RJD forced Congress to surrender its CM claim at gunpoint: PM Modi in Bhagalpur, Bihar

November 06th, 12:01 pm

In the Bhagalpur rally, PM Modi criticised RJD and Congress for never understanding the value of self-reliance or Swadeshi. He reminded the people that the Congress can never erase the stain of the Bhagalpur riots. Outlining NDA’s roadmap for progress, PM Modi said the government is working to make Bihar a hub for textiles, tourism and technology.

No IIT, no IIM, no National Law University — a whole generation’s future was devoured by RJD’s leadership: PM Modi in Araria, Bihar

November 06th, 11:59 am

PM Modi addressed a large public gathering in Araria, Bihar, where people turned up in huge numbers to express their support for the NDA. Speaking with conviction, PM Modi said that the people of Bihar have already made up their minds – ‘Phir Ekbar, NDA Sarkar!’

PM Modi stirs up massive rallies with his addresses in Araria & Bhagalpur, Bihar

November 06th, 11:35 am

PM Modi addressed large public gatherings in Araria & Bhagalpur, Bihar, where people turned up in huge numbers to express their support for the NDA. Speaking with conviction, PM Modi said that the people of Bihar have already made up their minds – ‘Phir Ekbar, NDA Sarkar!’

Chhattisgarh is rapidly advancing on the path of development:PM Modi at Chhattisgarh Rajat Mahotsav

November 01st, 03:30 pm

In his address at the Chhattisgarh Rajat Mahotsav, PM Modi said that participating in the Silver Jubilee celebrations was a matter of great fortune for him. Launching multiple developmental projects worth over ₹14,260 crore across key sectors such as roads, industry, healthcare and energy, the PM remarked that Chhattisgarh is now emerging as an industrial state. He noted that regions like Bastar are now witnessing an atmosphere of celebration, free from the shadow of Maoist terrorism.

ଛତିଶଗଡ଼ ରଜତ ମହୋତ୍ସବକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

November 01st, 03:26 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୟା ରାୟପୁରରେ ଛତିଶଗଡ଼ ରାଜ୍ୟ ଗଠନର ୨୫ ବର୍ଷ ପୂର୍ତ୍ତି ଅବସରରେ ଛତିଶଗଡ଼ ରଜତ ମହୋତ୍ସବରେ ଉଦବୋଧନ ଦେଇଛନ୍ତି। ସେ ରାସ୍ତା, ଶିଳ୍ପ, ସ୍ୱାସ୍ଥ୍ୟସେବା ଏବଂ ଶକ୍ତି ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକୁ ଅନ୍ତର୍ଭୁକ୍ତ କରି ୧୪,୨୬୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ଏବଂ ପରିବର୍ତ୍ତନକାରୀ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ଛତିଶଗଡ଼ର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ଆଜି ଛତିଶଗଡ଼ ରାଜ୍ୟ ଗଠନର ୨୫ ବର୍ଷ ପୂରଣ କରିଛି। ଏହି ଅବସରରେ, ସେ ଛତିଶଗଡ଼ର ସମସ୍ତ ଜନସାଧାରଣଙ୍କୁ ହୃଦୟର ସହିତ ଅଭିନନ୍ଦନ ଏବଂ ଶୁଭକାମନା ଜଣାଇଛନ୍ତି।

ଦେଶରେ ଚିକିତ୍ସା ସ୍ନାତକୋତ୍ତର ଏବଂ ସ୍ନାତକ ଶିକ୍ଷା କ୍ଷମତାରେ ବ୍ୟାପକ ବିସ୍ତାରକୁ କ୍ୟାବିନେଟ ମଞ୍ଜୁରୀ

