ପ୍ରସିଦ୍ଧ ରେଡିଓ ଉପସ୍ଥାପକ ଅମୀନ ସୟାନିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

February 21st, 01:02 pm

ପ୍ରଧାନମନ୍ତ୍ରୀ ଶ୍ର ନରେନ୍ଦ୍ର ମୋଦୀ ପ୍ରସିଦ୍ଧ ରେଡିଓ ଉପସ୍ଥାପକ ଅମୀନ ସୟାନିଙ୍କ ପରଲୋକରେ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ଅମୀନ ସୟାନି ଜୀ ଭାରତୀୟ ପ୍ରସାରଣରେ କ୍ରାନ୍ତି ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ ଏବଂ ନିଜ କାମ ମାଧ୍ୟମରେ ନିଜ ଶ୍ରୋତାଙ୍କ ସହ ଏକ ବିଶେଷ ସମ୍ପର୍କ ଗଢ଼ିଥିଲେ ।