ ପାଇଁ ମନ୍ଦିରକୁ ଯାଇ ଦେବଦର୍ଶନ କରିବା ସଦୃଶ । ‘ମନ୍ କି ବାତ୍’ର ପ୍ରତ୍ୟେକ କଥାକୁ, ପ୍ରତ୍ୟେକ ଘଟଣାକୁ, ପ୍ରତ୍ୟେକ ଚିଠିକୁ ଯେତେବେଳେ ମୁଁ ମନେପକାଉଛି, ସେତେବେଳେ ମୋତେ ଲାଗୁଛି ଯେ, ଜନତା-ଜନାର୍ଦ୍ଦନ, ଯେଉଁମାନେ ମୋ ପାଇଁ ଈଶ୍ୱର ସଦୃଶ, ମୁଁ ସେମାନଙ୍କ ଦର୍ଶନ କରୁଛି ।

ଗୁଜରାଟର ଗାନ୍ଧୀନଗରରେ ପୁନଃନିବେଶ ୨୦୨୪ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 16th, 11:30 am

ଗୁଜୁରାଟର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ ଜୀ, ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ରଭାଇ ପଟେଲ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଚନ୍ଦ୍ରବାବୁ ନାଇଡୁ ଜୀ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଶ୍ରୀ ଭଜନ ଲାଲ ଶର୍ମା ଜୀ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଯାଦବ ଜୀ, ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଜୀ ମଧ୍ୟ ଏଠାରେ ଦେଖୁଛି, ଗୋଆରେ ମୁଖ୍ୟମନ୍ତ୍ରୀ ମଧ୍ୟ ଦେଖାଯାଉଛନ୍ତି ଏବଂ ମୁଁ ଅନେକ ରାଜ୍ୟର ଶକ୍ତି ମନ୍ତ୍ରୀମାନଙ୍କୁ ମଧ୍ୟ ଦେଖୁଛି । ସେହିଭଳି ବିଦେଶରୁ ଆସିଥିବା ଅତିଥି, ଜର୍ମାନୀର ଅର୍ଥନୈତିକ ସହଯୋଗ ମନ୍ତ୍ରୀ, ଡେନମାର୍କର ଶିଳ୍ପ ବ୍ୟବସାୟ ମନ୍ତ୍ରୀମଣ୍ଡଳର ମୋର ସହଯୋଗୀ ପ୍ରହ୍ଲାଦ ଯୋଶୀଜୀ, ଶ୍ରୀପଦ ନାଏକ, ଏବଂ ବିଶ୍ୱର ବିଭିନ୍ନ ଦେଶର ସମସ୍ତ ପ୍ରତିନିଧି, ମହିଳା ଓ ଭଦ୍ରବ୍ୟକ୍ତି ମାନେ!

ଗୁଜରାଟର ଗାନ୍ଧୀନଗରଠାରେ ଚତୁର୍ଥ ବିଶ୍ଵ ଅକ୍ଷୟ ଶକ୍ତି ନିବେଶକ ସମ୍ମିଳନୀ ଏବଂ ପ୍ରଦର୍ଶନୀ (ରି-ଇନଭେଷ୍ଟ)କୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

September 16th, 11:11 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରଠାରେ ଚତୁର୍ଥ ବିଶ୍ୱ ଅକ୍ଷୟ ଶକ୍ତି ନିବେଶକ ସମ୍ମିଳନୀ ଏବଂ ପ୍ରଦର୍ଶନୀକୁ (ରି-ଇନଭେଷ୍ଟ)କୁ ଉଦଘାଟନ କରିଛନ୍ତି । ୩ ଦିନ ଧରି ଚାଲିବାକୁ ଥିବା ଏହି ଶିଖର ସମ୍ମିଳନୀରେ ୨୦୦ ଗିଗାୱାଟ୍ ରୁ ଅଧିକ ଅଣ-ଜୀବାଶ୍ମ ଇନ୍ଧନ କ୍ଷମତା ହାସଲ କରିବାରେ ଭାରତର ଉଲ୍ଲେଖନୀୟ ଅବଦାନକୁ ସମ୍ମାନିତ କରାଯାଇଛି। ଏହି ପ୍ରଦର୍ଶନୀରେ ସରକାରୀ ଓ ବେସରକାରୀ କମ୍ପାନି, ଷ୍ଟାର୍ଟଅପ୍ ଏବଂ ପ୍ରମୁଖ ଶିଳ୍ପ ସଂସ୍ଥାଗୁଡ଼ିକର ଅତ୍ୟାଧୁନିକ ଉଦ୍ଭାବନକୁ ପ୍ରଦର୍ଶିତ କରାଯାଇଥିଲା।

ଭିଡିଓ କନଫରେନ୍ସିଂ ଜରିଆରେ 'ଜଳ ସଞ୍ଚୟ ଜନ ଭାଗିଦାରୀ' ଅଭିଯାନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

September 06th, 01:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁଜରାଟର ସୁରଟଠାରେ 'ଜଳ ସଞ୍ଚୟ ଜନ ଭାଗିଦାରୀ' ଅଭିଯାନର ଶୁଭାରମ୍ଭ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମ ଅଧୀନରେ ବର୍ଷା ଜଳ ସଂରକ୍ଷଣ ବୃଦ୍ଧି ଏବଂ ଦୀର୍ଘକାଳୀନ ଜଳ ସ୍ଥାୟୀତା ସୁନିଶ୍ଚିତ କରିବା ପାଇଁ ସାରା ରାଜ୍ୟରେ ପ୍ରାୟ ୨୪,୮୦୦ ବର୍ଷା ଜଳ ସଂରକ୍ଷଣ ଢାଞ୍ଚା ନିର୍ମାଣ କରାଯାଉଛି ।

ଭିଡିଓ କନଫରେନ୍ସିଂ ଜରିଆରେ 'ଜଳ ସଞ୍ଚୟ ଜନ ଭାଗିଦାରୀ' ଅଭିଯାନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

September 06th, 12:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁଜରାଟର ସୁରଟଠାରେ 'ଜଳ ସଞ୍ଚୟ ଜନ ଭାଗିଦାରୀ' ଅଭିଯାନର ଶୁଭାରମ୍ଭ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମ ଅଧୀନରେ ବର୍ଷା ଜଳ ସଂରକ୍ଷଣ ବୃଦ୍ଧି ଏବଂ ଦୀର୍ଘକାଳୀନ ଜଳ ସ୍ଥାୟୀତା ସୁନିଶ୍ଚିତ କରିବା ପାଇଁ ସାରା ରାଜ୍ୟରେ ପ୍ରାୟ ୨୪,୮୦୦ ବର୍ଷା ଜଳ ସଂରକ୍ଷଣ ଢାଞ୍ଚା ନିର୍ମାଣ କରାଯାଉଛି ।