September 24th, 05:52 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଦେଶରେ ଚିକିତ୍ସା ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷାରେ ବ୍ୟାପକ ବିସ୍ତାର ପାଇଁ ଏକ କେନ୍ଦ୍ର ପ୍ରାୟୋଜିତ ଯୋଜନା (ସିଏସଏସ)ର ତୃତୀୟ ପର୍ଯ୍ୟାୟକୁ ଅନୁମୋଦନ କରିଛି। ଏହାଦ୍ୱାରା ରାଜ୍ୟ ସରକାରୀ / କେନ୍ଦ୍ର ସରକାରୀ ମେଡିକାଲ କଲେଜ / ସ୍ୱତନ୍ତ୍ର ସ୍ନାତକୋତ୍ତର ଶିକ୍ଷାନୁଷ୍ଠାନ / ସରକାରୀ ଡାକ୍ତରଖାନାଗୁଡ଼ିକୁ ସୁଦୃଢ଼ ​​ଏବଂ ଉନ୍ନତ କରାଯିବ। ଯୋଜନାର କାର୍ଯ୍ୟକାରୀ ହେବା ଫଳରେ 5,000 ଅତିରିକ୍ତ ଚିକିତ୍ସା ସ୍ନାତକୋତ୍ତର ଆସନ ସଂଖ୍ୟା ବୃଦ୍ଧି କରାଯାଇପାରିବ। ସେହିପରି ବର୍ତ୍ତମାନର ସରକାରୀ ମେଡ଼ିକାଲ କଲେଜରେ ପ୍ରତି ଆସନ ପାଇଁ 1.50 କୋଟି ଟଙ୍କା ବର୍ଦ୍ଧିତ ମୂଲ୍ୟ ସୀମା ସହିତ 5,023 ଡାକ୍ତରୀ ସ୍ନାତକ ବା ଏମବିବିଏସ ଆସନ ବୃଦ୍ଧି କରାଯିବାକୁ ଏହି କେନ୍ଦ୍ର ପ୍ରାୟୋଜିତ ଯୋଜନାକୁ ସମ୍ପ୍ରସାରିତ କରାଯିବ। ଏହି ପଦକ୍ଷେପ ସ୍ନାତକ ଚିକିତ୍ସା କ୍ଷମତାକୁ ଯଥେଷ୍ଟ ବୃଦ୍ଧି କରିବ; ଅତିରିକ୍ତ ସ୍ନାତକୋତ୍ତର ଆସନ ସୃଷ୍ଟି କରି ବିଶେଷଜ୍ଞ ଡାକ୍ତରଙ୍କ ଉପଲବ୍ଧତା ବୃଦ୍ଧି କରିବ; ଏବଂ ସରକାରୀ ପ୍ରତିଷ୍ଠାନଗୁଡ଼ିକରେ ନୂତନ ଚିକିତ୍ସା ବିଶେଷଜ୍ଞତା ପ୍ରଚଳନକୁ ସହଜ କରିବ। ଏହା ଦେଶରେ ସାମଗ୍ରିକ ଭାବରେ ଡାକ୍ତରଙ୍କ ଉପଲବ୍ଧତାକୁ ବଢ଼ାଇବ।

ଆସାମର ଦରାଙ୍ଗରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

September 14th, 11:30 am

ଅହୋମର ବିକାଶ ଯାତ୍ରାର ଏଇ ଐତିହାସିକ ଦିନଟୁତ ଦରଙ୍ଗବାସିର ଲାଁଗତେ, ହମାଁଗ୍ର ଅଁହୋମବାସିକ ମୟ ଆନ୍ତରିକ ଓଲୋଗ ଆରୁ ଅଭିନୋନ୍ଦୋନ ଜୋନାଇଶୁ।

ଆସାମର ଦରାଙ୍ଗରେ ପ୍ରାୟ ୬୫୦୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

September 14th, 11:00 am

ଆଜି, ସମଗ୍ର ଦେଶ ଏକ ବିକଶିତ ଭାରତ ନିର୍ମାଣ ପାଇଁ ଏକତ୍ରିତ ଭାବରେ ଆଗକୁ ବଢ଼ୁଛି; ବିଶେଷକରି ଆମର ଯୁବ ନାଗରିକମାନଙ୍କ ପାଇଁ, ଏକ ବିକଶିତ ଭାରତ ଏକ ସ୍ୱପ୍ନ ଏବଂ ଏକ ସଂକଳ୍ପ, ଏହି ସଂକଳ୍ପ ପୂରଣ କରିବାରେ ଉତ୍ତର-ପୂର୍ବର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି: ପ୍ରଧାନମନ୍ତ୍ରୀ

କର୍ଣ୍ଣାଟକର ବେଙ୍ଗଲୁରରେ ବିଭିନ୍ନ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

