Japan's expertise and investment combine with India's speed and scale, benefiting the entire world: PM Modi at India-Japan Joint Economic Forum

July 02nd, 03:35 pm

Addressing the India-Japan Joint Economic Forum, PM Modi congratulated Japanese companies on becoming part of the India-Japan success story. He noted that the PMO will organise a dedicated Japan Business Week, with senior PMO officials engaging with them to further improve Ease of Doing Business. He called upon business leaders to ensure that Japanese investment in India surpasses the target of 10 trillion yen over the next decade.

ନ୍ୟୁଜ୍ ୧୮ ରାଇଜିଂ ଭାରତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 27th, 08:30 pm

ନେଟୱାର୍କ ୧୮ର ସମସ୍ତ ସାମ୍ବାଦିକ, ଏହି ବ୍ୟବସ୍ଥାର ତଦାରଖ କରୁଥିବା ସମସ୍ତ ସହକର୍ମୀ, ଏଠାରେ ଉପସ୍ଥିତ ସମସ୍ତ ସମ୍ମାନିତ ଅତିଥିମାନେ, ମହିଳା ଏବଂ ଭଦ୍ରବ୍ୟକ୍ତିମାନେ !

ନେଟ୍‌ଓ୍ବର୍କ ୧୮ ରାଇଜିଂ ଭାରତ ସମିଟ୍‌ରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

February 27th, 08:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଇଜିଂ ଭାରତ ସମିଟ୍‌ରେ ଉଦବୋଧନ ଦେଇଥିଲେ, ଯାହାର ଶୀର୍ଷକ ଥିଲା ‘ଅନ୍ତର୍ନିହିତ ସାମର୍ଥ୍ୟ’। ଗତ ୧୧ ବର୍ଷରେ ଭାରତର ଯାତ୍ରାକୁ ଉଲ୍ଲେଖ କରି ଶ୍ରୀ ମୋଦୀ ଦେଶର ସାମର୍ଥ୍ୟକୁ ପୁଣି ହାସଲ କରିବା, ଆର୍ଥିକ ଆତ୍ମନିର୍ଭରଶୀଳତା ଓ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ରୋଡମ୍ୟାପ୍‌ ସମ୍ପର୍କରେ ଆଲୋଚନା କରିଥିଲେ।

ଏଆଇ ସଫଳତା ଠାରୁ ଆରମ୍ଭ କରି ଟି-20 ବିଶ୍ୱକପ୍ ପର୍ଯ୍ୟନ୍ତ, ପ୍ରଧାନମନ୍ତ୍ରୀ ମୋଦୀ ମନ କି ବାତରେ ଭାରତର ଉତ୍ଥାନକୁ ଦର୍ଶାଇଛନ୍ତି

February 22nd, 11:30 am

ଚଳିତ ମାସର 'ମନ୍ କି ବାତ୍'ରେ ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀରେ ଆୟୋଜିତ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ନିଜର ଅନୁଭୂତି ବିଷୟରେ କହିଥିଲେ। ସେ ଭାରତୀୟ ବଂଶୋଦ୍ଭବ କ୍ରିକେଟର, ଅଙ୍ଗଦାନ, ନଦୀ ମହୋତ୍ସବ, ଡିଜିଟାଲ ସୁରକ୍ଷା, ପରୀକ୍ଷା ପେ ଚର୍ଚ୍ଚା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋକପାତ କରିଥିଲେ । ସେ ଦର୍ଶାଇଛନ୍ତି ଯେ 23 ଫେବୃଆରୀରେ ରାଷ୍ଟ୍ରପତି ଭବନରେ 'ରାଜାଜୀ ଉତ୍ସବ' ପାଳନ କରାଯିବ । ପ୍ରଧାନମନ୍ତ୍ରୀ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ଜୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ନାରୀ ଶକ୍ତି ସହ ତାଙ୍କର ଗଭୀର ସମ୍ପର୍କ ବିଷୟରେ ଉଲ୍ଲେଖ କରିଛନ୍ତି ।

ଭାରତୀୟ ଏଆଇ ଷ୍ଟାର୍ଟଅପ ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୋଲଟେବୁଲ ବୈଠକ

January 08th, 02:48 pm

ଆସନ୍ତା ମାସରେ ଭାରତରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ ଅନୁଷ୍ଠିତ ହେଉଛି । ତା ପୂର୍ବରୁ ଏହି ସମ୍ମିଳନୀର ଏକ ଅଂଶ ସମସ୍ତଙ୍କ ପାଇଁ ଏଆଇ: ଗ୍ଲୋବାଲ୍ ଇମ୍ପାକ୍ଟ ଆହ୍ଵାନ ପାଇଁ ମନୋନୀତ ୧୨ ଜଣ ଭାରତୀୟ ଏଆଇ ଷ୍ଟାର୍ଟଅପ୍ ଏହି ଗୋଲଟେବୁଲ ବୈଠକରେ ଅଂଶଗ୍ରହଣ କରିଥିଲେ ଏବଂ ସେମାନଙ୍କର ଚିନ୍ତାଧାରା ଏବଂ କାର୍ଯ୍ୟ ସଂପର୍କରେ ଉପସ୍ଥାପନ ଦେଇଥିଲେ।