ଆସାମର ନାମରୂପସ୍ଥିତ ବ୍ରହ୍ମପୁତ୍ର ଭ୍ୟାଲି ଫର୍ଟିଲାଇଜର କର୍ପୋରେସନ୍ ଲିମିଟେଡ୍ (ବିଭିଏଫସିଏଲ୍) ପରିସରରେ ଏକ ନୂତନ ବ୍ରାଉନଫିଲ୍ଡ ଆମୋନିଆ-ୟୁରିଆ କମ୍ପ୍ଲେକ୍ସ ନାମରୂପ-୪ ସାର କାରଖାନା ସ୍ଥାପନକୁ କ୍ୟାବିନେଟ୍ ଅନୁମୋଦନ

March 19th, 04:09 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ଆଜି ଆସାମର ନାମରୂପସ୍ଥିତ ବ୍ରହ୍ମପୁତ୍ର ଭ୍ୟାଲି ଫର୍ଟିଲାଇଜର କର୍ପୋରେସନ୍ ଲିମିଟେଡ୍ (ବିଭିଏଫ୍ସିଏଲ୍) ପରିସରରେ ବାର୍ଷିକ ୧.୨୭ ନିୟୁତ ମେଟ୍ରିକ ଟନ୍ (ଏଲ୍ଏମଟି) ବିଶିଷ୍ଟ ଏକ ନୂତନ ବ୍ରାଉନଫିଲଡ୍ ଆମୋନିଆ-ୟୁରିଆ କମ୍ପ୍ଲେକ୍ସ ପ୍ରତିଷ୍ଠା ପ୍ରସ୍ତାବକୁ ଅନୁମୋଦନ କରିଛି। ଆନୁମାନିକ ମୋଟ ପ୍ରକଳ୍ପ ମୂଲ୍ୟ ୧୦,୬୦୧.୪୦ କୋଟି ଟଙ୍କା ଏବଂ ଋଣ-ଇକ୍ୱିଟି ଅନୁପାତ ୭୦:୩୦ ରହିଛି। ନୂତନ ନିବେଶ ନୀତି, ୨୦୧୨ (ଅକ୍ଟୋବର ୭, ୨୦୧୪ରେ ଏହାର ସଂଶୋଧନ ସମେତ) ଅଧୀନରେ ଏକ ମିଳିତ ଉଦ୍ୟୋଗ (ଜେଭି) ମାଧ୍ୟମରେ ଏହା ପ୍ରତିଷ୍ଠା କରାଯିବ। ନାମରୂପ-୪ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାର ସମ୍ଭାବ୍ୟ ସମୟସୀମା ହେଉଛି ୪୮ ମାସ।