August 10th, 01:30 pm

କର୍ଣ୍ଣାଟକର ରାଜ୍ୟପାଳ ଶ୍ରୀ ଥାଓ୍ୱରଚନ୍ଦ ଗହଲୋଟ ଜୀ, ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଜୀ, କେନ୍ଦ୍ରରେ ମୋର ସହଯୋଗୀ ମନୋହରଲାଲ ଖଟ୍ଟର ଜୀ, ଏଚ୍‌ ଡି କୁମାରସ୍ୱାମୀ ଜୀ, ଅଶ୍ୱିନୀ ବୈଷ୍ଣବ ଜୀ, ବି. ସୋମନ୍ନା ଜୀ, ସୁଶ୍ରୀ ଶୋଭା ଜୀ, ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ଜୀ, କର୍ଣ୍ଣାଟକ ସରକାରଙ୍କ ମନ୍ତ୍ରୀ ବି.ସୁରେଶ ଜୀ, ବିରୋଧୀ ଦଳ ନେତା ଆର୍. ଅଶୋକ ଜୀ, ସାଂସଦ ତେଜସ୍ୱୀ ସୂର୍ଯ୍ୟା ଜୀ, ଡାକ୍ତର ମଂଜୁନାଥ ଜୀ, ଏମଏଲଏ ବିଜୟେନ୍ଦ୍ର ୟେଡିୟୁରପ୍ପା ଜୀ ଓ କର୍ଣ୍ଣାଟକର ମୋର ଭାଇ ଓ ଭଉଣୀମାନେ,

କର୍ଣ୍ଣାଟକର ବେଙ୍ଗାଲୁରୁରେ ପ୍ରାୟ ୨୨,୮୦୦ କୋଟି ଟଙ୍କାର ମେଟ୍ରୋ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

August 10th, 01:05 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ବେଙ୍ଗାଲୁରୁରେ ପ୍ରାୟ ୭,୧୬୦ କୋଟି ଟଙ୍କା ମୂଲ୍ୟର ବାଙ୍ଗାଲୋର ମେଟ୍ରୋର ୟେଲୋ ଲାଇନର ଉଦଘାଟନ କରିଛନ୍ତି ଏବଂ ୧୫୬୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବାଙ୍ଗାଲୋର ମେଟ୍ରୋ ପର୍ଯ୍ୟାୟ - ୩ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସେ ବେଙ୍ଗାଲୁରୁର କେଏସଆର ରେଳ ଷ୍ଟେସନରେ ତିନୋଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ସେ କହିଥିଲେ ଯେ, , କର୍ଣ୍ଣାଟକର ଭୂମିରେ ପାଦ ଦେବା ପରେ ଏହି ସ୍ଥାନରେ ସେ ଆପଣାର ଭାବନାକୁ ଅନୁଭବ କରିଥିଲେ। କର୍ଣ୍ଣାଟକ ସଂସ୍କୃତିର ସମୃଦ୍ଧି, ଏହାର ଲୋକଙ୍କ ସ୍ନେହ ଏବଂ କନ୍ନଡ ଭାଷାର ମଧୁରତା, ଯାହା ହୃଦୟକୁ ଗଭୀର ଭାବରେ ସ୍ପର୍ଶ କରେ, ସେସବୁ ଉପରେ ଆଲୋକପାତ କରି ଶ୍ରୀ ମୋଦୀ ବେଙ୍ଗାଲୁରୁର ଅଧିଷ୍ଠାତ୍ରୀ ଦେବୀ ଆନ୍ନାମ୍ମା ଥାଇଙ୍କ ଚରଣରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ ବକ୍ତବ୍ୟ ଆରମ୍ଭ କରିଥିଲେ। ଶହ ଶହ ବର୍ଷ ପୂର୍ବେ ନାଦପ୍ରଭୁ କେମ୍ପେଗୌଡ଼ା ବେଙ୍ଗାଲୁରୁ ସହରର ମୂଳଦୁଆ ସ୍ଥାପନ କରିଥିଲେ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ କେମ୍ପେଗୌଡ଼ା ପରମ୍ପରାକୁ ମୂଳରେ ରଖି ଏକ ସହରର କଳ୍ପନା କରିଥିଲେ ଏବଂ ପ୍ରଗତିର ନୂତନ ଶିଖରରେ ପହଞ୍ଚିଥିଲେ। ବେଙ୍ଗାଲୁରୁ ସର୍ବଦା ସେହି ଭାବନାକୁ ବଞ୍ଚାଇ ରଖିଛି ଏବଂ ଏହାକୁ ସଂରକ୍ଷଣ କରିଆସିଛି ଏବଂ ଆଜି, ବେଙ୍ଗାଲୁରୁ ସେହି ସ୍ୱପ୍ନକୁ ସାକାର କରୁଛି,ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଶ୍ରୀ ନାରାୟଣ ଗୁରୁ ଏବଂ ଗାନ୍ଧୀଜୀଙ୍କ ମଧ୍ୟରେ ବାର୍ତ୍ତାଳାପର ଶତବାର୍ଷିକୀ ସମାରୋହ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

