ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରୀ କୁଏତ ଗସ୍ତର ମିଳିତ ବାର୍ତ୍ତା (ଡିସେମ୍ବର ୨୧-୨୨, ୨୦୨୪)

December 22nd, 07:46 pm

କୁଏତର ଅମୀର ଶେଖ ମେସାଲ ଅଲ-ଅହମଦ ଅଲ-ଜାବେର ଅଲ-ସବାହଙ୍କ ଆମନ୍ତ୍ରଣ କ୍ରମେ ଡିସେମ୍ବର ୨୧ରୁ ୨୨ ତାରିଖ ଯାଏ ଦୁଇ ଦିନିଆ ସରକାରୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଥିଲେ । ଏହା ତାଙ୍କର ପ୍ରଥମ କୁଏତ ଗସ୍ତ । ଡିସେମ୍ବର ୨୧ ତାରିଖରେ ଆରମ୍ଭ ହୋଇଥିବା ୨୬ତମ ଆରବିଆନ ଗଲଫ କପ ଉଦଘାଟନୀ ମ୍ୟାଚରେ କୁଏତର ଅମୀରଙ୍କ ସମ୍ମାନିତ ଅତିଥି ଭାବେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେଇଥିଲେ ।

କୁଏତର କ୍ରାଉନ୍ ପ୍ରିନ୍ସଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

December 22nd, 05:32 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୁଏତର କ୍ରାଉନ୍ ପ୍ରିନ୍ସ ଶେଖ୍ ସବା ଲ୍‌-ଖାଲିଦ୍ ଅଲ୍‌-ହମଦ୍ ଅଲ୍‌-ମୁବାରକ ଅଲ୍‌-ସବାଙ୍କ ସହ ସାକ୍ଷାତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୨୦୨୪ ରେ ୟୁଏନ୍‌ଜିଏ ଅଧିବେଶନ ଅବସରରେ କ୍ରାଉନ୍ ପ୍ରିନ୍ସଙ୍କ ସହ ହୋଇଥିବା ତାଙ୍କର ସାକ୍ଷାତକୁ ମନେ ପକାଇଥିଲେ ।

କୁଏତ ଅମୀରଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

December 22nd, 05:08 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୁଏତର ଅମୀର ମହାମହିମ ଶେଖ ମେଶାଲ ଅଲ-ଅହମ୍ମଦ ଅଲ-ଜବର ଅଲ-ସବାହଙ୍କୁ ଭେଟିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ବୈଠକ ଥିଲା। ବାୟନ ପ୍ୟାଲେସରେ ପହଞ୍ଚିବା ପରେ ଶ୍ରୀ ମୋଦୀଙ୍କୁ ଆନୁଷ୍ଠାନିକ ସ୍ୱାଗତ କରାଯାଇଥିଲା ଏବଂ କୁଏତର ପ୍ରଧାନମନ୍ତ୍ରୀ ମହାମହିମ ଅହମ୍ମଦ ଅଲ-ଅବଦୁଲ୍ଲା ଅଲ-ଅହମ୍ମଦ ଅଲ-ସବା ତାଙ୍କୁ ସ୍ୱାଗତ କରିଥିଲେ।

କୁୱେତର ମହାମାନ୍ୟ ଅମୀରଙ୍କ ନିମନ୍ତ୍ରଣ କ୍ରମେ ଆରବିଆନ ଗଲଫ୍ କପରେ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

December 21st, 10:24 pm

କୁୱେତର ମହାମାନ୍ୟ ଅମୀର ଶେଖ୍ ମେଶାଲ ଅଲ୍-ଅହମ୍ମଦ ଅଲ୍-ଜାବେର ଅଲ୍-ସବାହଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୁୱେତରେ ୨୬ତମ ଆରବିଆନ ଗଲଫ୍ କପର ଉଦଘାଟନୀ ଉତ୍ସବରେ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୁୱେତର ମହାମାନ୍ୟ ଅମୀର, ମହାମାନ୍ୟ ଯୁବରାଜ ଏବଂ ମହାମାନ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମ ଅବସରରେ କୁୱେତର ନେତୃତ୍ୱଙ୍କ ସହ ପ୍ରଧାନମନ୍ତ୍ରୀ ଅନୌପଚାରିକ ଭାବେ ଆଲୋଚନା ମଧ୍ୟ କରିଥିଲେ ।