June 24th, 11:30 am

ଆଜି ଏହି ପରିସରରେ ଦେଶର ଇତିହାସରେ ଏକ ଅଭୂତପୂର୍ବ ଘଟଣାର ସ୍ମରଣ କରିବାର ସାକ୍ଷୀ ହେଉଛି। ଏକ ଏମିତି ଐତିହାସିକ ଘଟଣା, ଯାହା କେବଳ ଆମର ସ୍ୱାଧୀନତା ଆନ୍ଦୋଳନକୁ ଏକ ନୂତନ ଦିଗ ପ୍ରଦାନ କରି ନ ଥିଲା ବରଂ ସ୍ୱାଧୀନତାର ଲକ୍ଷ୍ୟ ଏବଂ ଏକ ସ୍ୱାଧୀନ ଭାରତର ସ୍ୱପ୍ନକୁ ଦୃଢ଼ ଅର୍ଥ ମଧ୍ୟ ଦେଇଥିଲା। 100 ବର୍ଷ ପୂର୍ବେ ଶ୍ରୀ ନାରାୟଣ ଗୁରୁ ଏବଂ ମହାତ୍ମା ଗାନ୍ଧୀଙ୍କ ସେହି ସାକ୍ଷାତ ଆଜି ମଧ୍ୟ ସେତିକି ପ୍ରେରଣାଦାୟୀ ଏବଂ ପ୍ରାସଙ୍ଗିକ। 100 ବର୍ଷ ପୂର୍ବେ ଯେଉଁ ବୈଠକ ହୋଇଥିଲା, ତାହା ଆଜି ମଧ୍ୟ ସାମାଜିକ ସୌହାର୍ଦ୍ଦ୍ୟ ଏବଂ ବିକଶିତ ଭାରତର ସାମୂହିକ ଲକ୍ଷ୍ୟ ପାଇଁ ଶକ୍ତିର ଏକ ବଡ଼ ଉତ୍ସ ହୋଇ ରହିଛି। ଏହି ଐତିହାସିକ ଅବସରରେ ମୁଁ ଶ୍ରୀ ନାରାୟଣ ଗୁରୁଙ୍କ ପାଦତଳେ ପ୍ରଣାମ କରୁଛି। ମୁଁ ଗାନ୍ଧୀଜୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

ଶ୍ରୀ ନାରାୟଣ ଗୁରୁ ଏବଂ ମହାତ୍ମା ଗାନ୍ଧୀଙ୍କ ମଧ୍ୟରେ ଐତିହାସିକ ଆଲୋଚନାର ଶତବାର୍ଷିକୀ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ

June 24th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଭାରତର ଦୁଇ ମହାନ ଆଧ୍ୟାତ୍ମିକ ଏବଂ ନୈତିକ ନେତା ଶ୍ରୀ ନାରାୟଣ ଗୁରୁ ଏବଂ ମହାତ୍ମା ଗାନ୍ଧୀଙ୍କ ମଧ୍ୟରେ ହୋଇଥିବା ଐତିହାସିକ ଆଲୋଚନାର ଶତବାର୍ଷିକୀ ପାଳନ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଥିଲେ। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସମ୍ମାନପୂର୍ବକ ଶୁଭେଚ୍ଛା ଜଣାଇଥିଲେ, କହିଥିଲେ ଯେ ଆଜି ଏହି ସ୍ଥାନ ଦେଶର ଇତିହାସରେ ଏକ ଅଭୂତପୂର୍ବ ମୁହୂର୍ତ୍ତର ସାକ୍ଷୀ ହେଉଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ , ଏହା ଏକ ଐତିହାସିକ ଘଟଣା ଯାହା ଆମର ସ୍ୱାଧୀନତା ଆନ୍ଦୋଳନକୁ ନୂତନ ଦିଗଦର୍ଶନ ଦେଇଥିଲା, ସ୍ୱାଧୀନତାର ଉଦ୍ଦେଶ୍ୟ ଏବଂ ସ୍ୱାଧୀନ ଭାରତର ସ୍ୱପ୍ନକୁ ପ୍ରକୃତ ଅର୍ଥ ଦେଇଥିଲା। ୧୦୦ ବର୍ଷ ପୂର୍ବେ ଶ୍ରୀ ନାରାୟଣ ଗୁରୁ ଏବଂ ମହାତ୍ମା ଗାନ୍ଧୀଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ଆଜି ମଧ୍ୟ ପ୍ରେରଣାଦାୟକ ଏବଂ ପ୍ରାସଙ୍ଗିକ ଅଟେ, ଏବଂ ସାମାଜିକ ସଦ୍ଭାବ ଏବଂ ଏକ ବିକଶିତ ଭାରତର ସାମୂହିକ ଲକ୍ଷ୍ୟ ପାଇଁ ଶକ୍ତିର ଏକ ଶକ୍ତିଶାଳୀ ଉତ୍ସ ଭାବରେ କାର୍ଯ୍ୟ କରେ, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଐତିହାସିକ ଅବସରରେ, ସେ ଶ୍ରୀ ନାରାୟଣ ଗୁରୁଙ୍କ ପାଦତଳେ ପ୍ରଣାମ କରିଥିଲେ ଏବଂ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Let this Yoga Day mark the beginning of Yoga for Humanity 2.0, where Inner Peace becomes Global Policy: PM Modi

June 21st, 07:06 am

PM Modi addressed the 11th International Day of Yoga event in Visakhapatnam, Andhra Pradesh and took part in the Yoga session. The PM recalled the moment when India proposed the idea of International Yoga Day at the UN. He noted that more than two crore people have joined the Yogandhra Abhiyan, reflecting a vibrant spirit of public participation. He remarked that Yoga transitions inpiduals from Me to We.

ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ

June 21st, 06:30 am

ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ (ଆଇଡିଓ୍ୱାଇ) ଅବସରରେ, ପ୍ରଧାନମନ୍ତ୍ରୀ ବିଶାଖାପାଟଣାରୁ ଜାତୀୟ ସମାରୋହର ନେତୃତ୍ୱ ନେଇଥିଲେ । ସେ ପ୍ରାୟ ୫ ଲକ୍ଷ ଅଂଶଗ୍ରହଣକାରୀଙ୍କ ସହିତ ବିଶାଖାପାଟଣାର ବେଳାଭୂମିରେ ସାଧାରଣ ଯୋଗ ପ୍ରୋଟୋକଲ (ସିଓ୍ୱାଇପି) ଅଧିବେଶନରେ ଅଂଶଗ୍ରହଣ କରିଥିଲେ। ଏହା ସହିତ ଦେଶକୁ ଏକ ସୁସଙ୍ଗତ ଯୋଗ ପ୍ରଦର୍ଶନରେ ନେତୃତ୍ୱ ଦେଇଥିଲେ । ସାରା ଭାରତରେ ୩.୫ ଲକ୍ଷରୁ ଅଧିକ ସ୍ଥାନରେ ଏକକାଳୀନ ଯୋଗ ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ବର୍ଷ, ମାଇଗଭ୍‌ ଏବଂ ମାଇ ଭାରତ ଭଳି ପ୍ଲାଟଫର୍ମରେ ଯୋଗ ଅନପ୍ଲଗଡ୍‌ ଅଧୀନରେ ପରିବାର ସହିତ ଯୋଗ ଏବଂ ଯୁବ-କୈନ୍ଦ୍ରିକ ପଦକ୍ଷେପ ଭଳି ବିଶେଷ ପ୍ରତିଯୋଗିତା ଆରମ୍ଭ କରାଯାଇଛି, ଯାହା ଜନସାଧାରଣଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରୁଛି ।

ଜମ୍ମୁ ଏବଂ କଶ୍ମୀରର କଟରାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

June 06th, 12:50 pm

ଜମ୍ମୁ ଏବଂ କଶ୍ମୀରର ଲେଫ୍ଟନାଣ୍ଟ ରାଜ୍ୟପାଳ ମନୋଜ ସିହ୍ନା, ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଅଶ୍ୱିନୀ ବୈଷ୍ଣବ, ଜିତେନ୍ଦ୍ର ସିଂହ, ଭି ସୋମନ୍ନା, ଉପମୁଖ୍ୟମନ୍ତ୍ରୀ ସୁରେନ୍ଦ୍ର କୁମାର, ଜମ୍ମୁ ଏବଂ କଶ୍ମୀର ବିଧାନସଭା ବିରୋଧୀ ଦଳ ନେତା ସୁନୀଲ, ସଂସଦରେ ମୋର ସହଯୋଗୀ ଯୁଗଳ କିଶୋର, ଅନ୍ୟାନ୍ୟ ଜନପ୍ରତିନିଧି ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ । ଏହା ବୀର ଜୋରାୱର ସିଂହଙ୍କ ଭୂମି, ମୁଁ ଏହି ଭୂମିକୁ ପ୍ରଣାମ ଜଣାଉଛି ।

ଜାମ୍ମୁ ଏବଂ କାଶ୍ମୀରରେ 46,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

June 06th, 12:45 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାମ୍ମୁ ଏବଂ କାଶ୍ମୀରର କଟରା ଠାରେ 46,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ସାହସୀ ବୀର ଜୋରାୱାର ସିଂହଙ୍କ ଭୂମିକୁ ପ୍ରଣାମ କରି ସେ କହିଛନ୍ତି ଯେ, ଆଜିର କାର୍ଯ୍ୟକ୍ରମ ଭାରତର ଏକତା ଏବଂ ସଂକଳ୍ପର ଏକ ମହାନ ଉତ୍ସବ। ମାତା ବୈଷ୍ଣୋ ଦେବୀଙ୍କ ଆଶୀର୍ବାଦରେ, କାଶ୍ମୀର ଉପତ୍ୟକା ଏବେ ଭାରତର ବିଶାଳ ରେଳ ନେଟୱାର୍କ ସହିତ ସଂଯୁକ୍ତ ବୋଲି ଶ୍ରୀ ମୋଦୀ କହିଛନ୍ତି। ଆମେ ସର୍ବଦା ଗଭୀର ଶ୍ରଦ୍ଧାର ସହିତ ମାଆ ଭାରତୀଙ୍କୁ 'କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ' ଡାକି ଆସିଛୁ, ବୋଲି ଉଲ୍ଲେଖ କରି , ଆଜି ଏହା ଆମର ରେଳ ନେଟୱାର୍କରେ ମଧ୍ୟ ବାସ୍ତବତାରେ ପରିଣତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ଉଧମପୁର – ଶ୍ରୀନଗର - ବାରମୂଳା ରେଳ ଲାଇନ ପ୍ରକଳ୍ପ କେବଳ ଏକ ନାମ ନୁହେଁ , ବରଂ ଜାମ୍ମୁ ଏବଂ କାଶ୍ମୀରର ନୂତନ ଶକ୍ତିର ପ୍ରତୀକ ଏବଂ ଭାରତର ବର୍ଦ୍ଧିତ କ୍ଷମତାର ପ୍ରମାଣ। ଏହି କ୍ଷେତ୍ରରେ ରେଳ ଭିତ୍ତିଭୂମି ଏବଂ ସଂଯୋଗୀକରଣକୁ ବୃଦ୍ଧି କରିବାର ପ୍ରତିବଦ୍ଧତା ସହିତ, ସେ ଚେନାବ ଏବଂ ଅଞ୍ଜି ରେଳ ସେତୁର ଉଦଘାଟନ କରିଥିଲେ ଏବଂ ବନ୍ଦେ ଭାରତ ଟ୍ରେନଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ, ଯାହା ଜାମ୍ମୁ ଏବଂ କାଶ୍ମୀର ମଧ୍ୟରେ ସଂଯୋଗୀକରଣକୁ ବୃଦ୍ଧି କରିବ। ଏହା ସହିତ, ଶ୍ରୀ ମୋଦୀ ଜାମ୍ମୁରେ ଏକ ନୂତନ ମେଡିକାଲ କଲେଜର ଶିଳାନ୍ୟାସ ମଧ୍ୟ କରିଥିଲେ, ଯାହା ଏହି ଅଞ୍ଚଳରେ ସ୍ୱାସ୍ଥ୍ୟସେବା ସୁବିଧାକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରୁଛି। ସେ ଆହୁରି ମଧ୍ୟ କହିଥିଲେ, 46,000 କୋଟି ଟଙ୍କାର ପ୍ରକଳ୍ପ ଜାମ୍ମୁ ଏବଂ କାଶ୍ମୀରରେ ବିକାଶକୁ ତ୍ୱରାନ୍ୱିତ କରିବ, ପ୍ରଗତି ଏବଂ ସମୃଦ୍ଧିକୁ ଆଗେଇ ନେବ। ପ୍ରଧାନମନ୍ତ୍ରୀ ଅଭିବୃଦ୍ଧି ଏବଂ ପରିବର୍ତ୍ତନର ଏହି ନୂତନ ଯୁଗ ପାଇଁ ଲୋକମାନଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଥିଲେ।

ସିକ୍କିମ ଗଣତାନ୍ତ୍ରିକ ଯାତ୍ରାର ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

May 29th, 10:00 am

ଆଜିର ଦିନ ଏକ ବିଶେଷ ଗୁରୁତ୍ୱ ବହନ କରେ, ଏହା ସିକ୍କିମର ଗଣତାନ୍ତ୍ରିକ ଯାତ୍ରାର ସୁବର୍ଣ୍ଣ ଜୟନ୍ତୀର ଅବସର । ମୁଁ ଆପଣମାନଙ୍କ ମଧ୍ୟରେ ରହି ଏହି ଉତ୍ସବ, ଏହି ଉତ୍ସାହ, ୫୦ ବର୍ଷର ଏହି ସଫଳ ଯାତ୍ରାର ସାକ୍ଷୀ ହେବାକୁ ଚାହୁଥିଲି । ମୁଁ ମଧ୍ୟ ଆପଣଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ଏହି ଉତ୍ସବର ଅଂଶ ହେବାକୁ ଇଚ୍ଛା କରୁଥିଲି । ମୁଁ ବହୁତ ସକାଳୁ ଦିଲ୍ଲୀରୁ ବାହାରି ବାଗଡୋଗ୍ରାରେ ପହଞ୍ଚିଥିଲି, କିନ୍ତୁ ପାଗ ମୋତେ ଆପଣଙ୍କ ଦ୍ୱାରଦେଶ ପର୍ଯ୍ୟନ୍ତ ନେଇଥିଲେ ମଧ୍ୟ, ଆଗକୁ ଯିବାରେ ବାଧା ସୃଷ୍ଟି କରିଥିଲା । ଫଳରେ ମୋତେ ଆପଣଙ୍କ ସହିତ ସିଧାସଳଖ ସାକ୍ଷାତ କରିବାର ସୁଯୋଗ ମିଳିଲା ନାହିଁ । କିନ୍ତୁ ମୁଁ ବର୍ତ୍ତମାନ ଏହି ଦୃଶ୍ୟ ଦେଖି ପାରୁଛି, ଏତେ ସୁନ୍ଦର ଦୃଶ୍ୟ ମୋ ସାମ୍ନାରେ ଅଛି, ମୁଁ ସବୁଠି କେବଳ ଲୋକମାନଙ୍କୁ ଦେଖିପାରୁଛି, ଏହା କି ଅଦ୍ଭୂତପୂର୍ବ ଦୃଶ୍ୟ । ବହୁତ ଭଲ ହୋଇଥାନ୍ତା, ଯଦି ମୁଁ ମଧ୍ୟ ଆପଣମାନଙ୍କ ମଧ୍ୟରେ ଥାଆନ୍ତି, କିନ୍ତୁ ମୁଁ ସେଠାରେ ପହଞ୍ଚି ପାରିଲି ନାହିଁ, ସେଥିପାଇଁ ମୁଁ ଆପଣ ସମସ୍ତଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି । କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯେମିତି ନିମନ୍ତ୍ରଣ କରିଛନ୍ତି, ମୁଁ ଆପଣଙ୍କୁ କଥା ଦେଉଛି, ରାଜ୍ୟ ସରକାର ନିଷ୍ପତ୍ତି ନେବା ମାତ୍ରେ ମୁଁ ନିଶ୍ଚିତ ଭାବରେ ସିକ୍କିମ ଆସିବି, ଆପଣମାନଙ୍କୁ ସମସ୍ତଙ୍କୁ ସାକ୍ଷାତ କରିବି ଏବଂ ୫୦ ବର୍ଷର ଏହି ସଫଳ ଯାତ୍ରାର ମୁଁ ମଧ୍ୟ ଦର୍ଶକ ହେବି । ଆଜି ଗତ ୫୦ ବର୍ଷର ସଫଳତାକୁ ପାଳନ କରିବାର ଦିନ ଏବଂ ଆପଣମାନେ ଏକ ବହୁତ ଭଲ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି । ଆଉ ମୁଁ ଲଗାତାର ଶୁଣୁଥିଲି ଏବଂ ଦେଖୁଥିଲି ଯେ ମୁଖ୍ୟମନ୍ତ୍ରୀ ନିଜେ ଏହି କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ପାଇଁ ବହୁତ ଶକ୍ତି ଲଗାଉଛନ୍ତି । ସେ ମଧ୍ୟ ଦୁଇଥର ଦିଲ୍ଲୀ ଆସି ମୋତେ ନିମନ୍ତ୍ରଣ କରିଛନ୍ତି । ସିକ୍କିମ ରାଜ୍ୟର ୫୦ତମ ବାର୍ଷିକୀ ପାଇଁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ।

'ସିକ୍କିମ@50' ସମାରୋହକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

May 29th, 09:45 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗ୍ୟାଙ୍ଗଟକରେ 'ସିକ୍କିମ@50' କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା 'ଯେଉଁଠାରେ ପ୍ରଗତି ଉଦ୍ଦେଶ୍ୟ ସହିତ ମିଳିତ ହୁଏ ଏବଂ ପ୍ରକୃତି ବିକାଶକୁ ପ୍ରତିପାଳନ କରେ'।

ଉଦୀୟମାନ ଉତ୍ତର-ପୂର୍ବ ନିବେଶକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

May 23rd, 11:00 am

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଜୀ, ସୁକାନ୍ତା ମଜୂମଦାର ଜୀ, ମଣିପୁରର ରାଜ୍ୟପାଳ ଅଜୟ ଭଲ୍ଲା ଜୀ, ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଜୀ, ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଜୀ, ତ୍ରିପୁରାର ମୁଖ୍ୟମନ୍ତ୍ରୀ ମାଣିକ ସାହା ଜୀ, ମେଘାଳୟର ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ଜୀ, ସିକିମର ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ଜୀ, ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ନେଫିଉ ରିଓ ଜୀ, ମିଜୋରାମର ମୁଖ୍ୟମନ୍ତ୍ରୀ ଲାଲଦୁହୋମା ଜୀ, ସମସ୍ତ ଶିଳ୍ପପତି, ନିବେଶକ, ଭଦ୍ର ମହିଳା ଏବଂ ଭଦ୍ରଲୋକ!

ରାଇଜିଂ ନର୍ଥ ଇଷ୍ଟ ନିବେଶକ ସମ୍ମିଳନୀ ୨୦୨୫କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

May 23rd, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ରାଇଜିଂ ନର୍ଥ ଇଷ୍ଟ ନିବେଶକ ସମ୍ମିଳନୀ ୨୦୨୫କୁ ଉଦଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ ସ୍ୱାଗତ ଜଣାଇ ପ୍ରଧାନମନ୍ତ୍ରୀ ଉତ୍ତର-ପୂର୍ବାଞ୍ଚଳର ଭବିଷ୍ୟତ ପ୍ରତି ଗର୍ବ, ଉତ୍ସାହ ଏବଂ ଅପାର ବିଶ୍ୱାସ ପ୍ରକାଶ କରିଥିଲେ। ଭାରତ ମଣ୍ଡପମରେ ଅନୁଷ୍ଠିତ ଅଷ୍ଟଲକ୍ଷ୍ମୀ ମହୋତ୍ସବକୁ ମନେ ପକାଇ ସେ ଉଲ୍ଲେଖ କରିଥିଲେ ଯେ ଆଜିର କାର୍ଯ୍ୟକ୍ରମ ଉତ୍ତର-ପୂର୍ବରେ ନିବେଶର ଉତ୍ସବ। ପ୍ରଧାନମନ୍ତ୍ରୀ ସମ୍ମିଳନୀରେ ଶିଳ୍ପ ନେତାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଉପସ୍ଥିତିକୁ ଉଲ୍ଲେଖ କରିଥିଲେ ଏବଂ ଏହି କ୍ଷେତ୍ରରେ ସୁଯୋଗ ବିଷୟରେ ସେମାନଙ୍କର ଉତ୍ସାହ ବିଷୟରେ ଆଲୋଚନା କରିଥିଲେ। ସମସ୍ତ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ଏକ ଅନୁକୂଳ ନିବେଶ ପରିବେଶ ସୃଷ୍ଟି କରିବାରେ ସେମାନଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ନିଜର ଶୁଭକାମନା ଜଣାଇ ପ୍ରଧାନମନ୍ତ୍ରୀ ରାଇଜିଂ ନର୍ଥ ଇଷ୍ଟ ନିବେଶକ ସମ୍ମିଳନୀକୁ ପ୍ରଶଂସା କରିଥିଲେ ଏବଂ ଏହି ଅଞ୍ଚଳର ନିରନ୍ତର ଅଭିବୃଦ୍ଧି ଏବଂ ସମୃଦ୍ଧି ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ।